Jump to content

ଗର୍ଭାବସ୍ଥାରେ ରକ୍ତହୀନତା

ଉଇକିପିଡ଼ିଆ‌ରୁ
ଗର୍ଭାବସ୍ଥାରେ ରକ୍ତହୀନତା
Page ଛାଞ୍ଚ:Owid/styles2.css has no content.<ourworldindatamirror tab=map>prevalence-of-anemia-in-pregnant-women</ourworldindatamirror> ଛାଞ୍ଚ:Onlyoffline
ବିଭାଗObstetrics
ଲକ୍ଷଣTiredness, pale skin, palpitations, weakness[]
ପ୍ରତିକାରEating a healthy diet, > 2 yrs between pregnancies, prenatal supplements[][]
ଚିକିତ୍ସାIron supplements, blood transfussions[]
ପୁନଃପୌନିକ5% (USA), > 80% (certain developing countries)[]

ଗର୍ଭାବସ୍ଥାରେ ରକ୍ତହୀନତା (ଇଂରାଜୀ ଭାଷାରେ Anemia in pregnancy) ହେଉଛି ଗର୍ଭାବସ୍ଥାରେ ଲୋହିତ ରକ୍ତ କଣିକା ସଂଖ୍ୟା (ଆରବିସି) ହ୍ରାସ କିମ୍ବା ରକ୍ତରେ ହେମୋଗ୍ଲୋବିନ୍ ପରିମାଣ ହ୍ରାସ ପାଇବା ।[] ଏହାର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ କିନ୍ତୁ ଥକ୍କା ଲାଗିବା, ଚର୍ମ ଶେତା ଦେଖାଯିବା, ଅଣନିଶ୍ୱାସ ଲାଗିବା ଏବଂ ଦୁର୍ବଳତା ଲାଗିପାରେ ।[] [] ରକ୍ତ‌ହୀନ ଗର୍ଭିଣୀ ମାତାର ଜଟିଳତା ମଧ୍ୟରେ ରକ୍ତଦାନର ଆବଶ୍ୟକତା, ପ୍ରସବ ପର ଅବସାଦ, ହୃତ୍‌ପିଣ୍ଡ ସମସ୍ୟା ଏବଂ ମୃତ୍ୟୁ ସମ୍ଭାବନା ରହିପାରେ ।[] [] ଗର୍ଭାସ୍ଥ ପିଲାଙ୍କ ଜଟିଳତା ମଧ୍ୟରେ ଅବଧିପୂର୍ବ ପ୍ରସବ ଏବଂ କମ୍ ଜନ୍ମ ଓଜନ ବିଶିଷ୍ଟ ଶିଶୁ ହୋଇପାରେ । []

ଲୌହ ଅଭାବ ଏବଂ ରକ୍ତ ହ୍ରାସ ଯୋଗୁଁ ଏହା ସାଧାରଣତଃ ହୁଏ ।[] ରୁଟିନ୍ ପରୀକ୍ଷା କରିବାକୁ ସୁପାରିଶ କରାଯାଏ ।[] ରୋଗ ନିର୍ଣ୍ଣୟ ପ୍ରଥମ କିମ୍ବା ତୃତୀୟ ତ୍ରୈମାସିକ ଗର୍ଭାବସ୍ଥାରେ ହେମୋଗ୍ଲୋବିନ୍ ୧୧୦ଗ୍ରା/ଲି ଠାରୁ କମ୍ ଥିଲେ କିମ୍ବା ହେମାଟୋକ୍ରିଟ ୩୩% ରୁ କମ୍ ଥିଲେ କିମ୍ବା ଦ୍ୱିତୀୟ ତ୍ରୈମାସିକ ଅବସ୍ଥାରେ ହେମୋଗ୍ଲୋବିନ୍ ୧୦୫ ଗ୍ରା/ଲିରୁ କମ୍ ଥିଲେ କିମ୍ବା ହେମାଟୋକ୍ରିଟ ୩୨% ରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ହାରାହାରି ଜୀବକୋଷ ଆୟତନ ଉପରେ ଆଧାର କରି ବିଭିନ୍ନ ପ୍ରକାରଗୁଡିକର ଶ୍ରେଣୀଭୁକ୍ତ କରାଯାଇପାରେ ।[]

ରକ୍ତହୀନତାକୁ ରୋକିବା ପ୍ରୟାସରେ ସୁସ୍ଥ ଖାଦ୍ୟ ଖାଇବା, ଦୁଇଟି ଗର୍ଭଧାରଣ ମଧ୍ୟରେ ଅତି କମରେ ଦୁଇ ବର୍ଷ ଅପେକ୍ଷା କରିବା ଏବଂ ପ୍ରସବକାଳୀନ ପରିପୂରକ ଦେବା ଆବଶ୍ୟକ ।[] [] ଚିକିତ୍ସାରେ ଅତିରିକ୍ତ ଲୋହ ପରିପୂରକ ଅନ୍ତର୍ଭୁକ୍ତ ହୋଇପାରେ ।[] ଲୌହ ଅଭାବ ଚିକିତ୍ସାରେ ଉନ୍ନତି କିଛି ସପ୍ତାହ ମଧ୍ୟରେ ପରିଲକ୍ଷିତ ହେବା ଉଚିତ ।[] ଫୋଲେଟ୍ ଅଭାବରେ ଫୋଲେଟ୍ ପରିପୂରକ ଦିଆଯାଇପାରେ ।[] ହେମୋଗ୍ଲୋବିନ ସ୍ତର ୬୦ଗ୍ରା/ ଲିରୁ କମ୍ ଥିଲେ ରକ୍ତହୀନତା ନିମନ୍ତେ ରକ୍ତଦାନ ପାଇଁ ପରାମର୍ଶ ଦିଆଯାଇପାରେ ।[]

ଗର୍ଭାବସ୍ଥାରେ ରକ୍ତହୀନତା ସାଧାରଣ ଅଟେ | [] ଯୁକ୍ତରାଷ୍ଟ୍ରରେ ଏହି ରକ୍ତ‌ହୀନତା ହାର ୫%, କେତେକ ନିର୍ଦ୍ଦିଷ୍ଟ ବିକାଶଶୀଳ ଦେଶମାନଙ୍କରେ ୮୦% ରୁ ଅଧିକ ହାର ହୋଇଥାଏ ।[] କିଶୋରୀ ଗର୍ଭଧାରଣରେ ଏହା ଅଧିକ ଦେଖାଯାଏ । [] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ମହିଳାମାନଙ୍କଠାରେ ରକ୍ତହୀନତାର ଚିକିତ୍ସା ପାଇଁ ଖର୍ଚ୍ଚ ବିନିଯୋଗର ବାର ଗୁଣ ଫେରସ୍ତ ମିଳିଥାଏ ।[]


  1. ୧.୦ ୧.୧ ୧.୨ Breymann, Christian (October 2015). "Iron Deficiency Anemia in Pregnancy". Seminars in Hematology. 52 (4): 339–347. doi:10.1053/j.seminhematol.2015.07.003. ISSN 1532-8686. PMID 26404445.
  2. ୨.୦ ୨.୧ ୨.୨ ୨.୩ "Anaemia". www.who.int (in ଇଂରାଜୀ). Archived from the original on 10 October 2023. Retrieved 30 October 2023.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ "Anemia in Pregnancy: ACOG Practice Bulletin, Number 233". Obstetrics and gynecology. 138 (2): e55–e64. 1 August 2021. doi:10.1097/AOG.0000000000004477. PMID 34293770."Anemia in Pregnancy: ACOG Practice Bulletin, Number 233". Obstetrics and gynecology. 138 (2): e55–e64. 1 August 2021. doi:10.1097/AOG.0000000000004477. PMID 34293770.
  4. ୪.୦ ୪.୧ Sun, D; McLeod, A; Gandhi, S; Malinowski, AK; Shehata, N (December 2017). "Anemia in Pregnancy: A Pragmatic Approach". Obstetrical & gynecological survey. 72 (12): 730–737. doi:10.1097/OGX.0000000000000510. PMID 29280474.
  5. ୫.୦ ୫.୧ "Anemia During Pregnancy - Women's Health Issues". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 24 March 2023. Retrieved 30 October 2023.
  6. "Anemia - Anemia in Pregnancy | NHLBI, NIH". www.nhlbi.nih.gov (in ଇଂରାଜୀ). 24 March 2022. Archived from the original on 11 October 2023. Retrieved 30 October 2023.