କ୍ୟାରୋଟିଡ ଧମନୀ ସ୍ଟେନୋସିସ

ଉଇକିପିଡ଼ିଆ‌ରୁ
Carotid artery stenosis
Carotid artery disease[୧]
Carotid artery stenosis
ବିଭାଗVascular surgery
ଲକ୍ଷଣNone, stroke symptoms[୨][୧]
ବିପଦ କାରକSmoking, high blood pressure, high cholesterol, inactivity, diabetes, family history[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୨]
ସଠିକ ରୋଗ ନିର୍ଣ୍ଣୟMigraine[୨]
ପ୍ରତିକାରHealthy lifestyle[୩]
ଚିକିତ୍ସାMedications, carotid endarterectomy, thrombolysis, carotid artery stenting[୨]
ପୁନଃପୌନିକ6 per 100,000 people (symptomatic)[୨]

କ୍ୟାରୋଟିଡ ଧମନୀ ସ୍ଟେନୋସିସ ରୋଗରେ କ୍ୟାରୋଟିଡ ଧମନୀର ଯେକୌଣସି ଅଂଶ ସରୁ ହୋଇଯାଏ । [୧] ଅଧିକାଂଶ ସମୟରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ;[୧] କିନ୍ତୁ ଅତ୍ୟଧିକ ସଂକୀର୍ଣ୍ଣ ହୋଇଗଲେ ଷ୍ଟ୍ରୋକ ଭଳି ଲକ୍ଷଣ ଦେଖାଦେଇପାରେ | [୨] ଜଟିଳତା ମଧ୍ୟରେ ଷ୍ଟ୍ରୋକ କିମ୍ବା କ୍ଷଣସ୍ଥାୟୀ ଅଳ୍ପରକ୍ତ‌ତା ଆକ୍ରମଣ (TIA) ଅନ୍ତର୍ଭୁକ୍ତ ହୋଇପାରେ | [୨]

ଦୂମ‌ପାନ, ଉଚ୍ଚ ରକ୍ତଚାପ, ଉଚ୍ଚକୋଲେଷ୍ଟେରଲ, ନିଷ୍କ୍ରିୟତା, ମଧୁମେହ ଏବଂ ପାରିବାରିକ ଇତିହାସ ମଧ୍ୟରେ ବିପଦ କାରଣଗୁଡିକ ଅନ୍ତର୍ଭୁକ୍ତ ହୋଇଥାଏ | [୨][୩] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ସାଧାରଣତଃ ଆଥେରୋସ୍କ୍ଲେରୋସିସ ଜଡ଼ିତ ହୋଇଥାଏ ଯଦିଓ ଫାଇବ୍ରୋମସ୍କୁଲାର ଡିସପ୍ସାସିଆ କିମ୍ବା କାରୋଟିଡ ଧମନୀ ବିଚ୍ଛେଦନ ମଧ୍ୟ ଜଡ଼ିତ ହୋଇପାରେ | [୨] ରୋଗ ନିର୍ଣ୍ଣୟ ପ୍ରାୟ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ କରାଯାଏ | [୨]

ପ୍ରତିଷେଧ ଏବଂ ଚିକିତ୍ସା ନିମନ୍ତେ ଏକ ସୁସ୍ଥ ଜୀବନ ଶୈଳୀ ଗ୍ରହଣ କରିବା ଆବଶ୍ୟକ ହୁଏ | [୩] ଅବରୋଧ କାରଣରୁ ହଠାତ୍ ଲକ୍ଷଣ ସୃଷ୍ଟି ହୋଇଥିଲେ କ୍ୟାରୋଟିଡ ଏଣ୍ଡଆର୍ଟେରେକ୍ଟୋମି କିମ୍ବା ଥ୍ରୋମ୍ବୋଲାଇସିସ କରାଯାଇପାରେ | [୨] ଦୀର୍ଘ ଦିନ ଧରି ଅବରୋଧ ଥିଲେ ସାଧାରଣତଃ ଔଷଧ ବ୍ୟବହୃତ ହୁଏ | [୨] ଯେଉଁମାନଙ୍କର ୫୦%ରୁ ୯୯% ମଧ୍ୟରେ ଅବରୋଧ ଥାଏ ଏବଂ ଲକ୍ଷଣ ବିକଶିତ ହୋଇଥାଏ, ସେମାନଙ୍କ ନିମନ୍ତେ ୨ ସପ୍ତାହ ମଧ୍ୟରେ କ୍ୟାରୋଟିଡ ଏଣ୍ଡଆର୍ଟେରେକ୍ଟୋମି ବା କ୍ୟାରୋଟିଡ ଧମନୀ ସ୍ଟେଣ୍ଟିଙ୍ଗ କରିବାକୁ ପରାମର୍ଶ ଦିଆଯାଏ | [୨]

ଲକ୍ଷଣ ସୃଷ୍ଟିକାରୀ କ୍ୟାରୋଟିଡ ଧମନୀ ଷ୍ଟେନୋସିସ ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୬ ଜଣକୁ ହୋଇଥାଏ | [୨] କାରୋଟିଡ ଧମନୀ ରୋଗ ହେତୁ ପ୍ରାୟ ଏକ ତୃତୀୟାଂଶ ଷ୍ଟ୍ରୋକ ହୁଏ। [୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [୨] ବୟସ ବୃଦ୍ଧି ସହିତ ଏହା ଅଧିକ ସାଧାରଣ ହୋଇଯାଏ | [୨] କ୍ୟାରୋଟିଡ ଧମନୀ ଷ୍ଟେନୋସିସ ଏବଂ ଷ୍ଟ୍ରୋକ ମଧ୍ୟରେ ସମ୍ବନ୍ଧ ଥିବା କଥା ଅତିକମରେ ୧୮୫୬ ମସିହା ପରଠାରୁ ବର୍ଣ୍ଣନା କରାଯାଇଛି [୪] ୧୯୫୦ ଦଶକ ପରଠାରୁ ଅସ୍ତ୍ରୋପଚାର ଚିକିତ୍ସା ବ୍ୟବହୃତ ହୋଇଥିଲା | [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Carotid Artery Disease (Carotid Artery Stenosis): Treatments". Cleveland Clinic. Retrieved 14 May 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Qaja, E; Tadi, P; Theetha Kariyanna, P (January 2021). "Carotid Artery Stenosis". PMID 28723054. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ "Carotid Artery Disease | NHLBI, NIH". www.nhlbi.nih.gov. Retrieved 14 May 2021.
  4. Nicolaides, Andrew; Beach, Kirk W.; Kyriacou, Efthyvoulos; Pattichis, Constantinos S. (2011). Ultrasound and Carotid Bifurcation Atherosclerosis (in ଇଂରାଜୀ). Springer Science & Business Media. p. 34. ISBN 978-1-84882-688-5.
  5. Nicolaides, Andrew; Beach, Kirk W.; Kyriacou, Efthyvoulos; Pattichis, Constantinos S. (2011). Ultrasound and Carotid Bifurcation Atherosclerosis (in ଇଂରାଜୀ). Springer Science & Business Media. p. 34. ISBN 978-1-84882-688-5.