କ୍ଷଣସ୍ଥାୟୀ ବୈଶ୍ୱିକ ବିସ୍ମୃତି

ଉଇକିପିଡ଼ିଆ‌ରୁ
Transient global amnesia
Abnormal hippocampus findings consistent with transient global amnesia on MRI
ବିଭାଗNeurology
ଆକ୍ରାନ୍ତ ସମୟSudden[୧]
ଅବଧିUp to 24 hrs[୧]
କାରଣUnknown[୧]
ବିପଦ କାରକMigraines, family history[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other possible causes[୧][୨]
ସଠିକ ରୋଗ ନିର୍ଣ୍ଣୟToxins, stroke, seizure, migraine, concussion, encephalitis[୧]
ଚିକିତ୍ସାObservation[୧]
PrognosisGood[୧]
ପୁନଃପୌନିକ7 per 100,000 per year[୧]

କ୍ଷଣସ୍ଥାୟୀ ବୈଶ୍ୱିକ ବିସ୍ମୃତି (ଇଂରାଜୀ ଭାଷାରେ Transient global amnesia / TGA ) ଏକ ଅବସ୍ଥା ଯାହା ହଠାତ୍ ଆରମ୍ଭ ହୁଏ ଓ ଏହା ହେବା ସମୟରେ ଲୋକମାନେ ନୂତନ ସ୍ମୃତି ରଖିବାରେ ଅସମର୍ଥ ହୁଅନ୍ତି ।[୧] ସାମ୍ପ୍ରତିକ ଅତୀତ ସ୍ମୃତିକୁ ମନେ ରଖିବାରେ ମଧ୍ୟ ସମସ୍ୟା ହୋଇପାରେ । [୧] ସ୍ନାୟୁ ସମ୍ବନ୍ଧୀୟ ଅନ୍ୟ କୌଣସି ଲକ୍ଷଣ ସାଧାରଣତଃ ଉପସ୍ଥିତ ନଥାଏ ଏବଂ ଏହି ଅବସ୍ଥା ୨୪ ଘଣ୍ଟାରୁ କମ୍ ସମ‌ୟ ପର୍ଯ୍ୟନ୍ତ ରହିଥାଏ ।[୧]

ଏହାର କାରଣ ଅସ୍ପଷ୍ଟ ରହିଛି ।[୧] ଅଧକପାଳି ଏବଂ ପାରିବାରିକ ଇତିହାସ ଏହି ରୋଗର ସଙ୍କଟ ହୋଇପାରେ ।[୧] ଅଧିକ ଭାବପ୍ରବଣତା କିମ୍ବା ଶାରୀରିକ ଚାପ ଏହାକୁ ଟ୍ରିଗର କରିପାରେ ।[୧] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ ଉପରେ ନିର୍ଭର କରେ: ଷ୍ଟ୍ରୋକ, ଅପସ୍ମାର, ଏନସେଫାଲାଇଟିସ, ମାଇଗ୍ରେନ୍ ଏବଂ କନ୍‌କସନ ଇତ୍ୟାଦି ସମ୍ଭାବ୍ୟ ରୋଗ ନଥିଲେ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧] [୩] [୨]

ନୂତନ ସ୍ମୃତି କ୍ଷମତା ନ ଆସିବା ପର୍ଯ୍ୟନ୍ତ ଚିକିତ୍ସା ସାଧାରଣତଃ ବାରମ୍ବାର ପରୀକ୍ଷଣ ସହିତ ପର୍ଯ୍ୟବେକ୍ଷଣ କରାଯାଏ । [୧] ହ୍ରାସ ହୋଇଥିବା ସ୍ମୃତି ଶକ୍ତି ଅବଧି ସାଧାରଣତଃ ଫେରି ନଥାଏ ।[୧] ଫଳାଫଳ ଭଲ, ଯଦିଓ ୫% ଲୋକ ଏକ ବର୍ଷ ମଧ୍ୟରେ ଅନ୍ୟ ଏକ ଆକ୍ରମଣ ପାଇପାରନ୍ତି ।| [୧]

କ୍ଷଣସ୍ଥାୟୀ ବୈଶ୍ୱିକ ବିସ୍ମୃତି ବର୍ଷକୁ ପ୍ରାୟ ୧00,000 ଲୋକଙ୍କ ମଧ୍ୟରୁ ୭ ଜଣକୁ ପ୍ରଭାବିତ କରିଥାଏ ।[୧] ଏହା ସାଧାରଣତଃ ୫୦ ବର୍ଷରୁ ଅଧିକ ବୟସରେ ହୋଇଥାଏ ।[୧] ପୁରୁଷ ଏବଂ ସ୍ତ୍ରୀ ସମ ଭାବରେ ପ୍ରଭାବିତ ହୁଅନ୍ତି। [୧] ଏହା ପ୍ରଥମେ ୧୯୫୦ ଦଶକରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା | [୧]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ Faust, JS; Nemes, A (August 2016). "Transient Global Amnesia: Emergency Department Evaluation And Management". Emergency medicine practice. 18 (8): 1–20. PMID 27416582. Archived from the original on 2021-09-23. Retrieved 2021-09-18.
  2. ୨.୦ ୨.୧ Arena, JE; Rabinstein, AA (February 2015). "Transient global amnesia". Mayo Clinic proceedings. 90 (2): 264–72. doi:10.1016/j.mayocp.2014.12.001. PMID 25659242.
  3. Nehring, SM; Spurling, BC; Kumar, A (January 2021). "Transient Global Amnesia". PMID 28723030. {{cite journal}}: Cite journal requires |journal= (help)