କନ୍କସନ
କନ୍କସନ (Concussion) | |
---|---|
Mild brain injury, mild traumatic brain injury (mTBI), mild head injury (MHI), minor head trauma | |
ବିଭାଗ | ଆଶୁ ଚିକିତ୍ସା (Emergency medicine), ସ୍ନାୟୁ ବିଜ୍ଞାନ (neurology) |
ଲକ୍ଷଣ | ମୁଣ୍ଡବିନ୍ଧା, ଚିନ୍ତନ, ସ୍ମରଣ ବା ଲୟ ରଖିବାରେ ସମସ୍ୟା, ଅଇ, ଝାପ୍ସା ଦୃଷ୍ଟି (blurry vision) ଓ ନିଦ୍ରା ବିଘ୍ନ ଓ ମନୋଦଶା ପରିବର୍ତ୍ତନ (mood changes)[୧] |
ଅବଧି | ୪ ସପ୍ତାହ ପର୍ଯ୍ୟନ୍ତ[୨] |
କାରଣ | ଗାଡ଼ି ଧକ୍କା (Motor vehicle collisions), ଦୁର୍ଘଟଣା ପତନ falls, କ୍ରୀଡ଼ା ଆଘାତ sports injuries, ସାଇକେଲ ଦୁର୍ଘଟଣା (bicycle accidents)[୩][୪] |
ବିପଦ କାରକ | ମଦ୍ୟପାନ (alcohol[୫] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ[୬] |
ପ୍ରତିକାର | ସାଇକେଲ ଓ ମଟର ସାଇକେଲ ଚଲେଇବା ବେଳେ ହେଲମେଟ (Helmet) ବ୍ୟବହାର ।[୩] |
ଔଷଧ | ପାରାସେଟାମୋଲ (acetaminophen), (NSAIDs)[୨] |
ଚିକିତ୍ସା | ଦୈହିକ ଓ ମାନସିକ ବିଶ୍ରାମ [୭][୨] |
ପୁନଃପୌନିକ | ବାର୍ଷିକ ୧୦୦୦ ଲୋକରେ ୬ ଜଣ[୩] |
କନ୍କସନ (ଇଂରାଜୀ ଭାଷାରେ Concussion, ଅନ୍ୟ ନାମ mild traumatic brain injury/mTBI) ଏକ ପ୍ରକାର ମୁଣ୍ଡ ଆଘାତ (head injury) ଯାହା ମସ୍ତିଷ୍କର କାର୍ଯ୍ୟକୁ (brain function) ଅସ୍ଥାୟୀ ରୂପରେ ପ୍ରଭାବିତ କରିଥାଏ ।[୮] ମୁଣ୍ଡ ବିନ୍ଧା, ଚିନ୍ତନ, ସ୍ମରଣ ବା ଲୟ ରଖିବାରେ ସମସ୍ୟା, ଅଇ, ଝାପ୍ସା ଦୃଷ୍ଟି (blurry vision) ଓ ନିଦ୍ରା ବିଘ୍ନ ଓ ମନୋଦଶା ପରିବର୍ତ୍ତନ (mood changes) ଇତ୍ୟାଦି ଲକ୍ଷଣମାନ ଏହି ଅବସ୍ଥାରେ ଦେଖାଯାଏ ।[୧] କେତେକ ଲକ୍ଷଣ ତୁତନ୍ତ ବାହାରେ ଓ ଆଉ କେତେକ ଆଘାତର କିଛି ଦିନ ପରେ ବାହାରେ ।[୧] କ୍ରୀଡ଼ା ସମ୍ପର୍କିତ କନ୍କସନ ହୋଇଥିବା ପିଲାଙ୍କ ମଧ୍ୟରୁ ୧୦% ଚେତା ହରେଇଥାଆନ୍ତି (loss of consciousness) ।[୯] କେତେକ ସ୍ଥଳରେ ଏହା ୪ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[୨]
ସାଧାରଣତଃ ଗାଡ଼ି ଧକ୍କା (Motor vehicle collisions), ଦୁର୍ଘଟଣା ପତନ falls, କ୍ରୀଡ଼ା ଆଘାତ sports injuries, ସାଇକେଲ ଦୁର୍ଘଟଣା (bicycle accidents) ଇତ୍ୟାଦି କାରଣରୁ ଏହି ଆଘାତ ହୁଏ ।[୩][୪] ମଦ୍ୟ ପାନ କଲେ ଏହି ଆଘାତ ହେବାର ସଙ୍କଟ ବଢ଼ିଯାଏ ।[୫] ମୁଣ୍ଡ ଉପରେ ପ୍ରତ୍ୟକ୍ଷ ଆଘାତ ହେଲେ ବା ଦେହର ଅନ୍ୟ ଅଂଶର ଆଘାତ ସଞ୍ଚାରିତ ହେଲେ ମଧ୍ୟ କନ୍କସନ ହୋଇପାରେ ।[୨] ନିଉରନମାନଙ୍କର ବେଠିକ କାର୍ଯ୍ୟଧାରା ଫଳରେ ଗ୍ଲୁକୋଜ ଆବଶ୍ୟକତା ବଢ଼ିଯାଏ କିନ୍ତୁ ରକ୍ତ ସରବରାହ କମିଯାଏ, ଫଳରେ ଏହି ଅବସ୍ଥା ଉପୁଜେ ।[୨] ଏହି ରୋଗ ନିର୍ଣ୍ଣୟ ନିମନ୍ତେ ୩୦ ମିନିଟରୁ କମ୍ ଚେତା ଶୂନ୍ୟ ରହିବା, ୨୪ ଘଣ୍ଟାରୁ କମ ସ୍ମରଣ ଶକ୍ତି ହ୍ରାସ ଓ ଗ୍ଲାସଗୋ କୋମା ସ୍କେଲ (Glasgo come scale) ସ୍କୋର ୧୩ରୁ ୧୫ ଥିବା ଆବଶ୍ୟକ ।[୬] ଏହାଠାରୁ ଅଧିକ ହେଲେ ମଧ୍ୟମ ବା ସାଂଘାତିକ ଆଘାତ ଜନିତ ମସ୍ତିଷ୍କ ଚୋଟ ନିର୍ଣ୍ଣୟ କରାଯାଏ (traumatic brain injury) ।[୬]
ସାଇକେଲ ବା ମୋଟର ସାଇକେଲରେ ଗଲାବେଳେ ସର୍ବଦା ହେଲମେଟ (helmet) ବ୍ୟବହାର କଲେ ପ୍ରତିଷେଧ ହୋଇପାରିବ ।[୩] ଦିନେ ଦୁଇ ଦିନ ବିଶ୍ରମ ନେବାପରେ ନିଜ କାମ କରିହୁଏ ।[୭][୨] ଅଧିକ ଦିନ ବିଶ୍ରାମ ନେଲେ ଅଧିକ ଖରାପ ହୁଏ ।[୨] ପାରାସେଟାମୋଲ ଓ ଏନଏସଏଆଇଡି (NSAIDs) ଆଦି ଔଷଧ ଯନ୍ତ୍ରଣା ନିମନ୍ତେ ଦିଆଯାଏ ।[୨] ଶରୀର ନିୟନ୍ତ୍ରଣ ଅସୁବିଧା ହେଲେ ଫିଜିଓଥେରାପି (Physiotherapy) ଓ ମନୋଦଶା ଖରାପ ଥିଲେ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) ଦିଆଯାଇପାରେ ।[୨] ହାଇପରବାରିକ ଅମ୍ଳଜାନ ଥେରାପି (hyperbaric oxygen therapy) ଓ ଚିରୋପ୍ରାକ୍ଟିକ (chiropractic therapy) ଥେରାପିର ଉପକାରୀତା ପ୍ରମାଣ ମିଳୁନି । [୨]
ପ୍ରତି ବର୍ଷ ପ୍ରାୟ ୧୦୦୦ ଲୋକରେ ୬ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୩] ଆଘାତ ଜନିତ ମସ୍ତିଷ୍କ ଚୋଟ ମଧ୍ୟରୁ ଏହା ଅତି ସାଧାରଣ ରୋଗ ।[୩] ପୁରୁଷ ଓ ଯୁବା ବୟସର ଲୋକମାନେ ଅଧିକ ଶିକାର ହୁଅନ୍ତି । [୩] କନ୍କସନ ରୋଗର ଫଳାଫଳ ସାଧାରଣତଃ ଉତ୍ତମ ରହେ ।[୧୦] ଗୋଟିଏ କନ୍କସନ ପୂର୍ବରୁ ଅନ୍ୟ ଏକ କନ୍କସନ ହୋଇ ଭଲ ହୋଇଯାଇଥିଲେ ସଦ୍ୟ କନ୍କସନର ଫଳ ନୈରାଶ୍ୟ ଜନକ ହୁଏ । [୧୧][୧୨] ବାରମ୍ବାର କନ୍କସନ ହେଲେ ପରବର୍ତ୍ତୀ ଜୀବନରେ କ୍ରନିକ ଟ୍ରମାଟିକ ଏନସେଫାଲୋପାଥି (chronic traumatic encephalopathy), ପାର୍କିନ୍ସନ୍ ରୋଗ ବା ଅବସାଦ (depression) ରୋଗ ସଙ୍କଟ ବୃଦ୍ଧି ପାଏ ।[୧୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "What are common TBI symptoms?". NICHD. Retrieved 18 December 2017.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Mahooti, N (January 2018). "Sports-Related Concussion: Acute Management and Chronic Postconcussive Issues". Child and adolescent psychiatric clinics of North America. 27 (1): 93–108. doi:10.1016/j.chc.2017.08.005. PMID 29157505.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Cassidy JD, Carroll LJ, Peloso PM, Borg J, von Holst H, Holm L, et al. (2004). "Incidence, risk factors and prevention of mild traumatic brain injury: Results of the WHO Collaborating Centre Task Force on Mild Traumatic Brain Injury". Journal of Rehabilitation Medicine. 36 (Supplement 43): 28–60. doi:10.1080/16501960410023732. PMID 15083870.
- ↑ ୪.୦ ୪.୧ Ropper AH, Gorson KC (2007). "Clinical practice. Concussion". New England Journal of Medicine. 356 (2): 166–72. doi:10.1056/NEJMcp064645. PMID 17215534. Archived from the original on 2010-01-06. Retrieved 2018-10-03.
- ↑ ୫.୦ ୫.୧ "What causes TBI?". www.nichd.nih.gov. Retrieved 18 December 2017.
- ↑ ୬.୦ ୬.୧ ୬.୨ "How do health care providers diagnose traumatic brain injury (TBI)?". www.nichd.nih.gov. Retrieved 18 December 2017.
- ↑ ୭.୦ ୭.୧ "What are the treatments for TBI?". www.nichd.nih.gov. Retrieved 18 December 2017.
- ↑ "Traumatic Brain Injury (TBI): Condition Information". NICHD. Retrieved 18 December 2017.
- ↑ Halstead, ME; Walter, KD; Council on Sports Medicine and, Fitness. (September 2010). "American Academy of Pediatrics. Clinical report—sport-related concussion in children and adolescents". Pediatrics. 126 (3): 597–615. doi:10.1542/peds.2010-2005. PMID 20805152.
- ↑ "Traumatic Brain Injury". Merck Manuals Professional Edition. October 2013. Retrieved 18 December 2017.
- ↑ "Sports-Related Concussion". Merck Manuals Consumer Version. Retrieved 18 December 2017.
- ↑ Academies, Committee on Sports-Related Concussions in Youth, Board on Children, Youth, and Families, Robert Graham, Frederick P. Rivara, Morgan A. Ford, and Carol Mason Spicer, editors; Institute of Medicine and National Research Council of the National (2014). Sports-related concussions in youth : improving the science, changing the culture. National Academies Press. p. Chapter 5. ISBN 978-0-309-28800-2. Retrieved 18 December 2017.
{{cite book}}
:|first1=
has generic name (help)CS1 maint: multiple names: authors list (link) - ↑ Kenneth Maiese (January 2008). "Concussion". The Merck Manual Home Health Handbook.
- ↑ "Traumatic Brain Injury (TBI): Condition Information". nichd.nih.gov/ (in ଇଂରାଜୀ). Retrieved 1 June 2018.