କୋମା
ICD-10 | R40.2 |
---|---|
ICD-9 | 780.01 |
ଭେଷଜ ବିଜ୍ଞାନରେ, କୋମା (ଗ୍ରୀକ ଶବ୍ଦ κῶμα koma, ଅର୍ଥ ଗଭୀର ନିଦ୍ରା) ଏକ ୬ ଘଣ୍ଟାରୁ ଅଧିକ ଅଚେତନ ଅବସ୍ଥା ଯେଉଁଠାରୁ ଜଣେ ଲୋକକୁ ଉଠେଇ ହୁଏନି, ପୀଡ଼ା ଦାୟକ ଉଦ୍ଦୀପନା, ଆଲୋକ ଓ ଶବ୍ଦ ପ୍ରୟୋଗ କଲେ ମଧ୍ୟ ବିଚଳିତ ହୁଏନି; ନିଦ୍ରା ଓ ଜାଗ୍ରତ ଚକ୍ର ଅଭାବ ଥାଏ ଓ କୌଣସି ସ୍ୱେଚ୍ଛାକୃତ କର୍ମ କରିପାରେନି.[୧] କୋମାରେ ଥିବା ଅବସ୍ଥାକୁ କୋମାଟୋଜ କହନ୍ତି ।
କୋମାଟୋଜ ରୋଗୀ କିଛି ଅନୁଭବ କରିପାରେ ନାହିଁ, କହିପାରେ ନାହିଁ, ଶୁଣିପାରେ ନାହିଁ ଓ ଚଳତ୍ଶକ୍ତିହୀନ ହୁଏ ।[୨] ଚେତନ ଅବସ୍ଥାରେ ରହିବା ନିମନ୍ତେ ଦୁଇଟି ସ୍ନାୟବିକ ଅଂଶକ ଆବଶ୍ୟକ । ପ୍ରଥାମଟି ଗ୍ରେ ମ୍ୟାଟର ଯାହା ସେରେବ୍ରାଲ କର୍ଟେକ୍ସର ବାହ୍ୟ ସ୍ତର । ଦ୍ୱିତୀୟଟି ରେଟିକ୍ୟୁଲାର ଆକ୍ଟିଭେଟିଙ୍ଗ ସିସ୍ଟମ ଯାହା ବ୍ରେନ ସ୍ଟେମ(RAS) ଭିତରେ ଥାଏ ।[୩][୪] ଏହି ଦୁଇଟିରୁ ଯେ କୌଣସି ଗୋଟିଏ ଆଘାତପ୍ରାପ୍ତ ହେଲେ କୋମା ହେବ । ଗ୍ରେ ମ୍ୟାଟରରେ ସ୍ନାୟୁମାନଙ୍କର ନ୍ୟୁକ୍ଲିଅସ ଥାଏ ।
ଆର.ଏ.ଏସ. ମଧ୍ୟରେ ଆସେଣ୍ଡିଙ୍ଗ ରେଟିକ୍ୟୁଲାର ଆକ୍ଟିଭେଟିଙ୍ଗ ସିସ୍ଟମ ଥାଏ ଯାହା ମସ୍ତିଷ୍କକୁ ଜାଗ୍ରତ କରାଏ ଓ ଏହା ରେଟିକ୍ୟୁଲାର ଫର୍ମେସନରୁ ଥାଲାମସ ମଧ୍ୟ ଦେଇ ସେରେବ୍ରାଲ କର୍ଟେକ୍ସକୁ ଯାଏ ।[୫] ଏହାର କର୍ମ ବାଧାପ୍ରାପ୍ତ ହେଲେ କୋମା ହୁଏ ।
ଚିହ୍ନ ଓ ଲକ୍ଷଣ
[ସମ୍ପାଦନା]ସାଧାରଣତଃ ଜଣେ ବ୍ୟକ୍ତି ନୁଜ ଇଚ୍ଛାରେ ଆଖି ଖୋଲି ନ ପାରିଲେ ସୁପ୍ତ-ଜାଗ୍ରତ ଚକ୍ର ନ ଥିଲେ, ତୀବ୍ର ବା ଯନ୍ତ୍ରଣାଦାୟକ ସ୍ପର୍ଷ ବା କଥା କହିବାଦ୍ୱାରା କୌଣସି ପ୍ରତିକ୍ରିୟା ନ ଦେଖେଇଲେ ଓ ଗ୍ଲାସ୍ଗୋ ସ୍କେଲରେ ୩ରୁ ୮ ସ୍କୋର ଥିଲେ[୮] କୋମାଟୋଜ ଅଛି ବୋଲି ଧରାଯାଏ ।[୧] ଆଘାତର ପ୍ରତିକ୍ରିୟା ସ୍ୱରୁପ ବେଳେ ବେଳେ ଶରୀର ଏଥିରୁ ସୁଧାର ଆଣିବା ନିମନ୍ତେ ସାଧାରଣ ଶାରୀରିକ କ୍ରିୟାକଳାପକୁ ସ୍ୱଳ୍ପ ସମୟ ନିମନ୍ତେ ବନ୍ଦ କରି କୋମାକୁ ଚାଲିଯାଏ । ସୁତରାଂ ଏହା ଏକ କ୍ଷତି ପୁରଣ ଅବସ୍ଥା ହୋଇପାରେ । ଏହାର ଗାମ୍ଭିର୍ଯ୍ୟ ଓ ପ୍ରାରମ୍ଭ କ୍ରିୟା ଅନ୍ତର୍ନିହିତ ରୋଗ ଉପରେ ନିର୍ଭର କରେ । ଉଦାହରଣ ସ୍ୱରୁପ ହାଇପୋଗ୍ଲାଇସେମିଆ(ସ୍ୱଳ୍ପ ରକ୍ତ ଶର୍କରା) ଓ ରକ୍ତରେ ଅଧିକ ଅଙ୍ଗାରକାମ୍ଳ(ହାଇପରକାପ୍ନିଆ) ଥିଲେ ପ୍ରାରମ୍ଭରେ ସାମାନ୍ୟ ଉତ୍ତେଜନା ଓ ମାନସିକ ଗୋଳମାଳ ହୁଏ କିନ୍ତୁ ଏହା ଅଗ୍ରସର ହୋଇ ଓବ୍ଟ୍ୟୁଣ୍ଡେସନ, ସ୍ଟୁପର ଓ ଅବଶେଷରେ ସମ୍ପୁର୍ଣ୍ଣ ଅଚେତନ ଅବସ୍ଥା ଆସେ । ଅନ୍ୟ ପକ୍ଷରେ ମସ୍ତିଷ୍କ ଆଘାତ ଓ ସବ୍ଆରାକ୍ନଏଡ ରକ୍ତସ୍ରାବ ହେଲେ ଅତିଶୀଘ୍ର କୋମା ହୁଏ ।
କାରଣ
[ସମ୍ପାଦନା]କୋମାର ଅନେକ କାରଣ ହୋଇପାଏ, ଯଥା; ମାଦକତା (ନିଶା ଅପବ୍ୟବହାର, ମାତ୍ରାଧିକ ପ୍ରେସ୍କ୍ରାଇବ୍ଡ ଔଷଧ, ନିଜେ ନିଜେ କିଣିଥିବା ଔଷଧ ଇତ୍ୟାଦି), ମେଟାବୋଲିକ ଅବ୍ୟବସ୍ଥା, କେନ୍ଦ୍ରୀୟ ସ୍ନାୟୁ ସିସ୍ଟମ ରୋଗ, ତୀବ୍ର ସ୍ନାୟବିକ ଆଘାତ ଯେପରିକି ସ୍ଟ୍ରୋକ ଓ ହାର୍ନିଏସନ, ହାଇପୋକ୍ସିଆ, ହାଇପୋଥର୍ମିଆ, ହାଇପୋଗ୍ଲାଇସେମିଆ ଓ ଆଘାତ ଯେପରିକି ମୁଣ୍ଡରେ ଆକ୍ସିଡେଣ୍ଟ । ଆଘାତ ପରେ ଉଚ୍ଚ ମସ୍ତିଷ୍କ କ୍ଷମତାର ସୁରକ୍ଷା ନିମନ୍ତେ ଓ ଅତ୍ୟଧିକ ଯନ୍ତ୍ରଣାରୁ ରକ୍ଷା କରିବା ନିମନ୍ତେ ମଧ୍ୟ କୋମା ଚିକିତ୍ସା କରାଯାଏ ।[୯]
ସମୁଦାୟ କୋମା ରୋଗୀଙ୍କ ମଧ୍ୟରୁ ୪୦% କେବଳ ନିଶା ଔଷଧର ବିଷାକ୍ତ ପ୍ରଭାବ ଯୋଗୁ ହୁଏ ।[୧୦] ନିଶାଔଷଧ ସିନାପ୍ସ କର୍ମକୁ ଦୁର୍ବଳ କରିଦେଇ ମସ୍ତିଷ୍କ୍କକୁ ଜାଗ୍ରତ କରିବାରୁ ବାଧା ଦିଏ ।[୫] ଏହାର ପ୍ରଭାବରେ ଅନିୟନ୍ତ୍ରିତ ନାଡ଼ି ଗତି, ରକ୍ତ ଚାପ, ଅନିୟମିତ ଶ୍ୱାସକ୍ରିୟା ଓ ଅଧିକ ଝାଳ ବାହାରି କୋମା ହୁଏ । ଚିକିତ୍ସାଳୟରେ ରୋଗୀ ପହଞ୍ଚିଲେ ଭେସ୍ଟିବୁଲାର-ଅକୁଲାର ରିଫ୍ଲେକ୍ସ ପରୀକ୍ଷା କରି ଆଖିର ପ୍ୟୁପିଲ(ପୁଅ) ଆକାର ଓ ଚକ୍ଷୁ ଡୋଳା ଗତି ଦେଖାଯାଏ ।[୫]
ଦ୍ୱିତୀୟ ବୃହତ୍ କାରଣ ହେଉଛି ହୃତପିଣ୍ଡ ରୋଗ ବା କାର୍ଡିଆକ ଆରେସ୍ଟ ଯାହା ସମୁଦାୟ କୋମାର ୨୫% ।[୧୦] ସ୍ନାୟୁମାନଙ୍କର କର୍ମକ୍ଷମତା ନିମନ୍ତେ ବହୁତ ଅମ୍ଳଜାନ ଆବଶ୍ୟକ ହୁଏ । ଅମ୍ଳଜାନ ଅଭାବରେ ନିଉରୋନାଲ ଏକ୍ସଟ୍ରାସେଲ୍ୟୁଲାର ସୋଡିୟମ ଓ କ୍ୟାଲସିୟମ କମିଯାଏ ଓ ଇନ୍ଟ୍ରାସେଲ୍ୟୁଲାର କ୍ୟାଲସିୟମ ସ୍ତର ବଢ଼ିଯାଏ ଯାହା ଫଳରେ ନିଉରନ କମ୍ୟୁନିକେସନ କ୍ଷତିଗ୍ରସ୍ତ ହୁଏ ।[୧୧] ଅମ୍ଳଜାନ ଅଭାବ ହେଲେ ଏଟିପି କମିଯାଏ, ସିସ୍ଟୋସ୍କେଲିଟନ ନଷ୍ଟ ହୁଏ, ନାଇଟ୍ରିକ ଏସିଡ ଅଧିକ ହୋଇ ଜୀବକୋଷ ନଷ୍ଟ ହୋଇଯାଏ ।
ସ୍ଟ୍ରୋକର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ୨୦% କୋମା ହୁଏ ।[୧୦] ସ୍ଟ୍ରୋକ ଯୋଗୁ ମସ୍ତିଷ୍କର ଗୋଟିଏ ଅଂଶକୁ ରକ୍ତ ସରବରାହ ବନ୍ଦ ହୋଇଯାଏ । ମସ୍ତିଷ୍କରେ ରକ୍ତସ୍ରାବ ଓ ଟ୍ୟୁମର ହେଲେ ମଧ୍ୟ ରକ୍ତ ସରବରାହ କମିଯାଇ ସ୍ନାୟୁକୋଷ ମରିଯାଆନ୍ତି ଓ କୋମା ହୁଏ ।
ଅତ୍ୟଧିକ ରକ୍ତସ୍ରାବ, ଅପପୁଷ୍ଟି(ମାଲନ୍ୟୁଟ୍ରିସନ), ହାଇପୋଥର୍ମିଆ, ହାଇପରଥର୍ମିଆ, ଅସାଧାରଣ ଶର୍କରା ସ୍ତର ଓ ଅନେକ ବାୟୋଲୋଜିକାଲ ଅବ୍ୟବସ୍ଥା ଯୋଗୁ ୧୫% କୋମା ହୁଏ ।
ରୋଗ ନିର୍ଣ୍ଣୟ
[ସମ୍ପାଦନା]କୋମାର ରୋଗ ନିର୍ଣ୍ଣୟ ଅତି ସହଜ, କିନ୍ତୁ କେଉଁ ରୋଗ ଯୋଗୁ କୋମା ହୋଇଛି ତାହା ଜାଣିବା ବେଳେ ବେଳେ ଚାଲେଞ୍ଜିଙ୍ଗ ହୁଏ । ଏହି ରୋଗୀ ଆସିଲେ ପ୍ରଥମେ ତାହାକୁ ଏ.ବି.ସି.(ଶ୍ୱାସନଳୀ, ଶ୍ୱାସକ୍ରିୟା ଓ ରକ୍ତ ସଞ୍ଚାଳନ ବା ଇଂରାଜୀରେ A-airway, B-breathing, C- circulation) ପଦ୍ଧତିରେ ସ୍ଟାବିଲାଇଜ କରିବାକୁ ହୁଏ । ଥରେ ଓଗୀ ସ୍ଟେବଲ ହୋଇଗଲା ପରେ କୋମାର କାରଣ ଖୋଜିବାକୁ ଇନଭେସ୍ଟିଗେସନ କରାଯାଏ । ଏହା ଜାଣିବା ନିମନ୍ତେ ରୋଗୀର ଶାରୀରିକ ପରୀକ୍ଷା, ଇମେଜିଙ୍ଗ ଓ ସ୍ପେସିଆଲ ପରୀକ୍ଷା କରାଯାଏ ନିର୍ଣ୍ଣୟାତ୍ମକ ସ୍ଟେପ ରୋଗୀ ଡାକ୍ତରଖାନାକୁ ଆସିବା ସଙ୍ଗେ ସଙ୍ଗେ ଅଚେତନତାର କାରଣ ଜାଣିବା ନିମନ୍ତେ କେତେକ ନିର୍ଣ୍ଣୟାତ୍ମକ ପରୀକ୍ଷା କରାଯାଏ । ୟଙ୍ଗ[୫] ମତରେ ନିମ୍ନ ଲିଖିତ ସ୍ଟେପ ନିଆଯିବା କଥା:
- ମେଡିକାଲ ଇତିହାସ ଓ ରୋଗୀର ସାଧାରଣ ପରୀକ୍ଷା ।
- ରୋଗୀ ପ୍ରକୃତରେ କୋମାରେ ଅଛି କି ନାହିଁ । ଏହା ସାଇକୋଜେନିକ କି ନାହିଁ, ଭଲ ରୂପେ ପରୀକ୍ଷା କରି ଦେଖିବାକୁ ହୁଏ ।
- ମସ୍ତିଷ୍କର କେଉଁ ସ୍ଥାନ ରୋଗଗ୍ରସ୍ତ ହୋଇଛି ଓ ତାହାର ଭୟାବହତା କେତେ ତାହା ଗ୍ଲାସଗୋ ସ୍କେଲରେ ସ୍ଥିର କରିବାକୁ ହୁଏ ।
- ରକ୍ତ ପରୀକ୍ଷା କରିବାକୁ ପଠେଇ ଔଷଧ ଜନିତ କି ହାଇପୋ/ ହାଇପର ଭେଣ୍ଟିଲେସନ ଯୋଗୁ ହୋଇଛି ନିର୍ଣ୍ଣୟ କରିବାକୁ ହୁଏ ।
- ସେରମ ଗ୍ଲୁକୋଜ, କ୍ୟାଲସିୟମ, ସୋଡ଼ିୟମ, ପୋଟାସିୟମ, ମ୍ୟାଗନେସିୟମ, ଫସଫେଟ, ୟୁରିଆ ଓ କ୍ରିଏଟିନିନ ସ୍ତର ପରୀକ୍ଷା କରି ଦେଖାଯାଏ ।
- ସିଟି ବା ଏମ.ଆର.ଆଇ. କରାଯାଏ ।
- ଇ.ଇ.ଜି. କରି ମସ୍ତିଷ୍କର କ୍ରିୟାକଳାପ ମନିଟର କରାଯାଏ ।
ପ୍ରାରମ୍ଭିକ ଆସେସମେଣ୍ଟ ଓ ଇଭାଲୁଏସନ
[ସମ୍ପାଦନା]ରୋଗୀର ଚେତନାବସ୍ଥା ଜାଣିବା ନମନ୍ତେ AVPU(Alert, vocal stimuli, painful stimuli, unresponsive) ସ୍କେଲ ବ୍ୟବହାର କରାଯାଏ । ଏହା ଅନୁସାରେ ରୋଗୀର ପ୍ରତିକ୍ରିୟା ଅନୁଶୀଳନ କରାଯାଏ । ମତେ ଶୁଣିପାରୁଛନ୍ତି କି କହି ତାହାର ଉତ୍ତର, ରୋଗୀକୁ ଚିମୁଟିଦେଇ ତାର ପ୍ରତିକ୍ରିୟା ଅଥବା ସମ୍ପୁର୍ଣ୍ଣ ପ୍ରତିକ୍ରିୟାହୀନ; ଏ ସମସ୍ତ ଦେଖାଯାଏ । ଗ୍ଲାସ୍ଗୋ ସ୍କେଲରେ ମସ୍ତିଷ୍କର ଆଘାତ ପରିମାଣ ନିର୍ଣ୍ଣୟ କରାଯାଏ । ଏଥିରେ ୩ରୁ ୧୫ ପର୍ଯ୍ୟନ୍ତ ସ୍କେଲ ଥାଏ ଯାହା ସାମାନ୍ୟରୁ ଅଧିକତମ ଆଘାତ ଦର୍ଶାଏ ।
ଗଭୀର ଚେତନଶୂନ୍ୟତାରେ ଅମ୍ଳଜାନ ଅଭାବ ଦେଖାଯାଇପାରେ, କାରଣ ଏହି ସମୟରେ ଗଳା ଓ ମୁଖମଣ୍ଡଳର ମାଂସପେଶୀ ଶୀଥିଳ ହୋଇଯାଅନ୍ତି ଓ ପ୍ରଶ୍ୱାସ-ନିଶ୍ୱାସ କ୍ରିୟା ସମୁଚିତ ଭାବେ ସାଧିତ ହୋଇପାରେ ନାହିଁ । ଏଥି ନିମନ୍ତେ ଓରୋଫାଇଞ୍ଜିଆଲ ଏୟାରୱେ, ନାଜୋଫାରିଞ୍ଜିଆଲ ଏୟାରୱେ ଓ ଏଣ୍ଡୋଟରାକିଆଲ ଟ୍ୟୁବର ସାହାଯ୍ୟ ନିଆଯାଏ ।
ଶାରୀରିକ ପରୀକ୍ଷା
[ସମ୍ପାଦନା]ରୋଗୀ ଟିକିଏ ସ୍ଥିତାବସ୍ଥାକୁ ଆସିଲା ପରେ ଶାରୀରିକ ପରୀକ୍ଷା ତନ୍ନ ତନ୍ନ କରି ଦେଖିବା ଆବଶ୍ୟକ । ଶ୍ୱାସକ୍ରିୟା ପଦ୍ଧତି, ଶରୀରର ରକ୍ତ ସଞ୍ଚାଳନ ଓ ଅବସ୍ଥା ସହ ବିଭିନ୍ନ ରିଫ୍ଲେକ୍ସର ଉପସ୍ଥିତି ପରୀକ୍ଷା କରି ଦେଖାଯାଏ । ସ୍ପେସିଆଲ ରିଫ୍ଲେକ୍ସ ଯେପରିକି ଓକୁଲୋସେଫାଲିକ ରିଫ୍ଲେକ୍ସ, ଓକୁଲୋଭେସ୍ଟିବୁଲାର ରିଫ୍ଲେକ୍ସ, କର୍ନିଆଲ ରିଫ୍ଲେକ୍ସ, ଗାଗ ରିଫ୍ଲେକ୍ସ ଓ ନାଜାଲ ଟିକ୍ଲ ଆଦି ଦେଖାଯାଏ ।
ରୋଗୀର ମେଟାବୋଲିଜ୍ମ, ଫ୍ଲୁଇଡ ସ୍ଟାଟସ, ହୃତ୍ପିଣ୍ଡ କ୍ରିୟା, ରକ୍ତନଳୀ ସ୍ୱାସ୍ଥ୍ୟ ଓ ତନ୍ତୁ ଅମ୍ଳଜାନ ଇତ୍ୟାଦି ଜାଣିବା ନିମନ୍ତେ ରକ୍ତଚାପ, ମଳଦ୍ୱାର ଉତ୍ତାପ, ନାଡ଼ୀ ଗତି ହାର, ଶ୍ୱାସକ୍ରିୟା ଗତି ହାର ଓ ଅମ୍ଳଜାନ ସାଚୁରେସନ ଇତ୍ୟାଦି ଦେଖାଯାଏ ।
କୋମାଟୋଜ ରୋଗୀର ଶ୍ୱାସକ୍ରିୟା ତାଳ ଓ ଲୟ ଅନୁଶୀଳନ ଅତି ଗୁରୁତ୍ତ୍ୱପୂର୍ଣ୍ଣ । ଚେନସ୍ଟ୍ରୋକ (Cheyne-Stokes) ଶ୍ୱାସକ୍ରିୟାରେ ଶ୍ୱାସ ବନ୍ଦ ଓ ଅତ୍ୟଧିକ ଶ୍ୱାସ ଏକାନ୍ତର ଭାବେ ଚାଲୁରହେ । ଏହା ଅତି ବିପଦଜନକ ଅବସ୍ଥା । ପେଣ୍ଡିଙ୍ଗ ହାର୍ନିଏସନ, କର୍ଟିକାଲ ଲିଜନ] କିମ୍ବା ବ୍ରେନସ୍ଟେମ ନଷ୍ଟ[୩] ହେଲେ ଏହିପରି ସୂଚନା ଦେଖାଯାଏ । ଆପନିଉସ୍ଟିକ ଶ୍ୱାସରେ (apneustic breathing) ହଠାତ ଶ୍ୱାସକ୍ରିୟା ବନ୍ଦ ହୋଇଯାଏ ଓ ପନ୍ସ ଲିଜନରେ[୧][୩] ଏହା ହୁଏ । ମେଡୁଲା ଲିଜନରେ ଆଟାଭିସ୍ଟିକ ଶ୍ୱାସକ୍ରିୟା (Ataxic breathing ) ହୁଏ ।
କୋମା ରୋଗୀର ଅଙ୍ଗଭଙ୍ଗୀରୁ ମସ୍ତିଷ୍କର କେଉଁ ସ୍ଥାନ ନଷ୍ଟ ହୋଇଛି ଅନୁମାନ କରି ଜାଣିହୁଏ । ରୋଗୀ ଯଦି ସଳଖ ଭାବେ ଉପରକୁ ମୁହଁ କରି ଶୋଇଛି, ଦୁଇ ଗୋଡ଼ ସିଧାସଳଖ ରହିଛି, ଦୁଇ ବାହୁ ଦେହ ପାଖରେ ଅଛି ଓ କହୁଣିଠାରେ ପ୍ରବାହୁ(forearm) ବଙ୍କା ହୋଇରହିଛି ତାହାହେଲେ ଏହାକୁ ଡିକର୍ଟିକେଟ ଭଙ୍ଗିମା କୁହାଯାଏ ଓ ରେଡ୍ ନ୍ୟୁକ୍ଲିଅସ ସ୍ଥାନରେ ବା ତା ଉପରେ ମସ୍ତିଷ୍କ ନଷ୍ଟ ହୋଇଛି ବୋଲି ଧରାଯାଏ । ରେଡ୍ ନ୍ୟୁକ୍ଲିଅସ ତଳକୁ ନଷ୍ଟ ହୋଇଥିଲେ ଶରୀର ଭଙ୍ଗିମାକୁ ଡିସେରିବ୍ରେଟ ଭଙ୍ଗିମା କୁହାଯାଏ । ଏଥିରେ ବାହୁ, ପ୍ରବାହୁ ସମସ୍ତ ସିଧା ଦେହ ପାଖରେ ରହେ, ନିମ୍ନ ଅବୟବ ସିଧା ଲମ୍ବା ହୋଇ ରହିଥାଏ ।
ଓକୁଲୋସେଫାଲିକ ରେଫ୍ଲେକ୍ସ - ଏହାଦ୍ୱାରା ବ୍ରେନସ୍ଟେମ ଠିକ୍ ଅଛି କି ନାହିଁ ଜଣାପଡ଼େ । ଉପରକୁ ଶୋଇରହିଥିବା ରୋଗୀର ଦୁଇ ଆଖିପତାକୁ ଧୀରେ କପାଳ ଆଡ଼କୁ ଟାଣି ମୁଣ୍ଡକୁ ବାମ କଡ଼କୁ ଘୁରାଇ ଦେଇ ଡୋଳା ଡାହାଣ ଦିଗକୁ ଗତି କରୁଛି କି ନାହିଁ ଅନୁଶୀଳନ କରାଯାଏ; ସେହିପରି ଡାହାଣ ଦିଗକୁ ମୁଣ୍ଡକୁ ବୁଲାଇ ବାମ ଦିଗକୁ ଡୋଳା ଗତି କରୁଛି କି ନାହିଁ ଦେଖାଯାଏ । ଯଦି ବିପରୀତ ଦିଗକୁ ଡୋଳା ଗତି କରେ ତାହାହେଲେ ବ୍ରେନସ୍ଟେମ ଠିକ ଅଛି । ଯଦି ଦୁଇ ଆଖି ଏକଦିଗକୁ ବୁଲେନାହିଁ ତାହେଲେ ସେହି ଦିଗରେ ଥିବା ବ୍ରେନସ୍ଟେମରେ ଆଘାତ ଥିବା ଜଣାଯାଏ । ଯଦି ଗୋଟିଏ ଆଖି ବୁଲେନାହିଁ ତାହେଲେ ମିଡିଆଲ ଲଙ୍ଗିଚୁଡିନାଲ ଫାସିକୁଲସ ନଷ୍ଟ ହୋଇଥିବା ଜଣାଯାଏ । କ୍ୟାଲୋରିକ ରିଫ୍ଲେକ୍ସ - ଏହି ପରୀକ୍ଷାରେ ଥଣ୍ଡା ପାଣି ଗୋଟିଏ କାନ ଭିତରକୁ ଇଞ୍ଜେକ୍ଟ କରାଯାଏ ଓ ଡୋଳାର ଗତି ଦେଖାଯାଏ । ଆଖି ଡୋଳା ଯଦି ଧୀରେ ସେହି କାନ ଆଡ଼କୁ ବୁଲେ ତେବେ ବ୍ରେନସ୍ଟେମ ଠିକ ଅଛି ଧରାଯାଏ । ଯଦି ନ ବୁଲେ ତାହାହେଲେ ବ୍ରେନସ୍ଟେମ ନଷ୍ଟ ହେବା ଜଣାଯାଏ । ଯଦି ରୋଗୀ ଚେତନ ଅବସ୍ଥାରେ ଅଛି ବା ଅଳସୁଆ ହୋଇ ଶୋଇଛି ତାହେଲେ ଦୃତ ନିସ୍ଟାଗମସ ଅନ୍ୟ ଦିଗଆଡ଼କୁ ହୁଏ ଓ ଏଥି ନିମନ୍ତେ କର୍ଟେକ୍ସ ଦାୟୀ ।
କ୍ରାନିଆଲ ସ୍ନାୟୁ(Cranial nerves; C.N. ବା କ୍ରା.ସ୍ନା.) ଆକଳନ କରିବା ଏକ ଗୁରୁତ୍ତ୍ୱପୁର୍ଣ୍ଣ କାମ । ଅଚେତନ ଅବସ୍ଥାଯୋଗୁ ଅଲ୍ପ କେତେକ ସ୍ନାୟୁ ଆକଳନ କରିହୁଏ । ଏଗୁଡ଼ିକ ମଧ୍ୟରେ କ୍ରା,ସ୍ନା, ୨, ୩, ୫, ୭, ୯ ଓ ୧୦ । କ୍ରା.ସ୍ନା.୯ ଓ ୧୦ ଗ୍ୟାଗ ରିଫ୍ଲେକ୍ସଦ୍ୱାରା ଆକଳନ କରାଯାଏ । ଆଲୋକକୁ ପ୍ରତିକ୍ରିୟା ଦେଖାଇଲେ କ୍ରା.ସ୍ନା.୩ (ବା ଏହାର ପାରାସିମ୍ପାଥେଟିକ ଫାଇବର) ଠିକ ଅଛି ବୋଲି ଜଣାଯାଏ । କର୍ନିଆଲ ରିଫ୍ଲେକ୍ସ ସଠିକ ଥିଲେ କ୍ରା.ସ୍ନା.୭ ଓ ୫ ଠିକ ଥିବା ଜଣାଯାଏ ।
ଆଖି ପିତୁଳା ଆକଳନ କଲେ କୋମାର କାରଣ ବିଷୟରେ ଅନେକ ସୂଚନା ମିଳେ । ନିମ୍ନରେ ଦତ୍ତ ଟେବୁଲରେ ଟେକ୍ନିକାଲ ଓ ମେଡିକାଲ ଗାଇଡଲାଇନରେ କେତେକ ସାଧାରଣ ପିତୁଳା ପରୀକ୍ଷାଲବ୍ଧ ସୂଚନା ଓ ତାହାର ଭାଷାନ୍ତର ଦିଆଗଲା ।[୩]
ଆଖି ପିତୁଳା ଆକାର (ବାମ ବନାମ ଡାହାଣ) | ସମ୍ଭାବ୍ୟ ବ୍ୟାଖ୍ୟା |
---|---|
ସାଧାରଣ ଆଖି, ଦୁଇ ଆଖି ପିତୁଳା ସମାନ ଆକାର ଓ ସମାନ ଆଲୋକ ପ୍ରତିକ୍ରିୟା । ଏହା ଅର୍ଥ ସମ୍ଭବତଃ କୋମା ନାହିଁ । ନିଶା ବା ନିଦ ପ୍ରଭାବରେ ଅଛି । | |
”ପିନ ମୂନ” ପିତୁଳା – ହିରୋଇନ କିମ୍ବା ଅଫିମ ନିଶାର ଯୋଗୁ କୋମା ହୋଇଛି । ଏହି ଆଖି ପିତୁଳା (ଉଭୟ ଆଖିରେ) ତଥାପି ଆଲୋକକୁ ପ୍ରତିକ୍ରିୟା ଦେଖାଉଛି । ପନ୍ସ ଆଘାତ ଆଉ ଏକ ସମ୍ଭାବନା ହୋଇପାରେ । [୩] | |
ଗୋଟିଏ ପିତୁଳା ସଠିକ ଥିବାବେଳେ ଅନ୍ୟଟି ବିସ୍ଫାରିତ ଅଛି । ଏଠାରେ ବାମ ଆଖି ସାଧାରଣ ଓ ଡାହାଣ ଆଖି ବିସ୍ଫାରିତ) ଅକୁଲୋମୋଟୋର ସ୍ନାୟୁ ଆଘାତପ୍ରାପ୍ତ ହୋଇଥାଇପାରେ ବା ରକ୍ତନଳୀ ଅସୁବିଧା ଥାଇପାରେ । |
ଇମେଜ ଓ ବିଶେଷ ପରୀକ୍ଷା ଫଳ
[ସମ୍ପାଦନା]ମସ୍ତିଷ୍କ ଇମେଜିଙ୍ଗରେ ସିଟି ସ୍କାନ ଓ ଏମ.ଆର.ଆଇ. କରି ମସ୍ତିଷ୍କ ଭିତରେ ରକ୍ତସ୍ରାବ ବା ମସ୍ତିଷ୍କର ହାର୍ନିଆ ହୋଇଥିଲେ ଜଣାପଡ଼ିଯାଏ । ବିଶେଷ ପରୀକ୍ଷା ଯେପରିକି ଇ.ଇ.ଜି.ଦ୍ୱାରା ମସ୍ତିଷ୍କର କାର୍ଯ୍ୟକଳାପ ସ୍ତର ଯେପରିକି ସେମାନ୍ଟିକ ପ୍ରୋସେସିଙ୍ଗ ଜଣାଯାଏ,[୧୨] ସିଜର(Seizures) ଉପସ୍ଥିତି ଓ ଗୁରୁତ୍ତ୍ୱପୁର୍ଣ୍ଣ ଉପଲବ୍ଧ ଟୁଲ ସାହାଯ୍ୟରେ ମସ୍ତିଷ୍କର କ୍ରିୟାକଳାପ ଜାଣିବା ସହ ରୋଗୀ ପୁନର୍ବାର ଜାଗ୍ରତ ହେବା ସମ୍ଭାବନା ସ୍ଥିର କରି ହୁଏ ।[୧୩] ଅଟୋନୋମସ ରେସପନ୍ସ ଯେପରିକି ସ୍କିନ କଣ୍ଡକ୍ଟାନ୍ସ ରେସପନ୍ସ ସାହାଯ୍ୟରେ ରୋଗୀର ଭାବପ୍ରବଣତା ବିଷୟରେ ସମ୍ୟକ ସୂଚନା ମିଳେ । [୧୪]
ଇତିହାସ
[ସମ୍ପାଦନା]ଯେ କୌଣସି ସ୍ନାୟୁ ରୋଗ ନିର୍ଣ୍ଣୟ ନିମନ୍ତେ ସଠିକ୍ ଇତିହାସ ଓ ଶାରୀରିକ ପରୀକ୍ଷା ଅନ୍ତ୍ୟନ୍ତ ମୌଳିକ ଅଟେ । ରୋଗୀ, ତାହାର ପରିବାର ଓ ସାଙ୍ଗସାଥୀଙ୍କଠାରୁ ଇତିହାସ ସଂଗ୍ରହ କରାଯାଏ । କୋମାର ଗଭୀରତା, ଅଗ୍ରଗତି ଓ ସମ୍ଭାବ୍ୟ ଫଳାଫଳ ନିରଦ୍ଧାରଣ ନିମନ୍ତେ ଗ୍ଲାସ୍ଗୋ କୋମା ସ୍କେଲ୍ ଅତୀବ ଉପକାରୀ ଓ ଆବଶ୍ୟକ । ସଠିକ ନିର୍ଣ୍ଣୟ ନିମନ୍ତେ ରୋଗୀ ପରୀକ୍ଷା, ଇମେଜିଙ୍ଗ ଓ ଇତିହାସ ଏକାନ୍ତ ଆବଶ୍ୟକ ।
ଗମ୍ଭୀରତା ଓ ବର୍ଗୀକରଣ
[ସମ୍ପାଦନା]କୋମାକୁ ପ୍ଲମ୍ ଓ ପୋସ୍ନର ୪ ଭାଗରେ ବିଭକ୍ତ କରି ବର୍ଗୀକରଣ[୩] କରିଛନ୍ତି ଯଥା (୧) ସୁପ୍ରାଟେଣ୍ଟୋରିଆଲ, (୨) ଇନ୍ଫ୍ରାଟେଣ୍ଟୋରିଆଲ, (୩) ମେଟାବୋଲିକ (୪) ଡିଫ୍ୟୁଜ୍ଡ । ଏହା କେବଳ ଆଘାତ ସ୍ଥାନ ନିରୁପଣ କରେ, ଗମ୍ଭୀରତା ବା ପୂର୍ବାନୁମାନ ବିଷୟରେ କିଛି ସୂଚନା ଦିଏନାହିଁ । କୋମାର ଗମ୍ଭୀରତା କେତେକ ସ୍ତର ମଧ୍ୟ ଦେଇ ନିରୁପିତ ହୁଏ । ରୋଗୀ ଏ ସମସ୍ତ ସ୍ତର ଦେଇ ଗତି ନ କରିପାରେ । ପ୍ରଥମେ ମସ୍ତିଷ୍କର ପ୍ରତିକ୍ରିୟା କମିଯାଏ, ସାଧାରଣ ରିଫ୍ଲେକ୍ସ ହଜିଯାଏ, ରୋଗୀ ଯନ୍ତ୍ରଣାକୁ ପ୍ରତିକ୍ରିୟା କରେନାହିଁ ଓ ଶଣିପାରେ ନାହିଁ ।
ଅନ୍ୟ ପକ୍ଷରେ ରାଞ୍ଚୋ ଲସ୍ ଆମିଗୋସ ସ୍କେଲ ଏକ ଜଟିଳ ସ୍କେଲ ଓ ଏହାର ଆଠଟି ସ୍ତର ଥାଏ । ପ୍ରଥମ କିଛି ସପ୍ତାହ କିମ୍ବା ମାସ ମଧ୍ୟରେ ଏହାଅ ବ୍ୟବହାର ହୁଏ ।
ଚିକିତ୍ସା
[ସମ୍ପାଦନା]ଡାକ୍ତରୀ ଚିକିତ୍ସା
[ସମ୍ପାଦନା]କୋମାର କାରଣ ଓ ଗମ୍ଭୀରତା ଉପରେ ଡାକ୍ତରଖାନା ଚିକିତ୍ସା ନିର୍ଭର କରେ । ସର୍ବୋତ୍ତମ ଚିକିତ୍ସା ଜଣାନଥିଲେ ମଧ୍ୟ ଆଡମିସନ ସଙ୍ଗେ ସଙ୍ଗେ ଇଣ୍ଟେନସିଭ କେୟାର ୟୁନିଟରେ ରୋଗୀକୁ ନିଆଯାଏ ।[୫] ସେଠାରେ ଶ୍ୱାସକ୍ରିୟା ମନିଟର ବା ନିରିକ୍ଷଣ କରାଯାଏ ତଥା ମସ୍ତିଷ୍କର ସି.ଟି. ସ୍କାନ କରାଯାଏ । ନଳୀ ମାଧ୍ୟମରେ ଶ୍ୱାସ କ୍ରିୟା (intubation and ventilation) ସମ୍ପାଦନ କରାଯାଏ । ଦରକାର ମୁତାବକ ଶିରା ମଧ୍ୟରେ (intravenous/ I.V.) ଫ୍ଲୁଇଡ ବା ତରଳ ପଦାର୍ଥ ଓ ରକ୍ତ ଦିଆଯାଏ । ରୋଗୀ ଗମ୍ଭୀର ଅବସ୍ଥାରୁ ସାଷ୍ଟମ ହେଲା ପରେ ସଂକ୍ରମଣ, ଘାଆ ବା ଅଲସର(decubitus ulcer), ନିମୋନିଆ ଆଦିକୁ ଚିକିତ୍ସା କରାଯାଏ ଓ ସନ୍ତୁଳିତ ଆହାର[୧୫] ଦିଆଯାଏ । ରୋଗୀ ଚାଲବୁଲ ନ କରି ପଡ଼ିରହୁଥିବାରୁ ବିଭିନ୍ନ ସଂକ୍ରମଣ ରୋଗ ସମସ୍ୟା ହେବା ସମ୍ଭାବନା ରହେ । ଶୋଇଥିବା ରୋଗୀକୁ ପ୍ରତି ୨ ବା ୩ ଘଣ୍ଟାରେ କଡ଼ ଲେଉଟେଇବାକୁ ହୁଏ । ଏହା ଅଲସର, ନିମୋନିଆ ଓ ଆଟେଲେକ୍ଟାସିଆରୁ ରକ୍ଷା କରେ । ରୋଗୀ ଖାଦ୍ୟ ନ ଖାଇପାରି ଗିଳିଦେବାଯୋଗୁ, ଗ୍ୟଗ ରିଫ୍ଲେକ୍ସ ନ ଥିବାରୁ ଖାଦ୍ୟ ନଳୀ ମାଧ୍ୟମରେ ସଂକ୍ରମଣ ହୁଏ । ବହୁତ ଦିନ ଧରି ପଡ଼ିରହିଲେ ଗଣ୍ଠି ଶକ୍ତ (contracture) ହୋଇ ବିକଳାଙ୍ଗ ହୁଏ ।
ରୋଗୀ ବିଛଣାରେ ପଡ଼ିରହି ବେଳେ ଛଟପଟ ହୁଏ ଓ ବାତ ମାରିପାରେ, ଏଣୁ ସ୍ୱତନ୍ତ୍ର ନିରୀକ୍ଷଣର ଅବଶ୍ୟକତା ଥାଏ । ଏହି ଅବସ୍ଥାରେ ଦେହରେ ଲାଗିଥିବ ନଳୀଗୁଡ଼ିକୁ ଟାଣି ଦେଇପାରେ । ରୋଗୀକୁ ଔଷଧ ଦେଇ ଶାନ୍ତ କରାଯାଏ । ଖଟରୁ ତଳେ ପଡ଼ି ନ ଯିବା ନିମନ୍ତେ ଖଟରେ ସାଇଡ ବାର ଦିଆଯାଏ ।[୧୫]
କୋମାରୁ ଜାଗ୍ରତ କରିବା ନିମନ୍ତେ ମସ୍ତିଷ୍କ ଫୁଲା କମେଇବା ଔଷଧ ଦିଆଯାଏ, ଓ ହାଇପୋଥର୍ମିଆ ଉପଚାର କରାଯାଏ । କାର୍ଡିଆକ ଆରେସ୍ଟ ହୋଇଥିବା ରୋଗୀମାନଙ୍କର ହାଇପୋଥର୍ମିଆ ମୂଖ୍ୟ ଚିକିତ୍ସା ଅଟେ । ଏହି ଚିକିତ୍ସାରେ ବାହାର ଓ ଇଣ୍ଟ୍ରାଭେନସ ଥଣ୍ଡା ପ୍ରୟୋଗ କରି ୨୪ ଘଣ୍ଟା ପର୍ଯ୍ୟନ୍ତ ରୋଗୀର ଉତ୍ତାପ ୨/୩ ଡିଗ୍ରୀ କମେଇ ଦିଆଯାଏ ।[୧୬] ୨୦୦୨ ମସିହାର ବାଲ୍ଡରଦୋଟ୍ଟିର(Baldursdottir) ଓ ସହକର୍ମୀମାନେ[୧୬] ଏହି ଚିକିତ୍ସା କରି ଦେଖିଲେ ଅନ୍ୟ ରୋଗୀଙ୍କ ଅପେକ୍ଷା ଏହି ଚିକିତ୍ସା ପ୍ରୟୋଗରେ ଅଧିକ ରୋଗୀ ବଞ୍ଚିଯାଉଛନ୍ତି । ଏହି କାରଣରୁ ଡାକ୍ତରଖାନାରେ କାର୍ଡିଆକ ଆରେସ୍ଟ ହୋଇ କୋମା ହୋଇଥିବା ସମସ୍ତ ରୋଗୀଙ୍କୁ ଏହି ଚିକିତ୍ସା କରାଯାଉଛି ।[୧୬]
ଆବେଗ ଆହ୍ୱାନ
[ସମ୍ପାଦନା]କୋମା ରୋଗୀର ବନ୍ଧୁ ପରିଜନ ତଥା ପ୍ରାଥମିକ ସ୍ୱାସ୍ଥ୍ୟକର୍ମୀମାନେ ଅନେକ ଆବେଗର ସମ୍ମୁଖୀନ ହୁଅନ୍ତି । ହତାଶା, କ୍ରୋଧ, ଉଦ୍ବିଗ୍ନତା ଓ ନାସ୍ତି ସୂଚନା ଆହ୍ୱାନ ଅଧିକ ଥାଏ । ରୋଗୀର ଯତ୍ନ ସମ୍ପର୍କରେ ପରିବାର ସଦସ୍ୟ ଓ ଆଶ୍ରିତଙ୍କ ସହ ବନ୍ଧୁତ୍ତ୍ୱପୂର୍ଣ୍ଣ ବାତାବରଣ ଓ ଚିକିତ୍ସକଙ୍କ ସହ ଉତ୍ତମ ସୌହାର୍ଦ୍ର୍ୟ ରକ୍ଷା କରିବା ଏକାନ୍ତ ଆବଶ୍ୟକ ।[୧୭]
ପୂର୍ବାନୁମାନ
[ସମ୍ପାଦନା]କୋମାରେ ଥିବା ରୋଗୀ କିଛି ଦିନ, କିଛି ସପ୍ତାହ ବା ଅନେକ ବର୍ଷ ଧରି ସେହି ଅବସ୍ଥାରେ ରହିପାରନ୍ତି । ତା ପରେ କୋମାରୁ ଉନ୍ନତି କରି ସାରିଲା ପରେ ମୃତ୍ୟୁ ବରଣ କରନ୍ତି ବା ଆଂଶିକ କୋମାରେ ଦୀର୍ଘ ଦିନ ଧରି ରହନ୍ତି (୪୨ ବର୍ଷ ପର୍ଯ୍ୟନ୍ତ ରେକର୍ଡ ଅଛି) ।[୧୮]
କୋମା ପର ଫଳାଫଳ ତାହାର କାରଣ, ସ୍ଥାନ, ଗମ୍ଭୀରତା ଓ ନଷ୍ଟ ସ୍ନାୟୁ ଉପରେ ନିର୍ଭର କରେ । ଗଭୀର କୋମାରେ ଅଛିର ଅର୍ଥ ନୁହେଁ ଯେ ତାହାର ପୁନରୁତ୍ଥାନ ସମ୍ଭାବନା ଅତି କମ । ଗଭୀର କୋମାରେ ଥିବା ରୋଗୀ ଭଲ ହେବା ଦେଖାଯାଇଛି ଓ ଅଳ୍ପ କୋମାରେ ଥିବା ରୋଗୀ ଆଦୌ ଭଲ ନ ହେବା ମଧ୍ୟ ଦେଖାଯାଇଛି ।
ଶାରୀରିକ, ବୁଦ୍ଧିଗତ ଓ ମାନସିକ ଅସୁବିଧା ନେଇ ରୋଗୀ ଆରୋଗ୍ୟ ହୁଏ । ଏହା ଅତି ଧୀରେ ହୁଏ । କେତେକ ରୋଗୀଙ୍କର ସାମାନ୍ୟ ମୌଳିକ ଉନ୍ନତି ଲାଭ ଛଡ଼ା ଅଧିକ କିଛି ହୁଏ ନାହିଁ କିନ୍ତୁ ଅନ୍ୟ କେତେକ ରୋଗୀ ସମ୍ପୁର୍ଣ୍ଣ ଚେତନ ଅବସ୍ଥାକୁ ଆସନ୍ତି ।[୧୯] ପ୍ରଥମେ କିଛି ଦିନ ଅଳ୍ପ କେତେକ ମିନିଟ ଜାଗ୍ରତ ହୁଅନ୍ତି ଏହି ସମୟ ସୀମା ଧିରେ ଧିରେ ଉନ୍ନତି କରେ । ସିନେମାରେ ଦେଖେଇବା ଭଳି କୋମାରୁ ଉଠି ସାଙ୍ଗେ ସାଙ୍ଗେ ସାଧାରଣ ଜୀବନ ବିତେଇବା ସମ୍ଭବ ନୁହେଁ । ବାସ୍ତବରେ କୋମାରୁ ଉଠି ରୋଗୀ କନଫ୍ୟୁଜନ ଅବସ୍ଥାରେ ରହେ, ସେ ସେଠାକୁ କିପରି ଆସିଲା ବୁଝି ପାରେନାହିଁ, ଭଲରେ କଥା କହି ପାରେ ନାହିଁ, ଶବ୍ଦ ସଠିକ ଭାବେ ମିଶ୍ରଣ କରିପାରେ ନାହିଁ ।
ପୁନରୁଦ୍ଧାରର ସମୀକ୍ଷା ପରିସଂଖ୍ୟନ ଅନୁସାରେ କଲେ ମଧ୍ୟ ସ୍ୱଳ୍ପ ସମ୍ଭାବନା ଥିବା ରୋଗୀ ଭଲ ହୋଇପାରେ । ସମୟ ହିଁ ସବୁଠାରୁ ଉତ୍ତମ ମାପକ । ମସ୍ତିଷ୍କ ଆଘାତର ଚାରି ମାସ ବିତି ଗଲା ପରେ ଆଶିଂକ ଉନ୍ନତିର ଆଶା ୧୫%, ସମ୍ପୁର୍ଣ୍ଣ ଆରୋଗ୍ୟ ଆଶା ଅତି କମ ।[୨୦]
ନିମୋନିଆ ଭଳି ସଂକ୍ରମଣ ଯୋଗୁ ଅଧିକାଂଶ ଲୋକ ମୃତ୍ୟୁବରଣ କରନ୍ତି । ଅନେକ ଦିନ ଧରି ଶୋଇ ରହିବା ଯୋଗୁ ଏହି ଅବସ୍ଥା ଉପୁଜେ ।
ବେଳେ ବେଳେ ଦୀର୍ଘ ସମୟ ପରେ ମଧ୍ୟ ଉନ୍ନତି ହେବା ପରିଲକ୍ଷିତ ହୁଏ । ଟେରି ୱାଲିସ କଥା କହିପାରିଥିଲେ ଓ ତାଙ୍କ ଚାରିପଟ ବିଷୟରେ ଅବଗତ ହୋଇପାରିଥିଲେ ।[୨୧] ୨୦୦୭ ମସିହାରେ ୧୯ ବର୍ଷର କୋମା ପରେ ଜାନ ଜେବସ୍କି ଆରୋଗ୍ୟ ଲାଭ କରିଥିଲେ ।
କୋମାରେ ଛଅ ବର୍ଷ ରହିବା ପରେ ଜଣେ ରୋଗୀର ମସ୍ତିଷ୍କରେ ଇଲେକଟ୍ରୋଡ(en:deep brain stimulation/DBS) ଦେଇ ଆଶିଂକ ଯୋଗାଯୋଗ କ୍ଷମତା ଉଦ୍ଧାର କରାଇ ପାରିଥିଲେ । କିଛି ସମୟ ନିମନ୍ତେ ନିଜକୁ ଜାଣିପାରୁଥିଲା ।[୨୨]
କିଛି ସେକଣ୍ଡ ବା କିଛି ମିନିଟର କୋମା ପରେ ଆଘାତ ପର ସ୍ମୃତିହୀନତା ଦେଖାଯାଏ ଯାହା କିଛି ଘଣ୍ଟାରୁ କିଛି ଦିନ ପର୍ଯ୍ୟନ୍ତ ରହେ । ଆରୋଗ୍ୟ ନିମନ୍ତେ ମାସ ମାସ ବିତିପାରେ । କିଛି ସପ୍ତାହ ଧରି କୋମାରେ ଥିଲେ ମାସ ଓ ବର୍ଷ ଧରି ଆରୋଗ୍ୟ ଧାରା ବଜାୟ ରହେ ।[୨୩]
ସମାଜ ଓ ସଂସ୍କୃତି
[ସମ୍ପାଦନା]ଡଃ ଏଲକୋ ଡିକ୍ସ, ଗବେଷକ, ଫିଲିମରେ ଦେଖାଯାଉଥିବା କୋମା ବିଷୟ ଲେଖି ୨୦୦୬ ମସିହାରେ ନିଉରୋଲୋଜି ପତ୍ରିକାର ପ୍ରକାଶ କରାଇଥିଲେ । ୧୯୭୦ରୁ ୨୦୦୪ ମସିହା ମଧ୍ୟରେ ତିଆରି ହୋଇଥିବା ୩୦ଟି ଫିଲିମ ଦେଖି ସେ ଅନୁଶୀଳନ କରିଥିଲେ ଯେ କେବଳ ଦୁଇଟି ଫିଲିମରେ କୋମାର ପ୍ରକୃତ ଚିତ୍ର ପ୍ରଦର୍ଶିତ ହୋଇଥିଲା । ବାକି ୨୮ଟି ଚିତ୍ରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ନ ଥାଇ ଆଶ୍ଚର୍ଯ୍ୟଜନକ ଆରୋଗ୍ୟ, ଅମୂଳକ ଚିକିତ୍ସାର ବର୍ଣ୍ଣନା ଓ ମାଂସପେଶୀ ସମ୍ପର୍ଣ୍ଣ କୋମା ରୋଗୀ ହୋଇଥିବା ଦର୍ଶାଯାଇଥିଲା ।[୨୪]
ଅଧିକ ତଥ୍ୟ
[ସମ୍ପାଦନା]ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।
- Brain death, lack of activity in both cortex, and lack of brainstem function
- Coma scale, a system to assess the severity of coma
- Induced coma, a deliberately caused coma to protect a patient's brain or during treatment
- Locked-in syndrome, Paralysis of most muscles, except ocular muscles of the eyes, while patient is conscious
- Persistent vegetative state (vegetative coma), deep coma without detectable awareness. Damage to the cortex, with an intact brainstem.
- Process Oriented Coma Work, for an approach to working with residual consciousness in comatose patients.
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Weyhenmyeye, James A.; Eve A. Gallman (2007). Rapid Review Neuroscience 1st Ed. Mosby Elsevier. pp. 177–9. ISBN 0-323-02261-8.
{{cite book}}
: CS1 maint: multiple names: authors list (link) - ↑ Bordini, A.L.; Luiz, T.F.; Fernandes, M.; Arruda, W. O.; Teive, H. A. (2010). "Coma scales: a historical review". Arquivos de neuro-psiquiatria. 68 (6): 930–937. doi:10.1590/S0004-282X2010000600019. PMID 21243255.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Hannaman, Robert A. (2005). MedStudy Internal Medicine Review Core Curriculum: Neurology 11th Ed. MedStudy. pp. (11–1) to (11–2). ISBN 1-932703-01-2.
- ↑ "Persistent vegetative state: A medical minefield". New Scientist: 40–3. July 7, 2007. See diagram.
- ↑ ୫.୦ ୫.୧ ୫.୨ ୫.୩ ୫.୪ Young, G.B. (2009). "Coma". Ann N Y Acad Sci. 1157 (1157): 32–47. Bibcode:2009NYASA1157...32Y. doi:10.1111/j.1749-6632.2009.04471.x.
- ↑ "Video of man at beginning of documented 3 month coma".
- ↑ "Video of man still nonresponsive to stimuli while in coma".
- ↑ Russ Rowlett. "Glasgow Coma Scale". University of North Carolina at Chapel Hill.
- ↑ Benjamin Werdro. "Induced Coma".
- ↑ ୧୦.୦ ୧୦.୧ ୧୦.୨ Liversedge, Timothy; Hirsch (2010). "Coma". Anaesthesia & Intensive Care Medicine. 11 (9): 337–339. doi:10.1016/j.mpaic.2010.05.008.
- ↑ Busl, K. M.; Greer, D. M. (2010). "Hypoxic-ischemic brain injury: Pathophysiology, neuropathology and mechanisms". NeuroRehabilitation: 5–13.
- ↑ Daltrozzo, J., Wioland, N., Mutschler, V., Lutun, P., Jaeger, A., Calon, B., Meyer, A., Pottecher, T., Lang, S., Kotchoubey, B. (2009c). Cortical Information Processing in Coma, Cognitive & Behavioral Neurology, 22(1), 53-62.[୧] Archived 2011-08-14 at the Wayback Machine.
- ↑ Daltrozzo, J., Wioland, N., Mutschler, V., Kotchoubey, B. (2007). Predicting Coma and other Low Responsive Patients Outcome using Event-Related Brain Potentials: A Meta-analysis. Clinical Neurophysiology, 118, 606-614.[୨] Archived 2011-08-14 at the Wayback Machine.
- ↑ Daltrozzo, J., Wioland, N., Mutschler, V., Lutun, P., Calon, B., Meyer, A., Jaeger, A., Pottecher, T., Kotchoubey, B. (2010a). Electrodermal Response in Coma and Other Low Responsive Patients. Neuroscience Letters, 475(1), 44-47.[୩] Archived 2011-08-14 at the Wayback Machine.
- ↑ ୧୫.୦ ୧୫.୧ "Coma" (PDF). Archived from the original (PDF) on 2010-06-27. Retrieved 2010-12-08.
- ↑ ୧୬.୦ ୧୬.୧ ୧୬.୨ Baldursdottir, S.; Sigvaldason, K.; Karason, S.; Valsson, F.; Sigurdsson, G. H. (2010). "Induced hypothermia in comatose survivors of asphyxia: a case series of 14 consecutive cases". Acta Anaesthesiol. Scand. 54 (7): 821–826. doi:10.1111/j.1399-6576.2010.02248.x. PMID 20497127.
- ↑ Coma Care (2010-03-30). "Caring for Care Giver and Family". Archived from the original on 2020-09-19. Retrieved 2010-12-08.
- ↑ Edwarda O’Bara, who spent 4 decades in a coma, dies at 59 Read more here: http://www.miamiherald.com/2012/11/22/3109800/edwarda-obara-who-spent-4-decades.html#storylink=cpy
- ↑ NINDS (October 29, 2010). "Coma Information Page: National Institute of Neurological Disorders and Stroke (NINDS)". Archived from the original on 2010-12-04. Retrieved 2010-12-08.
- ↑ Formisano R; Carlesimo GA; Sabbadini M; et al. (May 2004). "Clinical predictors and neuropleropsychological outcome in severe traumatic brain injury patients". Acta Neurochir (Wien). 146 (5): 457–62. doi:10.1007/s00701-004-0225-4. PMID 15118882.
- ↑ "Mother stunned by coma victim's unexpected words". The Sydney Morning Herald. 2003-07-12.
- ↑ "Electrodes stir man from six-year coma-like state". Cosmos Magazine. 2 August 2007. Archived from the original on 16 December 2009. Retrieved 15 January 2015.
- ↑ "Post-traumatic amnesia". Archived from the original on 2012-05-11. Retrieved 2015-01-15.
- ↑ Eelco F.M. Wijdicks, MD and Coen A. Wijdicks, BS (2006). "The portrayal of coma in contemporary motion pictures". Neurology. 66 (9): 1300–1303. doi:10.1212/01.wnl.0000210497.62202.e9. PMID 16682658. Retrieved 2009-11-25.
{{cite journal}}
: CS1 maint: multiple names: authors list (link)