କେ. ଶିବନ

ଉଇକିପିଡ଼ିଆ‌ରୁ
କେ. ଶିବନ
୯ମ ଇସ୍ରୋ ଅଧକ୍ଷ
କାର୍ଯ୍ୟକାଳ
15 ଜାନୁଆରୀ 2018 (2018-01-15) – 14 ଜାନୁଆରୀ 2022 (2022-01-14)
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ପୂର୍ବ ଅଧିକାରୀଏ. ଏସ୍. କିରଣ କୁମାର
ପର ଅଧିକାରୀଏସ୍. ସୋମନାଥ
ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରର ୧୨ଶ ନିର୍ଦ୍ଦେଶକ
କାର୍ଯ୍ୟକାଳ
୨୦୧୫ – ୨୦୧୮
ପୂର୍ବ ଅଧିକାରୀମାଧବନ ଚନ୍ଦ୍ରନାଥନ
ପର ଅଧିକାରୀଏସ୍. ସୋମନାଥ
ବ୍ୟକ୍ତିଗତ ସବିଶେଷ
ଜନ୍ମ
କୈଳାଶବଡିବୁ ଶିବନ

(1957-04-14) ୧୪ ଅପ୍ରେଲ ୧୯୫୭ (ବୟସ ୬୭)
ମେଳା ସରକ୍କାଲଭିଲାଇ, ତାମିଲନାଡ଼ୁ, ଭାରତ
ଶିକ୍ଷା
  • ମଦୁରାଇ କାମରାଜ ବିଶ୍ୱବିଦ୍ୟାଳୟ (ସ୍ନାତକ)
  • ମାଡ୍ରାସ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ବି. ଟେକ୍)
  • ଆଇଆଇଏସ୍‌ସି, ବାଙ୍ଗାଲୋର (ସ୍ନାତକୋତ୍ତର)
  • ଆଇଆଇଟି, ବମ୍ବେ (ପିଏଚ୍.ଡି.)

କୈଳାଶବଡିବୁ ଶିବନ (ଜନ୍ମ: ୧୪ ଅପ୍ରେଲ ୧୯୫୭) ଜଣେ ଭାରତୀୟ ମହାକାଶ ବିଜ୍ଞାନୀ ଯିଏକି ମହାକାଶ ବିଭାଗର ସଚିବ ତଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ମହାକାଶ ଆୟୋଗର ଅଧକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୧][୨] ପୂର୍ବରୁ ସେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର ଏବଂ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୧୯୫୭ ମସିହାର ଅପ୍ରେଲ ୧୪ ତାରିଖରେ ତାମିଲନାଡ଼ୁକନ୍ୟାକୁମାରୀ ଜିଲ୍ଲାନାଗର୍‌କୋଇଲ୍ ନିକଟସ୍ଥ ମେଳା ସରକ୍କାଲଭିଲାଇଠାରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ବାପାଙ୍କ ନାମ କୈଳାଶବଡିବୁ ଏବଂ ମାଆଙ୍କ ଚେଲ୍ଲମ୍ ।[୫]

ଶିକ୍ଷା[ସମ୍ପାଦନା]

ସେ ତାଙ୍କ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ ଭାଲ୍ଲାଙ୍କୁମାରନଭିଲାଇଠାରେ ପଢ଼ିଥିଲେ । ସେ ତାଙ୍କ ପରିବାରର ପ୍ରଥମ ସ୍ନାତକ ।[୬] ପରେ, ୧୯୮୦ ମସିହାରେ ସେ ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଏରୋନେଟିକାଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଥିଲେ । ଏହା ପରେ ସେ ୧୯୮୨ ମସିହାରେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସରୁ ଏରୋସ୍ପେସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିଥିଲେ ଏବଂ ଇସ୍ରୋରେ କାମ କରିବା ଆରମ୍ଭ କରିଥିଲେ ।[୭] ସେ ୨୦୦୬ ମସିହାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ ।[୮]

ବୃତ୍ତି[ସମ୍ପାଦନା]

ଇସ୍ରୋରେ ସେ ଯାନର ଆକାର ଓ ବିକାଶ ପାଇଁ କାମ କରୁଥିଲେ । ୧୯୮୨ ମସିହାରେ ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍‌ ପ୍ରକଳ୍ପରେ କାମ କରିବା ପାଇଁ ସେ ଇସ୍ରୋରେ ଯୋଗ ଦେଇଥିଲେ । ୨ ଜୁଲାଇ ୨୦୧୪ରେ ସେ ଇସ୍ରୋର ଲିକ୍ୱୁଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ ।[୯] ତାଙ୍କୁ ଅପ୍ରେଲ ୨୦୧୪ରେ ଚେନ୍ନାଇସ୍ଥିତ ସତ୍ୟଭାମା ବିଶ୍ୱବିଦ୍ୟାଳୟରୁ ଡକ୍ଟର ଅଫ୍ ସାଇନ୍ସ ପ୍ରଦାନ କରାଯାଇଥିଲା ।[୧୦] ୧ ଜୁନ୍ ୨୦୧୫ରେ, ସେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲା ।[୧୧]

ଜାନୁଆରୀ ୨୦୧୮ରେ ସେ ଇସ୍ରୋର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ସେ ୧୫ ଜାନୁଆରୀରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[୧୨] ତାଙ୍କ ଅଧ୍ୟକ୍ଷତାରେ, ଇସ୍ରୋ ୨୨ ଜୁଲାଇ ୨୦୧୯ରେ ଚନ୍ଦ୍ରଯାନ ୨ର ଉତ୍‍‍ପେକ୍ଷଣ କରାଯାଇଥିଲା ।[୧୩]

୩୦ ଡିସେମ୍ବର ୨୦୨୦ରେ, ଇସ୍ରୋରେ ତାଙ୍କର ଅଧ୍ୟକ୍ଷତା ଏକ ବର୍ଷ ପର୍ଯ୍ୟନ୍ତ ଜାନୁଆରୀ ୨୦୨୨କୁ ବୃଦ୍ଧି କରାଯାଇଥିଲା ।[୧୪]

୨୫ ଜାନୁୟାରୀ ୨୦୨୧ରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି) ନିୟମ ଭାଙ୍ଗି ତାଙ୍କ ପୁଅକୁ ଇସ୍ରୋର ଲିକ୍ୱୁଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରରେ ଭର୍ତ୍ତି କରିଥିବା ଅଭିଯୋଗ ଆଣିଥିଲା ।[୧୫]

ପୁରସ୍କାର[ସମ୍ପାଦନା]

  • ଡକ୍ଟର ଏପିଜେ ଅବଦୁଲ କଲାମ ପୁରସ୍କାର, ୨୦୧୯[୧୬]
  • ଆଇଇଇଇ ସାଇମନ୍ ରାମୋ ପଦକ, ୨୦୨୦[୧୭]

ଆଧାର[ସମ୍ପାଦନା]

  1. "Renowned scientist Sivan K named new ISRO chairman". 10 January 2018. Retrieved 10 January 2018.
  2. "Sivan K named new ISRO chairman". The Economic Times. 10 January 2018. Retrieved 10 January 2018.
  3. "Dr. Sivan takes over as LPSC director". The Hindu. 2 July 2014. Retrieved 28 May 2016.
  4. "A humble farmer's son to Isro's 'Rocket Man': Incredible journey of K Sivan".
  5. Raman, A. Ragu (2018-01-12). "Fighting odds: Once mango trader now Isro chairman". Deccan Chronicle (in ଇଂରାଜୀ). Retrieved 2019-08-31.
  6. "K Sivan: A humble farmer's son's journey to Indian Space agency top job". 11 January 2018. Retrieved 11 January 2018.
  7. "Chairman ISRO, Secretary DOS - ISRO". web.archive.org. 2019-08-17. Archived from the original on 2019-08-17. Retrieved 2022-09-03.
  8. "From farmer's son to Isro chief: Lesser known accomplishments of K Sivan". India Today (in ଇଂରାଜୀ). Ist. Retrieved 2019-10-31.
  9. Correspondent, Special (2 July 2014). "New Directors at ISRO centres". The Hindu. Retrieved 2 July 2014.
  10. "Who is K. Sivan?". Sharan Poovanna. Livemint. 12 January 2018. Retrieved 22 January 2018.
  11. New directors for major ISRO centres
  12. "K. Sivan takes charge as new ISRO chairman". The Hindu (in Indian English). 16 January 2018. Retrieved 28 October 2018.
  13. "Chandrayaan-2: Success in India's second attempt at launching Moon mission".
  14. "ISRO chief K Sivan gets extension till January 2022, ensures continuity in opening up space sector". The Economic Times. Retrieved 2020-12-31.
  15. "ISRO top brass pushed Sivan junior's recruitment: Plaint". The New Indian Express. Retrieved 2022-04-07.
  16. "ISRO Chairman Sivan gets A.P.J. Abdul Kalam Award". The Hindu. 2019-08-15.
  17. "ISRO on Twitter: "Dr B N Suresh and Dr. K Sivan were awarded the prestigious IEEE 'Simon Ramo Medal' 2020 for their exemplary work in the field of systems engineering".

ବାହାର ଲିଙ୍କ୍[ସମ୍ପାଦନା]