ଏସ୍. ସୋମନାଥ

ଉଇକିପିଡ଼ିଆ‌ରୁ
ଏସ୍. ସୋମନାଥ‌
୨୦୧୯ ମସିହାରେ ସୋମନାଥ
୧୦ମ ୧୦ମ ଇସ୍ରୋ ଅଧକ୍ଷ
Assumed office
15 ଜାନୁଆରୀ 2022 (2022-01-15)
ପୂର୍ବ ଅଧିକାରୀକେ. ଶିବନ
ନିର୍ଦ୍ଦେଶକ: ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର
କାର୍ଯ୍ୟକାଳ
୨୨ ଜାନୁଆରୀ ୨୦୧୮ – ୧୪ ଜାନୁଆରୀ ୨୦୨୨
ପୂର୍ବ ଅଧିକାରୀକେ. ଶିବନ
ପର ଅଧିକାରୀଏସ୍. ଉନ୍ନିକ୍ରିଷ୍ଣନ ନାୟର୍[୧]
ନିର୍ଦ୍ଦେଶକ: ଲିକ୍ୱିଡ ପ୍ରୋପୁଲିକ୍ୱୁଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର
କାର୍ଯ୍ୟକାଳ
୧ ଜାନୁଆରୀ ୨୦୧୫ – ୨୩ ଜାନୁଆରୀ ୨୦୧୮
ପୂର୍ବ ଅଧିକାରୀକେ. ଶିବନ
ପର ଅଧିକାରୀଭି. ନାରାୟଣନ
ବ୍ୟକ୍ତିଗତ ସବିଶେଷ
ଜନ୍ମଜୁଲାଇ ୧୯୬୩
ଟଙ୍କମ୍ମା, କେରଳ, ଭାରତ
ଜୀବନ ସାଥୀବାଲସଲକୁମାରୀ
ସନ୍ତାନ
ଶିକ୍ଷାନୁଷ୍ଠାନ
  • ଥଙ୍ଗାଲ କଞ୍ଜୁ ମୁସାଲିଆ କଲେଜ୍ ଅଫ୍ ଇଞ୍ଜିନିୟରିଂ, କୋଲ୍ଲମ (ବି.ଟେକ୍.)
  • ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବାଙ୍ଗାଲୋର (ଏମ୍.ଇ.)

ଶ୍ରୀଧାର ପାନିକର ସୋମନାଥ (ଜନ୍ମ: ଜୁଲାଇ ୧୯୬୩), ଏସ୍ ସୋମାନାଥ ଭାବରେ ଜଣାଶୁଣା, ଜଣେ ଭାରତୀୟ ଏରୋସ୍ପେସ୍ ଇଞ୍ଜିନିୟର ଯିଏକି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ।[୨] ତାଙ୍କ ଅଧ୍ୟକ୍ଷତାରେ, ଇସ୍ରୋର ୩ୟ ଭାରତୀୟ ଜହ୍ନ ଅନୁସନ୍ଧାନ ପାଇଁ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ କରାଯାଇଥିଲା ଏବଂ ଏହାର ବିକ୍ରମ ଓ ପ୍ରଜ୍ଞାନ ରୋଭର୍ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଏହି ଚନ୍ଦ୍ର-ଅଭିଯାନର ସଫଳତା ଫଳରେ ଭାରତ ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରିଥିଲା ଏବଂ ଚତୁର୍ଥ ଦେଶ ଭାବରେ ସୁରୁଖୁରୁରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ।[୩][୪][୫][୬]

ସୋମନାଥ ଥିରୁଅନନ୍ତପୁରମସ୍ଥିତ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର ଏବଂ ଲିକ୍ୱିଇଡ୍ ପ୍ରପୁଲ୍ସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୭][୮] ସେ ମହାକାଶ ଯାନର ଲଞ୍ଚ ଭେଇକିଲ୍‌ର ଡିଜାଇନ୍, ସିଷ୍ଟମ ଇଞ୍ଜିନିୟରିଂ, ଷ୍ଟ୍ରକଚରାଲ୍ ଡିଜାଇନ୍, ଷ୍ଟ୍ରକଚରାଲ୍ ଡାଇନାମିକ୍ସ ଏବଂ ପାଇରୋଟେକ୍‌ନିକ୍ସ କ୍ଷେତ୍ରରେ କାମ କରିଛନ୍ତି ।[୯]

ପ୍ରାଥମିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ସୋମନାଥ କେରଳର ଥୁରାବୁରସ୍ଥିତ ଟଙ୍କମ୍ମାଠାରେ ଏକ ମାଲାୟଲମ୍ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭି. ଶ୍ରୀଧର ପାନିକର ଜଣେ ହିନ୍ଦୀ ଶିକ୍ଷକ ଥିଲେ ।[୧୦]

ସୋମନାଥ ଆରୁରସ୍ଥିତ ସେଣ୍ଟ ଅଗଷ୍ଟାଇନ ହାଇସ୍କୁଲରେ ପାଠ ପଢ଼ିଥିଲେ ଏବଂ ମହାରାଜା କଲେଜ ଏର୍ନାକୁଲମରୁ ତାଙ୍କର ବିଶ୍ୱବିଦ୍ୟାଳୟ ପୂର୍ବବର୍ତ୍ତୀ ଶିକ୍ଷା ସମାପ୍ତ କରିଥିଲେ । ସେ କେରଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଥଙ୍ଗାଲ କଞ୍ଜୁ ମୁସାଲିଆ କଲେଜ୍ ଅଫ୍ ଇଞ୍ଜିନିୟରିଂ, କୋଲ୍ଲମରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତନ କରିଥିଲେ । ସେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିଛନ୍ତି ।

ପେଷା[ସମ୍ପାଦନା]

ସ୍ନାତକୋତ୍ତର ପରେ ସୋମନାଥ ୧୯୮୫ ମସିହାରେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ଯୋଗ ଦେଇଥିଲେ । ସେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ପ୍ରକଳ୍ପ ସହିତ ଜଡ଼ିତ ଥିଲେ । ସେ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରର ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ସହିତ ୨୦୧୦ ମସିହାରେ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ ମାର୍କ ୩ ଲଞ୍ଚ ଭେଇକିଲ୍ ପ୍ରକଳ୍ପର ନିର୍ଦ୍ଦେଶକ ଭାବରେ କାମ କରିଥିଲେ । ନଭେମ୍ବର ୨୦୧୪ ପର୍ଯ୍ୟନ୍ତ ସେ ପ୍ରପୁଲସନ୍ ଏବଂ ସ୍ପେସ୍ ଅର୍ଡିନାନ୍ସ ସଂସ୍ଥାର ଉପ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।[୯]

ଜୁନ୍ ୨-୧୫ ମସିହାରେ, ସେ ଥିରୁଅନନ୍ତପୁରମର ବାଲିଆମାଳାରେ ଥିବା ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଜାନୁଆରୀ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ କେ. ଶିବନଙ୍କ ପରେ ବିକ୍ରମ ସାରଭାଇ ସ୍ପେସ୍ ସେଣ୍ଟର ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ସମ୍ମାନ[ସମ୍ପାଦନା]

ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୧୮ ତମ ବାର୍ଷିକ ସମ୍ମିଳନୀ ଅବସରରେ ତାମିଲନାଡ଼ୁର ଏସ୍ଆର୍‌ଏମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିଦ୍ୱାରା ଡକ୍ଟରେଟ୍ ଅଫ୍ ସାଇନ୍ସ ପ୍ରଦାନ କରାଯାଇଥିଲା ।[୧୧][୧୨]

ଆଧାର[ସମ୍ପାଦନା]

  1. "Dr.S. Unnikrishnan Nair". Retrieved 7 February 2022.
  2. "Shri. S Somanath assumes charge as Secretary, Department of Space". ISRO. Archived from the original on 14 January 2022. Retrieved 15 January 2022.
  3. "Chandrayaan-3 launch on 14 July, lunar landing on 23 or 24 August". The Hindu (in Indian English). 6 July 2023. ISSN 0971-751X. Archived from the original on 11 July 2023. Retrieved 14 July 2023.
  4. "India lands spacecraft near south pole of moon in historic first". The Guardian (in Indian English). Archived from the original on 23 August 2023. Retrieved 23 August 2023.
  5. "What foreign media said on Chandrayaan-3's historic lunar feat". India Today (in ଇଂରାଜୀ). Retrieved 23 August 2023.
  6. "चंद्रयान-3: भारत ने रचा इतिहास, चंद्रमा के दक्षिणी ध्रुव पर की सफल लैंडिंग". Post Inshort (in ହିନ୍ଦୀ). Retrieved 23 August 2023.
  7. "Somanath takes charge as VSSC director". www.indiatoday.in. 22 January 2018. Retrieved 22 January 2018.
  8. "Somanath takes charge as VSSC director". Business Standard India. Press Trust of India. 22 January 2018. Retrieved 22 January 2018.
  9. ୯.୦ ୯.୧ "New Directors for Three Major ISRO Centres: Three major ISRO Centres have new Directors from today". www.isro.gov.in. 1 June 2015. Archived from the original on 23 January 2018. Retrieved 22 January 2018.
  10. "New Isro chief S Somanath: All you need to know". The Times of India. 13 January 2022. ISSN 0971-8257. Retrieved 23 August 2023.
  11. "SRMIST hosts 18th convocation". 25 September 2022.
  12. "SRM's Mega Convocation for 7380 Graduands".

ବାହାର ଆଧାର[ସମ୍ପାଦନା]