କେରାଟୋସିସ ପିଲାରିସ

ଉଇକିପିଡ଼ିଆ‌ରୁ
Keratosis pilaris
Follicular keratosis, lichen pilaris, chicken skin[୧]
Keratosis pilaris as seen on the calf
ବିଭାଗDermatology
ଲକ୍ଷଣPainless red bumpy skin[୨]
ଆକ୍ରାନ୍ତ ସମୟEarly childhood[୨]
ଅବଧିLong term[୩]
ବିପଦ କାରକObesity, atopic dermatitis, ichthyosis vulgaris, pregnancy, diabetes[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୨]
ସଠିକ ରୋଗ ନିର୍ଣ୍ଣୟAcne, folliculitis, atopic dermatitis, milia, scurvy[୨]
ଚିକିତ୍ସାMoisturizers, creams that include lactic acid or salicylic acid, phototherapy[୧][୨]
PrognosisNot serious[୨]
ପୁନଃପୌନିକCommon[୩]
Female > male[୪]

କେରାଟୋସିସ ପିଲାରିସ (ଇଂରାଜୀ ଭାଷାରେ Keratosis pilaris/ KP) ଏକ ଚର୍ମ ରୋଗ ଯେଉଁଥିରେ ଚର୍ମ ଖାଲ ଢ଼ିପ ହୋଇଯାଏ ଓ ଲାଲ ଦେଖାଯାଏ ।[୩] ସାଧାରଣତଃ କୌଣସି ଯନ୍ତ୍ରଣା କିମ୍ବା ଗଲୁ ହୁଏ ନାହିଁ | [୨] ସାଧାରଣତ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ଉପର ବାହୁ, ଜଙ୍ଘ ଏବଂ ପିଚା | [୨] ମୁହଁ, ଛାତି କିମ୍ବା ଅଗ୍ରବାହୁ ମଧ୍ୟ ସମୟ ସମୟରେ ଜଡ଼ିତ ହୋଇପାରେ | [୨] ପ୍ରାୟ ଗ୍ରୀଷ୍ମ ସମୟରେ ଏହା ଉପଶମ ହୁଏ ଏବଂ ଶୀତ ସମୟରେ ଖରାପ ହୁଏ | [୨] ଏହା ଫଳରେ ମାନସିକ ଦୁଶ୍ଚିନ୍ତା ହୋଇପାରେ । [୨]

ଏହି ରୋଗର ଏକ ଅଟୋସୋମାଲ ଡୋମିନାଣ୍ଟ ଜେନେଟିକ ଉତ୍ତରାଧିକାର ସୂତ୍ର ଅଛି | [୨] ଏହା ମେଦବହୁଳତା, ଆଟୋପିକ ଡର୍ମାଟାଇଟିସ, ଇକଥିଓସିସ ଭଲଗାରିସ, ଗର୍ଭଧାରଣ, ମଧୁମେହ ଏବଂ କ୍ୱଚିତ୍ କର୍କଟ ସହିତ ଜଡ଼ିତ ଥାଇପାରେ । [୧] ଅନେକ ଜେନେଟିକ ସିଣ୍ଡ୍ରୋମ ସହିତ ମଧ୍ୟ ଜଡ଼ିତ ହୋଇପାରେ | [୧] ଅନ୍ତର୍ନିହିତ କାର୍ଯ୍ୟବିଧି ସଂପୂର୍ଣ୍ଣ ଜଣାଯାଇନାହିଁ ।[୨] ଚର୍ମ ଫଲିକ୍ଲରେ କେରାଟିନ ଜମା କରିବା ପ୍ରକ୍ରିୟାରେ ଏହା ଏକ ଅସ୍ୱାଭାବିକତା, ଲୋମ ଶାଫ୍ଟରେ ଅସ୍ୱାଭାବିକତା କିମ୍ବା ଉଭୟ କାରଣ ହୋଇପାରେ | [୧] ସାଧାରଣତଃ ଚର୍ମର ରୂପ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୋଇଥାଏ; ତଥାପି ଅସ୍ପଷ୍ଟ କ୍ଷେତ୍ରରେ ଡର୍ମୋସ୍କୋପିର ସାହାଯ୍ୟ ଉପଯୋଗୀ ହୋଇପାରେ | [୧] [୨]

ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ, ଯଦିଓ ସମୟ ସହିତ ଅବସ୍ଥା ଉନ୍ନତ ହୁଏ | [୨] ଚିକିତ୍ସା କଲେ ଚେହେରାରେ ଉନ୍ନତି ଆସିପାରେ। [୨] ଏଥିରେ ଲାକ୍ଟିକ ଏସିଡ, ସାଲିସିଲିକ ଏସିଡ, ୟୁରିଆ ଓ ରେଟିନଏଡ ଔଷଧ ସ‌ହିତ ମଏଶ୍ଚରାଇଜର ପ୍ରୟୋଗ କରାଯାଇପାରେ। [୧] ଫ୍ରାକସନାଲ କାର୍ବନ ଡାଇଅକ୍ସାଇଡ ଲେଜର ଓ ଏନ‌ଡି:ୱାଇଏଜି ଲେଜର ଚିକିତ୍ସା ମଧ୍ୟ ଚେଷ୍ଟା କରାଯାଇପାରେ | [୧] ଏହା ଏକ ସାଧାରଣ ରୋଗ ଅଟେ | [୩] [୫] ବାଲ୍ୟକାଳର ଶେଷ ଭାଗରେ ପ୍ରାୟ ୮୦% ଲୋକ ପ୍ରଭାବିତ ହୋଇଥାଆନ୍ତି ଏବଂ ଏହା ପ୍ରାୟ ୪୦% ବୟସ୍କମାନଙ୍କଠାରେ ମଧ୍ୟ ରହିଥାଏ | [୨] ଯଦିଓ ଅନ୍ୟମାନେ ଜନସଂଖ୍ୟାର ୦.୮%ରୁ ୩୪% ପ୍ରଭାବିତ ହେଉଥିବା ରିପୋର୍ଟ କରନ୍ତି | [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Wang, JF; Orlow, SJ (July 2018). "Keratosis Pilaris and its Subtypes: Associations, New Molecular and Pharmacologic Etiologies, and Therapeutic Options". American Journal of Clinical Dermatology. 19 (5): 733–757. doi:10.1007/s40257-018-0368-3. PMID 30043128.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ Pennycook, KB; McCready, TA (January 2020). "Keratosis Pilaris". PMID 31536314. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "27. Genodermatoses and congenital anomalies". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Elsevier. p. 585. ISBN 978-0-323-54753-6.
  4. Johnstone, Ronald B. (2017). "15. Diseases of cutaneous appendages". Weedon's Skin Pathology Essentials (2nd ed.). Elsevier. p. 324. ISBN 978-0-7020-6830-0.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; Weedon2017.15 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।