Jump to content

କେନ୍ଦ୍ରୀୟ ରେଟିନା ଧମନୀ ଅବରୋଧ

ଉଇକିପିଡ଼ିଆ‌ରୁ
Central retinal artery occlusion
Cherry red spot in a person with central retinal artery occlusion
ବିଭାଗOphthalmology
ଲକ୍ଷଣPainless loss of vision in one eye[]
ଆକ୍ରାନ୍ତ ସମୟSudden[]
କାରଣAtherosclerosis, vasculitis, collagen-vascular disease, hypercoagulable state[]
ସଠିକ ରୋଗ ନିର୍ଣ୍ଣୟAnterior ischemic optic neuropathy, retinal detachment, vitreous bleed[]
ଚିକିତ୍ସାControversial[]
PrognosisPermanent vision loss[]
ପୁନଃପୌନିକ1 in 50,000 people per year[]

କେନ୍ଦ୍ରୀୟ ରେଟିନା ଧମନୀ ଅବରୋଧ ( CRAO ) କୁହାଯାଏ ଯେତେବେଳ ଆଖିର କେନ୍ଦ୍ରୀୟ ରେଟିନା ଧମନୀର ହଠାତ୍ ଅବରୋଧ ହୋଇଯାଏ । [] ଗୋଟିଏ ଆଖି ଦୃଷ୍ଟିହାନୀ ହୋଇଯାଏ । [] ଏହା ହଠାତ୍ ଆରମ୍ଭ ହୁଏ । [] ରୋଗ ଜଟିଳ ହେଲେ ଗ୍ଲୁକୋମା ଏବଂ ଭିଟ୍ରିଅସ ରକ୍ତସ୍ରାବ ହୋଇପାରେ ।[]

କାରଣଗୁଡ଼ିକରେ ଆଥେରୋସ୍କ୍ଲେରୋସିସ୍, କୋଲାଜେନ୍-ଭାସ୍କୁଲାର୍ ରୋଗ, ପ୍ରଦାହଜନକ ରୋଗ ଏବଂ ହାଇପରକୋଏଗୁଲେବଲ୍ ଅବସ୍ଥା ଯୋଗୁ ହୋଇପାରେ । [] ଏହା ସାଧାର ଏମ୍ବୋଲାଇଜିମ୍ କାରଣରୁ ଘଟିଥାଏ, ସମ୍ଭବତ କାରୋଟିଡ୍ ଧମନୀ କିମ୍ବା ହୃତ୍‌ପିଣ୍ଡ ଭଲଭରୁ ହୋଇଥାଏ ।[] ଅନ୍ୟାନ୍ୟ କାରଣ ମଧ୍ୟରେ ଲୁପସ୍ କିମ୍ବା ଟେମ୍ପୋରାଲ ଧମନୀ ପ୍ରଦାହ ଯୋଗୁ ହୋଇପାରେ । [] ଉଚ୍ଚ ରକ୍ତଚାପ, ଧୂମପାନ ଏବଂ ମଧୁମେହ ମଧ୍ୟ ବିପଦ କାରଣ ହୋଇପାରେ । [] ଫଣ୍ଡୋସ୍କୋପି ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ। []

ଚିକିତ୍ସା ବିବାଦୀୟ ଅଟେ । [] ଜମାଟ ବାନ୍ଧିବାକୁ ଚେଷ୍ଟା କରିବା ପାଇଁ ଇଣ୍ଟ୍ରୋଅକୁକୁଲାର ଚାପ ହ୍ରାସ କରି ରକ୍ତ ଜମାଟ ବାହାର କରିବାକୁ ଚେଷ୍ଟା କରାଯାଏ । [] ଟାଇମୋଲୋଲ୍ ଆଖି ବୁନ୍ଦା କିମ୍ବା ଆସେଟାଜୋଲାମାଇଡ୍ ବ୍ୟବହାର କରି ଏହା କରାଯାଇପାରେ । [] କେତେକ ଆଖିର ମାଲିସ୍ କରିବାକୁ ଚେଷ୍ଟା କରିଛନ୍ତି ଏବଂ ଥ୍ରୋମ୍ବୋଲାଇସିସ୍ ଅଧ୍ୟୟନ ମଧ୍ୟ କରାଯାଉଛି । [] [] ପ୍ରଭାବିତ ଆଖିରେ କିଛି ମାତ୍ରାରେ ସ୍ଥାୟୀ ଦୃଷ୍ଟି ଶକ୍ତି ହ୍ରାସ ହୁଏ।| []

ବର୍ଷକୁ ପ୍ରାୟ ୫୦,୦୦୦ ଲୋକଙ୍କ ମଧ୍ୟରୁ ଜଣକାର ଏହି ରୋଗ ହୁଏ । [] ଏହା ସାଧାରଣତ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ; ୯୦%ରୁ ଅଧିକ ୪୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଘଟିଥାଏ। [] [] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି। [] ଏହି ଅବସ୍ଥା ପ୍ରଥମେ ୧୮୫୯ ମସିହାରେ ଭନ୍ ଗ୍ରାଫ‌ଦ୍ୱାରା ବର୍ଣ୍ଣନା କରାଯାଇଥିଲା []

  1. 1 2 3 4 5 6 7 8 9 10 11 12 "Central Retinal Artery Occlusion and Branch Retinal Artery Occlusion - Eye Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 23 January 2022.
  2. 1 2 3 4 5 6 Farris, William; Waymack, James R. (2022). "Central Retinal Artery Occlusion". StatPearls. StatPearls Publishing. Archived from the original on 23 January 2022. Retrieved 23 January 2022.
  3. 1 2 3 4 5 6 Mac Grory, Brian; Lavin, Patrick; Kirshner, Howard; Schrag, Matthew (February 2020). "Thrombolytic Therapy for Acute Central Retinal Artery Occlusion". Stroke. 51 (2): 687–695. doi:10.1161/STROKEAHA.119.027478.
  4. 1 2 3 Wilkinson, Charles P.; Hinton, David R.; Sadda, SriniVas R.; Wiedemann, Peter (17 April 2017). Ryan's Retina E-Book (in ଇଂରାଜୀ). Elsevier Health Sciences. p. 1136. ISBN 978-0-323-40198-2. Archived from the original on 23 January 2022. Retrieved 23 January 2022.