Jump to content

ଆସେଟାଜୋଲାମାଇଡ

ଉଇକିପିଡ଼ିଆ‌ରୁ
ଆସେଟାଜୋଲାମାଇଡ
Skeletal formula of acetazolamide
Ball-and-stick model of the acetazolamide molecule
Clinical data
Trade namesDiamox, Diacarb, others
AHFS/Drugs.commonograph
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    by mouth or intravenous
    ATC code
    Legal status
    Legal status
    Pharmacokinetic data
    Protein binding70–90%[]
    MetabolismNone[]
    Elimination half-life2–4 hours[]
    ExcretionUrine (90%)[]
    Identifiers
    • N-(5-sulfamoyl-1,3,4-thiadiazol-2-yl)acetamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.000.400 Edit this at Wikidata
    Chemical and physical data
    FormulaC4H6N4O3S2
    Molar mass222.245 g/mol
    3D model (JSmol)
    Melting point258 to 259 °C (496 to 498 °F)
    • O=S(=O)(c1nnc(s1)NC(=O)C)N
    • InChI=1S/C4H6N4O3S2/c1-2(9)6-3-7-8-4(12-3)13(5,10)11/h1H3,(H2,5,10,11)(H,6,7,9) checkY
    • Key:BZKPWHYZMXOIDC-UHFFFAOYSA-N checkY
      (verify)

    ଆସେଟାଜୋଲାମାଇଡ (ଇଂରାଜୀ ଭାଷାରେ Acetazolamide, ଏକ ବିକ୍ରୟ ନାମ ଡାଇଆମକ୍ସ/Diamox) ଏକ ଔଷଧ ଯାହା ଗ୍ଲକୋମା, ଅପସ୍ମାର ବାତ, ଅଲ୍‌ଟିଚ୍ୟୁଡ ସିକନେସ (altitude sickness), ପିରିଅଡିକ ପାରାଲିସିସ (periodic paralysis) ଓ ହୃଦ୍‌ପାତ ରୋଗମାନଙ୍କରେ ଦିଆଯାଏ ।[] ଓପନ ଆଙ୍ଗଲ ଗ୍ଲକୋମାରେ (open angle glaucoma) ଦୀର୍ଘକାଳୀନ ଭିତ୍ତିରେ ଓ ଆକ୍ୟୁଟ ଆଙ୍ଗଲ କ୍ଲୋଜର ଗ୍ଲକୋମାରେ (acute angle closure glaucoma) ଅପରେଶନ କରାଯିବା ପର୍ଯ୍ୟନ୍ତ ଏହା ଦିଆଯାଇପାରେ ।[] ଏହି ଔଷଧ ପାଟିରେ ଦିଆଯାଏ ବା ଶିରାଭ୍ୟନ୍ତର ଇଞ୍ଜେକସନ injection into a vein) ଆକାରରେ ଦିଆଯାଏ ।[]

    ଆସେଟାଜୋଲାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ ଅନୁଭବ, କାନନାଦ, ଅରୁଚି, ବାନ୍ତି ଓ ନିଦ୍ରାହୀନତା ଦେଖାଯାଏ ।[] ବୃକ୍‌କ ସମସ୍ୟା(kidney problems), ଯକୃତ ସମସ୍ୟା (liver problems) ଓ ସଲଫୋନାମାଇଡ ଆଲର୍ଜି (allergic to sulfonamides) ଥିଲେ ଏହି ଔଷଧ ଦିଆଯାଏନାହିଁ ।[][] ଏହା ଡାଇୟୁରେଟିକ (diuretic) ଓ କାର୍ବୋନିକ ଆନହାଇଡ୍ରେଜ ଇନହିବିଟର (carbonic anhydrase inhibitor) ଶ୍ରେଣୀର ଏକ ଔଷଧ । [] ଦେହରେ ଉଦ୍‌ଜାନ ଆୟନ (hydrogen ions) ଓ ବାଇକାର୍ବୋନେଟ (bicarbonate) ପରିମାଣ କମେଇ ଏହା କାର୍ଯ୍ୟକ୍ଷମ ହୁଏ । []

    ସନ ୧୯୫୨ରେ ଆସେଟାଜୋଲାମାଇଡ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୧.୪୦ରୁ ୧୬.୯୩ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୨୫.୩୪ ଆମେରିକୀୟ ଡଲାର ।[]

    1. 1 2 3 4 "Diamox Sequels (acetazolamide) dosing, indications, interactions, adverse effects, and more". Medscape Reference. WebMD. Retrieved 10 April 2014.
    2. 1 2 3 4 5 6 7 "Acetazolamide". The American Society of Health-System Pharmacists. Retrieved 8 December 2016.
    3. 1 2 WHO Model Formulary 2008 (PDF). World Health Organization. 2009. p. 439. ISBN 9789241547659. Retrieved 8 December 2016.
    4. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 390. ISBN 9780471899792.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Acetazolamide". International Drug Price Indicator Guide. Retrieved 8 December 2016.[permanent dead link]
    7. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 28 December 2016.