ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ଉଇକିପିଡ଼ିଆ ରୁ
(କୃତ୍ରିମ ବୁଦ୍ଧିମତ୍ତା ରୁ ଲେଉଟି ଆସିଛି)
Jump to navigation Jump to search
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ
ଗୁରୁତ୍ବପୂର୍ଣ ଲକ୍ଷ୍ୟଗୁଡିକ
ନଲେଜ ରିଜନିଂ
ପ୍ଲାନିଂ
ମେସିନ ଲର୍ଣିଂ
ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ
କମ୍ପ୍ୟୁଟର ଭିଜନ
ରୋବୋଟିକ୍ସ
ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ
ପଦ୍ଧତିଗୁଡିକ
ସିମ୍ବଲିକ
ଡିପ ଲର୍ଣିଂ
ବାୟେସିଆନ ନେଟୱର୍କ
ଏଭୋଲ୍ଯୁସନାରୀ ଆଲଗୋରିଦମ
ଫିଲୋସଫି
ଏଥିକ୍ସ
ବଞ୍ଚିରହିବାର ଆଶଙ୍କା
ଟ୍ଯୁରିଙ୍ଗ ପରୀକ୍ଷା
ଚୀନ ଘର
ବନ୍ଧୁତ୍ବପୂର୍ଣ ଏଆଇ
ଇତିହାସ
ଘଟଣାବଳୀ
ପ୍ରଗତି
ଏଆଇ ଶୀତ
ପ୍ରଯୁକ୍ତି ବିଦ୍ୟା
ପ୍ରୟୋଗ
ପ୍ରକଳ୍ପ
ପ୍ରୋଗ୍ରାମିଂ ଭାଷା
ଗ୍ଲୋସରି
ଗ୍ଲୋସରି
କିସ୍ମେଟ , କୃତ୍ରିମ ବୁଦ୍ଧିମତ୍ତାର ଅଧିକାରୀ ଏକ ରୋବଟ[୧]

ଆର୍ଟିଫିସିଆଲ ଇନ୍ଟେଲିଜେନ୍ସ ବା ସଂକ୍ଷେପରେ କହିଲେ ଏ.ଆଇ. ହେଉଛି ମନୁଷ୍ୟକୃତ ଯନ୍ତ୍ରାଂଶ ଯେପରିକି ରୋବଟ, କମ୍ପ୍ୟୁଟର ଇତ୍ୟାଦିମାନଙ୍କ ମଧ୍ୟରେ ଥିବା ବୁଦ୍ଧିମତ୍ତାକୁ ବୁଝାଏ । ବିଭିନ୍ନ ପ୍ରୋଗ୍ରାମ, ଆଲୋଗୋରିଦମ ଓ ଶିକ୍ଷାଦ୍ୱାରା କୂତ୍ରିମ ବୁଦ୍ଧିମତ୍ତା ସୃଷ୍ଟି କରାଯାଇଥାଏ ।

ଯେକୌଣସି ଯନ୍ତ୍ର ଯାହା ତାର ଆଖପାଖର ପରିବେଶକୁ ବୁଝିପାରି ନିଜର କ୍ରିୟାଦ୍ୱାରା ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାର ସମ୍ଭାବନାକୁ ଯଦି ବଢ଼ାଇପାରେ ତାହାକୁ କୃତ୍ରିମ ବୁଦ୍ଧିମତା କୁହାଯାଏ । ଅନ୍ୟଏକ ଅର୍ଥରେ, ଏହା ଏକ ଯନ୍ତ୍ର ଯାହା ମନୁଷ୍ୟର ମସ୍ତିଷ୍କ ଭଳି ଚିନ୍ତା କରି ନୂଆ ଜିନିଷ ଶିଖେ ଏବଂ ସମସ୍ୟାର ସମାଧାନ କରିପାରେ।

ସମସ୍ୟା[ସମ୍ପାଦନା]

କୃତ୍ରିମ ବୁଦ୍ଧିମତାର ମୁଖ୍ୟତଃ ଲକ୍ଷ ହେଲା ଏଭଳି ଏକ ପ୍ରଦ୍ୟୋଗିକ କୌଶଳ, ଯାହାଦ୍ୱାରା କମ୍ପ୍ୟୁଟର ଓ ଯନ୍ତ୍ରଗୁଡ଼ିକ ବୁଦ୍ଧିମତାର ସହ କାମ କରିବେ । ସାଧାରଣ ସମସ୍ୟାଗୁଡ଼ିକ ଛୋଟ ଛୋଟ ସମସ୍ୟାରେ ବଣ୍ଟାଯାଇ ଏଠାରେ ଦେଖାଯାଇଛି । ନିମ୍ନ ଲିଖିତ ସମସ୍ୟା ଗୁଡ଼ିକ ସବୁଠାରୁ ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।

ରିଜନିଂ[ସମ୍ପାଦନା]

ପ୍ରାରମ୍ଭରେ ଗବେଷଣକାରୀମାନେ ଏକ କଳନା ଶୈଳୀ ବାହାର କରିଥିଲେ ଯାହାଦ୍ୱାରା ମନୁଷ୍ୟର ମନର ପ୍ରତ୍ୟେକ ବିଚାରକୁ ନକଲ କରି ସମସ୍ୟାର ସମାଧାନ ହୋଇପାରୁଥିଲା । ୮୦ ଏବଂ ୯୦ ଦଶକ ବେଳକୁ ଏଆଇ ଗବେଷଣାକରି ଏଭଳି ପ୍ରକ୍ରିୟା ବାହାର ହେଲା ଯାହାଦ୍ୱାରା ଯନ୍ତ୍ର ଆଗରୁ ଦେଖିନଥିବା ବା ଜାଣିନଥିବା ଅନିର୍ଦ୍ଧିଷ୍ଟ ପରିସ୍ଥିତିରେ ପଡି ମଧ୍ୟ ଲକ୍ଷ ହାସଲ କରିପାରିଲା। ଅର୍ଥଶାସ୍ତ୍ର ଏବଂ ସମ୍ଭାବନା ସହାୟତାରେ ଏହା ସମ୍ଭବ ହୋଇପାରିଥିଲା।

ଏ ସବୁ ସତ୍ୱେ ଏହି ପ୍ରଣାଳୀଟି ବଡ଼ ବଡ଼ ବିଚାରାତ୍ମକ ସମସ୍ୟା ସମାଧାନ କରିବାରେ ଅକ୍ଷମ ଅଟେ । ସମସ୍ୟାଟି ଯେତେ ଯେତେ ବଡ଼ ହୋଇ ହୋଇ ଯାଇଥାଏ ସେହିଅନୁସାରେ ଲକ୍ଷ୍ୟସ୍ଥଳରେ ପହଁଚିବା ନିମିତ୍ତ ଦରକାର ହେଉଥିବା ବିଭିନ୍ନପ୍ରକାରର ମେଳର ସଂଖ୍ୟା ମଧ୍ୟ ବଢି ବଢି ଚାଲେ। ମୁଳତଃ ମନୁଷ୍ୟମାନେ ଗୋଟିଏ ପରେ ଗୋଟିଏ ପଦ ନନେଇ ନିଜର ପ୍ରତିବିଜ୍ଞାନ ବୋଧକ ବିଚାର କରି ବଡ଼ ସମସ୍ୟା ସମାଧାନ କରିଥାନ୍ତି।

ନଲେଜ ରିପ୍ରେଜେଣ୍ଟେସନ[ସମ୍ପାଦନା]

ନଲେଜ ରିପ୍ରେଜେଣ୍ଟେସନ ଏବଂ ନଲେଜ ଇଞ୍ଜିନିଅରିଂ ଉତ୍କୃଷ୍ଟ ଏଆଇର ପ୍ରମୁଖ ସ୍ତମ୍ଭ ଅଟନ୍ତି ।

ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ[ସମ୍ପାଦନା]

ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ ବା ଆକ୍ଷେରିକ ଅର୍ଥରେ କହିଲେ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏକ ଯନ୍ତ୍ରକୁ, ମନୁଷ୍ୟର ଭାଷା ପଢ଼ିବା ଏବଂ ବୁଝିବାର ଶକ୍ତି ପ୍ରଦାନ କରେ।

ଏହାର କେତେକ ପ୍ରୟୋଗ ଆମେ ନିମ୍ନଲିଖିତ ବର୍ଗରେ ଦେଖିବାକୁ ପାଇବା ଯେପରି

  • ଇନଫରମେସନ ରିଟ୍ରିଭାଲ
  • ଟେକ୍ସଟ ମାଇନିଂ
  • ପ୍ରଶ୍ନ ଉତ୍ତର ଏବଂ
  • ମେସିନ ଟ୍ରାନ୍ସଲେସନ

ଯୋଜନା[ସମ୍ପାଦନା]

ବୁଦ୍ଧିମାନ ପ୍ରତିନିଧୀ ନିଜେ ନିଜର ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ତାହାକୁ ପାଇବାର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ସେମାନଙ୍କୁ ଭବିଷ୍ୟତ ଦେଖିବାର ଗୋଟିଏ ମାଧ୍ୟମ ଆବଶ୍ୟକ, ଯାହାଦ୍ୱାରା ସେମାନେ ଭବିଷ୍ୟତର ଗୋଟିଏ ଅବସ୍ଥା ଦେଖି ତାଙ୍କର ଗତିବିଧି କିଭଳି ଭାବେ ଏହାକୁ ପ୍ରଭାବିତ କରିବ ଏବଂ କଣ ସବୁ ନିର୍ଣ୍ଣୟ ନିଆଗଲେ ଅଧିକ ଲାଭ ମିଳିପାରିବ ସେ ସବୁ ସ୍ଥିର କରିପାରିବେ ।

ଯଦି ଆମେ ଗୋଟିଏ ପ୍ରକାରର ଘଟଣାକୁ ବିଚାରକୁ ନେବା ଯେପରି ଜଣେ ପ୍ରତିନିଧି ଯେତେବେଳେ ନିଜର କାମ ଆରମ୍ଭ କରେ, ଏହା ଭାବେ କି ଦୁନିଆରେ କେବଳ ତାହାର କ୍ରିୟାହିଁ ପାର୍ଶ୍ଵ ପରିସ୍ଥିତିକୁ ପ୍ରଭାବିତ କରିବ। ମାତ୍ର ଯଦି ଏଭଳି ନହୁଏ (ଯାହାକି ପ୍ରାୟ ଅଧିକାଂଶ କ୍ଷେତ୍ରରେ ହୋଇଥାଏ ) ତେବେ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ପ୍ରତିନିଧିଟିକୁ କାମ କରିବାକୁ ପଡ଼ିଥାଏ । ବହୁଗୁଡ଼ିଏ ପ୍ରତିନିଧି ମିଶି ମଧ୍ୟ ଗୋଟିଏ ଲକ୍ଷରେ ପହଂଚିବା ନିମିତ୍ତ କାମ କରିପାରନ୍ତି।

ଶିକ୍ଷ୍ୟା[ସମ୍ପାଦନା]

ମେସିନ ଲର୍ଣିଂ ବା ଯନ୍ତ୍ର ଶିକ୍ଷ୍ୟା ହେଉଛି କୁତ୍ରିମ ବୁଦ୍ଧିମତ୍ତାର ଏକ ମୁଖ୍ୟ ସ୍ତମ୍ଭ। କମ୍ପ୍ୟୁଟରର ଆଲଗୋରିଦମ କିମ୍ବା ପ୍ରଣାଳୀଦ୍ୱାରା ଅଭିଜ୍ଞତାରୁ ଆପେ ଆପେ ଶିଖିବା ହେଉଛି ଏହାର ମୁଖ୍ୟ କାମ। ଯନ୍ତ୍ର ଶିକ୍ଷ୍ୟାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି।

  1. ସୁପରଭାଇଜ଼ଡ଼ ଲର୍ଣିଂ ବା ପର୍ଯ୍ୟାବେକ୍ଷିତ ଶିକ୍ଷ୍ୟା
  2. ଅନସୁପରଭାଇଜ଼ଡ଼ ଲର୍ଣିଂ ବା ଅପର୍ଯ୍ୟାବେକ୍ଷିତ ଶିକ୍ଷ୍ୟା ଏବଂ
  3. ରିଏନ୍ଫୋର୍ସମେଣ୍ଟ ଲର୍ଣିଂ ବା ସୁଦୃଢ଼ୀକରଣ ଶିକ୍ଷ୍ୟା

ଲକ୍ଷ୍ୟ[ସମ୍ପାଦନା]

ଏଆଇର ସେଭଳି କିଛି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇନାହିଁ । ମାତ୍ର ଆମେ ମୂଳ ଭାବେ ଏହାକୁ ନିମ୍ନଲିଖିତ ବିଷୟରେ ବିଭାଜିତ କରିପାରିବା ।

ମାନବର ମସ୍ତିଷ୍କ ଅନୁକରଣ କରିବା[ସମ୍ପାଦନା]

ଆମ ଜ୍ଞାତରେ ଯେତେବି ପ୍ରାଣୀ ଅଛନ୍ତି, ମନୁଷ୍ୟର ଚିନ୍ତନ ଶକ୍ତି ସବୁଠାରୁ ବିକଶିତ ଅଟେ । କୁତ୍ରିମ ବୁଦ୍ଧିମତ୍ତାଦ୍ୱାରା ଯନ୍ତ୍ରଗୁଡ଼ିକ କିପରି ମନୁଷ୍ୟ ଭଳି କିମ୍ବା ମନୁଷ୍ୟଠୁ ମଧ୍ୟ ଭଲ ଭାବରେ ଚିନ୍ତା କରି ନିର୍ଣ୍ଣୟ ନେଇପାରିବେ ଏହା ହେଉଛି ଏକ ଲକ୍ଷ୍ୟ ।

ଏହି କ୍ଷେତ୍ରରେ ବର୍ତ୍ତମାନ ସବୁଠାରୁ ଉପରେ ଗୁଗଲର ଡିପ୍ ମାଇଣ୍ଡ ଅଛି। ସେମାନେ ଗୁଗଲ ଡ୍ୟୁପ୍ଲେକ୍ସ[୨] ନାମକ ଏକ ଯୋଜନାଦ୍ୱାରା କୁତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି, ଯନ୍ତ୍ରଦ୍ୱାରା ଭୋଜନାଳୟର ଜାଗା ସଂରକ୍ଷଣ କରିବାଠୁ ଆରମ୍ଭ କରି ବାଳ କାଟିବା ସମୟ ମଧ୍ୟ ଆଗୁଆ ସଂରକ୍ଷଣ କରାଯାଇପାରିହେଲାଣି।

ଉପକରଣ[ସମ୍ପାଦନା]

ଖୋଜିବା ଏବଂ ଅପଟିମାଇଜ କରିବା[ସମ୍ପାଦନା]

ଏଆଇର ଅନେକ ସମସ୍ୟାଗୁଡ଼ିକୁ କେବଳ ସଠିକ ଭାବରେ ସମାଧାନ ଖୋଜିବାଦ୍ୱାରା ସମାଧାନ କରିହେବ । ରିଜନିଂକୁ ଆମେ ଗୋଟିଏ ଖୋଜିବା ସମସ୍ୟାଭାବେ ନେଇ ସମାଧାନ କରିପାରିବା । ଭଲ ଭାବରେ ବୁଝିବା ନିମିତ୍ତ, ଉଦାହରଣ ସ୍ୱରୂପ ଧରନ୍ତୁ ଆପଣଙ୍କୁ ଏକ ପାହାଡ଼ର ଶିଖରରେ ପହଂଚିବାର ଅଛି, ଶିଖରରେ ପହଞ୍ଚିନା ନିମିତ୍ତ ଆପଣଙ୍କୁ ବହୁତ ବାଟ ମିଳିବ, ଅତି କମରେ ଚାରି ଦିଗରୁ ଚାରିଟି ବାଟରୁ କେଉଁ ଏକ ବାଟରେ ଆପଣ ପାହାଡ଼ର ଚୁଡାରେ ପହଂଚି ପାରିବେ । କିନ୍ତୁ ପ୍ରଶ୍ନ ଉଠେ କେଉଁ ରାସ୍ତାରେ ଗଲେ ଆପଣ କମ ସମୟରେ ଏବଂ କମ ପରିଶ୍ରମରେ ଆପଣଙ୍କର ଲକ୍ଷ୍ୟସ୍ଥଳୀରେ ପହଁଚିପାରିବେ ସେ ତଥ୍ୟ ପାଇଁ ଆପଣଙ୍କୁ ନିଜେ ଚଢ଼ିବା ଆଗରୁ ଅନ୍ୟମାନଙ୍କୁ ପଚାରି କିମ୍ବା ମାନଚିତ୍ର ଦେଖି କିମ୍ବା ଦୂରରୁ ନିଜେ ଆକଳନ କରି ଆପଣ ଆପଣଙ୍କର ଚଲାପଥ ଠିକ କରିପାରିବେ । ଏଆଇ ଆପଣଙ୍କର ସହାୟତା ନିମିତ୍ତ ରାସ୍ତା ଖୋଜିପାରେ ଏବଂ କିଛି ତ୍ରୁଟି ହେଲେ ନିଜକୁ ସୁଧାରେ ଯାହାକୁ ଅପଟିମାଇଜ କୁହନ୍ତି ।

ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ[ସମ୍ପାଦନା]

ନ୍ୟୁରାଲ ନେଟୱର୍କର ଗଠନ ମଣିଷର ମସ୍ତିଷ୍କକୁ ଦେଖିକରି ତିଆରି କରାଯାଇଛି । ନ୍ୟୁରାଲ ନେଟୱର୍କକୁ ଉପଯୋଗ କରି ଚିତ୍ର, ଶବ୍ଦ, ଗାଡ଼ି ଚାଳନା ଆଦି ଅନେକ କାମ କରାଯାଇପାରୁଅଛି । ଏହି ବିଷୟରେ ଅଧିକ ଜାଣିବା ନିମିତ୍ତ ଏହାର ମୂଳଲେଖା, ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କକୁ ପଢ଼ନ୍ତୁ ।

ପ୍ରୟୋଗ[ସମ୍ପାଦନା]

ଏହି ପୃଷ୍ଠାରେ ବିସ୍ତୃତରେ ଏଆଇର ପ୍ରୟୋଗ କେଉଁଠି କିଭଳି ଭାବେ ହେଉଛି ବର୍ଣ୍ଣନା କରାଯାଇଅଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରୟୋଗ


ଦର୍ଶନ ଏବଂ ବିଚାର[ସମ୍ପାଦନା]

ଏହି ଆଧାରଗୁଡ଼ିକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Kismet". MIT Artificial Intelligence Laboratory, Humanoid Robotics Group. 
  2. https://ai.googleblog.com/2018/05/duplex-ai-system-for-natural-conversation.html