Jump to content

ଆଲୋଚନା:ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୭ ବର୍ଷ ପୂର୍ବେ by Soumendrak

ଏଇଟା ଟେକନିକାଲ ଲେଖା ସେଥିପାଇଁ କୃତ୍ରିମ ବୁଦ୍ଧିମତ୍ତା ବଦଳରେ ଏହି ପ୍ରସଙ୍ଗର ନାମ ଆର୍ଟିଫିସିଆଲ ଇନ୍ଟଲିଜେନ୍ସ ରାଖିଲେ ଭଲ ହେବ ବୋଲି ଭାବୁଛି । କୃତ୍ରିମ ବୁଦ୍ଧିମତ୍ତା ପ୍ରାୟ କେହି ଜାଣିପାରିବେନି ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୧:୦୪, ୧୨ ଜୁଲାଇ ୨୦୧୮ (IST)Reply

ସମ୍ପୂର୍ଣ୍ଣ ଏକମତ । କିଛି ବିଷୟର ଓଡ଼ିଆ ଅନୁବାଦ ହେବା ଆବଶ୍ୟକ । ତାହା ହେଲେ ଏକ ପ୍ରସଙ୍ଗର ଭିତରେ ଥିବା ଲେଖା । ହେଲେ ବେଷୟିକ ଶବ୍ଦାବଳୀ (technical terminology) ନିହାତି ଦରକାରୀ ନଥିଲେ ଓଡ଼ିଆରେ ଅନୁବାଦ କରିବା ଅନାଆବଶ୍ୟକ । ଯଦି ଶବ୍ଦଟିଏ ଅନେକ ବର୍ଷ ହେଲା ଚଳିଆସିଛି ଯଥା ହାର୍ଟ ବଦଳରେ ହୃତପିଣ୍ଡ କିମ୍ବା ଡିସେଣ୍ଟ୍ରି ବଦଳରେ ତରଳ ଝାଡ଼ା, ସେହି କ୍ଷେତ୍ରରେ ଓଡ଼ିଆ ନାମ ଲେଖିବା କଥା । କିନ୍ତୁ ନୂଆ ଭାବେ ତିଆରି ଶବ୍ଦ, ଖୁବ କମ ଲୋକ ବ୍ୟବହାର କରୁଥିବା ଶବ୍ଦ ଆଦିକୁ ଉଇକିପିଡ଼ିଆରେ ବ୍ୟବହାର ନ କଲେ ଭଲ ।--ସୁଭାସିସ ପାଣିଘରି (ଆଳାପ) ୧୪:୫୭, ୧୨ ଜୁଲାଇ ୨୦୧୮ (IST)Reply
ଏହି ସନ୍ଦେହ ମୋର ମଧ୍ୟ ଥିଲା। ସନ୍ଦେହ ଦୂର କରିଥିବାରୁ ଧନ୍ୟବାଦ। ଯେହେତୁ ଏହି ବିଷୟଟି ବିଗତ ଚାରି ପାଞ୍ଚ ବର୍ଷରେ ଅଧିକ ସକ୍ରିୟ ହୋଇଛି ଅନେକ ଶବ୍ଦ ଗୁଡ଼ିକର ଓଡ଼ିଆରେ ପ୍ରଥମଥର ଅନୁବାଦ କରିବାକୁ ପଡୁଛି। ତାହାର ମଧ୍ୟ କିଛି ମାପଦଣ୍ଡ ନାହିଁ । ଏହି ପୃଷ୍ଠାଟି ଲେଖିଲାବେଳେ ବିଭିନ୍ନ ପ୍ରକାରର ଶବ୍ଦ ଅଛି ଯାହାକୁ ଓଡ଼ିଆରେ ଅନୁବାଦ କରି ଲେଖିଲେ, ଲାଗେ ତାହା ଲୋକମାନଙ୍କୁ ଆହୁରି ଦୁବିଧାରେ ପକେଇଦେବ। ତେଣୁ ମୁଁ ବନ୍ଧନୀ ମଧ୍ୟରେ କେତେକ ଶବ୍ଦର ଇଂରାଜୀ ମଧ୍ୟ ଲେଖିଛି। ଏବେଠୁ ଆଉ ଅନୁବାଦ ନକରି ସେହି ଶବ୍ଦର ଉଚ୍ଚାରଣହିଁ ଓଡ଼ିଆରେ ଲେଖିବା ଭଲ ହେବ ବୋଲି ଭାବୁଛି। ।--ସୌମେନ୍ଦ୍ର (ଆଳାପ) ୧୬:୦୭, ୧୨ ଜୁଲାଇ ୨୦୧୮ (IST)Reply