କୁମ୍ଭ

ଉଇକିପିଡ଼ିଆ ରୁ
Jump to navigation Jump to search

କୁମ୍ଭ ମେଳା ଏବଂ କୁମ୍ଭ ରାଶି ସହ ଦ୍ୱନ୍ଦରେ ପଡ଼ିବେନାହିଁ ।


ହିନ୍ଦୁ ଦେବୀ ଗଙ୍ଗା ଏକ କୁମ୍ଭ ଧରି ବିଦ୍ୟମାନ

କୁମ୍ଭ (ସଂସ୍କୃତ: कुम्भ), ଭାରତରେ ଘରମାନଙ୍କରେ ବ୍ୟବହୃତ ଏକ ପ୍ରକାର ପାତ୍ର । ପାରମ୍ପରିକ ଭାବେ ଏହା କୁମ୍ଭାରଦ୍ୱାରା ତିଆରି ହୋଇଥାଏ ।

ହିନ୍ଦୁ ବୌଦ୍ଧ ଏବଂ ଜୈନ ମତବାଦ ଅନୁସାରେ କୁମ୍ଭ ଏକ ଗର୍ଭକୁ ଦର୍ଶାଏ । ଏହା ମଣିଷର ପ୍ରଜନନ, ଜୀବନ, ଉତ୍ପାଦନକ୍ଷମ ଶକ୍ତି ଏବଂ ଜୀବିକାକୁ ବୁଝାଏ । ଏହା ସାଧାରଣ ଭାବରେ ଦେବୀମାନଙ୍କ ସହ ବିଶେଷ ସମ୍ପର୍କ ଅଛି ଏବଂ ନିର୍ଦ୍ଦିଷ୍ଟ ଭାବରେ ଦେବୀ ଗଙ୍ଗାଙ୍କ ସହ ଆଲୋଚ୍ୟ । [୧]

ପୌରାଣିକ ଉତ୍ପତି[ସମ୍ପାଦନା]

ହିନ୍ଦୁ ପୁରାଣ ଅନୁସାରେ, ଶିବଙ୍କର ବିବାହ ଉତ୍ସବ ସକାଶେ ପ୍ରଥମ କୁମ୍ଭ ପ୍ରଜାପତିଙ୍କଦ୍ୱାରା ତିଆରି ହୋଇଥିଲା । ତେଣୁ ସେ ହେଉଛନ୍ତି ପ୍ରଥମ କୁମ୍ଭାର[୨] ଅନ୍ୟଏକ କିମ୍ବଦନ୍ତି କୁହେ ସମୁଦ୍ର ମନ୍ଥନ ସମୟରେ ଦେବତାମାନଙ୍କୁ ପ୍ରାପ୍ତ ହୋଇଥବା ଅମୃତକୁ ପରଷିବା ପାଇଁ ବିଶ୍ୱକର୍ମାଙ୍କଦ୍ୱାରା ପ୍ରଥମ କୁମ୍ଭ ନିର୍ମିତ ହୋଇଥିଲା ।

ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ମନୁଷ୍ୟ କୁମ୍ଭଠାରୁ ସୃଷ୍ଟି ବୋଲି ଆନେକ ଆଧାର ମିଳେ । ଏକ କିମ୍ବଦନ୍ତି ଅନୁଯାୟୀ ଋଷି ଅଗସ୍ତ୍ୟ ଏକ କୁମ୍ଭ ବା ଗର୍ଭ ମଧ୍ୟରୁ ଜାତ ହୋଇଥିଲେ ।

ଫାଇଲ:Prajapatikumbh raw.jpg
ମେ ୨୦୧୦ରେ ପଞ୍ଜାବର ଜଣେ କୁମ୍ଭାର ହଂସରାଜ ପ୍ରଜାପତିଙ୍କଦ୍ୱାରା ତିଆରି କେତେକ କଞ୍ଚା କୁମ୍ଭ

ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ, କୁମ୍ବ ରାଶି ଭାବେ ନିଆଯାଏ ଇଂରାଜୀ: Aquarius (କୁମ୍ଭ ରାଶି) ଏବଂ ଏହା ମଧ୍ୟ ଏକ ମେଳା ନାମରେ ଜଣାଯାଏ । କୁମ୍ଭ ମେଳା, ଯାହା ବୃହଷ୍ପତି ଗ୍ରହର କୁମ୍ଭ ରାଶିକୁ ଗମନ କରିବା ସମୟରେ ପାଳନ କରାଯାଏ । ହିନ୍ଦୁ ଧର୍ମାମବଲମ୍ବୀମାନେ ମହୋଦଧିରେ ଏହିଦିନ ବୁଡ଼ ପକାଇଥାନ୍ତି । ମହାକୁମ୍ଭ ପ୍ରତି ବାର ବର୍ଷରେ ଥରେ ପଡ଼ିଥାଏ ।

ହିନ୍ଦୁ କାହାଣୀ ରାମାୟଣରେ , ରାବଣର ଭାଇ କୁମ୍ଭକର୍ଣ୍ଣର ଏକ ପୁତ୍ରର ନାମ କୁମ୍ଭ ଥିଲା ।

ବ୍ୟବହାର[ସମ୍ପାଦନା]

COLLECTIE TROPENMUSEUM Pagina met ontwerptekening the kumbha as padmamûla symbol TMnr 6316-10

ଅନେକ ଧାର୍ମିକ ଉତ୍ସବମାନଙ୍କରେ ଏବଂ ହିନ୍ଦୁ କ୍ରିୟାକର୍ମମାନଙ୍କରେ କୁମ୍ଭ ବା କଳସଗୁଡ଼ିକ ଜଳ ପୂର୍ଣ୍ଣ କରାଯାଇ ଆମ୍ବ ପତ୍ରରେ ସଜାଯାଇଥାଏ । ବେଳେବେଳେ ଗହଣା ସହ ମଧ୍ୟ ସଜାଯାଏ ଯାହା ପ୍ରାଚୀନ ଭାରତରେ ଅଧିକ ବ୍ୟବହୃତ ହୋଇଥିଲା । ଏହି ବିଧି ମଧ୍ୟ ଏବେ ଦେଖିବାକୁ ମିଳେ ।


ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Darian 2001, p. 125 Quote: The Kumbha: After the Makara, Ganga's most distinctive sculptural feature is the full vase, first appearing with the river goddess on the same Varaha cave frieze from Udaygiri. Although not common in the early stages of the Ganga image, the full vase appears more and more frequently as the Ganga theme reaches maturity.
  2. The Tribes and Castes of the Central Provinces of India, Volume 4 by R. V. Russell

See also[ସମ୍ପାଦନା]

ଟିପ୍ପଣୀ[ସମ୍ପାଦନା]

ଆଧାର[ସମ୍ପାଦନା]

  • Darian, Steven (2001), The Ganges in myth and history, Delhi:Motilal Banarasidass. Pp. xviii, 219. Originally published in 1978 by The University of Hawaii Press, Honolulu., ISBN 81-208-1757-5
  • Dictionary of Hindu Lore and Legend (ISBN 0-500-51088-1) by Anna Dallapiccola