କିଶୋର ମହାପାତ୍ର
କିଶୋର ମହାପାତ୍ର | |
|---|---|
| ଜନ୍ମ | |
| ମୃତ୍ୟୁ | ୨୯ ମଇ ୨୦୨୩ |
| ଜାତୀୟତା | ଭାରତୀୟ |
| ବୃତ୍ତି | ନାଟ୍ୟକାର (ଯାତ୍ରା) |
| ସକ୍ରିୟ ବର୍ଷ | ୧୯୭୭ – ୨୦୨୩ |
| ସନ୍ତାନ | ଆଶୁତୋଷ ମାହାପାତ୍ର |
କିଶୋର ମହାପାତ୍ର (ମୃତ୍ୟୁ: ୨୯ ମଇ ୨୦୨୩) ଜଣେ ଓଡ଼ିଆ ନାଟ୍ୟକାର ଥିଲେ, ଯିଏକି ଅନେକ ଯାତ୍ରା ନାଟକ ରଚନା କରିଥିଲେ । ୧୯୭୭ ମସିହାରୁ ସେ ରାଢ଼ଙ୍ଗ ଅପେରାରେ ପ୍ରଥମ ଥର ପାଇଁ ଯାତ୍ରାନାଟକ ରଚନା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ତୁଳସୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଶିବାନୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ବାଣେଶ୍ୱରୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ, ତାରାପୁର ଅପେରା, ଉତ୍ତରକୂଳ ଅପେରା ଆଦିରେ ନାଟକ ରଚନା କରିଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କିଶୋର ମହାପାତ୍ର ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢ଼ୁଆ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ସେ ପେଶାରେ ଜଣେ ଇଞ୍ଜିନିୟର ଥିଲେ ଏବଂ ଭୁବନେଶ୍ୱରସ୍ଥିତ ମହିଳା ପଲିଟେକନିକରେ ସେ କାର୍ଯ୍ୟ କରିଥିଲେ ।[୨] ଯାତ୍ରା ପାଇଁ ନାଟକ ଲେଖିବା ପୂର୍ବରୁ ସେ ଅନେକ ଥିଏଟର ନାଟକ ରଚନା କରିଥିଲେ । ତାଙ୍କ ପୁଅ ଆଶୁତୋଷ ମହାପାତ୍ର ଜଣେ ଜଣେ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ, ଯିଏକି ଓଡ଼ିଆ ଯାତ୍ରା ଓ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।[୧]
ପେଷା
[ସମ୍ପାଦନା]ମହାପାତ୍ର ୧୯୭୭ ମସିହାରେ ରାଢ଼ଙ୍ଗ ଅପେରାରେ ପାଣ୍ଡବ ଶତ୍ରୁ ଶ୍ରୀକୃଷ୍ଣ ନାଟକ ଲେଖିଥିଲେ ଏବଂ ପରେ ତୁଳସୀ ଗଣନାଟ୍ୟ ପାଇଁ ଚୁପ୍ ସଞ୍ଜୟ ଚୁପ୍ ଗୀତା ରଚନା କରିଥିଲେ । ଏହାପରେ ସେ ଅନେକ ଯାତ୍ରା ନାଟକ ଲେଖିଥିଲେ । ତାଙ୍କ ରଚିତ ଶେଷ ନାଟକ ଥିଲା ଆକାଶ କଇଁଆ ଚିଲିକା ମାଛ ।[୨]
ରଚିତ ନାଟକ
[ସମ୍ପାଦନା]| ନାଟକ | ଯାତ୍ରାପାର୍ଟି | ମନ୍ତବ୍ୟ |
|---|---|---|
| ପାଣ୍ଡବ ଶତ୍ରୁ ଶ୍ରୀକୃଷ୍ଣ | ରାଢ଼ଙ୍ଗ ଅପେରା | ଯାତ୍ରା ପାଇଁ ପ୍ରଥମ ନାଟକ |
| ଚୁପ୍ ସଞ୍ଜୟ ଚୁପ୍ | ତୁଳସୀ ଗଣନାଟ୍ୟ | |
| ସୁର ସାର୍ଙ୍କ ସାନ ଝିଅ | ||
| ରାତି ନଅରୁ ସକାଳ ଛଅ | ||
| ବୋଉଲୋ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି | ||
| ମିଛ ସମ୍ପର୍କ | ||
| ବଡ଼ଦାଣ୍ଡ ପୁରୀ | ଗୌରୀ ଗଣନାଟ୍ୟ | |
| କାଳୀ ଗୋରୀ ସାବିନି | ||
| ନାଲି ଶାଢ଼ି ନୀଳ ବ୍ଲାଉଜ | ||
| ଯାହା କହିବି ସତ କହିବି | ||
| ବାସନ୍ତୀ କଲୋନି ରାଉରକେଲା | ||
| ସ୍ୱାମୀ ବି ବାକିରେ ମିଳୁଛି | ||
| ଆନନ୍ଦେ ଏକବାର ହରିବୋଲ | ||
| ସ୍ୱାମୀ ସହିତ ସାତ ରାତି | ||
| ଇତି ତୁମର ମୁଁ | ||
| ବାପ ରାଣ ଢିଙ୍କି ଗିଳ | ||
| ଜୁଇରେ ଜଳିବ ଚିଠି ମୋହର | ||
| ନିଜ ସ୍ତ୍ରୀ ପର ସ୍ତ୍ରୀ | ଶିବାନୀ ଗଣନାଟ୍ୟ | |
| ଦେଢ଼ ଦିନର ସ୍ୱାମୀ | ପାର୍ବତୀ ଗଣନାଟ୍ୟ | |
| ପୁରୀରୁ ପଟ୍ଟମୁଣ୍ଡାଇ | ତ୍ରିନାଥ ଗଣନାଟ୍ୟ | |
| ମୋ ସାକ୍ଷୀ ମମତା ମିଶ୍ର | ||
| ଅଧା ରହିଗଲା ହାଟ ସଉଦା | ବାଣେଶ୍ୱରୀ ଗଣନାଟ୍ୟ | |
| ନୂଆବୋଉ କଟକ ଯାଉଛି | ||
| ବାକିରେ ବାକିରେ ବାହାଘର | ବାଘାଯତୀନ ଲୋକନାଟ୍ୟ | |
| ସାତ ସ୍ୱପ୍ନ ଆଠ ରାତି | ତାରାପୁର ଅପେରା | |
| ସ୍ୱାମୀ ଖୋଜୁଛି ସ୍ୱର୍ଗକୁ ଯିବି | ଉତ୍ତରକୂଳ ଅପେରା | |
| ସବୁ ଉପର ବାଲାର ଖେଳ | ||
| ଆକାଶ କଇଁଆ ଚିଲିକା ମାଛ | ଶେଷ ନାଟକ[୨] |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "କିଶୋର ମହାପାତ୍ରଙ୍କୁ ଝୁରୁଛନ୍ତି ଦର୍ଶକ". No. ଭୁବନେଶ୍ୱର. 4 June 2023. p. ୧୮. Archived from the original on 26 September 2023. Retrieved 26 September 2023.
- ↑ ୨.୦ ୨.୧ ୨.୨ "ଯାତ୍ରା ଜଗତରୁ ଆସିଲା ଦୁଃଖ ଖବର: ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ର ଆଉ ନାହାନ୍ତି". Odisha Bhaskar. 30 May 2023. Archived from the original on 26 September 2023. Retrieved 26 September 2023.