Jump to content

ଆଶୁତୋଷ ମହାପାତ୍ର

ଉଇକିପିଡ଼ିଆ‌ରୁ
ଆଶୁତୋଷ ମହାପାତ୍ର
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିନାଟ୍ୟକାର (ଯାତ୍ରା)
ସକ୍ରିୟ ବର୍ଷ୨୦୦୩ରୁ ଏପର୍ଯ୍ୟନ୍ତ
ପିତାମାତାକିଶୋର ମହାପାତ୍ର

ଆଶୁତୋଷ ମହାପାତ୍ର ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ, ଯିଏକି ଅନେକ ଯାତ୍ରା ନାଟକ ରଚନା କରିଛନ୍ତି । ୨୦୦୩ ମସିହାରୁ ସେ ପ୍ରଥମ ଥର ପାଇଁ ଯାତ୍ରାନାଟକ ରଚନା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କୋଣାର୍କ ଗଣନାଟ୍ୟ, ରଙ୍ଗମହଲ, ସ୍ୱର୍ଣ୍ଣ ମହଲ, ଗୌରୀ ଗଣନାଟ୍ୟ, ତୁଳସୀ ଗଣନାଟ୍ୟ, ଶିବାନୀ, ତାରିଣୀ, ବାଘାଯତୀନ ଆଦିରେ ନାଟକ ରଚନା କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଆଶୁତୋଷ ଜଗତସିଂହପୁର ଜିଲ୍ଲାରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢ଼ୁଆ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଯାତ୍ରା ଜଗତରେ ସେ ଜଣେ ନାଟ୍ୟକାର, ଗୀତିକାର ଓ ନିର୍ଦ୍ଦେଶକ ଭାବେ ସୁପରିଚିତ । ନାଟ୍ୟକାର ପିତା ଇଂ କିଶୋର ମହାପାତ୍ରଙ୍କ ପଦାଙ୍କ ଅନୁସରଣ କରି ସେ ପିଲାଦିନରୁ ନାଟକ ରଚନା ପ୍ରତି ମନ ବଳାଇଥିଲେ । ମାତ୍ର ପିତାଙ୍କ ଇଚ୍ଛା ମୁତାବକ ପ୍ରଥମେ ପାଠ ପଢ଼ି ଜଣେ ଯନ୍ତ୍ରୀ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ବାପଙ୍କ ପେସା ଓ ନିଶାକୁ ଆପଣେଇଥିଲେ । ତାଙ୍କର ପ୍ରଥମ ନାଟକ 'ଚାରି ଛକରେ ତିନି ଝିଅ' ଗୋରୀ ଗଣନାଟ୍ୟରେ ଓ ଦ୍ୱିତୀୟ ନାଟକ 'ସୁନ୍ଦରୀ ଝିଅଙ୍କୁ ଦୂରୁ ଜୁହାର' ତୁଳସୀ ଗଣନାଟ୍ୟରେ ମଞ୍ଚସ୍ଥ ହୋଇଥିଲା । ୮୦ରୁ ଉର୍ଦ୍ଧ୍ୱ ନାଟକର ସ୍ରଷ୍ଟା ଆଶୁତୋଷ ନିଜର ଅଧିକାଂଶ ନାଟକରେ ନିଜେ ନିର୍ଦ୍ଦେଶନା ଦେଇଛନ୍ତି ।[] ଜଣେ ଅଭିନେତା ଭାବେ ଆଶୁତୋଷ ନାଟକ ବ୍ୟତୀତ ଦୂରଦର୍ଶନର କିଛି ଧାରାବାହିକରେ ନକରାତ୍ମକ ଭୂମିକାରେ ଅଭିନୟ କରି ଦର୍ଶକୀୟ ଆଦୃତି ଲାଭ କରିପାରିଛନ୍ତି । ତାଙ୍କ ନିର୍ଦ୍ଦେଶନାରେ 'ବାଜିବଲୋ ସାହାନାଇ' ଚଳଚ୍ଚିତ୍ର ୨୦୨୩ରେ ମୁକ୍ତିଲାଭ କରିଥିଲା ।[]

ଅଭିନୟ

[ସମ୍ପାଦନା]

ଆଶୁତୋଷ ମହାପାତ୍ର ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ସେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ତାଙ୍କର ଅଭିନୟ ଆଶୁତୋଷଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା । ସେ ମୁଠାଏ ସପନ, ଭାଗ୍ୟ ବିଧାତା, ମାଉସୀ ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ

[ସମ୍ପାଦନା]
  • ମୁଠାଏ ସପନ
  • ମାଉସୀ - ଇ ଟିଭି ଓଡ଼ିଆ
  • ଗାୟତ୍ରୀ - ଇ ଟିଭି ଓଡ଼ିଆ
  • ଭାଗ୍ୟ ବିଧାତା - ଇ ଟିଭି ଓଡ଼ିଆ
  • ତୋ ଅଗଣାରେ ତୁଳସୀ ମୁଁ - ଜୀ ସାର୍ଥକ

ରଚିତ ନାଟକ

[ସମ୍ପାଦନା]
  • ଚାରି ଛକରେ ତିନି ଝିଅ
  • ସୁନ୍ଦରୀ ଝିଅଙ୍କୁ ଦୂରୁ ଜୁହାର
  • ପାପ ଜାଣିନି କି ପୁଣ୍ୟ ଜାଣିନି
  • ଗରିବର ଦୁଃଖ ଦେଖିଛି କିଏ
  • ବେଳ ବୁଡ଼ିଲେ ବେବିନା କାନ୍ଦେ
  • କେମିତି ଏ ବନ୍ଧନ
  • ସ୍ୱାମୀର ସିନ୍ଦୂର ସତ ଲାଗୁନି
  • ଶ୍ରାବଣ ମାସର ଶେଷ ରାତି
  • କେତେ ଦୁଃଖ ଦେବୁ ଦେ'ରେ କାଳିଆ
  • ବଳାତ୍କାର
  • ଶେଷ ଠିକଣା ସ୍ୱର୍ଗଦ୍ୱାର
  • ବଡ଼ଦାଣ୍ଡର ଭିକାରୀ
  • ପତିବ୍ରତା
  • ସ୍ୱାମୀ ଆସିଥିଲା ରାତିକ କାଇଁ
  • ଷ୍ଟେସନ କୁଲି
  • ଜଗା ଧରିଛି ଜୀବନ ପଘା

ନିର୍ଦ୍ଦେଶିତ ନାଟକ

[ସମ୍ପାଦନା]
  • ଚାରି ଛକରେ ତିନି ଝିଅ
  • ହାତୀ ନାହିଁ କି ଘୋଡ଼ା ନାହିଁ
  • ବାସନ୍ତୀ ଭାଉଜ ଭାରି ଖରାପ
  • ବାଜିବଲୋ ସାହାନାଇ
  • ଅର୍ଦ୍ଧାଙ୍ଗିନୀ
  • ବଳତ୍କାର
  • ଷ୍ଟେସନ କୁଲି