Jump to content

କିଶୋର ମହାପାତ୍ର

ଉଇକିପିଡ଼ିଆ‌ରୁ
କିଶୋର ମହାପାତ୍ର
ଜନ୍ମ
ମୃତ୍ୟୁ୨୯ ମଇ ୨୦୨୩(୨୦୨୩-୦୫-୨୯)
ଜାତୀୟତାଭାରତୀୟ
ବୃତ୍ତିନାଟ୍ୟକାର (ଯାତ୍ରା)
ସକ୍ରିୟ ବର୍ଷ୧୯୭୭ – ୨୦୨୩
ସନ୍ତାନଆଶୁତୋଷ ମାହାପାତ୍ର

କିଶୋର ମହାପାତ୍ର (ମୃତ୍ୟୁ: ୨୯ ମଇ ୨୦୨୩) ଜଣେ ଓଡ଼ିଆ ନାଟ୍ୟକାର ଥିଲେ, ଯିଏକି ଅନେକ ଯାତ୍ରା ନାଟକ ରଚନା କରିଥିଲେ । ୧୯୭୭ ମସିହାରୁ ସେ ରାଢ଼ଙ୍ଗ ଅପେରାରେ ପ୍ରଥମ ଥର ପାଇଁ ଯାତ୍ରାନାଟକ ରଚନା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ତୁଳସୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଶିବାନୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ବାଣେଶ୍ୱରୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ, ତାରାପୁର ଅପେରା, ଉତ୍ତରକୂଳ ଅପେରା ଆଦିରେ ନାଟକ ରଚନା କରିଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

କିଶୋର ମହାପାତ୍ର ଜଗତସିଂହପୁର ଜିଲ୍ଲାରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢ଼ୁଆ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ସେ ପେଶାରେ ଜଣେ ଇଞ୍ଜିନିୟର ଥିଲେ ଏବଂ ଭୁବନେଶ୍ୱରସ୍ଥିତ ମହିଳା ପଲିଟେକନିକରେ ସେ କାର୍ଯ୍ୟ କରିଥିଲେ ।[] ଯାତ୍ରା ପାଇଁ ନାଟକ ଲେଖିବା ପୂର୍ବରୁ ସେ ଅନେକ ଥିଏଟର ନାଟକ ରଚନା କରିଥିଲେ । ତାଙ୍କ ପୁଅ ଆଶୁତୋଷ ମହାପାତ୍ର ଜଣେ ଜଣେ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ, ଯିଏକି ଓଡ଼ିଆ ଯାତ୍ରା ଓ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।[]

ମହାପାତ୍ର ୧୯୭୭ ମସିହାରେ ରାଢ଼ଙ୍ଗ ଅପେରାରେ ପାଣ୍ଡବ ଶତ୍ରୁ ଶ୍ରୀକୃଷ୍ଣ ନାଟକ ଲେଖିଥିଲେ ଏବଂ ପରେ ତୁଳସୀ ଗଣନାଟ୍ୟ ପାଇଁ ଚୁପ୍ ସଞ୍ଜୟ ଚୁପ୍ ଗୀତା ରଚନା କରିଥିଲେ । ଏହାପରେ ସେ ଅନେକ ଯାତ୍ରା ନାଟକ ଲେଖିଥିଲେ । ତାଙ୍କ ରଚିତ ଶେଷ ନାଟକ ଥିଲା ଆକାଶ କଇଁଆ ଚିଲିକା ମାଛ[]

ରଚିତ ନାଟକ

[ସମ୍ପାଦନା]
ନାଟକ ଯାତ୍ରାପାର୍ଟି ମନ୍ତବ୍ୟ
ପାଣ୍ଡବ ଶତ୍ରୁ ଶ୍ରୀକୃଷ୍ଣ ରାଢ଼ଙ୍ଗ ଅପେରା ଯାତ୍ରା ପାଇଁ ପ୍ରଥମ ନାଟକ
ଚୁପ୍ ସଞ୍ଜୟ ଚୁପ୍ ତୁଳସୀ ଗଣନାଟ୍ୟ
ସୁର ସାର୍‌ଙ୍କ ସାନ ଝିଅ
ରାତି ନଅରୁ ସକାଳ ଛଅ
ବୋଉଲୋ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ମିଛ ସମ୍ପର୍କ
ବଡ଼ଦାଣ୍ଡ ପୁରୀ ଗୌରୀ ଗଣନାଟ୍ୟ
କାଳୀ ଗୋରୀ ସାବିନି
ନାଲି ଶାଢ଼ି ନୀଳ ବ୍ଲାଉଜ
ଯାହା କହିବି ସତ କହିବି
ବାସନ୍ତୀ କଲୋନି ରାଉରକେଲା
ସ୍ୱାମୀ ବି ବାକିରେ ମିଳୁଛି
ଆନନ୍ଦେ ଏକବାର ହରିବୋଲ
ସ୍ୱାମୀ ସହିତ ସାତ ରାତି
ଇତି ତୁମର ମୁଁ
ବାପ ରାଣ ଢିଙ୍କି ଗିଳ
ଜୁଇରେ ଜଳିବ ଚିଠି ମୋହର
ନିଜ ସ୍ତ୍ରୀ ପର ସ୍ତ୍ରୀ ଶିବାନୀ ଗଣନାଟ୍ୟ
ଦେଢ଼ ଦିନର ସ୍ୱାମୀ ପାର୍ବତୀ ଗଣନାଟ୍ୟ
ପୁରୀରୁ ପଟ୍ଟମୁଣ୍ଡାଇ ତ୍ରିନାଥ ଗଣନାଟ୍ୟ
ମୋ ସାକ୍ଷୀ ମମତା ମିଶ୍ର
ଅଧା ରହିଗଲା ହାଟ ସଉଦା ବାଣେଶ୍ୱରୀ ଗଣନାଟ୍ୟ
ନୂଆବୋଉ କଟକ ଯାଉଛି
ବାକିରେ ବାକିରେ ବାହାଘର ବାଘାଯତୀନ ଲୋକନାଟ୍ୟ
ସାତ ସ୍ୱପ୍ନ ଆଠ ରାତି ତାରାପୁର ଅପେରା
ସ୍ୱାମୀ ଖୋଜୁଛି ସ୍ୱର୍ଗକୁ ଯିବି ଉତ୍ତରକୂଳ ଅପେରା
ସବୁ ଉପର ବାଲାର ଖେଳ
ଆକାଶ କଇଁଆ ଚିଲିକା ମାଛ ଶେଷ ନାଟକ[]
  1. ୧.୦ ୧.୧ "କିଶୋର ମହାପାତ୍ରଙ୍କୁ ଝୁରୁଛନ୍ତି ଦର୍ଶକ". No. ଭୁବନେଶ୍ୱର. 4 June 2023. p. ୧୮. Archived from the original on 26 September 2023. Retrieved 26 September 2023.
  2. ୨.୦ ୨.୧ ୨.୨ "ଯାତ୍ରା ଜଗତରୁ ଆସିଲା ଦୁଃଖ ଖବର: ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ର ଆଉ ନାହାନ୍ତି". Odisha Bhaskar. 30 May 2023. Archived from the original on 26 September 2023. Retrieved 26 September 2023.