କିରଣ ଲେଖା ମହାନ୍ତି

ଉଇକିପିଡ଼ିଆ‌ରୁ
କିରଣ ଲେଖା ମହାନ୍ତି
ବିଧାୟିକା: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀବିପିନ ବିହାରୀ ଦାସ
ପର ଅଧିକାରୀବିପିନ ବିହାରୀ ଦାସ
ନିର୍ବାଚନ ମଣ୍ଡଳୀପିପିଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1926-01-01)୧ ଜାନୁଆରୀ ୧୯୨୬
ମୃତ୍ୟୁ୧୧ ମଇ ୧୯୯୭(1997-05-11) (ବୟସ ୭୧)
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଜୟକୃଷ୍ଣ ମହାନ୍ତି
ସନ୍ତାନ୧ ପୁଅ, ୩ ଝିଅ
ବାପା/ବୋଉବୈଦ୍ୟନାଥ ରାୟ (ବାପା)

କିରଣ ଲେଖା ମହାନ୍ତି (୧ ଜାନୁଆରୀ ୧୯୨୬ - ୧୧ ମଇ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।[୧] ସେ ୧୯୭୭ ମସିହାରେ ଓଡ଼ିଶାପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାର ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] କିରଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ସମୟରେ ସେ ରମା ଦେବୀ ଏବଂ ମାଳତୀ ଦେବୀଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ସହ ବନ୍ଦୀ ହୋଇ କାରାଗାରରେ ରହିଥିଲେ । ୧୯୪୫ ମସିହାରେ ମାଳତୀ ଦେବୀଙ୍କ ତତ୍ତ୍ୱାବଧାନରେ ସେ ତାଙ୍କର ଭଉଣୀ ଉତ୍ତରାଙ୍କ ସହ ମିଶି ଅନୁଗୋଳଠାରେ ବାଜି ରାଉତ ଛାତ୍ରାବାସ ନାମରେ ଏକ ଛାତ୍ରାବାସ ଖୋଲିଥିଲେ । ଏହି ଛାତ୍ରାବାସ ଆଦିବାସୀ ବାଳକ ବାଳିକାଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତା ପାଇବା ପରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେ ୧୯୫୭ ମସିହାରେ କଂଗ୍ରେସ ଦଳ ପରିତ୍ୟାଗ କରିଥିଲେ ଏବଂ ସର୍ବୋଦୟ ଆଇଡୋଲୋଜି ଅଧିନରେ କାମ କରିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ସମୟରେ ସେ ଜନତା ଦଳରେ ଯୋଗ ଦେଇଥିଲେ ।

ଜନ୍ମ ଓ ପରିବାର[ସମ୍ପାଦନା]

କିରଣ ଲେଖା ମହାନ୍ତି ୧୯୨୬ ମସିହାର ଜାନୁଆରୀ ମାସ ୧ ତାରିଖରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ଥିଲେ ବୈଦ୍ୟନାଥ ରାୟ ।[୩] ସେ ଜୟକୃଷ୍ଣ ମହାନ୍ତିଙ୍କୁ ବିବାହ କରିଥିଲେ ।[୪] ଏହି ଦମ୍ପତ୍ତିଙ୍କର ସମୁଦାୟ ଚାରି ଜଣ ସନ୍ତାନ ଥିଲେ, ତନ୍ମଧ୍ୟରୁ ଗୋଟିଏ ପୁଅ ଓ ତିନୋଟି ଝିଅ ଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ ଓ ଶିକ୍ଷା ଗ୍ରହଣ[ସମ୍ପାଦନା]

କିରଣ ଲେଖା ସେବାଗଡ଼ଠାରେ ଥିବା ଗାନ୍ଧିଆନ ଇନିଷ୍ଟିଚିଉଟ୍ ଫର୍ ରୁରାଲ୍ ରି-କନ୍‌ଷ୍ଟ୍ରକସନ୍‌ରେ ପାଠ ପଢ଼ିବା ସହ ପ୍ରଶିକ୍ଷଣ ନେବା ପାଇଁ ଯୋଗ ଦେଇଥିଲେ ।[୫] ମାତ୍ର ଏହି ସମୟରେ ମହାତ୍ମା ଗାନ୍ଧୀଙ୍କର ଆଦର୍ଶ ଏବଂ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ଏହି ବିଦ୍ୟାଳୟ ପରିତ୍ୟାଗ କରିବା ସହ ପାଠପଢ଼ା ବନ୍ଦ କରି ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।[୧] ସେହି ସମୟରେ ଗାନ୍ଧିଜୀଙ୍କର ଡାକରାରେ ଭାରତକୁ ଇଂରେଜ ଶାସନ ମୁକ୍ତ କରିବା ପାଇଁ ଭାରତ ଛାଡ଼ ଆନ୍ଦୋଳରେ ସେ ଯୋଗ ଦେଇଥିଲେ ।[୩]

ଭାରତଛାଡ଼ ଆନ୍ଦୋଳନ ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଥିବା ଅନ୍ୟାନ୍ୟ ମହିଳାମାନଙ୍କ ମଧ୍ୟରେ ରମା ଦେବୀ, ମାଳତୀ ଦେବୀ ଆଦି ମାନ୍ୟଗଣ୍ୟ ମହିଳାମାନେ ମଧ୍ୟ କିରଣ ଲେଖାଙ୍କ ସହ ଗିରଫ ହୋଇ କାରାଦଣ୍ଡ ଭୋଗିଥିଲେ ।[୩] ସେମାନେ ୨ ବର୍ଷ ୬ ମାସ ଜେଲ ଦଣ୍ଡ ଭୋଗିବାପରେ ମୁକୁଳିଥିଲେ ।[୧] ଏହି ସମୟରେ ଜେଲରେ କିରଣ ଲେଖା ପ୍ରକୃତ ଶିକ୍ଷାଗ୍ରହଣ କରିଥିଲେ ।[୫]

୧୯୪୫ ମସିହାରେ କିରଣ ଜେଲରୁ ମୁକିଳିଥିଲେ ଏବଂ ଜେଲରୁ ବାହାରିଲାପରେ ସେ ଅନୁଗୋଳଠାରେ ଏକ ଛାତ୍ରାବାସର ଆରମ୍ଭ କରିଥିଲେ ।[୩] ଆଦିବାସୀ ବାଳକ ବାଳିକାମାନଙ୍କ ପାଇଁ ସେ ମାଳତୀ ଦେବୀଙ୍କର ତତ୍ତ୍ୱାବଧାନରେ ତାଙ୍କ ଭଉଣୀ ଉତ୍ତରାଙ୍କ ସହ ମିଶି ଏହି ଛାତ୍ରାବାସ ନିର୍ମାଣ କରିଥିଲେ, ଯାହାର ନାମ ଥିଲା ବାଜି ରାଉତ ଛାତ୍ରାବାସ ।[୫]

ରାଜନୈତିକ ଜୀବନ[ସମ୍ପାଦନା]

କିରଣ ବ୍ରିଟିଶ ରାଜ ସମୟରୁ ହିଁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏବଂ ଭାରତ ଇଂରେଜ ସରକାରଠାରୁ ମୁକ୍ତ ହୋଇ ସ୍ୱାଧୀନତା ପାଇବାପରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।[୬] ମାତ୍ର ୧୯୫୭ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳ ପରିତ୍ୟାଗ କରିଥିଲେ ।[୩] କଂଗ୍ରେସ ଦଳ ଛାଡ଼ିବାପରେ ସେ ସର୍ବୋଦୟ ଆଇଡୋଲୋଜି ଅଧିନରେ କାମ କରିବା ଆରମ୍ଭ କରିଥିଲେ ।[୫] ପରବର୍ତ୍ତୀ ସମୟରେ ୧୯୭୫ ମସିହାରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ସମୟରେ ସେ ଜନତା ଦଳରେ ଯୋଗ ଦେଇଥିଲେ ।[୩]

୧୯୭୭ ଓଡ଼ିଶା ସାଧାରଣ ନିର୍ବାଚନରେ କିରଣ ଜନତା ଦଳର ପ୍ରତିନିଧି ଭାବରେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ସେ ଏହି ନିର୍ବାଚନ ଜିତି ଓଡ଼ିଶା ବିଧାନ ସଭାର ୭ମ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୭ମ ଓଡ଼ିଶା ବିଧାନ ସଭାରେ ସେ ୧୯୭୭ରୁ ୧୯୮୦ ଯାଏଁ ବିଧାୟିକା ପଦରେ ରହି କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

୧୯୯୭ ମସିହା ମଇ ମାସ ୧୧ ତାରିଖରେ କିରଣ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Late Kiran Lekha Mohanty". odishaassembly.nic.in. Retrieved 15 February 2019.
  2. ୨.୦ ୨.୧ "Kiran Lekha Mohanty winner in Pipili, Odisha Assembly Elections 1977: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Retrieved 2019-02-15.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "MLA Kiran Lekha Mohanty Profile | PIPILI Constituency". naveenpatnaik.com. Archived from the original on 1 October 2017. Retrieved 15 February 2019.
  4. "MLA Jayakrushna Mohanty Profile | PIPILI Constituency". www.odishahelpline.com. Retrieved 2019-02-15.
  5. ୫.୦ ୫.୧ ୫.୨ ୫.୩ "MLA Kiran Lekha Mohanty Profile | PIPILI Constituency". www.odishahelpline.com. Retrieved 15 February 2019.
  6. Nayak, Dr Smita (2016-03-01). Whither Women: A Shift from Endowment to Empowerment (in ଇଂରାଜୀ). EduPedia Publications (P) Ltd. ISBN 9781523724116.