କାଲସିଫାଇଲାକ୍ସିସ

ଉଇକିପିଡ଼ିଆ‌ରୁ
Calciphylaxis
Calcific uremic arteriolopathy (CUA)[୧]
Calciphylaxis on the abdomen of a person with end stage kidney disease. Markings are in cm.
ଲକ୍ଷଣSevere pain and skin changes[୧]
କାରଣUnknown[୨]
ବିପଦ କାରକEnd-stage kidney disease, earlier stage chronic kidney disease, acute kidney injury[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, skin biopsy[୨]
ସଠିକ ରୋଗ ନିର୍ଣ୍ଣୟAntiphospholipid syndrome, cholesterol embolism, vasculitis, warfarin necrosis[୨]
ଚିକିତ୍ସାIncreased dialysis frequency, stopping calcium supplements, sodium thiosulfate[୨]
Prognosis1 year survival < 50%[୧]
ପୁନଃପୌନିକ4 to 400 per 10,000 on dialysis/year[୨]

<b>କାଲସିଫାଇଲାକ୍ସିସ</b> ରୋଗ ହେଉଥିବା କୁହାଯାଏ ଯେତେବେଳେ ଚର୍ବି ତନ୍ତୁ ଏବଂ ଚର୍ମର ଗଭୀର ସ୍ତରରେ ଅବସ୍ଥିତ ଛୋଟ ରକ୍ତନଳୀଗୁଡ଼ିକର କାଲସିଫିକେସନ ହୋଇଯାଏ ।[୧] ଏହି ରୋଗ ହେଲେ ସାଧାରଣତ ପ୍ରବଳ ଯନ୍ତ୍ରଣା ଏବଂ ଚର୍ମ ପରିବର୍ତ୍ତନ ହୋଇଯାଏ ।[୧] ସେଗୁଡ଼ିକ ଚର୍ମର ଏକାଧିକ କ୍ଷେତ୍ରରେ ହୁଏ, ରୋଗ ହେବା ସ୍ଥାନ ମୋଟା ହୋଇ ଆରମ୍ଭ ହୁଏ ଓ ଯାହା ବାଇଗଣୀ ରଙ୍ଗରେ ପରିଣତ ହୁଏ ଏବଂ ପରେ ଏକ ଘାଆ ସୃଷ୍ଟି ହୁଏ।[୧] ରୋଗ ଜଟିଳ ହେଲେ ଅବସାଦ ଏବଂ ସେପ୍ସିସ ହୋଇପାରେ ।[୧]

ଏହା ସାଧାରଣତଃ ଶେଷ ପର୍ଯ୍ୟାୟରେ ଥିବା ବୃକ୍‌କ ରୋଗରେ ହେବା ଦେଖାଯାଏ; ଯଦିଓ କ୍ରନିକ ବୃକ୍‌କ ରୋଗର ପୂର୍ବ ଅବସ୍ଥାରେ କିମ୍ବା ତୀବ୍ର କିଡନୀ ଆଘାତ ଥିଲେ ହୋଇପାରେ ।[୧] କ୍ୱଚିତ୍ ଏହା ସାଧାରଣ ବୃକ୍‌କ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କଠାରେ ହୋଇପାରେ ।[୧] ମେଦବହୁଳତା, ମଧୁମେହ, କର୍କଟ, ୱାର୍ଫାରିନ୍ ଏବଂଜୀବସାର ଘ ସମେତ କେତେକ ଔଷଧ ଏବଂ ତନ୍ତୁ ଆଘାତ ସ୍ଥାନରେ ହୋଇପାରେ ।[୨] ଏହାର ମୂଳ ପ୍ରଣାଳୀରେ ଛୋଟ ରକ୍ତନଳୀମାନଙ୍କର ସଂକୀର୍ଣ୍ଣତା, ରକ୍ତ ଜମାଟ ବାନ୍ଧିବା ଯୋଗୁ ରକ୍ତ ପ୍ରବାହ କମିଯାଏ ଓ କୋଷଗୁଡ଼ିକର ମୃତ୍ୟୁ ହୋଇଯାଏ ।[୨] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଚର୍ମ ବାୟୋପ୍ସିଦ୍ୱାରା ନିଶ୍ଚିତ ହୋଇପାରିବ ।[୨]

ବାରମ୍ବାର ଡାଏଲିସିସ, କ୍ୟାଲସିଅମ୍ ପରିପୂରକ ଏବଂ ସୋଡିଅମ ଥାୟୋସଲଫେଟ୍ ଦେଇ ଏହାର ଚିକିତ୍ସା କରାଯାଏ ।[୨] ଉଚ୍ଚ ପାରାଥାଇରଏଡ୍ ହରମୋନ୍ ଥିବା ବ୍ୟକ୍ତିଙ୍କ ପାଇଁ ସକ୍ରିୟ ଭିଟାମିନ୍ D ବଦଳରେ ସିନାକାଲସେଟ ବ୍ୟବହାର କରାଯିବା ଉଚିତ୍ ।[୨] ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରୟାସରେ ଘାଆର ଯତ୍ନ ଏବଂ ଯନ୍ତ୍ରଣା ପରିଚାଳନା କରାଯାଏ ।[୨] ହାଇପରବାରିକ୍ ଅମ୍ଳଜାନ ଚିକିତ୍ସା କିଛି ଲୋକଙ୍କୁ ସାହାଯ୍ୟ କରିପାରେ ।[୨] ସାଧାରଣ ଜୀବନ ପ୍ରତାଶା ଏକ ବର୍ଷରୁ କମ୍ ଅଟେ ଓ ଫଳାଫଳ ଖରାପ ରହେ ।[୧] ସାଧାରଣତଃ ସେପ୍ସିସ ଯୋଗୁ ମୃତ୍ୟୁ ହୁଏ ।[୨]

କାଲସିଫାଇଲକ୍ସିସ ଏକ ବିରଳ ରୋଗ, ପ୍ରତିବର୍ଷ ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରତି ୪୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୪ ଜଣଙ୍କୁ ପ୍ରଭାବିତ କରିଥାଏ ।[୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ଏବଂ ସମସ୍ତ ବୟସରେ ହୋଇପାରେ ।[୩] ଏହି ଅବସ୍ଥା ପ୍ରଥମେ ୧୮୯୮ ମସିହାରେ ହ୍ୱାଇଟ ଏବଂ ବ୍ର୍ୟାଣ୍ଟ ବର୍ଣ୍ଣନା କରିଥିଲେ ।[୩] ରୋଗର ଗୁରୁତ୍ୱ ୧୯୭୬ ମସିହାରେ ଜିପସ୍ଟେନ ନିର୍ଣ୍ଣୟ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Nigwekar, SU; Thadhani, R; Brandenburg, VM (May 2018). "Calciphylaxis". New England Journal of Medicine. 378 (18): 1704–1714. doi:10.1056/NEJMra1505292. PMID 29719190.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Westphal, SG; Plumb, T (January 2022). "Calciphylaxis". PMID 30085562. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ Herndon, David N. (15 June 2012). Total Burn Care E-Book: Expert Consult - Online (in ଇଂରାଜୀ). Elsevier Health Sciences. p. 480. ISBN 978-1-4557-3797-0. Archived from the original on 14 October 2022. Retrieved 13 October 2022.