କାଲସିଫାଇଲାକ୍ସିସ
| Calciphylaxis | |
|---|---|
| Calcific uremic arteriolopathy (CUA)[୧] | |
Calciphylaxis on the abdomen of a person with end stage kidney disease. Markings are in cm. | |
| ଲକ୍ଷଣ | Severe pain and skin changes[୧] |
| କାରଣ | Unknown[୨] |
| ବିପଦ କାରକ | End-stage kidney disease, earlier stage chronic kidney disease, acute kidney injury[୧] |
| ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, skin biopsy[୨] |
| ସଠିକ ରୋଗ ନିର୍ଣ୍ଣୟ | Antiphospholipid syndrome, cholesterol embolism, vasculitis, warfarin necrosis[୨] |
| ଚିକିତ୍ସା | Increased dialysis frequency, stopping calcium supplements, sodium thiosulfate[୨] |
| Prognosis | 1 year survival < 50%[୧] |
| ପୁନଃପୌନିକ | 4 to 400 per 10,000 on dialysis/year[୨] |
<b>କାଲସିଫାଇଲାକ୍ସିସ</b> ରୋଗ ହେଉଥିବା କୁହାଯାଏ ଯେତେବେଳେ ଚର୍ବି ତନ୍ତୁ ଏବଂ ଚର୍ମର ଗଭୀର ସ୍ତରରେ ଅବସ୍ଥିତ ଛୋଟ ରକ୍ତନଳୀଗୁଡ଼ିକର କାଲସିଫିକେସନ ହୋଇଯାଏ ।[୧] ଏହି ରୋଗ ହେଲେ ସାଧାରଣତ ପ୍ରବଳ ଯନ୍ତ୍ରଣା ଏବଂ ଚର୍ମ ପରିବର୍ତ୍ତନ ହୋଇଯାଏ ।[୧] ସେଗୁଡ଼ିକ ଚର୍ମର ଏକାଧିକ କ୍ଷେତ୍ରରେ ହୁଏ, ରୋଗ ହେବା ସ୍ଥାନ ମୋଟା ହୋଇ ଆରମ୍ଭ ହୁଏ ଓ ଯାହା ବାଇଗଣୀ ରଙ୍ଗରେ ପରିଣତ ହୁଏ ଏବଂ ପରେ ଏକ ଘାଆ ସୃଷ୍ଟି ହୁଏ।[୧] ରୋଗ ଜଟିଳ ହେଲେ ଅବସାଦ ଏବଂ ସେପ୍ସିସ ହୋଇପାରେ ।[୧]
ଏହା ସାଧାରଣତଃ ଶେଷ ପର୍ଯ୍ୟାୟରେ ଥିବା ବୃକ୍କ ରୋଗରେ ହେବା ଦେଖାଯାଏ; ଯଦିଓ କ୍ରନିକ ବୃକ୍କ ରୋଗର ପୂର୍ବ ଅବସ୍ଥାରେ କିମ୍ବା ତୀବ୍ର କିଡନୀ ଆଘାତ ଥିଲେ ହୋଇପାରେ ।[୧] କ୍ୱଚିତ୍ ଏହା ସାଧାରଣ ବୃକ୍କ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କଠାରେ ହୋଇପାରେ ।[୧] ମେଦବହୁଳତା, ମଧୁମେହ, କର୍କଟ, ୱାର୍ଫାରିନ୍ ଏବଂଜୀବସାର ଘ ସମେତ କେତେକ ଔଷଧ ଏବଂ ତନ୍ତୁ ଆଘାତ ସ୍ଥାନରେ ହୋଇପାରେ ।[୨] ଏହାର ମୂଳ ପ୍ରଣାଳୀରେ ଛୋଟ ରକ୍ତନଳୀମାନଙ୍କର ସଂକୀର୍ଣ୍ଣତା, ରକ୍ତ ଜମାଟ ବାନ୍ଧିବା ଯୋଗୁ ରକ୍ତ ପ୍ରବାହ କମିଯାଏ ଓ କୋଷଗୁଡ଼ିକର ମୃତ୍ୟୁ ହୋଇଯାଏ ।[୨] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଚର୍ମ ବାୟୋପ୍ସିଦ୍ୱାରା ନିଶ୍ଚିତ ହୋଇପାରିବ ।[୨]
ବାରମ୍ବାର ଡାଏଲିସିସ, କ୍ୟାଲସିଅମ୍ ପରିପୂରକ ଏବଂ ସୋଡିଅମ ଥାୟୋସଲଫେଟ୍ ଦେଇ ଏହାର ଚିକିତ୍ସା କରାଯାଏ ।[୨] ଉଚ୍ଚ ପାରାଥାଇରଏଡ୍ ହରମୋନ୍ ଥିବା ବ୍ୟକ୍ତିଙ୍କ ପାଇଁ ସକ୍ରିୟ ଭିଟାମିନ୍ D ବଦଳରେ ସିନାକାଲସେଟ ବ୍ୟବହାର କରାଯିବା ଉଚିତ୍ ।[୨] ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରୟାସରେ ଘାଆର ଯତ୍ନ ଏବଂ ଯନ୍ତ୍ରଣା ପରିଚାଳନା କରାଯାଏ ।[୨] ହାଇପରବାରିକ୍ ଅମ୍ଳଜାନ ଚିକିତ୍ସା କିଛି ଲୋକଙ୍କୁ ସାହାଯ୍ୟ କରିପାରେ ।[୨] ସାଧାରଣ ଜୀବନ ପ୍ରତାଶା ଏକ ବର୍ଷରୁ କମ୍ ଅଟେ ଓ ଫଳାଫଳ ଖରାପ ରହେ ।[୧] ସାଧାରଣତଃ ସେପ୍ସିସ ଯୋଗୁ ମୃତ୍ୟୁ ହୁଏ ।[୨]
କାଲସିଫାଇଲକ୍ସିସ ଏକ ବିରଳ ରୋଗ, ପ୍ରତିବର୍ଷ ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରତି ୪୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୪ ଜଣଙ୍କୁ ପ୍ରଭାବିତ କରିଥାଏ ।[୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ଏବଂ ସମସ୍ତ ବୟସରେ ହୋଇପାରେ ।[୩] ଏହି ଅବସ୍ଥା ପ୍ରଥମେ ୧୮୯୮ ମସିହାରେ ହ୍ୱାଇଟ ଏବଂ ବ୍ର୍ୟାଣ୍ଟ ବର୍ଣ୍ଣନା କରିଥିଲେ ।[୩] ରୋଗର ଗୁରୁତ୍ୱ ୧୯୭୬ ମସିହାରେ ଜିପସ୍ଟେନ ନିର୍ଣ୍ଣୟ କରିଥିଲେ ।[୩]
ଆଧାର
[ସମ୍ପାଦନା]- 1 2 3 4 5 6 7 8 9 10 11 Nigwekar, SU; Thadhani, R; Brandenburg, VM (May 2018). "Calciphylaxis". New England Journal of Medicine. 378 (18): 1704–1714. doi:10.1056/NEJMra1505292. PMID 29719190.
- 1 2 3 4 5 6 7 8 9 10 11 12 13 14 Westphal, SG; Plumb, T (January 2022). "Calciphylaxis". PMID 30085562.
{{cite journal}}: Cite journal requires|journal=(help) - 1 2 3 Herndon, David N. (15 June 2012). Total Burn Care E-Book: Expert Consult - Online (in ଇଂରାଜୀ). Elsevier Health Sciences. p. 480. ISBN 978-1-4557-3797-0. Archived from the original on 14 October 2022. Retrieved 13 October 2022.