କ୍ୟାଲସିଅମ ପରିପୂରକ

ଉଇକିପିଡ଼ିଆ‌ରୁ
(Calcium supplementsରୁ ଲେଉଟି ଆସିଛି)
କ୍ୟାଲସିଅମ ପରିପୂରକ
500 milligram calcium supplements made from calcium carbonate
Clinical data
Trade namesAlka-Mints, Calcet, Tums, others
AHFS/Drugs.commonograph
Pregnancy
category
  • US: A (No risk in human studies)
  • and C
Routes of
administration
by mouth, intravenous
ATC code
Identifiers
CAS Number
ChemSpider
  • none

କ୍ୟାଲସିଅମ ପରିପୂରକ (ଇଂରାଜୀ ବାଷାରେ Calcium supplements) ଏକ ପ୍ରକାର କ୍ୟାଲ୍‌ସିଅମ ଲବଣ (salts) ଯାହା ଅନେକ ପ୍ରକାର ବେମାରୀରେ ବ୍ୟବ‌ହାର ହୁଏ ।[୧] ଖାଦ୍ୟରେ ଯଥେଷ୍ଟ କ୍ୟାଲସିଅମ ନଥିଲେ ଏହି ପରିପୂରକ ଆବଶ୍ୟକ ହୁଏ ।[୨][୩] ଅଳ୍ପ ରକ୍ତ କ୍ୟାଲସିଅମ (low blood calcium), ହାଡ଼ପୋରିଆରିକେଟ ଇତ୍ୟାଦି ରୋଗମାନଙ୍କରେ ଏହା ପାଟିରେ ଦିଆଯାଏ ।[୧] ଅଳ୍ପ ରକ୍ତ କ୍ୟାଲସିଅମ ଫଳରେ ମାଂସପେଶୀ ସ୍ପାଜ୍‌ମ (muscle spasms) ହେଉଥିଲେ, ଅଧିକ ରକ୍ତ ପୋଟାସିଅମ (high blood potassium) ଓ ମ୍ୟାଗନେସିଅମ ବିଷକ୍ରିୟାରେ (magnesium toxicity) ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[୨][୪]

କ୍ୟାଲସିଅମ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ (constipation) ଓ ଅଇ ହୋଇପାରେ । ପାଟିରେ ନେଲେ ସାଧାରଣତଃ ଅଧିକ ରକ୍ତ କ୍ୟାଲସିଅମ (high blood calcium) ହୁଏନାହିଁ । ଖାଦ୍ୟରେ ଥିବା କ୍ୟାଲସିଅମ ଅପେକ୍ଷା ପରିପୂରକ କ୍ୟାଲସିଅମ ଯୋଗୁ ବୃକ୍‌କ ପଥର (kidney stone) ହେବା ସମ୍ଭାବନା ଅଧିକ । ବୟଃପ୍ରାପ୍ତ ଲୋକର ଦିନ‌କୁ ଏକ ଗ୍ରାମ କ୍ୟାଲସିଅମ ଆବଶ୍ୟକ ହୁଏ । ଅସ୍ଥି (bones), ମାଂସପେଶୀ (muscles), ଓ ସ୍ନାୟୁ (nerves) ନିମନ୍ତେ କ୍ୟାଲସିଅମ ଆବଶ୍ୟକ ହୁଏ ।[୧]

ଊନବିଂଶ ଶତାବ୍ଦୀରୁ ଚିକିତ୍ସା କ୍ଷେତ୍ରରେ କ୍ୟାଲସିଅମ ପରିପୂରକର ପ୍ରଚଳନ ହୋଇଆସୁଛି ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ମାସ ବ୍ୟବ‌ହାର ନିମନ୍ତେ ଏହି ଔଷଧର ହୋଲସେଲ ମୂଲ୍ୟ ୦.୯୨ରୁ ୪.୭୬ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପରିମାଣର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୪] ଜୀବସାର ଘ ବା ଭିଟାମିନ ଡି (vitamin D) ସାଥିରେ ମିଶ୍ରିତ ହୋଇ ମଧ୍ୟ ଏହା ବିକ୍ରୟ ହୁଏ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Calcium Salts". The American Society of Health-System Pharmacists. Retrieved 8 January 2017.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 497. ISBN 9789241547659. Retrieved 8 January 2017.
  3. ୩.୦ ୩.୧ ୩.୨ British national formulary : BNF 69 (69 ed.). British Medical Association. 2015. p. 694, 703. ISBN 9780857111562.
  4. ୪.୦ ୪.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 215-216. ISBN 9781284057560.
  5. Tegethoff, F. Wolfgang (2012). Calcium Carbonate: From the Cretaceous Period into the 21st Century (in ଇଂରାଜୀ). Birkhäuser. p. 308. ISBN 9783034882453.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Calcium Lactate". International Drug Price Indicator Guide. Archived from the original on 11 May 2017. Retrieved 8 December 2016.