କ୍ରନିକ ବୃକ୍କ ରୋଗ
କ୍ରନିକ ବୃକ୍କ ରୋଗ (Chronic kidney disease) | |
---|---|
Chronic renal disease, impaired kidney function[୧] | |
ବିଭାଗ | ମୂତ୍ରରୋଗ ବିଜ୍ଞାନ (Nephrology) |
ଲକ୍ଷଣ | ପ୍ରାରମ୍ଭ: ନାସ୍ତି[୨] ପଶ୍ଚାତ: ପାଦ ଇଡିମା (Leg swelling), ଥକ୍କା ଅନୁଭବ, ବାନ୍ତି (vomiting), ଅରୁଚି, ଦ୍ୱନ୍ଦ୍ୱ (confusion)[୨] |
ଅବଧି | ଦୀର୍ଘକାଳୀନ[୩] |
କାରଣ | ମଧୁମେହ ନିଉରୋପାଥି (Diabetes), ଉଚ୍ଚ ରକ୍ତଚାପ, ଗ୍ଲୋମେରୁଲୋନେଫ୍ରାଇଟିସ (glomerulonephritis), ପଲିସିସ୍ଟିକ ବୃକ୍କ ରୋଗ (polycystic kidney disease)[୩][୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା (Blood tests), ମୂତ୍ର ପରୀକ୍ଷା (urine tests)[୫] |
ଚିକିତ୍ସା | ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ସ୍ୱଳ୍ପ କୋଲେସ୍ଟେରୋଲ ନିମନ୍ତେ ଔଷଧ ଚିକିତ୍ସା, ରେନାଲ ରିପ୍ଲେସମେଣ୍ଟ ଥେରାପି (renal replacement therapy), ବୃକ୍କ ଟ୍ରାନ୍ସପ୍ଲାଣ୍ଟ (kidney transplant)[୬][୭] |
ପୁନଃପୌନିକ | ୭୫୩ ନିୟୁତ (୨୦୧୬)[୧] |
ମୃତ୍ୟୁ ସାନ୍ଦ୍ରତା | ୧.୨ ନିୟୁତ (୨୦୧୫)[୪] |
Patient UK | କ୍ରନିକ ବୃକ୍କ ରୋଗ (Chronic kidney disease) |
କ୍ରନିକ ବୃକ୍କ ରୋଗ (ଇଂରାଜୀ ଭାଷାରେ Chronic kidney disease ବା ସିକେଡି/ CKD) ଏକ ପ୍ରକାର ବୃକ୍କ ରୋଗ (kidney disease) ଯେଉଁଥିରେ ମାସ ମାସ ଓ ବର୍ଷ ବର୍ଷା ଧରି ବୃକ୍କର କାର୍ଯ୍ୟ (kidney function) ସମ୍ପାଦନ ହୋଇପାରେନି ।[୨][୩] ଆରମ୍ଭରେ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୨] ପରବର୍ତ୍ତୀ କାଳରେ ପାଦ ଇଡିମା (Leg swelling), ଥକ୍କା ଅନୁଭବ, ବାନ୍ତି (vomiting), ଅରୁଚି, ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣମାନ ବିକଶିତ ହୁଏ ।[୨] ରୋଗ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଉଚ୍ଚ ରକ୍ତଚାପ, ରେନାଲ ଓଷ୍ଟିଓଡିସଟ୍ରୋଫି (bone disease) ଓ ଆନିମିଆ ହୋଇପାରେ ।[୮][୯][୧୦]
ମଧୁମେହ ନିଉରୋପାଥି (Diabetes), ଉଚ୍ଚ ରକ୍ତଚାପ, ଗ୍ଲୋମେରୁଲୋନେଫ୍ରାଇଟିସ (glomerulonephritis), ପଲିସିସ୍ଟିକ ବୃକ୍କ ରୋଗ (polycystic kidney disease) ଇତ୍ୟାଦି ରୋଗଗୁଡ଼ିକ ଏହି କ୍ରନିକ ବୃକ୍କ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି ।[୩][୪] ପରିବାରରେ ଏହି ରୋଗ ଇତିହାସ ଥିଲେ ପରବର୍ତ୍ତୀ ପଢ଼ିର ରୋଗ ସଙ୍କଟ ରହିପାରେ ।[୨] ରକ୍ତ ପରୀକ୍ଷାରୁ (Blood tests) ଜିଏଫଆର ମାପ କରି ଓ ମୂତ୍ର ପରୀକ୍ଷାରୁ (urine tests) ଆଲବୁମିନ ପରିମାଣ ମାପ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୫] ରେନାଲ ଅଲଟ୍ରାସାଉଣ୍ଡ (ultrasound) ଓ ବୃକ୍କ ବାୟୋପ୍ସି (kidney biopsy) କରି ଅନ୍ତର୍ନିହିତ କାରଣ ଖୋଜିହୁଏ ।[୩] ଏହାର ଅନେକ ପ୍ରକାର ବର୍ଗୀକରଣ କରାଯାଇଛି ।[୧୧][୧୨]
ଏହି ରୋଗ ସଙ୍କଟାପନ୍ନ ଲୋକଙ୍କର ନିୟମିତ ସ୍କ୍ରୀନିଙ୍ଗ କରିବା ଉଚିତ ।[୫] ପ୍ରାରମ୍ଭିକ ଭାବରେ ଉଚ୍ଚ ରକ୍ତଚାପ, ରକ୍ତ ଶର୍କରା ଓ ସ୍ୱଳ୍ପ କୋଲେସ୍ଟେରୋଲ ନିମନ୍ତେ ଔଷଧ ଚିକିତ୍ସା କରାଯାଏ । [୭] ଏନଏସଏଆଇଡି (NSAIDs) ଦେବାକୁ ନିଷେଧ କରାଯାଏ ।[୭] ଖାଦ୍ୟ ପରିବର୍ତ୍ତନ କରିବା ସହିତ ସକ୍ରିୟ ଜୀବନଯାପନ କରିବାକୁ ଉପଦେଶ ଦିଆଯାଏ ।[୭] କେତେକ ରୋଗରେ ରେନାଲ ରିପ୍ଲେସମେଣ୍ଟ ଥେରାପି (renal replacement therapy) ବା ବୃକ୍କ ଟ୍ରାନ୍ସପ୍ଲାଣ୍ଟ (kidney transplant) କରାଯାଏ ।[୬] ଆନିମିଆ ଓ ହାଡ଼ ରୋଗର ମଧ୍ୟ ଉପଯୁକ୍ତ ଚିକିତ୍ସା କରାଯାଏ ।[୧୩][୧୪]
ସନ ୨୦୧୬ରେ ସାରା ପୃଥିବୀରେ ୪୧୭ ଜଣ ମହିଳା ଓ ୩୩୬ ଜଣ ପୁରୁଷଙ୍କ ସହିତ ମୋଟ ୭୫୩ ଜଣ ଲୋକ ଏହି କ୍ରନିକ ବୃକ୍କ ରୋଗରେ ଆକ୍ରାନ୍ତ ହୋଇଥିଲେ ।[୧] ସନ ୨୦୧୫ରେ ପ୍ରାୟ ୧.୨ ନିୟୁତ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିଥିଲେ ।[୪][୧୫] ଏମାନଙ୍କ ମଧ୍ୟରୁ ଉଚ୍ଚ ରକ୍ତଚାପରେ ୫୫୦,୦୦୦ ଜଣ, ମଧୁମେହରେ ୪୧୮,୦୦୦ ଜଣ ଓ ଗ୍ଲୋମେରୁନେଫ୍ରାଇଟିସରେ ୨୩୮,୦୦୦ ଜଣ ରୋଗାକ୍ରାନ୍ତ ଥିଲେ । [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Bikbov B, Perico N, Remuzzi G (23 May 2018). "Disparities in Chronic Kidney Disease Prevalence among Males and Females in 195 Countries: Analysis of the Global Burden of Disease 2016 Study". Nephron. doi:10.1159/000489897. PMID 29791905.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "What Is Chronic Kidney Disease?". National Institute of Diabetes and Digestive and Kidney Diseases. June 2017. Retrieved 19 December 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ "What is renal failure?". Johns Hopkins Medicine (in ଇଂରାଜୀ). Retrieved 18 December 2017.
- ↑ ୪.୦ ୪.୧ ୪.୨ ୪.୩ ୪.୪ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୫.୦ ୫.୧ ୫.୨ "Chronic Kidney Disease Tests & Diagnosis". National Institute of Diabetes and Digestive and Kidney Diseases. October 2016. Retrieved 19 December 2017.
- ↑ ୬.୦ ୬.୧ "Kidney Failure". National Institute of Diabetes and Digestive and Kidney Diseases. Retrieved 11 November 2017.
- ↑ ୭.୦ ୭.୧ ୭.୨ ୭.୩ "Managing Chronic Kidney Disease". National Institute of Diabetes and Digestive and Kidney Diseases. October 2016.
- ↑ Liao, Min-Tser; Sung, Chih-Chien; Hung, Kuo-Chin; Wu, Chia-Chao; Lo, Lan; Lu, Kuo-Cheng (2012). "Insulin Resistance in Patients with Chronic Kidney Disease". Journal of Biomedicine and Biotechnology. 2012: 1–5. doi:10.1155/2012/691369. PMC 3420350. PMID 22919275.
{{cite journal}}
: CS1 maint: unflagged free DOI (link) - ↑ "Kidney Failure". MedlinePlus (in ଇଂରାଜୀ). Retrieved 11 November 2017.
- ↑ KDIGO: Kidney Disease Improving Global Outcomes (August 2009). "KDIGO Clinical Practice Guideline for the Diagnosis, Evaluation, Prevention, and Treatment of Chronic Kidney Disease-Mineral and Bone Disorder (CKD-MBD)" (PDF). Kidney Int. 76 (Suppl 113). Archived from the original (PDF) on 2016-12-13.
- ↑ "Summary of Recommendation Statements". Kidney International Supplement. 3 (1): 5–14. January 2013. doi:10.1038/kisup.2012.77.
- ↑ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. pp. 294–295. ISBN 9780323529570.
- ↑ "Anemia in Chronic Kidney Disease". National Institute of Diabetes and Digestive and Kidney Diseases. July 2016. Retrieved 19 December 2017.
- ↑ "Mineral & Bone Disorder in Chronic Kidney Disease". National Institute of Diabetes and Digestive and Kidney Diseases. November 2015. Retrieved 19 December 2017.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) Table 2, p. 137