ବିନ୍ଦୁସାର

ଉଇକିପିଡ଼ିଆ‌ରୁ

ବିନ୍ଦୁସାର ମୌର୍ଯ୍ୟ (ଖ୍ରୀ.ପୂ. ୩୨୦-୨୭୨) ମୌର୍ଯ୍ୟ ବଂଶର ରାଜା ଥିଲେ । ନିଜ ରାଜୁତି କାଳରେ ସେ ନିଜର ସାମ୍ରାଜ୍ୟ ଦକ୍ଷିଣ ଆଡ଼କୁ ବିସ୍ତାର କରିଥିଲେ । ବିନ୍ଦୁସାରଙ୍କ ଦୁଇଜଣ ପୁତ୍ର ସୁଶୀମ ଏବଂ ଅଶୋକ ଥିଲେ ଓ ସେମାନେ ତକ୍ଷଶିଳା ଓ ଉଜୟିନୀର ସମ୍ରାଟ ଥିଲେ । ଗ୍ରୀକ୍ ବାସୀ ବିନ୍ଦୁସାରଙ୍କୁ "ସ୍ଲାୟର ଅଫ୍ ଏନିମିଜ" ବା ଶତ୍ରୁ ଘାତକ/ଶତ୍ରୁ ସଂହାରକ କ‌ହୁଥିଲେ । ତାଙ୍କୁ ଅଜାତଶତ୍ରୁ (ବା ଯାହାର କେହି ଶତ୍ରୁ ନ ଥିବା) ରାଜା ବୋଲି ମଧ୍ୟ କୁହାଯାଉଥିଲା । (ଏହାକୁ ଅଜାତଶତ୍ରୁଙ୍କ ସ‌ହ ମିଶାଇବେ ନାହିଁ । ଅଜାତଶତ୍ରୁ ହେଲେ ବିମ୍ବିସାରଙ୍କ ପୁତ୍ର ଯିଏକି ୪୯୧-୪୬୧ ହରୟଙ୍କା ମଗଧ ଶାସନ କରୁଥିଲେ)।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବିନ୍ଦୁସାର ପ୍ରଥମ ମୌର୍ଯ୍ୟ ରାଜା, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଏବଂ ମହାରାଣୀ ଦୁର୍ଧରାଙ୍କ ପୁତ୍ର ଥିଲେ । [୧]ତାଙ୍କର ଜନ୍ମ ନାମ ସିଂହସେନା ଥିଲା । ଜୈନ କିମ୍ବଦନ୍ତୀ ଅନୁସାରେ ଉଲ୍ଲିଖିତ ଯେ ଚନ୍ଦ୍ରଗୁପ୍ତଙ୍କ ପରାମର୍ଶଦାତା ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ଶତ୍ରୁମାନଙ୍କ ସମ୍ଭାବିତ ଗାଦିକୁ ଗ୍ରହଣ କରିବା ଚେଷ୍ଟାଠାରୁ ବଞ୍ଚାଇରଖିବା ଓ ପ୍ରତିରକ୍ଷା ବୃଦ୍ଧି ନିମିତ୍ତ ତାଙ୍କୁ ପ୍ରତିଦିନ ଅଳ୍ପ ଅଳ୍ପ ବିଷ‌ପାନ କରାଉଥିଲେ । ଏହି ବିଷ ବିଷୟରେ ଅଜଣା ଚନ୍ଦ୍ରଗୁପ୍ତ ଥରେ ନିଜ ସ୍ତ୍ରୀ ଦୁର୍ଧରା ଙ୍କୁ, ଯିଏ କି ନଅ ମାସ ଗର୍ଭରେ ଥିଲେ, ସେହି ବିଷ‌ଯୁକ୍ତଖାଦ୍ୟ ଖାଇବାକୁ ଦେଇଥିଲେ ଯଦ୍ୱାରା କିଛି ସମୟମଧ୍ୟରେ ଦୁର୍ଧରାଙ୍କ ମୃତ୍ୟୁ ଘଟିଥିଲା । ସେତିକିବେଳେ ଠିକ୍ ଚାଣକ୍ୟ ସେଠାରେ ପ‌ହଞ୍ଚିଥିଲେ ଓ ଗର୍ଭମଧ୍ୟରେ ଥିବା ଶିଶୁକୁ ବଞ୍ଚାଇବା ପାଇଁ ଦୁର୍ଧରାଙ୍କ ପେଟକୁ କାଟି ଶିଶୁକୁ ବାହାର କରାଯାଇଥିଲା । ସେହି ସମୟମଧ୍ୟରେ ବିଷର କିଛି ଅଂଶ ଶିଶୁ ଦେହରେ ମାଡ଼ି ଯାଇଥିଲା ଓ ତଦ୍ୱାରା ଶିଶୁର ମଥାରେ ଗୋଟିଏ ବିନ୍ଦୁ ହୋଇଯାଇଥିଲା । ତେଣୁ ସେ ଶିଶୁର ନାମ ବିନ୍ଦୁସାର ରଖାଗଲା ।

ବିନ୍ଦୁସାର ମାତ୍ର ୨୨ ବର୍ଷ ବୟସରେ ପିତାଙ୍କର ବ‌ହୁତ ବଡ଼ ସାମ୍ରାଜ୍ୟ ବର୍ତ୍ତମାନର ଉତ୍ତର, ମଧ୍ୟ ଓ ପୂର୍ବ ଭାରତ ତ‌ଥା ଆଫଗାନିସ୍ଥାନ ଏବଂ ବାଲୁଚିସ୍ଥାନର ମାଲିକ ହୋଇଯାଇଥିଲେ । ବିନ୍ଦୁସାର ଏହାକୁ ଦକ୍ଷିଣ ଭାରତର ଆଧୁନିକ ରାଜ୍ୟ କର୍ଣ୍ଣାଟକ ଯାଏଁ ବିସ୍ତାର କରିଥିଲେ । ବିନ୍ଦୁସାରଙ୍କ ରାଜୁତି ବେଳେ ୧୬ଟି ରାଜ୍ୟ ଏବଂ ପ୍ରାୟ ପୁରା ଭାରତ ମୌର୍ଯ୍ୟ ବଂଶ ଅଧିନ‌ସ୍ଥ କରିଦେଇଥିଲେ । ଓଡ଼ିଶା ଓ ତାମିଲ ରାଜ୍ୟକୁ ଛାଡ଼ି ସାରା ଭାରତ ନିଜ ଅଧିନସ୍ଥ କରିଥିଲେ । ପରେ ତାଙ୍କ ପୁତ୍ର ଅଶୋକ କଳିଙ୍ଗ ବିଜୟ ହାସିଲ କରିଥିଲେ ।

ବିନ୍ଦୁସାରଙ୍କ ଗୁରୁ ପିଙ୍ଗଳଭତ୍ସ୍ୟ ଅଜିବୀକା ସଂପ୍ରଦାୟର ଜଣେ ବ୍ରାହ୍ମଣ ଓ ମକ୍କାଲି ଗୋସାଳା ଅଜିବୀକାଙ୍କ ଅନୁଚର ଥିଲେ । ତାଙ୍କ ଗୋଟିଏ ସ୍ତ୍ରୀ ଶୁଭଦ୍ରାଙ୍ଗୀ ମଧ୍ୟ ବ୍ରାହ୍ମଣ ପରିବାର ଚମ୍ପାନ‌ଗ‌ରୀରୁ ଥିଲେ । ବିନ୍ଦୁସାରଙ୍କ ବ୍ରାହ୍ମଣ ମଠ, ମନ୍ଦିରରେ ‌ଆର୍ଥିକ ସାହାଯ୍ୟ କରିବାର ମାନ୍ୟତା ମଧ୍ୟ ରହିଛି।

ବିନ୍ଦୁସାର ଖ୍ରୀ.ପୂ. ୨୭୨ରେ ନିଜ ରାଜଗାଦୀ ଅଶୋକ‌ଙ୍କୁ ଦେଇ ତପସ୍ୟା କରିବାକୁ ଚାଲିଯାଇଥିଲେ ।

ଆଧାର[ସମ୍ପାଦନା]

  1. Srinivasachariar 1974, p. lxxxvii.

ଅଧିକ ତଥ୍ୟ[ସମ୍ପାଦନା]