Jump to content

କଳମଶାଗ

ଉଇକିପିଡ଼ିଆ‌ରୁ

କଳମ ଶାଗ
Scientific classification
Kingdom:
(unranked):
(unranked):
(unranked):
Order:
Family:
Genus:
Species:
I. aquatica
Binomial name
Ipomoea aquatica

କଳମ ବା କଳମ ଶାଗ ହେଉଛି ଏକ ସପୁସ୍ପକ ଗୁଳ୍ମଜାତୀୟ ବର୍ଷଜୀବୀ ଉଦ୍ଭିଦ, ଯାହା ମୁଖ୍ୟତଃ ପାଣିରେ ଅଥବା ସନ୍ତସନ୍ତିଆ ଜାଗାରେ ବଢ଼ିଥାଏ। କଳମ ଦୁଇ ପ୍ରକାର ହୋଇଥାଏ, ଗୋଟିଏ ହେଲା କଳମ ଶାଗ - ଶାଗ ଭାବେ ବ୍ୟବହାର କରାଯାଉଥିବା ଛୋଟ ଛୋଟ ପତ୍ର ଯୁକ୍ତ କଳମ ଓ ଅନ୍ୟଟି ହେଲା ବିଲ ହୁଡ଼ାରେ ବାଡ଼ ଭାବେ ଲଗା ଯାଉଥିବା ବିଲ କଳମ, ଯାହାର ପତ୍ର ଅପେକ୍ଷାକୃତ ବଡ଼ ଆକାରର ହୋଇଥାଏ ଓ ଗଛ ଅଧିକ ଉଚ୍ଚ ଓ ସବଳ କାଣ୍ଡଯୁକ୍ତ ହୋଇଥାଏ। ଉଭୟ ଗଛର କାଣ୍ଡ ପୋଲା ହୋଇଥାଏ।

ଏହି ଗଛ ମୁଖ୍ୟତଃ ପୃଥିବୀର କ୍ରାନ୍ତିୟ ଓ ଉପକ୍ରାନ୍ତିୟ ମଣ୍ଡଳରେ ଦେଖାଯାଏ। ଇଂରାଜିରେ ଏହାକୁ ଓ୍ୱାଟର ସ୍ପିନାକ (ପାଣି ପାଳକ) ବା ରିଭର ସ୍ପିନାକ (ନଦୀ ପାଳକ) (Water spinach, River spinach) ବୋଲି ମଧ୍ୟ କୁହାଯାଇଥାଏ।[] ଏହାକୁ ଚିନା ପାଳକ, "Chinese spinach" ବା କାଂଗକଂଗ ବୋଲି କହିଥାନ୍ତି। ବଂଲାଦେଶରେ ଏହାକୁ କଲମି ଶାକ ବୋଲି କୁହାଯାଏ। [] ଏହା ପାଣିରେ ଆପେ ଆପେ ବ୍ୟାପେ। ଏହି ଗଛର ଫୁଲରୁ ମଞ୍ଜି ଜାତ ହୁଏ, ଯାହାକୁ ଏହି ଗଛର ବଂଶବୃଦ୍ଧି ପାଇଁ ବ୍ୟବହାର କରାଯାଇପାରେ। []

ବିବିଧ ଭାଷାରେ ନାମ

[ସମ୍ପାଦନା]
ଭାଷାନାମ
ଓଡ଼ିଆକଳମ (କଳମ ଶାଗ)
ସଂସ୍କୃତକଳମ୍ବି
ହିନ୍ଦୀକଲମିଶାଗ
ଅସିମୀୟାରାଉମୁଓଂଗ
ଗୁଜରାଟୀନଲନିଭାଜି
ତାମିଲକୋଇଲାଙ୍ଗୁ, ଭେଲାଇକୀରାଇ
ତେଲୁଗୁତୁତିକୁରା
ବଙ୍ଗଳାକଲମିଶାକ
ମରାଠିନାଡ଼ି ଶାକ
ଫରାସୀIpomee
ଇଂରାଜୀSwamp Cabbage, River Spinach, Water Spinach

ଉପକାରିତା ଓ ଉପଯୋଗ

[ସମ୍ପାଦନା]

ବ୍ୟଂଜନ

[ସମ୍ପାଦନା]

ଏହା ଓଡ଼ିଶାରେ ଏକ ଲୋକ ପ୍ରିୟ ଶାଗ। ପଖାଳ ଭାତ ସାଙ୍ଗକୁ କଳମ ଶାଗର ଖରଡ଼ା ବହୁତ ସ୍ୱାଦିଷ୍ଠ।

ଔଷଧୀୟ

[ସମ୍ପାଦନା]

ଗର୍ଭବତୀ, ମଧୁମେହଗ୍ରସ୍ତ ମୂଷାମାନଙ୍କ ଉପରେ ପରୀକ୍ଷଣ କରି ଜଣା ଯାଇଛି ଯେ, ଏହା ରକ୍ତ ଶର୍କରାକୁ କମାଇବାରେ ଉପଯୋଗୀ ହୋଇଥାଏ। [][]

  1. ଅଫିମ ଓ ଶଂଖୁଆ ବିଷର ପ୍ରତିକ୍ରିୟାକୁ କମ୍ କରିବାପାଇଁ(ଗଛର ରସ)
  2. ସାଧାରଣ ଦୁର୍ବଳତା ଓ ସ୍ନାୟୁବିକ ଦୁର୍ବଳତାକୁ ଦୂର କରିବାପାଇଁ (ସର୍ବାଙ୍ଗ)
  3. କୋଷ୍ଠ (ଝାଡ଼ା) ପରିସ୍କାର କରିବାପାଇଁ (ଗଛର ରସ)

ଅପକାରିତା

[ସମ୍ପାଦନା]

ଏହି ଗଛ ମାଧ୍ୟମରେ ଏକ ପ୍ରକାରର ପରଜୀବୀ ବ୍ୟାପିଥାଏ, ଯାହା ମାନବ ଓ ଘୁଷୁରି ଅନ୍ତ୍ରରେ ବଢ଼ି ଫ୍ଲାସ୍କିଓଲୋପାସିଆସିସ ନାମକ ରୋଗ ଉତ୍ପନ୍ନ କରିଥାଏ। []

ବିଦେଶରେ କଳମଶାଗର ବ୍ୟଂଜନ

[ସମ୍ପାଦନା]

ଆଉମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. http://www.filipinofoodrecipes.net/adobong_kangkong.htm
  2. http://www.stuartxchange.org/Kangkong.html
  3. "ଆର୍କାଇଭ୍ କପି". Archived from the original on 2012-11-20. Retrieved 2013-11-17. {{cite web}}: Cite has empty unknown parameter: |1= (help)
  4. Sokeng, S.D.; Rokeya, B.; Hannan, J.M.A.; Junaida, K.; Zitech, P.; Ali, L.; Ngounou, G.; Lontsi, D.; Kamtchouing, P. (2007). "Inhibitory effect of Ipomoea aquatica extracts on glucose absorption using a perfused rat intestinal preparation". Fitoterapia. 78 (7–8): 526–9. doi:10.1016/j.fitote.2007.06.011. PMID 17651914.
  5. Shivananjappa, Mahesh Mysore; Muralidhara (2012). "Dietary supplements of Ipomoea aquatica (whole leaf powder) attenuates maternal and fetal oxidative stress in streptozotocin-diabetic rats". Journal of Diabetes. doi:10.1111/j.1753-0407.2012.00210.x. PMID 22646693.
  6. "ଆର୍କାଇଭ୍ କପି". Archived from the original on 2014-01-20. Retrieved 2013-11-17. {{cite web}}: Cite has empty unknown parameter: |1= (help)

ବାହାର ଆଧାର

[ସମ୍ପାଦନା]