କଳମଶାଗ
କଳମ ଶାଗ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Solanales |
କୁଳ: | Convolvulaceae |
ପ୍ରଜାତି: | Ipomoea |
ଜାତି: | I. aquatica |
ବାଇନୋମିଆଲ ନାମ | |
Ipomoea aquatica |
କଳମ ବା କଳମ ଶାଗ ହେଉଛି ଏକ ସପୁସ୍ପକ ଗୁଳ୍ମଜାତୀୟ ବର୍ଷଜୀବୀ ଉଦ୍ଭିଦ, ଯାହା ମୁଖ୍ୟତଃ ପାଣିରେ ଅଥବା ସନ୍ତସନ୍ତିଆ ଜାଗାରେ ବଢ଼ିଥାଏ। କଳମ ଦୁଇ ପ୍ରକାର ହୋଇଥାଏ, ଗୋଟିଏ ହେଲା କଳମ ଶାଗ - ଶାଗ ଭାବେ ବ୍ୟବହାର କରାଯାଉଥିବା ଛୋଟ ଛୋଟ ପତ୍ର ଯୁକ୍ତ କଳମ ଓ ଅନ୍ୟଟି ହେଲା ବିଲ ହୁଡ଼ାରେ ବାଡ଼ ଭାବେ ଲଗା ଯାଉଥିବା ବିଲ କଳମ, ଯାହାର ପତ୍ର ଅପେକ୍ଷାକୃତ ବଡ଼ ଆକାରର ହୋଇଥାଏ ଓ ଗଛ ଅଧିକ ଉଚ୍ଚ ଓ ସବଳ କାଣ୍ଡଯୁକ୍ତ ହୋଇଥାଏ। ଉଭୟ ଗଛର କାଣ୍ଡ ପୋଲା ହୋଇଥାଏ।
ଏହି ଗଛ ମୁଖ୍ୟତଃ ପୃଥିବୀର କ୍ରାନ୍ତିୟ ଓ ଉପକ୍ରାନ୍ତିୟ ମଣ୍ଡଳରେ ଦେଖାଯାଏ। ଇଂରାଜିରେ ଏହାକୁ ଓ୍ୱାଟର ସ୍ପିନାକ (ପାଣି ପାଳକ) ବା ରିଭର ସ୍ପିନାକ (ନଦୀ ପାଳକ) (Water spinach, River spinach) ବୋଲି ମଧ୍ୟ କୁହାଯାଇଥାଏ।[୧] ଏହାକୁ ଚିନା ପାଳକ, "Chinese spinach" ବା କାଂଗକଂଗ ବୋଲି କହିଥାନ୍ତି। ବଂଲାଦେଶରେ ଏହାକୁ କଲମି ଶାକ ବୋଲି କୁହାଯାଏ। [୨] ଏହା ପାଣିରେ ଆପେ ଆପେ ବ୍ୟାପେ। ଏହି ଗଛର ଫୁଲରୁ ମଞ୍ଜି ଜାତ ହୁଏ, ଯାହାକୁ ଏହି ଗଛର ବଂଶବୃଦ୍ଧି ପାଇଁ ବ୍ୟବହାର କରାଯାଇପାରେ। [୩]
ବିବିଧ ଭାଷାରେ ନାମ[ସମ୍ପାଦନା]
ଭାଷା | ନାମ |
---|---|
ଓଡ଼ିଆ | କଳମ (କଳମ ଶାଗ) |
ସଂସ୍କୃତ | କଳମ୍ବି |
ହିନ୍ଦୀ | କଲମିଶାଗ |
ଅସିମୀୟା | ରାଉମୁଓଂଗ |
ଗୁଜରାଟୀ | ନଲନିଭାଜି |
ତାମିଲ | କୋଇଲାଙ୍ଗୁ, ଭେଲାଇକୀରାଇ |
ତେଲୁଗୁ | ତୁତିକୁରା |
ବଙ୍ଗଳା | କଲମିଶାକ |
ମରାଠି | ନାଡ଼ି ଶାକ |
ଫରାସୀ | Ipomee |
ଇଂରାଜୀ | Swamp Cabbage, River Spinach, Water Spinach |
ଉପକାରିତା ଓ ଉପଯୋଗ[ସମ୍ପାଦନା]
ବ୍ୟଂଜନ[ସମ୍ପାଦନା]
ଏହା ଓଡ଼ିଶାରେ ଏକ ଲୋକ ପ୍ରିୟ ଶାଗ। ପଖାଳ ଭାତ ସାଙ୍ଗକୁ କଳମ ଶାଗର ଖରଡ଼ା ବହୁତ ସ୍ୱାଦିଷ୍ଠ।
ଔଷଧୀୟ[ସମ୍ପାଦନା]
ଗର୍ଭବତୀ, ମଧୁମେହଗ୍ରସ୍ତ ମୂଷାମାନଙ୍କ ଉପରେ ପରୀକ୍ଷଣ କରି ଜଣା ଯାଇଛି ଯେ, ଏହା ରକ୍ତ ଶର୍କରାକୁ କମାଇବାରେ ଉପଯୋଗୀ ହୋଇଥାଏ। [୪][୫]
- ଅଫିମ ଓ ଶଂଖୁଆ ବିଷର ପ୍ରତିକ୍ରିୟାକୁ କମ୍ କରିବାପାଇଁ(ଗଛର ରସ)
- ସାଧାରଣ ଦୁର୍ବଳତା ଓ ସ୍ନାୟୁବିକ ଦୁର୍ବଳତାକୁ ଦୂର କରିବାପାଇଁ (ସର୍ବାଙ୍ଗ)
- କୋଷ୍ଠ (ଝାଡ଼ା) ପରିସ୍କାର କରିବାପାଇଁ (ଗଛର ରସ)
ଅପକାରିତା[ସମ୍ପାଦନା]
ଏହି ଗଛ ମାଧ୍ୟମରେ ଏକ ପ୍ରକାରର ପରଜୀବୀ ବ୍ୟାପିଥାଏ, ଯାହା ମାନବ ଓ ଘୁଷୁରି ଅନ୍ତ୍ରରେ ବଢ଼ି ଫ୍ଲାସ୍କିଓଲୋପାସିଆସିସ ନାମକ ରୋଗ ଉତ୍ପନ୍ନ କରିଥାଏ। [୬]
ବିଦେଶରେ କଳମଶାଗର ବ୍ୟଂଜନ[ସମ୍ପାଦନା]
-
ମାଲେସିଆର ପେନାଂଗ ରାଜ୍ୟର କାଂଗକୁଂଗବ୍ଲାଚନ(kangkung blachan)
-
ଥାଇଲାଣ୍ଡର ପାକବୁଂଗଫାଇଡେଂଗ(pak boong fai daeng)
-
ଭିଏତନାମର ଚାଂଚୁଆ (canh chua)
ଆଉମଧ୍ୟ ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ http://www.filipinofoodrecipes.net/adobong_kangkong.htm
- ↑ http://www.stuartxchange.org/Kangkong.html
- ↑ http://www.kangkungking.com/2009/01/how-to-harvest-kang-kung-kong-seeds.html
- ↑ Sokeng, S.D.; Rokeya, B.; Hannan, J.M.A.; Junaida, K.; Zitech, P.; Ali, L.; Ngounou, G.; Lontsi, D.; Kamtchouing, P. (2007). "Inhibitory effect of Ipomoea aquatica extracts on glucose absorption using a perfused rat intestinal preparation". Fitoterapia. 78 (7–8): 526–9. doi:10.1016/j.fitote.2007.06.011. PMID 17651914.
- ↑ Shivananjappa, Mahesh Mysore; Muralidhara (2012). "Dietary supplements of Ipomoea aquatica (whole leaf powder) attenuates maternal and fetal oxidative stress in streptozotocin-diabetic rats". Journal of Diabetes. doi:10.1111/j.1753-0407.2012.00210.x. PMID 22646693.
- ↑ http://www.stanford.edu/class/humbio103/ParaSites2002/fasciolopsiasis/trans.html
ବାହାର ଆଧାର[ସମ୍ପାଦନା]

- [୧]
- Germplasm Resources Information Network: Ipomoea aquatica
- Water spinach nutritional information Kasetsart Universityଙ୍କ ସୌଜନ୍ୟରୁ
- Photo of heart-shaped variety
- Aquatic, Wetland and Invasive Plant Particulars and Photographs
- USDA Noxious Weed Regulations (Possession in USA requires permit)
- Species Profile- Water Spinach (Ipomoea aquatica), National Invasive Species Information Center, United States National Agricultural Library. କଳମ ବିଷୟରେ ସାଧାରଣ ତଥ୍ୟ ଓ ଅନ୍ୟାନ୍ୟ ସୂଚନାର ସଂଗ୍ରହ।
- Helminths and Helminthiosis of Pigs in the Mekong Delta Vietnam with Special Reference to Ascariosis and Fasciolopsis buski Infection
