କର୍ପୁର

ଉଇକିପିଡ଼ିଆ‌ରୁ

କର୍ପୁର (Camphor)

Cinnamomum camphora

ଜାପାନରେ ଥିବା ୧୦୦୦ ବର୍ଷ ପୁରୁଣା କର୍ପୁର ବୃକ୍ଷ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Magnoliids
ଗଣ: Laurales
କୁଳ: Lauraceae
ପ୍ରଜାତି: Cinnamomum
ଜାତି: C. camphora
ବାଇନୋମିଆଲ ନାମ
Cinnamomum camphora

କର୍ପୁର ଏକ ଉଦ୍‌ବାଇ, ଦହନଶୀଳ ବାନସ୍ପତିକ ଦ୍ରବ୍ୟ ଅଟେ ଏହା ଧଳା ରଙ୍ଗର ମହମ ପରିକା ପଦାର୍ଥ ଅଟେ । ଏହାର ଏକ କଡ଼ା ଗନ୍ଧ ଅଛି ।[୧] ଚୀନରେ ଛଦ୍ମ ଇଉକାଲିପଟାସ ତେଲ ତିଆରିରେ କର୍ପୁର ଲରିଏଲ ବ୍ୟବହୃତ ହୁଏ ।[୨] ଏହାର ରାସାୟନିକ ଗୁଣ ଗଛ ବଢୁଥିବା ସ୍ଥାନ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । [୩]

କର୍ପୁର ଏକ ଉତ୍ତମ ବାତ ନାଶକ ।ଚର୍ମ ଏବଂ ଫୁସଫୁସଦ୍ୱାରା ଉତ୍ସର୍ଜିତ ହେବା କାରଣରୁ ଏହା ସ୍ୱେଦଜନକ ଏବଂ କଫଘ୍ନ ହୋଇଥାଏ । ନ୍ୟୁନ ଅଧିକ ମାତ୍ରାରେ ଏହାର କ୍ରିୟା ଭିନ୍ନ ଭିନ୍ନ ହୋଇଥାଏ ।ସାଧାରଣ ଔଷଧ ମାତ୍ରାରେ ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ଉତ୍ତେଜନା, ବିଶେଷକରି ହୃଦୟ, ଶ୍ୱସନ ତଥା ମସ୍ତିଷ୍କରେ ହୋଇଥାଏ । ପରେ ପରେ ଅସ୍ୱାଦୁ, ବେଦନାସ୍ଥାପନା ଏବଂ ସଂକୋଚ-ବିକାଶ-ପ୍ରତିବନ୍ଧକ ଗୁଣ ଦେଖିବାକୁ ମିଳେ ।ଏହାର ଅଧିକ ମାତ୍ରା ଦାହଜନକ ଏବଂ ମାଦକ ବିଷ ହୋଇଥାଏ ।

ପ୍ରକାର[ସମ୍ପାଦନା]

କର୍ପୁର ତିନି ପ୍ରକାର ବନସ୍ପତିରେ ମିଳେ :

(୧) ଚୀନୀୟ ଅଥବା ଜାପାନୀ କର୍ପୁର

(୨) ଭୀମସେଣ ଅଥବା ବରାସ କର୍ପୁର

(୩) ହିନ୍ଦୁସ୍ଥାନୀ ଅଥବା ପତ୍ରକର୍ପୁର

ଏହା ବ୍ୟତିତ ଆଜିକାଲି synthesized କର୍ପୁର ତିଆରି କରାଯାଉଛି ।

ଜାପାନୀ କର୍ପୁର[ସମ୍ପାଦନା]

ଏହା ଏକ ଗଛରୁ ପ୍ରାପ୍ତ କରାଯାଏ ଏହାକୁ Cinnamomum camphora କୁହନ୍ତି। ଏହା Lauraceae ଫୁଲ ପ୍ରଜାତିର ଅଟେ। ଏହି ଗଛ ଚୀନ, ଜାପାନ ଆଦି ଅଂଚଳରେ ଦେଖିବାକୁ ମିଳେ କର୍ପୁର ଉତ୍ପାଦନ ଏବଂ ଶୋଭା ବର୍ଦ୍ଧନ ପାଇଁ ଆଜିକାଲି ଅନେକ ବଗିଚାରେ ଏହି ଗଛକୁ ଲଗାଯାଏ । ଭାରତରେ ଏହା ଡେରାଡୁନ, ସହାରଣପୁର ନୀଳଗିରି ତଥା ମହୀଶୂର ଆଦି ସ୍ଥାନରେ ଜନମେ । ଭାରତର କର୍ପୁର ଗଛ ଛୋଟ, ପତ୍ରଗୁଡ଼ିକ ଦେଢ଼ରୁ ୪ ଇଂଚ ଲମ୍ବା । ଆଧାର ଉପର ତିନି ମୁଖ୍ୟ ଶିରାରେ ଯୁକ୍ତ,ଆଧାର ପୃଷ୍ଠ କିଂଚିତ ଶ୍ୱେତାଭ, ଲମ୍ବା ଅଗ୍ର, ମେନ୍ଥିଲେ କର୍ପୁର ଗନ୍ଧ ହୁଏ । ପୁଷ୍ପ ମଧ୍ୟ ଧଳା ଓ ସୁଗନ୍ଧଯୁକ୍ତ ଅଟେ। [୪][୫]

ଜାପାନୀ କର୍ପୁର- ଜାପାନୀ ଆଦି ଅଂଚଳରେ ପ୍ରାୟ ୫୦ ବର୍ଷ ପୁରୁଣା ଗଛରୁ କାଠ distillation କରି କର୍ପୁର ଉତ୍ପାଦନ କରାଯାଏ । କିନ୍ତୁ ଭାରତରେ ଏହା ପତ୍ରରୁ ଉତ୍ପାଦନ କରାଯାଏ । କର୍ପୁର ଗଛରୁ ଅନେକ ଥର ପତ୍ର ତୋଳାଯାଏ ତେଣୁ ଗଛଗୁଡ଼ିକ ଲଟିବୁଦା ଆକାରରେ ରହିଥାଏ । ଏହି ଜାତିର ଅନେକ ପ୍ରକାର ଗଛ ଅଛି ଯାହା ଦେଖିବାକୁ ସମାନ କିନ୍ତୁ ଏହାର ପତ୍ରରୁ ଇଉକାଲିପଟାସ ଭଳି ଗନ୍ଧ ମିଳେ । ଗଛର ସର୍ବାଂଗରେ ତେଲଯୁକ୍ତ କୋଷିକା ଥାଏ । ଏଥିରୁ ହଳଦିଆ ରଂଗର ତେଲ ଉତ୍ପନ୍ନ ହୁଏ । ଏଥିରୁ ଧିରେ ଧିରେ ପୃଥକ ହୋଇ କର୍ପୁର ଜମା ହୁଏ । ଜାପାନରେ ଏହି ଗଛ କୁସୁନୋକି ନାମରେ ଜଣା । [୬]

ଭୀମସେନୀ କର୍ପୁର[ସମ୍ପାଦନା]

ଡ୍ରାୟୋବେଲାନପସ ଆରୋମାଟିକା (Dryobalanops aromatica) ଗଛରୁ ଏହି କର୍ପୁର ଉତ୍ପନ୍ନ ହୁଏ । ଏହା ଡିପ୍ତେରୋକାର୍ପେସି (Deipterocarpaceae) ଫୁଲ ଶ୍ରେଣୀର । ସୁମାତ୍ରା तथा ବୋର୍ଣ୍ଣିଓ ଆଦି ସ୍ଥାନରେ ସ୍ୱତଃଜାତ ହୋଇଥାଏ । ଏହି ବୃକ୍ଷ କାଠରେ କ୍ଷତ ହୋଇଥିବା ସ୍ଥାନରୁ କର୍ପୁର ମିଳେ । ଏହା ଶ୍ୱେତ ଏବଂ ଅର୍ଦ୍ଧ ସ୍ୱଚ୍ଛ ଖଣ୍ଡରେ ବିଦ୍ୟମାନ ଅଟେ ଏହାକୁ ଅପକ୍ୱ କର୍ପୁର କୁହାଯାଏ ଏବଂ ଜାପାନୀ କର୍ପୁରକୁ ପକ୍ୱ କର୍ପୁର କୁହାଯାଏ । ସାଧାରଣ ଚିକିତ୍ସା ଏବଂ ଗନ୍ଧ ଆଦିରେ ଏହାର ବ୍ୟବହାର ହୁଏ । ଏହାର ମୁଖ୍ୟ ବିଶେଷତା ହେଉଛି ଏହା ପାଣିରେ ପକାଇଲେ ଏହା ତଳେ ବସିଯାଏ ଆୟୁର୍ବେଦ ଚିକିତ୍ସାରେ ଏହା ଅଧିକ ଗୁଣବାନ ଭାବେ ସ୍ୱୀକୃତ । ଆଜିକାଲି ଭୀମସେନ କର୍ପୁର ନାମେ ବଜାରରେ କୁତ୍ରିମ କର୍ପୁର ମିଲୁଚି ଯାହା ଜାପାନୀ କର୍ପୁରଠୁ ଶ୍ରେୟସ୍କର ।

ପତ୍ର କର୍ପୁର[ସମ୍ପାଦନା]

ଭାରତରେ କମ୍ପୋଜିଟ (Compositae) ଫୁଲର Blumea speciesରୁ ଏହାକୁ ପ୍ରାପ୍ତ କରାଯାଏ ଯାହା ପତ୍ର ପ୍ରଧାନ ଶାଗ ଜାତିର ବନସ୍ପତିମାନ ହୋଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଚନ୍ଦନ

ବାହାର ଲିଂକ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Lawrence, B. M., 1995. ‘Progress in essential oils’, Perfumer and Flavorist, 20, 29-41.
  2. Ashurst, P.R., Food Flavorings, 1999
  3. Behra, Burfield (May 2009). "Ravensara/Ravintsara Bibliography v1.01" (PDF). Compiled by CropWatch v1.01.
  4. Xi-wen Li; Jie Li; Henk van der Werff. "Cinnamomum camphora". Flora of China. Missouri Botanical Garden, St. Louis, MO & Harvard University Herbaria, Cambridge, MA. Retrieved 27 March 2013.
  5. Noxious weed declaration for NSW
  6. "Kamou no Ohkusu". Wondermondo.