ଚନ୍ଦନ
colspan=2 style="text-align: center; background-color: transparent; text-align:center; border: 1px solid red;" | ଚନ୍ଦନ | |
---|---|
![]() | |
ଚନ୍ଦନ ଗଛ | |
colspan=2 style="min-width:15em; text-align: center; background-color: transparent; text-align:center; border: 1px solid red;" | ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
କୁଳ: | ସାନ୍ତାଲାସି |
ପ୍ରଜାତି: | ସାନ୍ତାଲମ ଆଲବମ |
ସମଗ୍ର ମାନବ ଜାତିକୁ ଚନ୍ଦନ ବୃକ୍ଷ ପ୍ରକୃତିର ଅମୂଲ୍ୟତମ ଉପହାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଦେବଯୋଗ୍ୟ ବୃକ୍ଷଟି ନିଜର ଅଦ୍ୱିତୀୟ ସୁଗନ୍ଧ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଦୃଷ୍ଟିରୁ ଯେପରି ଭାରତୀୟ ଜନଜୀବନରେ ଯଥେଷ୍ଟ ଗୁରୁତ୍ୱ ଲାଭ କରିଛି, ସେହିପରି ଔଷଧୀୟ ଉପଯୋଗିତା ଦୃଷ୍ଟିରୁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ଚନ୍ଦନ ବୃକ୍ଷ ଭାରତର ସର୍ବାଧିକ ୨୦ଟି ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଔଷଧୀୟ ଗଛ ମଧ୍ୟରେ ସ୍ଥାନ ପାଇଛି ।[୧] ମୂଲ୍ୟ ଓ ଉପଯୋଗୀତା ଦୃଷ୍ଟିରୁ ଏହା ଅନ୍ୟାନ୍ୟ ଔଷଧୀୟ ଗଛ ତୁଳନାରେ ଯଥେଷ୍ଟ ଉଚ୍ଚରେ ରହିଆସିଛି । ସୁତରାଂ ବ୍ୟବସାୟିକ ଭିତ୍ତିରେ ଏହାର କୃଷିକରଣ ଅତ୍ୟନ୍ତ ଲାଭଦାୟକ ଅଟେ ।
ଗଛ[ସମ୍ପାଦନା]
ଏହା ଏକ ମଧ୍ୟମ ଧରଣର (୪ରୁ ୯ ମିଟର ଉଚ୍ଚତା ବିଶିଷ୍ଟ ) ବହୁ ବର୍ଷାୟୁ(ପାଖାପାଖି ୧୦୦ ବର୍ଷ), ଚିରହରିତ ଓ ଅର୍ଦ୍ଧ ପରଜୀବୀ ବୃକ୍ଷ ଅଟେ । ଏହାର ଶାଖାଗୁଡିକ ନମନୀୟ ଓ ଦୋଳାୟମାନ ଅଟେ । ଏହାର ବକ୍କଳ ଗାଢ ଧୂସର ରଙ୍ଗ ଓ ସାମାନ୍ୟ ଆବଡାଖାବଡା । ପତ୍ରଗୁଡିକ ସରଳ ପରସ୍ପର ବିପରୀତମୁଖୀ, ବୃତ୍ତାଭସ୍ତାକାର, ଅଗ୍ରଭାଗ ବର୍ଚ୍ଛାକାର, ଅଖଣ୍ଡ ଓ ମସୃଣ । ଫଳଗୁଡ଼ିକ ଉଭୟ ଲିଙ୍ଗୀ, ବାଇଗଣୀ ବା ନାଲି ମିଶା ବାଇଗଣ ରଙ୍ଗଯୁକ୍ତ ଓ ଅଗ୍ରଜ ବା କକ୍ଷଜ ସସିମ ସ୍ତବକରେ ସଜ୍ଜିତ ହୋଇ ରହିଥାନ୍ତି । ଏହାର ଫଳ କ୍ଷୁଦ୍ର ଗୋଲାକୃତି, କଠିନ ଆବରଣଯୁକ୍ତ ଓ ବାଇଗଣୀ ରଙ୍ଗ ଅଟେ । ଏହାର ମଞ୍ଜିଗୁଡିକ କଠିନ ଚିକ୍କଣ ଓ ଧଳା ରଙ୍ଗବିଶିଷ୍ଟ । ଏହାର ମଞ୍ଜ କାଠ ଈଷତ ହଳଦୀ ରଙ୍ଗ ଓ ସୁଗନ୍ଧମୟ । ସାତବର୍ଷ ଆୟୁପରେ ଏଥିରେ ମଞ୍ଜି କାଠ (ଚନ୍ଦନର ସର୍ବାଧିକ ଉପଯୋଗୀ ଅଂଶ) ମିଳିଥାଏ ଏବଂ ୧୫ ବର୍ଷୀଆ ଗଛର ମଞ୍ଜ କାଠରୁ ତେଲ ନିଷ୍କାସନ କରାଯାଇଥାଏ । ଗଛର ଆୟୁ ବୃଦ୍ଧି ସହିତ ତେଲର ମାତ୍ରା ବଢିଥାଏ । ଚନ୍ଦନ ଗଛର ଚେରରୁ ଅଧିକ ମାତ୍ରାରେ ତେଲ ମିଳିଥାଏ । ଏହା ଭାରତର ମୁଖ୍ୟତଃ କର୍ଣ୍ଣାଟକ , ତାମିଲନାଡୁ ଓ କେରଳ ରାଜ୍ୟରେ ସମୁଦ୍ରପତ୍ତନଠାରୁ ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଦେଖିବାକୁ ମିଳେ ।
ଚନ୍ଦନକାଠରୁ ମିଳୁଥିବା ଉଦବାୟୀ ଚନ୍ଦନ ତେଲ ଅତ୍ୟଧିକ ଉପକାରୀ । ଏହି ତେଲରେ ଦୁଇଟି ହେଉଛି ଆଲଫା ସାଣ୍ଟାନଲ ଏବଂ ବିଟା ସାଣ୍ଟାନଲ । ଏହା ସୁଗନ୍ଧଯୁକ୍ତ ଓ ଔଷଧୀୟ ଗୁଣଯୁକ୍ତ ଅଟେ । ମୁଖ୍ୟତଃ ହିନ୍ଦୁ ପୂଜାପର୍ବାଣିରେ ଏହି ତେଲର ବ୍ୟବହାର ହୋଇଥାଏ । ଆୟୁର୍ବେଦରେ ଚନ୍ଦନ କାଠକୁ ଶାରିରୀକ ଏବଂ ମାନସିକ ରୋଗର ଚିକିତ୍ସା ପାଇଁ ବ୍ୟବହାର କାରାଯାଏ ।[୨]
ଔଷଧୀୟ ଗୁଣ ଓ ପ୍ରୟୋଗ[ସମ୍ପାଦନା]
ଏହାର କାଠ, ବକ୍କଳ ଓ ତେଲକୁ ବ୍ୟବହାର କରାଯାଏ । ଏହାର କାଠ ତିକ୍ତ ଓ ସୁଗନ୍ଧଯୁକ୍ତ । ଏହା ମୁତ୍ରବର୍ଦ୍ଧକ, ବିରେଚକ, ହୃଦରୋଗ ପାଇଁ ଲାଭଦାୟକ, ପୋଡାଜଳା ଆଦି ଅନୁଭବ, ମସ୍ତିସ୍କ ପ୍ରଦାହ, ଚର୍ମରୋଗ, କୁଷ୍ଠ, ମାନସିକ ସମସ୍ୟା, ଜଣ୍ଡିସ, କଫ ଓ ଅନ୍ୟାନ୍ୟ ରୋଗ ପାଇଁ ବ୍ୟବହାର କରାଯାଏ ।[୩] ଏହାର ବକ୍କଳ ମ୍ୟାଲେରିଆ ପାଇଁ ଉପଯୋଗୀ । ଏହାଛଡା ଅମ୍ଳଜନିତ ସମସ୍ୟା, ଚର୍ମରୋଗ, କାଛୁକୁଣ୍ଡିଆ ଇତ୍ୟାଦିରେ ଏହାର ବ୍ୟବହାର ଅତ୍ୟନ୍ତ ଉପଯୋଗୀ ।[୪] ଏହାର କାଠ ମଧ୍ୟ ଦେବ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।
ଜଗନ୍ନାଥ ସଂସ୍କୃତିରେ ଚନ୍ଦନ[ସମ୍ପାଦନା]
ଜଗନ୍ନାଥଙ୍କ ପୂଜା ବିଧିରେ ଚନ୍ଦନର ବିଶେଷ ଭୂମିକା ରହିଛି । ସ୍ନାନଯାତ୍ରା ପରେ ପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଏ ।
ଆଧାର[ସମ୍ପାଦନା]
- ↑ "LIST OF IMPORTANT MEDICINAL PLANTS AND THEIR USES". Odisha Forest Development Corporation. Retrieved 22 July 2016.
- ↑ "Sandalwood (Santalum album)". Nature's Garden. Retrieved 22 July 2016.
- ↑ "Medicinal plants Sandalwood uses and images". Home remedies & best natural treatment. Retrieved 22 July 2016.
- ↑ "Alwaya Ayurveda". Retrieved 22 July 2016.