କଣ୍ଟାକୁସୁମ

ଉଇକିପିଡ଼ିଆ ରୁ
Jump to navigation Jump to search
କଣ୍ଟାକୁସୁମ
Argemone mexicana flower 2.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Ranunculales
କୁଳ: Papaveraceae
ପ୍ରଜାତି: Argemone
ଜାତି: A. mexicana
ବାଇନୋମିଆଲ ନାମ
Argemone mexicana
L.
Argemone.mexicana001.jpg

କଣ୍ଟାକୁସୁମ ହେଉଛି ଖାଲି ପଡ଼ିଆ ଓ ବିଲରେ ଖରାଦିନେ ଉଠୁଥିବା ବର୍ଷାୟୁ ଗୁଳ୍ମଜାତୀୟ ଉଦ୍ଭିଦ । ଏହାକୁ ଇଂରାଜୀରେ ମେକ୍ସିକାନ ପପି ବୋଲି ମଧ୍ୟ କୁହା‌ଯାଏ । ଏହି ଗୁଳ୍ମ ଜଳାଭାବ, ଅନୁର୍ବର ମୃତ୍ତିକା ପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବଢ଼ିପାରେ । ଏହାର ଡେମ୍ଫ ଧଳା, ପତ୍ର ଇଷତ୍ ସବୁଜ, କଣ୍ଚାଳିଆ ଓ ଦନ୍ତୁରିତ, ଫୁଲ ହଳଦିଆ ରଙ୍ଗର ଓ ଛଅ ପାଖୁଡ଼ା ବିଶିଷ୍ଟ ହୋଇଥାଏ । ଏ ଗଛର କ୍ଷୀର ହଳଦିଆ ଓ ଫଳ କଣ୍ଟକାକୀର୍ଣ୍ଣ ବାଇଗବା ଫଳ ପରି। ଏହାର ମଞ୍ଜି ସୋରିଷ ପରି । ମଞ୍ଜିରୁ ତେଲ ବାହାରେ। କାଛୁରେ ଏହି ଗଛର ନିର୍ଯ୍ୟାସ ଓ ମଞ୍ଜିର ତେଲକୁ ଲଗା‌ଯାଏ।[୧] ଏହି ଗଛଟି ବିଷାକ୍ତ ଓ ତୃଣଭୋଜୀ ପ୍ରାଣୀମାନେ କ୍ୱଚିତ୍ ଏହାକୁ ଖାଇଥାନ୍ତି । ଏହାର ଉତ୍ପତ୍ତିସ୍ଥଳ ମେକ୍ସିକୋ ବୋଲି ମାନ୍ୟତା ରହିଛି । ମେକ୍ସିକୋ ତଥା ପଶ୍ଚିମ ଆମେରିକାର ଲୋକମାନେ ଏହାକୁ ଔଷଧରୂପେ ବ୍ୟବହାର କରିଥାନ୍ତି। [୨] ଏହି ଗୁଳ୍ମଟି ପ୍ରାୟ ୧ ମିଟର ଯାଏଁ ବଢ଼ିଥାଏ। ଏହା କ୍ରାନ୍ତିୟ ଅଞ୍ଚଳରେ ଦେଖାଯାଏ।

ଗୁଣ[ସମ୍ପାଦନା]

ଏହାର ଚେର ତିକ୍ତ, ରେଚକ, ଭେଦକ, ଉତ୍‌କ୍ଳେଶଜନକ ଓ ବମନବେଗକାରକ। ଏହା କୃମି, କଣ୍ଡୁ, ବିଷଦୋଷ, ଅନାହ, କଫ, ରକ୍ତପିତ୍ତ ଓ କୁଷ୍ଠ ନାଶକ। [୧]

ବିବିଧ ଭାଷାରେ ନାମ[ସମ୍ପାଦନା]

ଭାଷା ନାମ
ଓଡ଼ିଆ କଣ୍ଟାକୁସୁମ
ସଂସ୍କୃତ ବ୍ରହ୍ମଦଣ୍ଡୀ
ହିନ୍ଦୀ ଭର୍ଭାଣ୍ଡ
ଗୁଜରାଟୀ ଦାରୁଡି
ତାମିଲ କୁଡିଏଓଟି
ତେଲୁଗୁ ବ୍ରହ୍ମଦଣ୍ଡି
ବଙ୍ଗଳା ସିୟାଲକାଁଟା
ବର୍ମିଜ ଖୟର
English ମେକ୍ସିକାନ ପପ୍ପି

ରାସାୟନିକ ତତ୍ତ୍ୱ[ସମ୍ପାଦନା]

ଗୋଟିଏ କଣ୍ଟାକୁସୁମ ମଞ୍ଜିରେ ୨୨ରୁ ୩୬% ‌ଯାଏଁ ଅଭକ୍ଷ୍ୟ ତୈଳ ରହିଥାଏ ‌ଯାହାକୁ ଆଗ୍ରାମନ ତେଲ ବା କଟକର ତେଲ କୁହା‌ଯାଏ। ଏଥିରେ ସାଙ୍ଗୁଇନାରାଇନ (sanguinarine) ଓ ଡିହାଇଡ୍ରୋସାଙ୍ଗୁଇନାରାଇନ (dihydrosanguinarine) ନାମକ ବିଷାକ୍ତ ଆଲ୍କାଲଏଡ (alkaloid) ରହିଥାଏ। ଏହି ଗୁଳ୍ମରେ ଚାରିଟି କ୍ୱାଟରନେରି ଆଉସୋକ୍ୱିନୋଲିନ ଆଲକାଲଏଡ ‌ଯଥା ଡିହାଇଡ୍ରୋକୋରିଡାଲମାଇନ, ଜାଟ୍ରୋରାଇଜିନ, କଲୁମ୍ୱାମାଇନ ଓ ଅକ୍ସିବର୍ବରାଇନ ରହିଥିବାର ପରୀକ୍ଷଣରୁ ଜଣା ପଡ଼ିଛି। [୩]

ବିଷ[ସମ୍ପାଦନା]

ସୋରିଷ ସହିତ ଏହାର ମଞ୍ଜି ମିଶିଯାଉଥିବାରୁ ଭେଜାଲ କରିବାପାଇଁ ସହଜ ହୋଇଥାଏ । ଭାରତ, ଫିଜି, ଦକ୍ଷିଣ ଆଫ୍ରିକା ଆଦି ଅଞ୍ଚଳରେ କଣ୍ଟାକୁସୁମ ମଞ୍ଜି ଜନିତ ବିଷକ୍ରିୟାର ଅନେକ ନଜିର ରହିଛି। ଏକ ଭାଗ ଏହି ମଞ୍ଜିର ତେଲକୁ ୯୯ ଭାଗ ସୋରିଷ ତେଲରେ ମିଶାଇ ଭେଜାଲ କରିବାଦ୍ୱାରା ଭାରତରେ ୧୯୮୮ ମସିହାରେ ଡ୍ରପ୍ସି ନାମକ ଭୟାନକ ରୋଗ ଜନ ସାଧାରଣଙ୍କୁ ଆତଙ୍କିତ କରିଦେଇଥିଲା। [୪]

ଉପଯୋଗ[ସମ୍ପାଦନା]

ଔଷଧୀୟ[ସମ୍ପାଦନା]

ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦରେ ଏହାର ପ୍ରୟୋଗ ନିମ୍ନଲିଖିତ ରୋଗ ବା ଅବସ୍ଥାରେ କରା ଯାଇଥାଏ। [୫]

  1. ବିଭିନ୍ନ ପ୍ରକାର ଚର୍ମରୋଗ (ଚେର ଓ କାଣ୍ଡ) (ହଳଦିଆ କ୍ଷୀର)
  2. ମୂତ୍ରସଂସ୍ଥାନର ରୋଗ
  3. କାମଳ (ହଳଦିଆ କ୍ଷୀର)
  4. ଚକ୍ଷୁରୋଗ (ହଳଦିଆ କ୍ଷୀର)
  5. ସର୍ପବିଷ ନାଶନ (ମଞ୍ଜି)
  6. ବିରେଚକ
  7. ଯକ୍ଷ୍ମା
  8. ଖାଦ୍ୟନଳୀର ରୋଗ
  9. ଶ୍ୱାସ (ମଞ୍ଜି)

ଏହି ଗୁଳ୍ମର ସର୍ବାଙ୍ଗକୁ ଔଷଧ ରୂପେ ଉପଯୋଗ କରା‌ଯାଏ। ମେକ୍ସିକୋ ଓ ସୋନୋରାର ସେରି ଜନଜାତିମାନେ ଏହାକୁ ବୃକ୍​କର ବିଭିନ୍ନ ପ୍ରକାର ରୋଗ ତଥା ଶରୀରର ଶୁଦ୍ଧିକରଣରେ ବ୍ୟବହାର କରିଥାନ୍ତି। [୨]

ମାଇଗ୍ରେନ ପରି ରୋଗରେ ସ୍ପେନ ଓ ପର୍ତ୍ତୁଗାଲ ଅଞ୍ଚଳରେ ଏହାର ପ୍ରୟୋଗ କରିଥାନ୍ତି ଓ ଏହାକୁ ପୀଡ଼ାନିବାରକ (analgesic) ଓ ମାନସିକ ଶାନ୍ତି ଦାୟକ (sedative) ଚା’ ହିସାବରେ ବ୍ୟବହାର କରିଥାନ୍ତି।[ଆଧାର ଲୋଡ଼ା] ଏହାର ମଞ୍ଜି ବିରେଚକ (laxative)ର କାମ କରିଥାଏ। [୬]

ମାଲିରେ କଣ୍ଟାକୁସୁମକୁ ପାରମ୍ପରିକ ବୈଦ୍ୟମାନେ ମ୍ୟାଲେରିଆ ଜର ନିବାରଣାର୍ଥେ ଉପଯୋଗ କରିଥାନ୍ତି। [୭]

ଅନ୍ୟାନ୍ୟ[ସମ୍ପାଦନା]

କଣ୍ଟାକୁସୁମ ମଞ୍ଜିରୁ ଜୈବ-ଡିଜେଲ ପ୍ରସ୍ତୁତ ହୁଏ ବୋଲି ପ୍ରୟୋଗ ଓ ପ୍ରଦର୍ଶନ ମଧ୍ୟ ହୋଇ ସାରିଲାଣି।[ଆଧାର ଲୋଡ଼ା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଧାର ଭୁଲ: Invalid <ref> tag; name "ପୂର୍ଣ୍ଣଚନ୍ଦ୍ର ଭାଷାକୋଷ" defined multiple times with different content
  2. ୨.୦ ୨.୧ Felger, R. S.; Moser, M. B. (୧୯୮୫). People of the Desert and Sea. Tucson, AZ: University of Arizona Press. 
  3. Lua error in ମଡ୍ୟୁଲ:Citation/CS1 at line 3556: bad argument #1 to 'pairs' (table expected, got nil).
  4. "Epidemic dropsy". WHO South East Asia Regional Office. Archived from the original on 31 December 2006. Retrieved 2006-11-17. [dead link]
  5. ଡଃ ଜେ.ସି. କୁରିଅନଙ୍କ ‘‘Plants That Heal’’ ପ୍ରକାଶକ ଓରିଏଣ୍ଟ ୱାଚମ୍ୟାନ ପବ୍ଲିସିଂ ହାଉସ, ପୁଣେ
  6. Moore, M. (୧୯୯୦). Los Remedios: Traditional Herbal Remedies of the Southwest. Santa Fe, NM: Museum of New Mexico Press. 
  7. Willcox, M. L.; Graz, B.; Falquet, J.; et al. (2007). "Argemone mexicana Decoction for the Treatment of Uncomplicated Falciparum Malaria". Transactions of the Royal Society of Tropical Medicine and Hygiene. 101 (12): 1190–1198. doi:10.1016/j.trstmh.2007.05.017. PMID 17920092.