Jump to content

ଐଶ୍ୱର୍ଯ୍ୟା ଦେୱାନ

ଉଇକିପିଡ଼ିଆ‌ରୁ
ଐଶ୍ୱର୍ଯ୍ୟା ଦେୱାନ
୨୦୧୮ରେ ଐଶ୍ୱର୍ଯ୍ୟା
ଜନ୍ମ
ଶୋରୁନୁର, ପାଲ୍ଲକଡ଼, କରେଳ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ
Titleଫେମିନା ମିସ୍ ଇଣ୍ଡିଆ ମହାରାଷ୍ଟ୍ର, ୨୦୧୭ (ବିଜୟୀନି)

ଐଶର୍ଯ୍ୟା ଦେୱାନ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ୍ । ସେ ମୁଖ୍ୟତଃ ମାଲାୟଲମ୍, ତାମିଲ, କନ୍ନଡ଼ ଏବଂ ହିନ୍ଦୀ ଭାଷାର କଥାଚିତ୍ରରେ କାମ କରନ୍ତି ।[୧] ସେ ୨୦୧୭ ମସିହାରେ ଫେମିନା ମିସ୍ ଇଣ୍ଡିଆ, ମହାରାଷ୍ଟ୍ରର ବିଜୟୀନି ହୋଇହଥିଲେ ଏବଂ ଫେମିନା ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ।[୨] ପ୍ରତିଯୋଗିତା ସମୟରେ ସେ କିଛି ଭାଗର ପୁରସ୍କାର ଜିତିଥିଲେ[୩] ଏବଂ ଫାଇନାଲ୍‌ରେ ପହଞ୍ଚିଥିବା ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।[୪] ସେ ୨୦୧୧ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୮ ମସିହାରେ ସେ କାଶୀ - ଇନ୍ ସର୍ଚ୍ଚ ଅଫ୍ ଗଙ୍ଗା ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଐଶ୍ୱର୍ଯ୍ୟା ବାଙ୍ଗାଲୋରଠାରେ ଏକ ମାଲାୟାଲୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଏସ୍. ଦେୱାନ ଏବଂ ମାଆ ଶୀଜା ଦେୱାନ କେରଳର ପାଲକ୍କଡ଼ ଜିଲ୍ଲାର ଶୋରାନୁର ଗ୍ରାମର ମୂଳ ବାସିନ୍ଦା ।[୧]

ଅଭିନୟ ଜୀବନ

[ସମ୍ପାଦନା]

ସେ ୨୦୧୧ ମସିହାରେ ତେଲୁଗୁ ଓ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ ଥିଲା ୟୁବାନ, ଯେଉଁଥିରେ ସେ ସିଦ୍ଧାର୍ଥ ରାଜକୁମାର ଏବଂ ରକୁଲ ପ୍ରୀତ ସିଂହଙ୍କ କାମ କରିଥିଲେ ।[୬] ୨୦୧୨ ମସିହାରେ ସେ ପୃଧଭିରାଜ ସୁକୁମାରାନଙ୍କ ନାୟିକା ଭାବରେ ସିଂହାସନମ୍ ଜରିଆରେ ମାଲାୟଲମ୍ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୭]

ସିଂହାସନମ୍ ପରେ ସେ ବାଲାଙ୍କ ଦି ହିଟ୍ ଲିଷ୍ଟ ଏବଂ ମେଜର ରବିଙ୍କ କର୍ମୟଦ୍ଧାରେ ଅଭିନୟ କରିଥିଲେ ।[୮]

୨୦୧୩ ମସିହାରେ, ସେ ଭି.କେ. ପ୍ରକାଶଙ୍କ କଥାଚିତ୍ର ଥ୍ୟାଙ୍କ ୟୁରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ୨୦୧୪ ମସିହାର ଆରମ୍ଭରେ ସେ କେ.ଭି. ଆନନ୍ଦଙ୍କ ନିର୍ଦ୍ଦେଶିତ ତାମିଲ କଥାଚିତ୍ର ଆନିଗନ୍‌ରେ ଧନୁଷଙ୍କ ନାୟିକା ଭାବରେ କାମ କରିଥିଲେ, ଯାହାକି ଉଭୟ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତ୍ୟବ
୨୦୧୧ କେରାତମ୍ ଗୀତା ତେଲୁଗୁ
ୟୁବାନ୍ ମୀନା ତାମିଲ୍
୨୦୧୨ ସିଂହାସନମ୍ ନନ୍ଦା ମାଲାୟାଲମ୍
ହିଟ୍ ଲିଷ୍ଟ୍ ଅବନ୍ତିକା ମାଲାୟାଲମ୍
କନ୍ନଡ଼
କର୍ମୟୋଦ୍ଧା ଅପହରଣ ହୋଇଥିବା ଝିଅ ମାଲାୟାଲମ୍
ଚେନ୍ନାଇୟିଲ ଓରୁ ନାଲ୍ ଜେନିଫର୍ ମେରି ଟୋନି ତାମିଲ୍
୨୦୧୩ ଥ୍ୟାଙ୍କ୍ ୟୁ ଶ୍ରୁତି ମାଲାୟାଲମ୍
ଜୟ ଲଳିତା ଲଳିତା କନ୍ନଡ଼ [୯]
୨୦୧୪ ଶ୍ରୀନିବାସନ୍ ପରଞ୍ଜା କାଦା ମାଲାୟାଲମ୍
୨୦୧୫ ଆନିଗମ୍ ମୀରା ଏବମ ମଲ୍ଲିକା ତାମିଲ୍/ତେଲୁଗୁ
୨୦୧୮ କାଶୀ - ଇନ୍ ସର୍ଚ୍ଚ ଅଫ୍ ଗଙ୍ଗା ଦେବିନା ହିନ୍ଦୀ [୧୦]
  1. ୧.୦ ୧.୧ Liza George (2 May 2013). "Shot to fame". The Hindu. Archived from the original on 7 July 2014. Retrieved 22 May 2013.
  2. "Unknown facts about Miss India Maharashtra 2017". The Times of India. 24 May 2017. Archived from the original on 4 August 2018. Retrieved 8 July 2017.
  3. "Aishwarya Devan Fbb Colors Femina Miss India 2017 contestant profile". The Times of India. Archived from the original on 4 August 2018. Retrieved 8 July 2017.
  4. "Manushi Chhillar from Haryana wins the title of Miss India 2017". India Today. 25 June 2017. Archived from the original on 9 January 2018. Retrieved 8 July 2017.
  5. "Aishwarya Devan to make Bollywood debut with Sharman Joshi in Kaashi". mid-day. 7 August 2017. Archived from the original on 3 September 2017. Retrieved 8 April 2018.
  6. "Aishwarya Devan Actress - Profile and Biography". cinetrooth.in (in ଆମେରିକୀୟ ଇଂରାଜୀ). Archived from the original on 16 May 2018. Retrieved 27 May 2018.
  7. Features, Express (10 August 2012). "Shaji Kailas' 'Simhasanam' arrives on Friday". The New Indian Express. Archived from the original on 13 April 2013. Retrieved 22 May 2013.
  8. S.R. Praveen (9 December 2012). "'Hit List' misses the mark". The Hindu. Archived from the original on 6 May 2014. Retrieved 22 May 2013.
  9. "Disha and Aishwarya make their Kannada debut". The Times of India. Archived from the original on 3 July 2013. Retrieved 27 May 2018.
  10. "Aishwarya Devan to make Bollywood debut with Sharman Joshi in Kaashi". mid-day. 7 August 2017. Archived from the original on 3 September 2017. Retrieved 27 May 2018.

ବାହାର ଲିଙ୍କ୍

[ସମ୍ପାଦନା]