Jump to content

ଏମିଓଡାରୋନ

ଉଇକିପିଡ଼ିଆ‌ରୁ
ଏମିଓଡାରୋନ
Clinical data
Pronunciation/əˈmdəˌrn/
Trade namesCordarone, Nexterone, others
AHFS/Drugs.commonograph
MedlinePlusa687009
Pregnancy
category
  • US: D (Evidence of risk)
    Routes of
    administration
    By mouth or intravenous
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability20–55%
    MetabolismLiver
    Elimination half-life58 d (range 15-142 d)
    ExcretionPrimarily liver and bile
    Identifiers
    • (2-{4-[(2-butyl-1-benzofuran-3-yl)carbonyl]-2,6-diiodophenoxy}ethyl)diethylamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.016.157 Edit this at Wikidata
    Chemical and physical data
    FormulaC25H29I2NO3
    Molar mass645.31 g/mol
    3D model (JSmol)
    • CCN(CC)CCOc1c(I)cc(cc1I)C(=O)c2c3ccccc3oc2CCCC
    • InChI=1S/C25H29I2NO3/c1-4-7-11-22-23(18-10-8-9-12-21(18)31-22)24(29)17-15-19(26)25(20(27)16-17)30-14-13-28(5-2)6-3/h8-10,12,15-16H,4-7,11,13-14H2,1-3H3 checkY
    • Key:IYIKLHRQXLHMJQ-UHFFFAOYSA-N checkY
      (verify)

    ଏମିଓଡାରୋନ (ଇଂରାଜୀ ଭାଷାରେ Amiodarone) ଏକ ପ୍ରକାର ହୃତ୍ ଅତାଳରୋଧୀ ଔଷଧ (antiarrhythmic medication) ଯାହା ବିଭିନ୍ନ ପ୍ରକାରର ଅନେକ ଗୁଡ଼ିଏ ହୃତ ଅତାଳ (irregular heartbeat) ରୋଗମାନଙ୍କର ଚିକିତ୍ସା ଓ ପ୍ରତିଷଧ ନିମନ୍ତେ ବ୍ୟବ‌ହାର କରାଯାଏ [] ଏହି ରୋଗମାନଙ୍କ ମଧ୍ୟରେ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ, ଭେଣ୍ଟ୍ରିକୁଲାର ଫିବ୍ରିଲେସନ, ଆଟ୍ରିଆଲ ଫିବ୍ରିଲେସନ, ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଓ ୱାଇଡ କମ୍ପ୍ଲେକ୍ସ ଟାକିକାର୍ଡ଼ିଆ (wide complex tachycardia) ଅନ୍ତର୍ଭୁକ୍ତ । ଏହି ଔଷଧ ପାଟିରେ, ଶିରାଭ୍ୟନ୍ତରରେ (intravenously) ବା ଅସ୍ଥି ମଧ୍ୟରେ (intraosseously) ଦିଆଯାଇପାରେ । ପାଟିରେ ଦେଲେ ଔଷଧର ପ୍ରଭାବ ଆସିବାକୁ କିଛି ସପ୍ତାହ ଲାଗେ । []

    ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା: ଥକ୍କା ଅନୁଭବ, କମ୍ପନ (tremor), ଅଇ ଓ କୋଷ୍ଠକାଠିନ୍ୟ । ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଥିବାରୁ ମୂଖ୍ୟତଃ ଉଲ୍ଲେଖନୀୟ ଭେଣ୍ଟ୍ରିକୁଲାର ଆରିଦମିଆ ରୋଗରେ ଦେବାକୁ ସୁପାରିସ କରାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା: ଫୁସଫୁସରେ ଇଣ୍ଟରସ୍ଟିସିଆଲ ନିମୋନାଇଟିସ (interstitial pneumonitis), ଯକୃତ ସମସ୍ୟା (liver problems), ହୃତ୍ ଅତାଳ, ଦୃଷ୍ଟି ସମସ୍ୟା, ଥାଇରଏଡ ସମସ୍ୟା (thyroid problems) ଓ ମୃତ୍ୟୁ । ଗର୍ଭାବସ୍ଥାରେ ବା ସ୍ତନ୍ୟପାନ ସମୟରେ ଏହି ଔଷଧ ଗ୍ରହଣ କଲେ ଶିଶୁର ସମସ୍ୟା ହୋଇପାରେ । ଏହା ଏକ ତୃତୀୟ ଶ୍ରେଣୀର ଅତାଳରୋଧୀ ଔଷଧ । ହୃତ୍ ସ୍ପନ୍ଦନ ଥରେ ହେବାପରେ ଆଉଥରେ ହେବା ନିମନ୍ତେ ଯେଉଁ ସମୟ ବ୍ୟବଧାନ ଆବଶ୍ୟକ ହୁଏ, ଏହି ଔଷଧ ସେହି ସମୟକୁ ବଢ଼େଇଦିଏ ।[]

    ଏମିଓଡାରୋନ ପ୍ରଥମେ ସନ ୧୯୬୧ରେ ତିଆରି ହୋଇଥିଲା ଓ ୧୯୬୨ରେ ଆଞ୍ଜାଇନା (chest pain believed to be related to the heart) ରୋଗରେ ଡାକ୍ତରୀ ବ୍ୟବ‌ହାର କରାଗଲା ।[] ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହା ସନ ୧୯୬୭ରେ ପ୍ରତ୍ୟାହାର କରିଦିଆଯାଇଥିଲା । ସନ ୧୯୭୪ରେ ଆରିଦମିଆ ରୋଗମାନଙ୍କରେ ଏହା ଫଳପ୍ରଦ ହେବା ଜଣାଯିବାରୁ ପୁନର୍ବାର ଆରମ୍ଭ କରାଗଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ ଏହାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ଦୈନିକ ପ୍ରାୟ ୦.୦୬ରୁ ୦.୨୬ ଆମେରିକୀୟ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ହୁଏ ।[]

    1. 1 2 3 4 "Amiodarone Hydrochloride". The American Society of Health-System Pharmacists. Retrieved Aug 22, 2016.
    2. Analytical Profiles of Drug Substances and Excipients (in ଇଂରାଜୀ). Academic Press. 1992. p. 4. ISBN 9780080861159.
    3. Fischer, Janos; Ganellin, C. Robin (2005). Analogue-based Drug Discovery (in ଇଂରାଜୀ). John Wiley & Sons. p. 12. ISBN 9783527607495.
    4. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
    5. "Amiodarone". International Drug Price Indicator Guide. Retrieved 22 August 2016.[permanent dead link]
    6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 124. ISBN 9781284057560.