ଏନସେଫାଲାଇଟିସ ଲେଥାରଜିକା

ଉଇକିପିଡ଼ିଆ‌ରୁ
Encephalitis lethargica
Economo's disease; von Economo's encephalitis[୧]
An illustration from von Economo's Die Encephalitis lethargica (1918) showing brain tissue of an affected monkey seen under a microscope
ବିଭାଗNeurology
ଲକ୍ଷଣFever, headache, double vision, psychosis, lethargy[୨]
ଆକ୍ରାନ୍ତ ସମୟWithin 2 months of exposure[୧]
କାରଣUnknown[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other potential causes[୧]
ଚିକିତ୍ସାSymptomatic treatment, levodopa[୨]
PrognosisFrequent long-term disability[୧]
ପୁନଃପୌନିକCurrently rare[୧]
ମୃତ୍ୟୁ ସାନ୍ଦ୍ରତା30% mortality[୧]

ଏନସେଫାଲାଇଟିସ ଲେଥାରଜିକା (ଇଂରାଜୀ ଭାଷାରେ encephalitis lethargica ବା EL) ହେଉଛି ମସ୍ତିଷ୍କର ପ୍ରଦାହର ଏକ ରୂପ ଯେଉଁଥିରେ ଜ୍ୱର, ମୁଣ୍ଡବିନ୍ଧା, ଦ୍ୱିତ ଦୃଷ୍ଟି, ସାଇକୋସିସ ଏବଂ ଅଳସପଣ ଦେଖାଯାଏ । [୨] ଅଧିକାଂଶ କ୍ଷେତ୍ରରେ, ଏହା ଧୀରେ ଧୀରେ କିଛି ମାତ୍ରାରେ କୋମାରେ ପରିଣତ ହୁଏ । [୧] ପ୍ରାରମ୍ଭିକ ରୋଗର ପରବର୍ତ୍ତୀ ବର୍ଷମାନଙ୍କରେ ଏହି ରୋଗରୁ ପାର୍କିନ୍‌ସନ୍ ବା ଅପସ୍ମାର ରୋଗ ବିକଶିତ ହୋଇପାରେ। [୨] [୧]

ଏହାର କାରଣ ଜଣା ପଡିନାହିଁ । [୨] ଇନ୍‌ଫ୍ଲୁଏଞ୍ଜା କିମ୍ବା ଅଟୋମ୍ୟୁମ୍ୟୁନ୍ ପ୍ରକ୍ରିୟା ଭଳି ସଂକ୍ରମଣ ଏହାର କାରଣ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି । [୧] କେତେକ କ୍ଷେତ୍ରରେ ଏହି ରୋଗ ଲୋକଙ୍କ ମଧ୍ୟରେ ବ୍ୟାପିଥିବାର ଦେଖାଯାଉଛି । [୧] ଗର୍ଭାବସ୍ଥାରେ ରୋଗ ହେଲେ ଶିଶୁ ମଧ୍ୟ ପ୍ରଭାବିତ ହୋଇପାରେ ।[୧] ଅନ୍ତର୍ନିହିତ ପ୍ରକ୍ରିୟାରେ ମସ୍ତିଷ୍କର ଦୁଇଟ ନିର୍ଦ୍ଦିଷ୍ଟ ଅଂଶ ମେସେନ୍‌ସେଫାଲନ ଏବଂ ଡିଏନ୍‌ସେଫାଲନ ପ୍ରଦାହ ଜଡିତ ହୋଇଥିବା ଜଣାଯାଉଛି ।[୧] ଅନ୍ୟାନ୍ୟ ସମ୍ଭାବ୍ୟ ମାମଲାକୁ ଏଡ଼ାଇବା ପରେ ଲକ୍ଷଣ ଉପରେ ଆଧାର କରାଯାଇ ରୋଗ ନିର୍ଣ୍ଣୟ କରାଯାଏ । [୧]

ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । [୨] ଲେଭୋଡୋପା ଏଲ ଗୁରୁତ୍ୱପୂର୍ଣ୍ଣ ଉପଚାର ହୋଇପାରେ, ଯଦିଓ ଅସ୍ଥାୟୀ ଉନ୍ନତି ହୁଏ।[୨] [୧] ଫଳାଫଳଗୁଡିକ ଜଡିତ ଜଟିଳତା ଉପରେ ନିର୍ଭର କରେ ।[୨] ଏହି ରୋଗରେ ପ୍ରାୟ ଏକ ତୃତୀୟାଂଶ ଲୋକଙ୍କର ମୃତ୍ୟୁ ହେଉଛି ।[୩] ବଞ୍ଚିଯାଉଥିଲେ ସେମାନଙ୍କ ମଧ୍ୟରୁ ଅନେକ ସ୍ଥାୟୀ ଅକ୍ଷମ ହୋଇଯାଉଥିଲେ। [୧]

୧୯୧୬ ମସିହାରୁ ୧୯୩୦ ପର୍ଯ୍ୟନ୍ତ ସାରା ବିଶ୍ୱରେ ଏହି ରୋଗ ପ୍ରାୟ ୫ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥିଲା । [୨] [୧] [୩] ଏହି ରୋଗ ପୂର୍ବରୁ ଘଟିଥିବାର ବିଶ୍ୱାସ କରାଯାଏ ଏବଂ ଏହା ପରଠାରୁ ୨୦ରୁ କମ୍ କ୍ଷେତ୍ରରେ ଦଲିଲଭୁକ୍ତ ହୋଇଛି। [୧] ଏହି ଅବସ୍ଥା ପ୍ରଥମେ ୧୯୧୭ ମସିହାରେ କନଷ୍ଟାଣ୍ଟିନ୍ ଭନ୍ ଇକୋନୋମୋ ଏବଂ ଜିନ -ରେନେ କ୍ରୁଚେଟ‌ଦ୍ୱାରା ବର୍ଣ୍ଣନା କରାଯାଇଥିଲା। [୪] [୧] ଏହାକୁ "ଶୋଇବା ରୋଗ" ବା "ନିଦ୍ରା ରୋଗ" ମଧ୍ୟ କୁହାଯାଏ; [୧] ଯଦିଓ ଏହା ସିସି ମାଛି -ସଂକ୍ରମିତ ଶୋଇବା ରୋଗ ସହିତ ଜଡିତ ନୁହେଁ ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Berger JR, Vilensky JA (2014). "Encephalitis lethargica (von Economo's encephalitis)". Handbook of Clinical Neurology. 123: 745–761. doi:10.1016/B978-0-444-53488-0.00036-5. ISBN 9780444534880. PMID 25015515.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Encephalitis Lethargica Information Page | National Institute of Neurological Disorders and Stroke". www.ninds.nih.gov. Archived from the original on 4 January 2017. Retrieved 6 July 2021.
  3. ୩.୦ ୩.୧ ୩.୨ Harley, Trevor A. (18 February 2021). The Science of Consciousness (in ଇଂରାଜୀ). Cambridge University Press. p. 282. ISBN 978-1-107-12528-5. Archived from the original on 28 August 2021. Retrieved 6 July 2021.
  4. von Economo, K. (May 10, 1917). "Die Encephalitis lethargica". Wiener klinische Wochenschrift (in ଜର୍ମାନ). Leipzig and Vienna: Franz Deuticke 1918. 30: 581–585.