ଏକ୍ସେନାଟାଇଡ

ଉଇକିପିଡ଼ିଆ ରୁ
Jump to navigation Jump to search
ଏକ୍ସେନାଟାଇଡ
Exenatide sequence.svg
Clinical data
Pronunciation /ɛɡzˈɛnətd/
Trade namesByetta, Bydureon, others
AHFS/Drugs.commonograph
MedlinePlusa605034
data
Pregnancy
category
  • AU: C
  • US: C (Risk not ruled out)
Routes of
administration
Subcutaneous injection
ATC code
Legal status
Legal status
  • AU: S4 (Prescription only)
  • US: ℞-only
  • ℞ (Prescription only)
Pharmacokinetic data
BioavailabilityN/A
Metabolismproteolysis
Elimination half-life2.4 h
Excretionrenal/proteolysis
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ECHA InfoCard100.212.123 Edit this at Wikidata
Chemical and physical data
FormulaC184H282N50O60S
Molar mass4186.6 g/mol
3D model (JSmol)
 NYesY (what is this?)  (verify)

ଏକ୍ସେନାଟାଇଡ (ଇଂରାଜୀ ଭାଷାରେ Exenatide, ଏକ ବିକ୍ରୟ ନାମ ବାୟେଟା/ Byettaବାଇଡୁରିଅନ/ Bydureon) ଏକ ଔଷଧ ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସାରେ ଦିଆଯାଏ ।[୧] ଏହା ଉପ‌ଯୁକ୍ତ ଖାଦ୍ୟ, ବ୍ୟାୟାମ ଓ ସମ୍ଭାବ୍ୟ ଅନ୍ୟାନ୍ୟ ମଧୁମେହ ନିବାରକ (antidiabetic medication) ଔଷଧ ସ‌ହିତ ଦିଆଯାଏ ।[୧] ମେଟ୍‌ଫର୍ମିନସଲଫୋନିଲୁରିଆ (sulfonylureas) ଔଷଧ ଅପେକ୍ଷା କମ୍ ପସନ୍ଦ କରାଯାଏ ।[୨] ପ୍ରଥମ ଓ ଶେଷ ମିଲ ଖାଇବାର ଅଧ ଘଣ୍ଟା ପୂର୍ବରୁ ଏହା ଚର୍ମତଳ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ ।[୧] ସପ୍ତାହରେ-ଥରେ ଦିଆଯିବା ଇଞ୍ଜେକସନ ମଧ୍ୟ ମିଳେ ।[୧]

ଏକ୍ସେନାଟାଇଡର ସାଧାରଣ ପାର୍ଶ ପ୍ରତିକ୍ରିୟାରେ ଅଳ୍ପ ରକ୍ତ ଶର୍କରା (low blood sugar), ଅଇ, ମୁଣ୍ଡ ଓଜନିଆ, ଉଦର ଯନ୍ତ୍ରଣା ଓ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ପାର୍ଶ ପ୍ରତିକ୍ରିୟା ସାଂଘାତିକ ହେଲେ ମେଡୁଲାରି ଥାଇରଏଡ କର୍କଟ (medullary thyroid cancer), ଆଞ୍ଜିଓଇଡିମା, ଅଗ୍ନାଶୟ ପ୍ରଦାହ ଓ ବୃକ୍‌କ ସମସ୍ୟା (kidney problems) ହୋଇପାରେ ।[୧] ଗର୍ଭାବସ୍ଥାସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୩] ଏକ୍ସେନାଟାଇଡ ଏକ ଗ୍ଲୁକାଗନ-ଲାଇକ ପେପ୍ଟାଇଡ-୧ ରିସେପ୍ଟର (glucagon-like peptide-1 receptor agonist/ GLP-1 receptor agonist) ଯାହାର ଅନ୍ୟ ନାମ ଇନ‌କ୍ରେଟିନ incretin ମାଇମେଟିକ (mimetics) ।[୧] ଏହା ଅଗ୍ନାଶୟରୁ (pancreas) ଅଧିକ ଇନସୁଲିନ ନିର୍ଗତ ଓ ଅଧିକ ଗ୍ଲୁକାଗନ (glucagon) କମେଇଦିଏ ।[୧]

ଏକ୍ସେନାଟାଇଡନ ୨୦୦୫ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଦିନର ଇଞ୍ଜେକସନ ଖର୍ଚ୍ଚ ପିଛା ପ୍ରାୟ ୮୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ହୋଲସେଲ ମୂଲ୍ୟ ବାବଦ ୭୦୦ରୁ ୭୮୯ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [୪] ସନ ୨୦୧୬ରେ ଏହାର ୧ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୯୩ ତମ ସ୍ଥାନରେ ଥଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Exenatide Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
  2. ୨.୦ ୨.୧ British national formulary : BNF 76 (76 ed.). Pharmaceutical Press. 2018. pp. 684–685. ISBN 9780857113382.
  3. "Exenatide Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Retrieved 3 March 2019.
  5. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]