ଏକଜିମା ଭାକସିନାଟମ

ଉଇକିପିଡ଼ିଆ‌ରୁ
Eczema vaccinatum
8 month old with eczema vaccinatum after acquiring vaccinia from a sibling recently vaccinated for smallpox.
ବିଭାଗInfectious disease
ଲକ୍ଷଣCrops of small blisters, fever, swollen glands[୧]
ଆକ୍ରାନ୍ତ ସମୟSudden, 5 to 12 days post exposure[୧][୨]
କାରଣVaccinia[୩]
ବିପଦ କାରକAtopic dermatitis, other skin diseases[୩]
ସଠିକ ରୋଗ ନିର୍ଣ୍ଣୟEczema herpeticum, chickenpox, bacterial superinfection[୪][୨]
ଚିକିତ୍ସାVaccinia immune globulin (VIG), antivirals[୩]
ପୁନଃପୌନିକRare[୧][୪]
ମୃତ୍ୟୁ ସାନ୍ଦ୍ରତା35% without treatment, 7% with treatment[୩]

ଏକଜିମା ଭାକସିନାଟମ ଏକ ପ୍ରକାର ଭୂତାଣୁ ସଂକ୍ରମଣ ଯାହା ଭାକସିନିଆ ଭୂତାଣୁ ଯୋଗୁ ହୁଏ ଏବଂ ଏହା ପକ୍ସ ଭୂତାଣୁ ପରିବାରର ଏକ ସଦସ୍ୟ ତଥା ଯାହା ଯୋଗୁ ଆଟୋପିକ ଡର୍ମାଟାଇଟିସ (ଏକଜିମା) କିମ୍ବା ଅନ୍ୟ ଚର୍ମ ରୋଗ ଥିବା ଲୋକଙ୍କୁ ଆକ୍ରମଣ କରିପାରେ ।[୩] ସାଧାରଣତଃ ଚର୍ମ ସମସ୍ୟା ଥିବା ସ୍ଥାନରେ ଛୋଟ ଆକାରର ଫୋଟକା ଦଳ ହଠାତ୍ ଆରମ୍ଭ ହେବା ଏହାର ଲକ୍ଷଣ । [୩] ସାଧାରଣତଃ ଜ୍ୱର ଏବଂ ଗ୍ରନ୍ଥି ଫୁଲା ବା ଲିମ୍ଫାଡେନୋପାଥି ହୁଏ ।[୧] [୫] ସଂସ୍ପର୍ଶରେ ଆସିବାର ୫ରୁ ୧୨ ଦିନ ପରେ ଏହି ରୋଗ ଆରମ୍ଭ ହୁଏ ।[୨]

ସିଧାସଳଖ ବସନ୍ତ ଟୀକାକରଣ ସହିତ ଭାକସିନିଆ ସଂକ୍ରମଣ ହୋଇପାରେ; ପ୍ରାୟ ଏହା ଏକ ପରିବାର ରୋଗାକ୍ରାନ୍ତ ସଦସ୍ୟଙ୍କଠାରୁ ବିସ୍ତାର ହୁଏ, ଯିଏକି ନିକଟରେ ଟିକା ନେଇଥିଲେ ।[୩] ଆଟୋପିକ୍ ଡର୍ମାଟାଇଟିସ୍ ଏହି ରୋଗ ପାଇଁ ଏକ ବିପଦ କାରଣ ଅଟେ; ଏହା ଅନୁମାନ କରାଯାଏ ଯେ ଟୀକାକରଣ ଯୋଗୁ ଶହେରୁ କେବଳ ଜଣେ ପ୍ରଭାବିତ ହୁଅନ୍ତି ।[୪] ଏହାର ଅନ୍ତର୍ନିହିତ ପ୍ରଣାଳୀରେ ଭୂତାଣୁ ବିସ୍ତାର କରିଥାଏ ।[୪] ସାଧାରଣତଃ ଟୀକାକରଣର ସଂସ୍ପର୍ଶରେ ଆସିଥିବା ଲୋକର ଏହା ହେଲେ ରୋଗ ନିର୍ଣ୍ଣୟ ହୁଏ ।[୬]

ଭାକସିନ ଇମ୍ୟୁନ ଗ୍ଲୋବୁଲିନ (VIG) ଏବଂ ସମ୍ଭବତଃ ସିଡୋଫୋଭିର ନାମକ ଆଣ୍ଟିଭାଇରାଲ ଔଷଧ ଦେଇ ଚିକିତ୍ସା କରାଯାଏ ।[୩] [୪] ପ୍ରତିଷେଧରେ ଅଧିକ ବିପଦ ଥିବା ଲୋକଙ୍କୁ MVA-BN ଟିକା ବ୍ୟବହାର ଦିଆଯାଏ ।[୪] ସୁସ୍ଥ ହେବା ପରେ ଦାଗ ପ୍ରାୟ ରହିଯାଏ ।[୩] ଚିକିତ୍ସା ବିନା ପ୍ରାୟ ୩୫% ଏବଂ ଚିକିତ୍ସା ସହିତ ପ୍ରାୟ ୭% ରୋଗୀଙ୍କର ମୃତ୍ୟୁ ହୁଏ ।[୩]

୨୦୦୨ ମସିହାରୁ ୨୦୧୨ ମଧ୍ୟରେ ଯୁକ୍ତରାଷ୍ଟ୍ରରେ କେବଳ ଗୋଟିଏ ମାମଲା ବର୍ଣ୍ଣନା କରାଯାଇଥିଲା ।[୪] ୧୯୬୮ ମସିହାରେ ଯୁକ୍ତରାଷ୍ଟ୍ରରେ ୧୪.୫ ନିୟୁତ ବସନ୍ତ ଟୀକାକରଣ ପରେ ୬୬ଟି ମାମଲା ହୋଇଥିଲା ଏବଂ ଅନେକ ନିୟୁତ ସଂସ୍ପର୍ଶ ଆସିଥିବା ଲୋକଙ୍କ ମଧ୍ୟରୁ ୬୦ଟି ମାମଲା ହୋଇଥିଲା। [୧] ପୁରୁଷମାନେ ମହିଳାଙ୍କ ତୁଳନାରେ ଦୁଇଗୁଣ ପ୍ରଭାବିତ ହୁଅନ୍ତି ।[୨] ଏହି ଅବସ୍ଥା ପ୍ରଥମେ ୧୮୮୨ ମସିହାରେ ବର୍ଣ୍ଣନା କରାଯାଇଥିବା ଜଣାପଡିଛି ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Petersen, Brett W.; Damon, Inger K. (2020). "348. Smallpox, monkeypox and other poxvirus infections". In Goldman, Lee; Schafer, Andrew I. (eds.). Goldman-Cecil Medicine (in ଇଂରାଜୀ). Vol. 2 (26th ed.). Philadelphia: Elsevier. p. 2183. ISBN 978-0-323-53266-2.
  2. ୨.୦ ୨.୧ ୨.୨ ୨.୩ Ruzicka, Thomas; Ring, Johannes; Przybilla, Bernhard (9 March 2013). Handbook of Atopic Eczema (in ଇଂରାଜୀ). Springer Science & Business Media. p. 58. ISBN 978-3-662-02671-7. Archived from the original on 28 June 2022. Retrieved 21 June 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "19. Viral diseases". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. pp. 387–388. ISBN 978-0-323-54753-6. Archived from the original on 2022-06-03. Retrieved 2022-05-29.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Reed, JL; Scott, DE; Bray, M (March 2012). "Eczema vaccinatum". Clinical infectious diseases : an official publication of the Infectious Diseases Society of America. 54 (6): 832–40. doi:10.1093/cid/cir952. PMID 22291103.
  5. "Smallpox Vaccine Adverse Events: For Healthcare Providers | CDC". www.cdc.gov (in ଆମେରିକୀୟ ଇଂରାଜୀ). 25 March 2021. Archived from the original on 28 June 2022. Retrieved 21 June 2022.
  6. Cherry, James; Demmler-Harrison, Gail J.; Kaplan, Sheldon L.; Steinbach, William J.; Hotez, Peter (29 December 2017). Feigin and Cherry's Textbook of Pediatric Infectious Diseases (in ଇଂରାଜୀ). Elsevier Health Sciences. p. PT5359. ISBN 978-0-323-39281-5. Archived from the original on 28 June 2022. Retrieved 21 June 2022.