ଉର୍ଦ୍ଧ୍ୱ ମେସେଣ୍ଟେରିକ୍ ଧମନୀ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Superior mesenteric artery syndrome
Wilkie syndrome, mesenteric root syndrome, chronic duodenum ileus, Cast syndrome, arteriomesenteric duodenal obstruction[୧]
Abdominal and pelvic computed tomography scan showing duodenal compression (black arrow) by the superior mesenteric artery (red arrow) and the abdominal aorta (blue arrow).
ବିଭାଗGastroenterology, general surgery
ଲକ୍ଷଣAbdominal pain, fullness, nausea, vomiting, weight loss[୨]
ବିପଦ କାରକSignificant weight loss, surgery for scoliosis, genetics[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and medical imaging after other potential causes are excluded[୨]
ସଠିକ ରୋଗ ନିର୍ଣ୍ଣୟAnorexia, bulimia, peptic ulcer disease, irritable bowel syndrome, other causes of gastroparesis[୧]
ଚିକିତ୍ସାGaining weight, sitting with the knees to the chest after eating, surgery[୨]
ପୁନଃପୌନିକ2 per 1,000 people[୧]

ଉର୍ଦ୍ଧ୍ୱ ମେସେଣ୍ଟେରିକ୍ ଧମନୀ (ଇଂରାଜୀ ଭାଷାରେ Superior mesenteric artery syndrome/ SMA ) ସିଣ୍ଡ୍ରୋମ ହେଉଛି ଏକ ହଜମ ପ୍ରକ୍ରିୟା ଅସୁବିଧା ଯାହା କ୍ଷୁଦ୍ର ଅନ୍ତନଳୀର ପ୍ରଥମ ଅଂଶଟି (duodenum) ଦୁଇଟି ଧମନୀ (ଆଓର୍ଟା ଏବଂ ଉର୍ଦ୍ଧ୍ୱ ମେସେଣ୍ଟେରିକ ଧମନୀ) ମଧ୍ୟରେ ସଙ୍କୁଚିତ ହୋଇଗଲେ ସୃଷ୍ଟି ହୁଏ | [୩] ଏହାର ଲକ୍ଷଣରେ ପେଟ ଯନ୍ତ୍ରଣା, ଖାଇବା ସମୟରେ ଉଦର ପୂର୍ତ୍ତି ଲାଗିବା, ବାନ୍ତି, ଏବଂ ଓଜନ ହ୍ରାସ ହୋଇପାରେ ।[୩] ରୋଗ ଜଟିଳ ହେଲେ ଆନ୍ତ୍ରିକ ଅବରୋଧ, ଇଲେକ୍ଟ୍ରୋଲାଇଟ ଅସ୍ୱାଭାବିକତା ଓ ନିମାଟୋସିସ ଇଣ୍ଟେସ୍ଟାଇନାଲିସ ହୋଇପାରେ ।[୩]

ଏହି ରୋଗର କାରଣ ମଧ୍ୟରେ ଉଲ୍ଲେଖନୀୟ ଓଜନ ହ୍ରାସ ଯୋଗୁ କିମ୍ବା ସ୍କୋଲିଓସିସ୍ ପାଇଁ ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ହୋଇପାରେ | [୩] ପରିବାରରେ ଏହି ରୋଗ ଚାଲୁ ରହିପାରେ ।[୩] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଉର୍ଦ୍ଧ୍ୱ ମେସେଣ୍ଟେରିକ ଧମନୀକୁ ଘେରି ରହିଥିବା ଚର୍ବି ତନ୍ତୁ ହାନୀ ହୋଇଥାଏ | [୩] ଅନ୍ୟ ସମ୍ଭାବ୍ୟ କାରଣଗୁଡିକ ଅନୁପସ୍ଥିତି, ରୋଗର ଲକ୍ଷଣ ଏବଂ ଡାକ୍ତରୀ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ । [୩] ନଟକ୍ରାକର ସିଣ୍ଡ୍ରୋମ ହେଉଛି ଏକ ଭିନ୍ନ ଅବସ୍ଥା ଯେଉଁଥିରେ ଧମନୀଦ୍ୱାରା ବାମ ବୃକ୍‌କ ଶିରା ସଙ୍କୁଚିତ ହୋଇଥାଏ | [୪]

ଚିକିତ୍ସାରେ ଓଜନ ବୃଦ୍ଧି କରିବା, ଖାଇବା ପରେ ଛାତିରେ ଆଣ୍ଠୁ ଲଗେଇବା କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ | [୩] ଅଳ୍ପ ଏବଂ ବାରମ୍ବାର ଖାଇବା ସାହାଯ୍ୟକାରୀ ହୋଇପାରେ | [୩] ରୋଗ ଗୁରୁତର ହୋଇଥିଲେ ଟ୍ୟୁବ ଫିଡିଙ୍ଗ ବା ଶିରାଭ୍ୟନ୍ତର ପୁଷ୍ଟିକର ଖାଦ୍ୟ ଦେବା ଆବଶ୍ୟକ ହୋଇପାରେ | [୩] ଅଇ ଉପଶମ ପାଇଁ ମେଟୋକ୍ଲୋପ୍ରାମାଇଡ୍ ବ୍ୟବହାର କରାଯାଇପାରେ | [୩] ଅନ୍ୟ ସମସ୍ତ ଚିକିତ୍ସା ଅନୁପ‌ଯୁକ୍ତ ହେଲେ ଅସ୍ତ୍ରୋପଚାର କରାଯାଏ । [୩] ଏହି ରୋଗ ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ 2ଜଣକୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି। [୧] କାର୍ଲ ଭନ ରୋକିଟାନସ୍କି ଏହି ରୋଗର ବର୍ଣ୍ଣନା ୧୮୬୧ ମସିହାରେ କରିଥିଲେ | [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Superior Mesenteric Artery Syndrome". NORD (National Organization for Rare Disorders). Retrieved 10 February 2021.
  2. ୨.୦ ୨.୧ ୨.୨ ୨.୩ "Superior mesenteric artery syndrome | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov (in ଇଂରାଜୀ). Retrieved 10 February 2021.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ "Superior mesenteric artery syndrome | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov (in ଇଂରାଜୀ). Retrieved 10 February 2021.
  4. "Renal nutcracker syndrome | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Retrieved 10 February 2021.
  5. Coley, Brian D. (2018). Caffey's Pediatric Diagnostic Imaging E-Book (in ଇଂରାଜୀ). Elsevier Health Sciences. p. 979. ISBN 978-0-323-55347-6.