ସ୍କୋଲିଓସିସ
ସ୍କୋଲିଓସିସ | |
---|---|
ଉଚ୍ଚାରଣ | |
ବିଭାଗ | ଅସ୍ଥିଶଲ୍ୟ ବିଭାଗ (Orthopedics) |
ଆଇସିଡ଼ି-୧୦ | M41. |
ଆଇସିଡ଼ି-୯-ସିଏମ୍ | 737 |
ରୋଗ ଡାଟାବେସ | 26545 |
ମେଡ଼ିସିନ-ପ୍ଲସ | 001241 |
ସ୍କୋଲିଓସିସ ବା ପାର୍ଶ୍ୱକୁବ୍ଜତା (ଇଂରାଜୀ ଭାଷାରେ scoliosis) ରୋଗରେ ମଣିଷର ମେରୁଦଣ୍ଡ (spine) ସିଧା ନ ରହି ଏକ ପାର୍ଶ୍ୱକୁ ବଙ୍କା ହୋଇଯାଏ ।[୨] ଏହି ବକ୍ରତା ଇଂରାଜୀ ଭାଷାର "S" ବା "C" ଆକୃତି ଭଳି ଦେଖାଯାଏ ।[୨] ବକ୍ରତା କେତେକ ସ୍ଥଳରେ ସ୍ଥିର ରହେ ଓ ଅନ୍ୟ କେତେକ ସ୍ଥଳରେ ବଢିବାକୁ ଲାଗେ । ସାମାନ୍ୟ ସ୍କୋଲିଓସିସ ସମସ୍ୟା ସୃଷ୍ଟି କରେ ନାହିଁ, କିନ୍ତୁ ସାଂଘାତିକ କେଶ୍ଗୁଡ଼ିକରେ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୁଏ ।[୩][୪] ଅଧିକାଂଶ ସମୟରେ ଏ ରୋଗରେ ଯନ୍ତ୍ରଣା ହୁଏନାହିଁ ।[୫]
ଅଧିକାଂଶ କେଶ୍ରେ ଏହି ରୋଗର କାରଣ ଅଜ୍ଞାତ ଥିଲେ ମଧ୍ୟ ଜେନେଟିକ (genetic) ଓ ପରିବେଶ (environmental factors) କାରକମାନଙ୍କର ଭୂମିକା ଥିବା ବିଶ୍ୱାସ କରାଯାଏ ।[୩] ଅନ୍ୟାନ୍ୟ ପରିବାର ସଦସ୍ୟମାନେ ଏହି କାରକମାନଙ୍କଦ୍ୱାରା ରୋଗକ୍ରାନ୍ତ ହୁଅନ୍ତି । ସ୍କୋଲିଓସିସ ହେଉଥିବା ଅନ୍ୟ କେତେକ ରୋଗମାନଙ୍କର ନାମ: ମାଂସପେଶୀ ସଂକୋଚନାଧିକ୍ୟ (muscles spasms), ସେରେବ୍ରାଲ ପାଲ୍ସି (cerebral palsy), ମାର୍ଫାନ ସିଣ୍ଡ୍ରୋମ (en:Marfan syndrome), ଓ ନିଉରୋଫାଇବ୍ରୋମା (neurofibromatosis) ଭଳି ଅର୍ବୁଦ । ସାଧାରଣ ଏକ୍ସ-ରେ (plain X-rays) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଦୁଇ ପ୍ରକାର ସ୍କୋଲିଓସିସ ଦେଖାଯାଏ: ଗଠନମୂଳକ (structural), ଯେଉଁଥିରେ ସୀମାବଦ୍ଧ ଥାଏ ଓ କାର୍ଯ୍ୟକାରୀ (functional), ଯେଉଁଥିରେ ମେରୁଦଣ୍ଡ ସାଧାରଣ ଥାଏ ।[୨]
ମେରୁଦଣ୍ଡ ବକ୍ରତାର ସ୍ଥାନ, ପରିମାଣ ଓ କାରଣ ଅନୁସାରେ ଚିକିତ୍ସା ସ୍ଥିର କରାଯାଏ । ସାମାନ୍ୟ ବକ୍ରତା ଥିଲେ କିଛି ନ କରି ମଝିରେ ମଝିରେ ତାର ଅଗ୍ରଗତି ଦେଖିବାକୁ ହୁଏ । ଏହି ରୋଗରେ ବ୍ରେସ/ ବନ୍ଧନୀ ବ୍ୟବହାର କରାଯାଏ ବା ଅପରେଶନ କରାଯାଏ । ବକ୍ରତାର ଅଗ୍ରଗତି ହେଉଥିଲେ ତାହା ବନ୍ଦ ହେବା ପର୍ଯ୍ୟନ୍ତ ବନ୍ଧନୀ ପିନ୍ଧିବାକୁ ହୁଏ । ଅନ୍ୟ କେତେକ ଚିକିତ୍ସା ଯେପରିକି ଖାଦ୍ୟ ପରିପୂରକ, ବ୍ୟାୟାମ ଓ ଚିରୋପ୍ରାକ୍ଟିକ ମାନିପୁଲେସନ (chiropractic manipulation) ଇତ୍ୟାଦି ଉପଲବ୍ଧ ଥିଲେ ମଧ୍ୟ ରୋଗର ଅଗ୍ରଗତି ରୋକିବାରେ ସେମାନଙ୍କ ଉପକାରୀତା ପ୍ରମାଣିତ ହୋଇନାହିଁ ।[୨]
ପ୍ରାୟ ୩% ଲୋକଙ୍କର ସ୍କୋଲିଓସିସ ରୋଗ ହୁଏ ।[୬] ୧୦ରୁ ୨୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ ।[୨] ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨][୩] ସ୍କୋଲିଓସିସ ନାମଟି ପ୍ରାଚୀନ ଗ୍ରୀକ: σκολίωσις skoliosis ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ବକ୍ରତା ।[୭]
ଆଧାର
[ସମ୍ପାଦନା]- ↑ "scoliosis". Merriam Webster. Retrieved 12 August 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Questions and Answers about Scoliosis in Children and Adolescents". NIAMS. December 2015. Retrieved 12 August 2016.
- ↑ ୩.୦ ୩.୧ ୩.୨ "adolescent idiopathic scoliosis". Genetics Home Reference. September 2013. Retrieved 12 August 2016.
- ↑ Yang, S; Andras, LM; Redding, GJ; Skaggs, DL (January 2016). "Early-Onset Scoliosis: A Review of History, Current Treatment, and Future Directions". Pediatrics. 137 (1). PMID 26644484.
- ↑ Agabegi, SS; Kazemi, N; Sturm, PF; Mehlman, CT (December 2015). "Natural History of Adolescent Idiopathic Scoliosis in Skeletally Mature Patients: A Critical Review". The Journal of the American Academy of Orthopaedic Surgeons. 23 (12): 714–23. PMID 26510624.
- ↑ Shakil, H; Iqbal, ZA; Al-Ghadir, AH (2014). "Scoliosis: review of types of curves, etiological theories and conservative treatment". Journal of back and musculoskeletal rehabilitation. 27 (2): 111–5. PMID 24284269.
- ↑ "scoliosis". Dictionary.com. Retrieved 12 August 2016.