ନଟକ୍ରାକର ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Nutcracker syndrome
Nutcracker phenomenon, left renal vein entrapment syndrome, mesoaortic compression of the left renal vein
The nutcracker syndrome results from compression of the left renal vein between the aorta and the superior mesenteric artery.
ବିଭାଗNephrology
ଲକ୍ଷଣNone, blood in the urine, flank pain, pelvic pain, lightheadedness with standing[୧]
କାରଣCompression of the renal vein[୧]
ବିପଦ କାରକRetroperitoneal cancers, abdominal aortic aneurysm, low body mass index, lordosis, enlarged lymph nodes around the aorta[୧]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on symptoms, confirmed by medical imaging after ruling out other possible causes[୧]
ସଠିକ ରୋଗ ନିର୍ଣ୍ଣୟKidney stones, pyelonephritis, renal cell carcinoma[୨]
ଚିକିତ୍ସାConservative, weight gain, surgery[୧][୨]
ପୁନଃପୌନିକUnclear[୧]

ନଟକ୍ରାକର ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Nutcracker syndrome/ NCS ) ହେଉଛି ଏକ ଅବସ୍ଥା ଯାହା ବୃକ୍‌କରୁ ବାହାରୁଥିବା ବାମ ଶିରା ସଙ୍କୁଚିତ ହେଲେ ସୃଷ୍ଟି ହୁଏ | [୧] କେତେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଇପାରେ ଅନ୍ୟ କେତେକ ଲୋକଙ୍କରରକ୍ତମେହ, ଉଦର ପାର୍ଶ୍ୱ ସ୍ଥାନରେ ଯନ୍ତ୍ରଣା, ପେଲଭିକ ଯନ୍ତ୍ରଣା କିମ୍ବା ଠିଆ ହେବା ସମୟରେ ମୁଣ୍ଡ ହାଲୁକା ଲାଗେ ।[୧] ପୁରୁଷମାନେ ବାମ ପାର୍ଶ୍ୱରେ ଭାରିକୋସିଲ ସୃଷ୍ଟି ହୋଇପାରେ | [୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଶିରାରେ ରକ୍ତ ଜମାଟ ବାନ୍ଧିପାରେ ବୃକ୍‌କ ସମସ୍ୟା ହୋଇପାରେ ।[୧]

ସଙ୍କୋଚନ ସାଧାରଣଃ ଆବଡୋମିନାଲ ଆଓର୍ଟା ଓ ସୁପିରିଅର ମେସେଣ୍ଟେରିକ ଧମନୀ ମଧ୍ୟରେ ହୁଏ ଯଦିଓ ଆଓର୍ଟା ଏବଂ ମେରୁଅସ୍ଥି ମଧ୍ୟରେ ସଙ୍କୋଚନ ମଧ୍ୟ ହୋଇପାରେ | [୩] [୧] ରେଟ୍ରୋପେରିଟୋନିଆଲ କର୍କଟ, ଉଦର ମହାଧମନୀ ସ୍ଫୀତି, ନିମ୍ନ ବଡି ମାସ ଇଣ୍ଡେକ୍ସ, ଲର୍ଡ଼ୋସିସ ଏବଂ ଆଓର୍ଟା ଚାରିପାଖରେ ଥିବା ଲସିକା ଗ୍ରନ୍ଥି ଗୁଡ଼ିକର ବୃଦ୍ଧି ହେଲେ ଏହି ଅବସ୍ଥା ସୃଷ୍ଟି ହୋଇପାରେ । [୧] ଲକ୍ଷଣ ଅନୁସାରେ ସନ୍ଦେହ କରାଯାଏ ଓ ଡାକ୍ତରୀ ଇମେଜିଙ୍ଗ କରି ନିଶ୍ଚିତ କରାଯାଏ କିନ୍ତୁ ତାହା ପୁର୍ବରୁ ଅନ୍ୟାନ୍ୟ ସମ୍ଭାବ୍ୟ ରୋଗ ନଥିବା ନିଶ୍ଚିତ କରାଯାଏ ।[୧] ସୁପିରିଅର ମେସେଣ୍ଟେରିକ ଧମନୀ ସିଣ୍ଡ୍ରୋମ ହେଉଛି ଏକ ଭିନ୍ନ ଅବସ୍ଥା ଯେଉଁଥିରେ ସୁପିରିଅର ମେସେଣ୍ଟେରିକ ଧମନୀ ଓ ଆବଡୋମିନାଲ ଆଓର୍ଟା ମଧ୍ୟରେ ଡୁଓଡେନମ ଚିପି ହୋଇଯାଏ ।[୪]

ଏହାର ଚିକିତ୍ସା ସମ୍ପୁର୍ଣ୍ଣ ସ୍ପଷ୍ଟ ନୁହେଁ | [୧] ଯଦି ଲକ୍ଷଣଗୁଡ଼ିକ ସାମାନ୍ୟ ଥାଏ ତେବେ କଞ୍ଜରଭେଟିଭ ଚିକିତ୍ସା କରାଯାଏ ଏବଂ ପତଳା ଲୋକମାନଙ୍କ ଓଜନ ବୃଦ୍ଧି ନିମନ୍ତେ ସୁପାରିଶ କରାଯାଇପାରେ | [୧] [୨] ଯଦି ଦୃଶ୍ୟମାନ ମୂତ୍ର ରକ୍ତସ୍ରାବ ହେଉଥାଏ, ଗୁରୁତ୍ୱପୂର୍ଣ୍ଣ ଅସୁବିଧା ଥାଏ କିମ୍ବା ୬ରୁ ୨୪ ମାସ ନିରୀକ୍ଷଣ ପରେ ସ୍ଥିତିରେ ଉନ୍ନତି ନହୁଏ ତେବେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ | [୧] ଏଥିରେ ଏଣ୍ଡୋଭାସ୍କୁଲାର ସ୍ଟେଣ୍ଟ ଅସ୍ତ୍ରୋପଚାର କରାଯାଏ | [୧] ପିଲାମାନଙ୍କ ଅବସ୍ଥା ସମୟକ୍ରମେ ଭଲ ହୋଇଯାଇପାରେ | [୨]

ଏହାକୁ ବିରଳ ବୋଲି ବର୍ଣ୍ଣନା କରାଯାଇଥିବାବେଳେ ଏହା ସାଧାରଣତଃ କେତେ ଘଟେ ତାହା ସ୍ପଷ୍ଟ ନୁହେଁ | [୧]ପ୍ରାୟ ୨୦ରୁ ୩୦ ବର୍ଷ ବୟସରେ ଆରମ୍ଭ ହୁଏ | [୨] ଏହି ଅବସ୍ଥା ପ୍ରଥମେ ୧୯୩୭ ମସିହାରେ ଗ୍ରାଣ୍ଟ ବର୍ଣ୍ଣନା କରିଥିଲେ । [୫] [୬] କିନ୍ତୁ ୧୯୭୧ ମସିହାରେ ପ୍ରଥମେ ଚେଟ ଏହି ଶବ୍ଦ ବ୍ୟବହାର କରିଥିଲେ | [୬] ଶିରା ସଙ୍କୋଚନର ଏହି ନାମଟି ବାଦାମ ଚୂର୍ଣ୍ଣ କରୁଥିବା ନଟକ୍ରାକର ଭଳି ଦେଖାଯାଏ | [୭]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Renal nutcracker syndrome". rarediseases.info.nih.gov. Genetic and Rare Diseases Information Center (GARD) – an NCATS Program. Retrieved 10 February 2021.
  2. ୨.୦ ୨.୧ ୨.୨ ୨.୩ ୨.୪ Penfold, D; Lotfollahzadeh, S (January 2020). "Nutcracker Syndrome". PMID 32644615. {{cite journal}}: Cite journal requires |journal= (help)
  3. Kurklinsky AK, Rooke TW (June 2010). "Nutcracker phenomenon and nutcracker syndrome". Mayo Clinic Proceedings. 85 (6): 552–9. doi:10.4065/mcp.2009.0586. PMC 2878259. PMID 20511485.
  4. "Superior mesenteric artery syndrome Genetic and Rare Diseases Information Center (GARD) – an NCATS Program". rarediseases.info.nih.gov (in ଇଂରାଜୀ). Retrieved 10 February 2021.
  5. Cheng, Christopher (2019). Handbook of Vascular Motion (in ଇଂରାଜୀ). Academic Press. p. 178. ISBN 978-0-12-815714-5.
  6. ୬.୦ ୬.୧ Kurklinsky AK, Rooke TW (June 2010). "Nutcracker phenomenon and nutcracker syndrome". Mayo Clinic Proceedings. 85 (6): 552–9. doi:10.4065/mcp.2009.0586. PMC 2878259. PMID 20511485.
  7. Daniel, Achoki. "Superior mesenteric artery syndrome with associated nutcraker syndrome | Radiology Case | Radiopaedia.org". Radiopaedia. Retrieved 10 February 2021.