Jump to content

ଉମାରାଣୀ ପାତ୍ର

ଉଇକିପିଡ଼ିଆ‌ରୁ
ଉମାରାଣୀ ପାତ୍ର
ବିଧାୟିକା: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀକାର୍ତ୍ତିକେଶ୍ୱର ପାତ୍ର
ପର ଅଧିକାରୀକମଳା ଦାସ
ନିର୍ବାଚନ ମଣ୍ଡଳୀଭୋଗରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-05-12) ୧୨ ମଇ ୧୯୫୪ (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକାର୍ତ୍ତିକେଶ୍ୱର ପାତ୍ର
ସନ୍ତାନ୧ ପୁଅ ଓ ୩ ଝିଅ
ବାପା/ବୋଉପଞ୍ଚାନନ ଧର (ବାପା)
ବୃତ୍ତିରାଜନୀତିଜ୍ଞ

ଉମାରାଣୀ ପାତ୍ର (ଜନ୍ମ: ୧୨ ମଇ ୧୯୫୪‌) ଜଣେ ଓଡ଼ିଆ ରାଜନୀତିଜ୍ଞା, କବି ଓ କଥାକାର ।[୧] ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ।[୨] ଉମାରାଣୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ତାଙ୍କ ରଚିତ କିଛି କବିତା କିଛି ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା[୪] ଏବଂ ସେ ଆଲ୍ ଇଣ୍ଡିଆ ରେଡ଼ିଓରେ ଜଣେ କଥାକାର ଭାବରେ କିଛି ଗଳ୍ପର ଉପସ୍ଥାପନା କରିଥିଲେ ।[୫]


ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ଉମାରାଣୀ ପାତ୍ର ୧୯୫୪ ମସିହାର ମଇ ମାସ ୧୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ପଞ୍ଚାନନ ଧର ।[୬] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ଥିଲା ।[୩] ସେ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ବିବାହ କରିଥିଲେ ।[୭] ଏହି ଦମ୍ପତ୍ତିଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଉମାରାଣୀଙ୍କର ପତି କାର୍ତ୍ତିକେଶ୍ୱର ପାତ୍ର ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଓଡ଼ିଆ ଔପନ୍ୟାସିକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ, ଉପନ୍ୟାସ ଓ ନାଟକ ଆଦି ରଚନା କରିଛନ୍ତି । ଏଥି ସହ ସେ ୧୯୭୧ ମସିହାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୦ମ୧୧ଶ ଲୋକ ସଭାକୁ ଯାଥାକ୍ରମେ ୧୯୯୧ ଓ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ଉମାରାଣୀ ପାତ୍ର ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବାପରେ ବିଭିନ୍ନ ରାଜନୈତିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

୧୯୮୫ ମସିହାରେ ଓଡ଼ିଶା ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮][୬] ଉମାରାଣୀ ଏହି ବିଧାନ ସଭାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାୟିକା ଭାବରେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୫] ଉମାରାଣୀ ଆମୋଶିଖ ମହିଳା ସମିତିର ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟ ସମାଜ କଲ୍ୟାଣ ଉପଦେଷ୍ଟା ବୋର୍ଡ଼ର ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରିଥିଲେ ।[୩]

ସାହିତ୍ୟ

[ସମ୍ପାଦନା]

ଉମାରାଣୀ ଓଡ଼ିଆ କବିତାମାନ ରଚନା କରନ୍ତି ।[୪] ତାଙ୍କ ରଚିତ କିଛି କବିତା ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇଥିଲା ।[୫] ଏଥି ସହ ସେ ଅଲ୍ ଇଣ୍ଡିଆ ରେଡ଼ିଓରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୪] ଉମାରାଣୀ ରେଡ଼ିଓରେ କ୍ଷୁଦ୍ରଗଳ୍ପର ଉପସ୍ଥାପନା କରିଥିଲେ ।[୫]

  1. "JB FALLS OUT OF SONIA FAVOUR". www.telegraphindia.com (in ଇଂରାଜୀ). Retrieved 2019-03-14.
  2. "ORGANISATIONAL Appointments" (PDF). Congresh Sandesh: 43. October 2013. Archived from the original (PDF) on 29 October 2020. Retrieved 14 March 2019.
  3. ୩.୦ ୩.୧ ୩.୨ ୩.୩ "Smt. Umarani Patra". odishaassembly.nic.in. Odisha Assembly. Retrieved 14 March 2019.
  4. ୪.୦ ୪.୧ ୪.୨ "MLA Umarani Patra Profile | BHOGRAI Constituency". odishahelpline.com. Retrieved 2019-03-14.
  5. ୫.୦ ୫.୧ ୫.୨ ୫.୩ "MLA Umarani Patra Profile | BHOGRAI Constituency". naveenpatnaik.com. Archived from the original on 2017-10-26. Retrieved 2019-03-14.
  6. ୬.୦ ୬.୧ "Umarani Patra winner in Bhograi, Odisha Assembly Elections 1985: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Retrieved 2019-03-14.
  7. "Desperate Srikant skips rest of Odisha to save Baleswar seat - OdishaSunTimes.com". cached.newslookup.com. Retrieved 2019-03-14.[permanent dead link]
  8. "Umarani Patra, Bhograi Assembly Elections 1985 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-03-14.