Jump to content

ଉମାରାଣୀ ପାତ୍ର

ଉଇକିପିଡ଼ିଆ‌ରୁ
ଉମାରାଣୀ ପାତ୍ର
ବିଧାୟିକା: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫  ୧୯୯୦
ପୂର୍ବ ଅଧିକାରୀକାର୍ତ୍ତିକେଶ୍ୱର ପାତ୍ର
ପର ଅଧିକାରୀକମଳା ଦାସ
ନିର୍ବାଚନ ମଣ୍ଡଳୀଭୋଗରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-05-12) ୧୨ ମଇ ୧୯୫୪ (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକାର୍ତ୍ତିକେଶ୍ୱର ପାତ୍ର
ସନ୍ତାନ୧ ପୁଅ ଓ ୩ ଝିଅ
ବାପା/ବୋଉପଞ୍ଚାନନ ଧର (ବାପା)
ବୃତ୍ତିରାଜନୀତିଜ୍ଞ

ଉମାରାଣୀ ପାତ୍ର (ଜନ୍ମ: ୧୨ ମଇ ୧୯୫୪‌) ଜଣେ ଓଡ଼ିଆ ରାଜନୀତିଜ୍ଞା, କବି ଓ କଥାକାର ।[] ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ।[] ଉମାରାଣୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ତାଙ୍କ ରଚିତ କିଛି କବିତା କିଛି ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା[] ଏବଂ ସେ ଆଲ୍ ଇଣ୍ଡିଆ ରେଡ଼ିଓରେ ଜଣେ କଥାକାର ଭାବରେ କିଛି ଗଳ୍ପର ଉପସ୍ଥାପନା କରିଥିଲେ ।[]


ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ଉମାରାଣୀ ପାତ୍ର ୧୯୫୪ ମସିହାର ମଇ ମାସ ୧୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ପଞ୍ଚାନନ ଧର ।[] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ଥିଲା ।[] ସେ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ବିବାହ କରିଥିଲେ ।[] ଏହି ଦମ୍ପତ୍ତିଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଉମାରାଣୀଙ୍କର ପତି କାର୍ତ୍ତିକେଶ୍ୱର ପାତ୍ର ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଓଡ଼ିଆ ଔପନ୍ୟାସିକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ, ଉପନ୍ୟାସ ଓ ନାଟକ ଆଦି ରଚନା କରିଛନ୍ତି । ଏଥି ସହ ସେ ୧୯୭୧ ମସିହାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭା୧୦ମ୧୧ଶ ଲୋକ ସଭାକୁ ଯାଥାକ୍ରମେ ୧୯୯୧ ଓ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ଉମାରାଣୀ ପାତ୍ର ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବାପରେ ବିଭିନ୍ନ ରାଜନୈତିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

୧୯୮୫ ମସିହାରେ ଓଡ଼ିଶା ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][] ଉମାରାଣୀ ଏହି ବିଧାନ ସଭାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାୟିକା ଭାବରେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।[] ଉମାରାଣୀ ଆମୋଶିଖ ମହିଳା ସମିତିର ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟ ସମାଜ କଲ୍ୟାଣ ଉପଦେଷ୍ଟା ବୋର୍ଡ଼ର ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରିଥିଲେ ।[]

ସାହିତ୍ୟ

[ସମ୍ପାଦନା]

ଉମାରାଣୀ ଓଡ଼ିଆ ଗଳ୍ପ, ଉପନ୍ୟାସ ଓ କବିତାମାନ ରଚନା କରନ୍ତି ।[] ତାଙ୍କ ରଚିତ କିଛି କବିତା ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇଥିଲା ।[] ଏଥି ସହ ସେ ଅଲ୍ ଇଣ୍ଡିଆ ରେଡ଼ିଓରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[] ଉମାରାଣୀ ରେଡ଼ିଓରେ କ୍ଷୁଦ୍ରଗଳ୍ପର ଉପସ୍ଥାପନା କରିଥିଲେ ।[]

ରଚନାବଳୀ

  • ଦୁଇ ଶିବିର ଏବଂ ଅବନୀ ଦାଦା ଓ ସତୀଭାଉଜ ୨୦୧୫ ଅନୁବାଦ
  • ମାଟିଆ ଜହ୍ନ (ଉପନ୍ୟାସ)
  • ଅପରୂପା (ଗଳ୍ପ)
  • ତପସ୍ୱିନୀ (ଗଳ୍ପ)
  • ପୂଣ୍ୟର ନଦୀତୀରେ (କବିତା)
  • ମଧୁର ମଧୁର ବଇଁଶୀର ସ୍ୱର (କବିତା)
  • ବାଲିହରିଣ (ଗଳ୍ପ) ୧୯୯୯
  • ସଙ୍କେତ (ଗଳ୍ପ)
  1. "JB FALLS OUT OF SONIA FAVOUR". www.telegraphindia.com (in ଇଂରାଜୀ). Retrieved 2019-03-14.
  2. "ORGANISATIONAL Appointments" (PDF). Congresh Sandesh: 43. October 2013. Archived from the original (PDF) on 29 October 2020. Retrieved 14 March 2019.
  3. 1 2 3 4 "Smt. Umarani Patra". odishaassembly.nic.in. Odisha Assembly. Retrieved 14 March 2019.
  4. 1 2 3 "MLA Umarani Patra Profile | BHOGRAI Constituency". odishahelpline.com. Retrieved 2019-03-14.
  5. 1 2 3 4 "MLA Umarani Patra Profile | BHOGRAI Constituency". naveenpatnaik.com. Archived from the original on 2017-10-26. Retrieved 2019-03-14.
  6. 1 2 "Umarani Patra winner in Bhograi, Odisha Assembly Elections 1985: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Archived from the original on 2025-03-02. Retrieved 2019-03-14.
  7. "Desperate Srikant skips rest of Odisha to save Baleswar seat - OdishaSunTimes.com". cached.newslookup.com. Retrieved 2019-03-14.[permanent dead link]
  8. "Umarani Patra, Bhograi Assembly Elections 1985 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Archived from the original on 2022-09-20. Retrieved 2019-03-14.