ଉଇକିପିଡ଼ିଆ:ମାସର ବଛା ଲେଖା/ଫେବୃଆରୀ ୨୦୧୬

ଉଇକିପିଡ଼ିଆ‌ରୁ

ମନୋରଞ୍ଜନ ଦାସ ଓଡ଼ିଶାରେ ଜନ୍ମିତ ଜଣେ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ । ସେ ଓଡ଼ିଆ ସାହିତ୍ୟରେ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ । ମନୋରଞ୍ଜନ ଦାସ, ୧୯୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ କଟକ ଜିଲ୍ଲା, ବୟାଳିଶ ମୌଜା ଅନ୍ତର୍ଗତ ଝରକୋଟା ପାଟଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି, ମନୋରଞ୍ଜନ ୧୯୪୬ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରବର୍ତୀ ସମୟରେ, ସେ ଅଲ୍ ଇଣ୍ଡିଆ ରେଡ଼ିଓର ଆଞ୍ଚଳିକ ବାର୍ତ୍ତା ବିଭାଗର ସହ ସମ୍ପାଦକ, ଅଲ୍ ଇଣ୍ଡିଆ ରେଡ଼ିଓ ତଥା ଦୂରଦର୍ଶନର ଡ୍ରାମା ବିଭାଗର ବରିଷ୍ଠ ପ୍ରଯୋଜକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ବ୍ୟତିତ ସେ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀର ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜର ମହାସଚିବ ତଥା କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ଆକାଶବାଣୀ କଟକର ପ୍ରଡ୍ୟୁସର ଏମିରେଟସ ଭାବରେ ସେ ଓଡ଼ିଆ ବେତାର ନାଟକକୁ ନୂତନ ଦିଗଦର୍ଶନ ଦେଇଥିଲେ ।

ପୁରା ପଢ଼ନ୍ତୁ...