ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୧୮

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯ ୨୦୧୮ ୨୦୧୭ ୨୦୧୬ ୨୦୧୫



ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି

ଏହି ଗଣସମ୍ପାଦନାରେ ସମୁଦାୟ ୩୪ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା

ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଏସିଆ ମହାଦେଶର ଥିବା ଅନ୍ୟାନ୍ୟ ଉଇକିପିଡ଼ିଆ ସମୂହକୁ ଜାଣିବା ଏବଂ ବୁଝିବା ପାଇଁ ଅନ୍ୟ ଦେଶରମାନଙ୍କର ପ୍ରସଙ୍ଗ‌ଗୁଡ଼ିକୁ ଲେଖାଯାଏ । ପୂର୍ବରୁ ୨୦୧୬ ଏବଂ ୨୦୧୭ ମସିହାରେ ଏହି ଗଣ-ସମ୍ପାଦନାରେ ଓଡ଼ିଆ ଉଇକିପିଡ଼ିଆ ଭାଗ ନେଇଥିଲା ଏବଂ ଭାରତର ବାହାରେ ଥିବା ଦେଶଗୁଡ଼ିକ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓଡ଼ିଆରେ ଗଢ଼ାଯାଇଥିଲା । ଫଳରେ ଆମ ଉଇକିଆଳୀମାନେ ବାହାର ଦେଶର ସଂସ୍କୃତି, ସଭ୍ୟତା, ପରମ୍ପରା, ଚାଲିଚଳନି ଆଦି ବିଷୟରେ ସମ୍ୟକ ସୂଚନା ମଧ୍ୟ ପାଇଥିଲେ ।

ଉଇକିପିଡ଼ିଆ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ବିଶ୍ୱାସ ରଖେ । ତେଣୁ ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳୀମାନଙ୍କୁ ଏକ ଛୋଟ ଉପ‌ହାର ପ୍ରଦାନ କରାଯାଇଥାଏ । ଅତିକମରେ ଟି ପ୍ରସଙ୍ଗ ଗଢ଼ିଥିବା ଉଇକିଆଳୀଙ୍କୁ ବାହାର ଦେଶରୁ ଗୋଟିଏ ପୋଷ୍ଟକାର୍ଡ଼ ସ‌ହ ଏକ ଧନ୍ୟବାଦ ବାର୍ତ୍ତା ପଠାଯାଇଥାଏ, ଫଳରେ ଉଭୟ ଉଇକିପିଡ଼ିଆ ସମୂହ ମଧ୍ୟରେ ବନ୍ଧୁତ୍ୱର ଆଦାନପ୍ରଦାନ ହୋଇଥାଏ ।

ଏଥିସ‌ହିତ ଗୋଟିଏ ଉଇକିଡ଼ିଆ ସମୂହର ଯେଉଁ ଉଇକିଆଳୀ ସବୁଠାରୁ ଅଧିକ ପ୍ରସଙ୍ଗ ଗଢ଼ିଥାନ୍ତି, ତାଙ୍କୁ "ଉଇକିପିଡ଼ିଆ ଏସିଆନ୍ ଅମ୍ବାସଡର୍" ଭାବରେ ସମ୍ମାନିତ କରିବା ସହ ଏହି ଗଣ-ସମ୍ପାଦନାର ଆବାହକ ତ‌ଥା ଆୟୋଜକମାନେ ଏକ ମାନପତ୍ର ପ୍ରଦାନ କରିଥାନ୍ତି ।

ଗଣସମ୍ପାଦନାର ନିୟମ

ନୂଆ ପ୍ରସଙ୍ଗଟିଏ ଆରମ୍ଭ କରିବେ, ଯାହାକି ଏସିଆ ମହାଦେଶ ଅନ୍ତର୍ଗତ ହୋଇଥିବ ମାତ୍ର, ଭାରତ ସ‌ହ ତା'ର କୌଣସି ସମ୍ବନ୍ଧ ନ ଥିବ । ଏଥିସ‌ହିତ ପ୍ରସଙ୍ଗଟି ଉପଯୁକ୍ତ ହେବା ପାଇଁ ଅତିକମରେ ୩,୦୦୦ ବାଇଟ୍‌ସ୍‌ର ଓ ୩୦୦ ଶବ୍ଦର ଲେଖା ଥିବା ଆବଶ୍ୟକ ଏବଂ ପ୍ରସଙ୍ଗରେ ଅତିକମରେ ଗୋଟିଏ ଫଟୋ ରହିବା ଅନିବାର୍ଯ୍ୟ ।

ଦ୍ରଷ୍ଟବ୍ୟ:

  • ପ୍ରସଙ୍ଗ ଲେଖିସାରିବା ପରେ ପ୍ରସଙ୍ଗ‌ଗୁଡ଼ିକୁ ଏକ ଆମ ଉଇକିଆଳୀମାନଙ୍କ ମଧ୍ୟରୁ ବଛାଯାଇଥିବା ଜୁରୀମାନେ ପରଖି ଏହା ଗ୍ରହଣୀୟ ହେବ କି ନାହିଁ ଦେଖିବେ ।
  • ଜଣେ ଅଂଶଗ୍ରହଣକାରୀ ଅତିକମରେ ୪ଟି ଗ୍ରହଣୀୟ ପ୍ରସଙ୍ଗ ଲେଖିଲେ, ତାଙ୍କୁ ଏକ ପୋଷ୍ଟକାର୍ଡ଼ ମିଳିବ ।
  • ଉଇକିପିଡ଼ିଆ ଏସିଆନ୍ ଅମ୍ବାସଡର୍‌ଙ୍କୁ ଏକ ଦସ୍ତଖତ ହୋଇଥିବା ମାନପତ୍ର ସ‌ହିତ ପୋଷ୍ଟକାର୍ଡ଼ ମଧ୍ୟ ମିଳିବ ।
  • ମନରେ କୌଣସି ପ୍ରକାର ପ୍ରଶ୍ନ ଆସିଲେ ଏଠାରେ ଦେଖିପାରିବେ ।

ଆୟୋଜକ

ଅଶଂଗ୍ରହଣ କରନ୍ତୁ

ଏହି ବଟନ୍‌ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।

ପ୍ରସଙ୍ଗ Submit କରନ୍ତୁ

ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିଲାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ । ଅଧିକ ତ‌ଥ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

ଦରକାରୀ ଲିଙ୍କ

ସମ୍ୱନ୍ଧିତ ଗୋଷ୍ଠୀ