Jump to content

ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୧୮

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୫ ୨୦୨୪ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯ ୨୦୧୮ ୨୦୧୭ ୨୦୧୬ ୨୦୧୫


ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି

ଏହି ଗଣସମ୍ପାଦନାରେ ସମୁଦାୟ ୩୪ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।

ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା

ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଏସିଆ ମହାଦେଶର ଥିବା ଅନ୍ୟାନ୍ୟ ଉଇକିପିଡ଼ିଆ ସମୂହକୁ ଜାଣିବା ଏବଂ ବୁଝିବା ପାଇଁ ଅନ୍ୟ ଦେଶରମାନଙ୍କର ପ୍ରସଙ୍ଗ‌ଗୁଡ଼ିକୁ ଲେଖାଯାଏ । ପୂର୍ବରୁ ୨୦୧୬ ଏବଂ ୨୦୧୭ ମସିହାରେ ଏହି ଗଣ-ସମ୍ପାଦନାରେ ଓଡ଼ିଆ ଉଇକିପିଡ଼ିଆ ଭାଗ ନେଇଥିଲା ଏବଂ ଭାରତର ବାହାରେ ଥିବା ଦେଶଗୁଡ଼ିକ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓଡ଼ିଆରେ ଗଢ଼ାଯାଇଥିଲା । ଫଳରେ ଆମ ଉଇକିଆଳୀମାନେ ବାହାର ଦେଶର ସଂସ୍କୃତି, ସଭ୍ୟତା, ପରମ୍ପରା, ଚାଲିଚଳନି ଆଦି ବିଷୟରେ ସମ୍ୟକ ସୂଚନା ମଧ୍ୟ ପାଇଥିଲେ ।

ଉଇକିପିଡ଼ିଆ ସବୁବେଳେ ବନ୍ଧୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ବିଶ୍ୱାସ ରଖେ । ତେଣୁ ଏହି ଗଣ-ସମ୍ପାଦନାରେ ଭାଗ ନେଉଥିବା ଉଇକିଆଳୀମାନଙ୍କୁ ଏକ ଛୋଟ ଉପ‌ହାର ପ୍ରଦାନ କରାଯାଇଥାଏ । ଅତିକମରେ ଟି ପ୍ରସଙ୍ଗ ଗଢ଼ିଥିବା ଉଇକିଆଳୀଙ୍କୁ ବାହାର ଦେଶରୁ ଗୋଟିଏ ପୋଷ୍ଟକାର୍ଡ଼ ସ‌ହ ଏକ ଧନ୍ୟବାଦ ବାର୍ତ୍ତା ପଠାଯାଇଥାଏ, ଫଳରେ ଉଭୟ ଉଇକିପିଡ଼ିଆ ସମୂହ ମଧ୍ୟରେ ବନ୍ଧୁତ୍ୱର ଆଦାନପ୍ରଦାନ ହୋଇଥାଏ ।

ଏଥିସ‌ହିତ ଗୋଟିଏ ଉଇକିଡ଼ିଆ ସମୂହର ଯେଉଁ ଉଇକିଆଳୀ ସବୁଠାରୁ ଅଧିକ ପ୍ରସଙ୍ଗ ଗଢ଼ିଥାନ୍ତି, ତାଙ୍କୁ "ଉଇକିପିଡ଼ିଆ ଏସିଆନ୍ ଅମ୍ବାସଡର୍" ଭାବରେ ସମ୍ମାନିତ କରିବା ସହ ଏହି ଗଣ-ସମ୍ପାଦନାର ଆବାହକ ତ‌ଥା ଆୟୋଜକମାନେ ଏକ ମାନପତ୍ର ପ୍ରଦାନ କରିଥାନ୍ତି ।

ଗଣସମ୍ପାଦନାର ନିୟମ

ନୂଆ ପ୍ରସଙ୍ଗଟିଏ ଆରମ୍ଭ କରିବେ, ଯାହାକି ଏସିଆ ମହାଦେଶ ଅନ୍ତର୍ଗତ ହୋଇଥିବ ମାତ୍ର, ଭାରତ ସ‌ହ ତା'ର କୌଣସି ସମ୍ବନ୍ଧ ନ ଥିବ । ଏଥିସ‌ହିତ ପ୍ରସଙ୍ଗଟି ଉପଯୁକ୍ତ ହେବା ପାଇଁ ଅତିକମରେ ୩,୦୦୦ ବାଇଟ୍‌ସ୍‌ର ଓ ୩୦୦ ଶବ୍ଦର ଲେଖା ଥିବା ଆବଶ୍ୟକ ଏବଂ ପ୍ରସଙ୍ଗରେ ଅତିକମରେ ଗୋଟିଏ ଫଟୋ ରହିବା ଅନିବାର୍ଯ୍ୟ ।

ଦ୍ରଷ୍ଟବ୍ୟ:

  • ପ୍ରସଙ୍ଗ ଲେଖିସାରିବା ପରେ ପ୍ରସଙ୍ଗ‌ଗୁଡ଼ିକୁ ଏକ ଆମ ଉଇକିଆଳୀମାନଙ୍କ ମଧ୍ୟରୁ ବଛାଯାଇଥିବା ଜୁରୀମାନେ ପରଖି ଏହା ଗ୍ରହଣୀୟ ହେବ କି ନାହିଁ ଦେଖିବେ ।
  • ଜଣେ ଅଂଶଗ୍ରହଣକାରୀ ଅତିକମରେ ୪ଟି ଗ୍ରହଣୀୟ ପ୍ରସଙ୍ଗ ଲେଖିଲେ, ତାଙ୍କୁ ଏକ ପୋଷ୍ଟକାର୍ଡ଼ ମିଳିବ ।
  • ଉଇକିପିଡ଼ିଆ ଏସିଆନ୍ ଅମ୍ବାସଡର୍‌ଙ୍କୁ ଏକ ଦସ୍ତଖତ ହୋଇଥିବା ମାନପତ୍ର ସ‌ହିତ ପୋଷ୍ଟକାର୍ଡ଼ ମଧ୍ୟ ମିଳିବ ।
  • ମନରେ କୌଣସି ପ୍ରକାର ପ୍ରଶ୍ନ ଆସିଲେ ଏଠାରେ ଦେଖିପାରିବେ ।

ଆୟୋଜକ

ଅଶଂଗ୍ରହଣ କରନ୍ତୁ

ଏହି ବଟନ୍‌ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।

ପ୍ରସଙ୍ଗ Submit କରନ୍ତୁ

ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିଲାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍‌ରେ ଯୋଡ଼ନ୍ତୁ । ଅଧିକ ତ‌ଥ୍ୟ ପାଇଁ ସ‌ହାୟତା ପୃଷ୍ଠା ଦେଖିପାରିବେ ।

ଦରକାରୀ ଲିଙ୍କ

ସମ୍ୱନ୍ଧିତ ଗୋଷ୍ଠୀ