ଇନସୁଲିନ୍ ଆସ୍ପାର୍ଟ

ଉଇକିପିଡ଼ିଆ‌ରୁ
ଇନସୁଲିନ୍ ଆସ୍ପାର୍ଟ
Clinical data
Trade namesNovoLog, NovoRapid, Fiasp, others
AHFS/Drugs.commonograph
MedlinePlusa605013
data
Pregnancy
category
Routes of
administration
Subcutaneous, intravenous
Legal status
Legal status
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Onset of action~ 2 hrs (max)[୨]
Duration of action~ 4 hrs[୨]
Chemical and physical data
FormulaC256H381N65O79S6
Molar mass୫,୮୨୫.୬0 g·mol−1
  (verify)

ଇନସୁଲିନ୍ ଆସ୍ପାର୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ନୋଭୋଲୋଜ୍, ହେଉଛି ଏକ ପ୍ରକାର ଉତ୍ପାଦିତ ଇନସୁଲିନ ଯାହା ମଧୁମେହ ଟାଇପ୍ ୧ ଏବଂ ମଧୁମେହ ଟାଇପ୍ ୨ ରୋଗର ଚିକିତ୍ସା ପାଇଁ ବ୍ୟବହୃତ | [୩] ସାଧାରଣତଃ ଏହା ଖାଇବା ପୂର୍ବରୁ ଦିଆଯାଏ | [୨] ଏହା ସାଧାରଣତଃ ଚର୍ମ ତଳ ଇଞ୍ଜେକସନ ଆକାରରେ ଦିଆଯାଏ ଓ ଆବଶ୍ୟକ ସ୍ଥଳେ ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । [୨] ସର୍ବାଧିକ ପ୍ରଭାବ ପ୍ରାୟ ୧- ୩ ଘଣ୍ଟା ପରେ ହୁଏ ଏବଂ ୩ -୫ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [୨] ସାଧାରଣତଃଏକ ଦୀର୍ଘ କାଳୀନ କାର୍ଯ୍ୟ କରୁଥିବା ଏନ‌ପିଏଚ ଇନସୁଲିନ ମଧ୍ୟ ଆବଶ୍ୟକ ହୋଇପାରେ | [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତ ଶର୍କରା, ଆଲର୍ଜି ପ୍ରତିକ୍ରିୟା, ଗଲୁ ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ | [୩] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ପୋଟାସିୟମ୍ ଅନ୍ତର୍ଭୁକ୍ତ ହୋଇପାରେ | [୨] ଗର୍ଭାବସ୍ଥାରେ ବ୍ୟବହାର ଏବଂ ସ୍ତନ୍ୟପାନ କରାଇବା ସାଧାରଣତଃ ନିରାପଦ ଅଟେ | [୪] ତନ୍ତୁ ଗ୍ରହଣ କରୁଥିବା ଗ୍ଲୁକୋଜର ପରିମାଣକୁ ବୃଦ୍ଧି କରି ଯକୃତଦ୍ୱାରା ନିର୍ମିତ ଗ୍ଲୁକୋଜର ପରିମାଣକୁ ହ୍ରାସ କରେ ଓ ଏହା ମଣିଷର ଇନସୁଲିନ୍ ସହିତ ସମାନ କାମ କରେ | [୨] ଏହା ମାନବ ଇନସୁଲିନର ଏକ ଉତ୍ପାଦିତ ରୂପ; ଯେଉଁଠାରେ ଗୋଟିଏ ମାତ୍ର ଆମିନୋ ଏସିଡ ପରିବର୍ତ୍ତନ କରାଯାଇଛି, ବିଶେଷ ଭାବରେ ବି୨୮ ସ୍ଥିତିରେ ଏକ ପ୍ରୋଲିନ ସ‌ହିତ ଆସପାର୍ଟିକ ଏସିଡ | [୫]

ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଇନସୁଲିନ୍ ଆସ୍ପାର୍ଟ ଅନୁମୋଦିତ ହୋଇଥିଲା ୨୦୦୦ ମସିହାରେ ।[୨] [୬] ଯୁକ୍ତରାଷ୍ଟ୍ରରେ ୧୦୦ ୟୁନିଟର ହୋଲସେଲ ମୂଲ୍ୟ ପ୍ରାୟ ୩୦ ଡଲାର ଅଟେ | [୭] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରର ୫୬ତମ ସର୍ବାଧିକ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ୧୪ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୮] [୯] ଉତ୍ପାଦନରେ ଇସ୍ଟ ବ୍ୟବ‌ହୃତ ହୁଏ ଯେଉଁଥିରେ ଇନସୁଲିନ୍ ଆସପାର୍ଟ ପାଇଁ ଜିନ ରହିଥିଲା | [୧୦] ଏହି ଇସ୍ଟ ଇନସୁଲିନ୍ ତିଆରି କରେ, ଯାହା ବାୟୋରିଆକ୍ଟରରେ ଅମଳ ହୁଏ | [୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Insulin aspart Pregnancy and Breastfeeding Warnings". Drugs.com. Archived from the original on 6 March 2019. Retrieved 3 March 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Insulin Aspart Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 6 March 2019. Retrieved 3 March 2019.
  3. ୩.୦ ୩.୧ "Insulin Aspart Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 6 March 2019. Retrieved 3 March 2019.
  4. "Insulin aspart Pregnancy and Breastfeeding Warnings". Drugs.com. Archived from the original on 6 March 2019. Retrieved 3 March 2019.
  5. Turner JR (2010). New Drug Development: An Introduction to Clinical Trials: Second Edition (in ଇଂରାଜୀ). Springer Science & Business Media. p. 32. ISBN 9781441964182. Archived from the original on 2019-03-06. Retrieved 2019-03-06.
  6. British national formulary : BNF 76 (76 ed.). Pharmaceutical Press. 2018. p. 697. ISBN 9780857113382.
  7. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  8. "The Top 300 of 2020". ClinCalc. Archived from the original on 12 February 2021. Retrieved 11 April 2020.
  9. "Insulin Aspart - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.
  10. Banga, Ajay K. (2005). Therapeutic Peptides and Proteins: Formulation, Processing, and Delivery Systems, Second Edition (in ଇଂରାଜୀ). CRC Press. p. 13. ISBN 9781420039832. Archived from the original on 2019-03-06. Retrieved 2019-03-06.
  11. Schmid, Rolf D.; Schmidt-Dannert, Claudia (2016). Biotechnology: An Illustrated Primer (in ଇଂରାଜୀ). John Wiley & Sons. p. 222. ISBN 9783527677566. Archived from the original on 2019-03-06. Retrieved 2019-03-06.