ଇଥାମ୍ବୁଟଲ/ଆଇସୋନିଆଜିଡ
Combination of | |
---|---|
Ethambutol | Anti-tuberculosis medication |
Isoniazid | Anti-tuberculosis medication |
Clinical data | |
Pregnancy category |
|
ATC code |
ଇଥାମ୍ବୁଟଲ/ଆଇସୋନିଆଜିଡ (ଇଂରାଜୀ ଭାଷାରେ Ethambutol/isoniazid) ଏକ ମିଶ୍ରିତ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଏଥିରେ ସ୍ଥିରିକୃତ ମାତ୍ରାର ଇଥାମ୍ବୁଟଲ ଓ ଆଇସୋନିଆଜିଡ ଔଷଧଦ୍ୱୟ ଥାଏ । ଅନ୍ୟାନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ (antituberculosis medication) ସହିତ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ ।[୧]
ଏହି ମିଶ୍ରିତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ଏଥିରେ ଥିବା ପ୍ରତ୍ୟେକ ଔଷଧର ପ୍ରତିକ୍ରିୟା ଦେଖାଯାଇପାରେ ।[୧] ଶାରୀରିକ ନିୟନ୍ତ୍ରଣ ଅଭାବ, କାଲୁଆ ଅନୁଭବ ଓ ଯକୃତ ସମସ୍ୟା ଦେଖାଯାଇପାରେ । ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କର ଯକୃତ ସମସ୍ୟା ହୋଇପାରେ ।[୨] ପିଲାଙ୍କୁ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୨]
ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ କ୍ରୟ ମୂଲ୍ୟ ୧.୪୭ରୁ ୧.୯୯ ଆମେରିକୀୟ ଡଲାର ।[୪] ଏହି ମିଶ୍ର ଔଷଧ ଆମେରିକା ଓ କାନାଡ଼ାରେ ମିଳେନାହିଁ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 140. ISBN 9789241547659. Retrieved 8 December 2016.
- ↑ ୨.୦ ୨.୧ ୨.୨ "Ethambutol and Isoniazid Drug Information, Professional". www.drugs.com. November 1998. Archived from the original on 21 December 2016. Retrieved 18 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Ethambutol + Isoniazid". International Drug Price Indicator Guide. Retrieved 8 December 2016.[permanent dead link]