ଇଥାମ୍ବୁଟଲ/ଆଇସୋନିଆଜିଡ

ଉଇକିପିଡ଼ିଆ‌ରୁ
ଇଥାମ୍ବୁଟଲ/ଆଇସୋନିଆଜିଡ
Combination of
EthambutolAnti-tuberculosis medication
IsoniazidAnti-tuberculosis medication
Clinical data
Pregnancy
category
  • US: C (Risk not ruled out)
ATC code

ଇଥାମ୍ବୁଟଲ/ଆଇସୋନିଆଜିଡ (ଇଂରାଜୀ ଭାଷାରେ Ethambutol/isoniazid) ଏକ ମିଶ୍ରିତ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଏଥିରେ ସ୍ଥିରିକୃତ ମାତ୍ରାର ଇଥାମ୍ବୁଟଲଆଇସୋନିଆଜିଡ ଔଷଧଦ୍ୱୟ ଥାଏ । ଅନ୍ୟାନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ (antituberculosis medication) ସ‌ହିତ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ ।[୧]

ଏହି ମିଶ୍ରିତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ଏଥିରେ ଥିବା ପ୍ରତ୍ୟେକ ଔଷଧର ପ୍ରତିକ୍ରିୟା ଦେଖାଯାଇପାରେ ।[୧] ଶାରୀରିକ ନିୟନ୍ତ୍ରଣ ଅଭାବ, କାଲୁଆ ଅନୁଭବ ଓ ଯକୃତ ସମସ୍ୟା ଦେଖାଯାଇପାରେ । ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କର ଯକୃତ ସମସ୍ୟା ହୋଇପାରେ ।[୨] ପିଲାଙ୍କୁ ଏହି ଔଷଧ ଦେବାକୁ ସୁପାରିସ କରାଯାଏନାହିଁ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୨]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ କ୍ରୟ ମୂଲ୍ୟ ୧.୪୭ରୁ ୧.୯୯ ଆମେରିକୀୟ ଡଲାର ।[୪] ଏହି ମିଶ୍ର ଔଷଧ ଆମେରିକା ଓ କାନାଡ଼ାରେ ମିଳେନାହିଁ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. p. 140. ISBN 9789241547659. Retrieved 8 December 2016.
  2. ୨.୦ ୨.୧ ୨.୨ "Ethambutol and Isoniazid Drug Information, Professional". www.drugs.com. November 1998. Archived from the original on 21 December 2016. Retrieved 18 December 2016.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Ethambutol + Isoniazid". International Drug Price Indicator Guide. Retrieved 8 December 2016.[permanent dead link]