Jump to content

ଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ

ଉଇକିପିଡ଼ିଆ‌ରୁ
(Idiopathic intracranial hypertensionରୁ ଲେଉଟି ଆସିଛି)
ଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ (idiopathic intracranial hypertension)
ବିନାଇନ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ ବା ବିଆଇଏଚ (benign intracranial hypertension/ BIH),[] pseudotumor cerebri (PTC)[]
ମସ୍ତିଷ୍କ ସ୍କାନ କରି ଅନ୍ୟାନ୍ୟ କାରଣ ଗୁଡ଼ିକ ଅନୁସନ୍ଧାନ କରାଯାଏ ।
ବିଭାଗସ୍ନାୟୁ ରୋଗ ବିଜ୍ଞାନ (Neurology)
ଲକ୍ଷଣମୁଣ୍ଡ ବିନ୍ଧା, ଦୃଷ୍ଟି ସମସ୍ୟା, କାନନାଦ[][]
ଆକ୍ରାନ୍ତ ସମୟ୨୦–୫୦ ବର୍ଷ ବୟସ []
ବିପଦ କାରକଅଧିକ ଓଜନ, ଟେଟ୍ରାସାଇକ୍ଲିନ[][]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି, ଲମ୍ବର ପଙ୍କଚର (lumbar puncture), ବ୍ରେନ ଇମେଜିଙ୍ଗ (brain imaging)[][]
ସଠିକ ରୋଗ ନିର୍ଣ୍ଣୟମସ୍ତିଷ୍କ ଅର୍ବୁଦ, ଆରକନଏଡାଇଟିସ (arachnoiditis), ମେନିଞ୍ଜାଇଟିସ୍[]
ଔଷଧଆସେଟାଜୋଲାମାଇଡ[]
ଚିକିତ୍ସାସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, କମ ଲୁଣ, ବ୍ୟାୟାମ, ଅପରେଶନ[]
Prognosisପରିବର୍ତ୍ତନଶୀଳ[]
ପୁନଃପୌନିକବର୍ଷକୁ ପ୍ରତି ୧୦୦,୦୦୦ରେ ୨ଜଣ[]
Patient UKଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ (idiopathic intracranial hypertension)

ଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ ବା ଆଇଆଇଏଚ (ଇଂରାଜୀ ଭାଷାରେ idiopathic intracranial hypertension/ IIH) ଏକ ପ୍ରକାର ରୋଗ ଯେଉଁଥିରେ କୌଣସି ଅନୁସନ୍ଧାନରେ କୌଣସି କାରଣ ନଥାଇ ମଧ୍ୟ ମସ୍ତିଷ୍କ ଚାରିପଟେ ଚାପ (intracranial pressure) ବୃଦ୍ଧି ପ୍ରାପ୍ତ ହୋଇଯାଏ ।[] ଏହି ରୋଗରେ ମୁଣ୍ଡ ବିନ୍ଧା, ଦୃଷ୍ଟି ସମସ୍ୟା, ହୃତ୍‌ସ୍ପନ୍ଦନ ଅନୁସାରେ କାନନାଦ ଓ କାନ୍ଧ ଯନ୍ତ୍ରଣା ଆଦି ଲକ୍ଷଣ ପ୍ରକାଶିତ ହୁଏ ।[][] ରୋଗ ଜଟିଳ ହେଲେ ଦୃଷ୍ଟିହାନୀ (Vision loss) ହୁଏ ।[]

ଓଜନାଧିକ୍ୟ ବା ସଦ୍ୟ ଅଧିକ ଓଜନ ବୃଦ୍ଧି ହେଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[] ଟେଟ୍ରାସାଇକ୍ଲିନ ଔଷଧ ସେବନ କଲେ ମଧ୍ୟ ଏହି ରୋଗ ଟ୍ରିଗର ହୋଇପାରେ ।[] ଏହାର ଲକ୍ଷଣ ଦେଖାଗଲା ପରେ ଲମ୍ବର ପଙ୍କଚରରେ (lumbar puncture) ଅଧିକ ଚାପ ଥିଲେ ଓ ନିଉରୋଇମେଜିଙ୍ଗରେ (brain scan) ମଧ୍ୟ ଅନ୍ୟ କୌଣସି କାରଣ ନ ମିଳିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [][]

ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, କମ ଲୁଣ, ବ୍ୟାୟାମ, ଅପରେଶନ- ଏହି ଚାରି ଉପାୟରେ ଏହାର ଚିକିତ୍ସା କରାଯାଏ ।[] ବାରିଆଟ୍ରିକ ଅପରେଶନ (Bariatric surgery) କରି ଓଜନ କମାଯାଇପାରେ । [] ଏହା ସ‌ହିତ ଆସେଟାଜୋଲାମାଇଡ ଔଷଧ ମଧ୍ୟ ଆବଶ୍ୟକ ସ୍ଥଳେ ଦିଆଯାଏ ।[] ଅଳ୍ପ ସଂଖ୍ୟକ ରୋଗୀଙ୍କର ଚାପ କମେଇବା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ।[]

ପ୍ରତିବର୍ଷ ଏକ ଲକ୍ଷ ଲୋକରେ ୨ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ବୟସା ୨୫-୫୦ ମଧ୍ୟରେ ମହିଳାମାନଙ୍କୁ ଏହି ରୋଗ ସାଧାରଣତଃ ହୁଏ ।[] ପରୁଷଙ୍କ ଅପେକ୍ଷା ମହିଳାମାନେ ୨୦ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ସନ ୧୯୮୭ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା ଦେଖିବାକୁ ମିଳିଥିଲା ।[]

  1. 1 2 3 4 5 6 7 8 Wall, M (February 2017). "Update on Idiopathic Intracranial Hypertension". Neurologic Clinics. 35 (1): 45–57. doi:10.1016/j.ncl.2016.08.004. PMC 5125521. PMID 27886895.
  2. 1 2 3 4 5 6 7 8 9 10 11 12 13 14 15 16 17 18 19 "Idiopathic Intracranial Hypertension". National Eye Institute (in ଇଂରାଜୀ). April 2014. Archived from the original on 8 July 2019. Retrieved 8 November 2017.
  3. "Idiopathic Intracranial Hypertension". NORD (National Organization for Rare Disorders). 2015. Retrieved 8 November 2017.
  4. 1 2 Wakerley, BR; Tan, MH; Ting, EY (March 2015). "Idiopathic intracranial hypertension". Cephalalgia : an international journal of headache. 35 (3): 248–61. doi:10.1177/0333102414534329. PMID 24847166.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ