ଇଗ୍ନେସ ମାଝୀ

ଉଇକିପିଡ଼ିଆ‌ରୁ
ଇଗ୍ନେସ ମାଝୀ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀପ୍ରେମାନନ୍ଦ କାଲୋ
ପର ଅଧିକାରୀଗଜଧର ମାଝୀ
ନିର୍ବାଚନ ମଣ୍ଡଳୀତଳସରା
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀପ୍ରେମଚାନ୍ଦ ଭଗତ
ପର ଅଧିକାରୀଖ୍ରୀଷ୍ଟୋଫର ଏକ୍କା
ନିର୍ବାଚନ ମଣ୍ଡଳୀରାଜଗାଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-12-31)୩୧ ଡିସେମ୍ବର ୧୯୩୨
ମୃତ୍ୟୁ୨୭ ଫେବୃଆରୀ ୨୦୦୨(2002-02-27) (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଝାଡ଼ଖଣ୍ଡ ପାର୍ଟି
ଜୀବନ ସାଥୀରୋଜ୍ ରୋମୋଲା
ବାପା/ବୋଉଭଦ୍ରା ଇନ୍‌ସେଣ୍ଟ ମାଝୀ (ବାପା)
ବୃତ୍ତିରାଜନୀତିଜ୍ଞ

ଇଗ୍ନେସ ମାଝୀ (୩୧ ଡିସେମ୍ବର ୧୯୩୨ - ୨୭ ଫେବୃଆରୀ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁରତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଇଗ୍ନେସ ମାଝୀ ୧୯୩୨ ମସିହାର ଡିସେମ୍ବର ମାସ ୩୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଦ୍ରା ଇନ୍‌ସେଣ୍ଟ ମାଝୀ ଓ ପତ୍ନୀଙ୍କ ନାମ ରୋଜ୍ ରୋମୋଲା । ସେ ପେଶାରେ ଜଣେ ଓକିଲ ଥିଲେ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ଇଗ୍ନେସ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଝାଡ଼ଖଣ୍ଡ ପାର୍ଟିରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

ଇଗ୍ନେସ ୨୦୦୨ ମସିହାର ଫେବୃଆରୀ ମାସ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. "ଶାସକ ଦଳରେ ସମନ୍ୱୟ ଅଭାବ, କଂଗ୍ରେସକୁ ଅଡ଼ୁଆ ବିଦ୍ରୋହୀ ପ୍ରାର୍ଥୀନୀ". Samaja Live (in ଓଡ଼ିଆ). ସୁନ୍ଦରଗଡ଼. 15 April 2019. Archived from the original on 12 October 2020. Retrieved 12 October 2020.{{cite news}}: CS1 maint: unrecognized language (link)
  3. ୩.୦ ୩.୧ ୩.୨ "Shri Ignace Majhi". odishaassembly.nic.in. Odisha Assembly. Retrieved 10 October 2020.