ପ୍ରେମଚାନ୍ଦ ଭଗତ

ଉଇକିପିଡ଼ିଆ‌ରୁ
ପ୍ରେମଚାନ୍ଦ ଭଗତ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଖ୍ରୀଷ୍ଟୋଦାସ ଲୁଗୁନ
ପର ଅଧିକାରୀଜୁନାସ ବିଲୁଙ୍ଗ
ନିର୍ବାଚନ ମଣ୍ଡଳୀବୀରମିତ୍ରପୁର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀରଙ୍ଗବଲ୍ଲଭ ଅମାତ
ପର ଅଧିକାରୀଇଗ୍ନେସ ମାଝୀ
ନିର୍ବାଚନ ମଣ୍ଡଳୀରାଜଗାଙ୍ଗପୁର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀବିଶ୍ରା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-06-11)୧୧ ଜୁନ ୧୯୩୧
ମୃତ୍ୟୁ୧୫ ଅପ୍ରେଲ ୧୯୯୮(1998-04-15) (ବୟସ ୬୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀମଇନା ଦେବୀ
ବାପା/ବୋଉପୂରଣ ଭଗତ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରେମଚାନ୍ଦ ଭଗତ (୧୧ ଜୁନ ୧୯୩୧ - ୧୫ ଅପ୍ରେଲ ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭, ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର, ବିଶ୍ରା ଓ ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରେମଚାନ୍ଦ ଭଗତ ୧୯୩୧ ମସିହାର ଜୁନ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୂରଣ ଭଗତ ଓ ପତ୍ନୀଙ୍କ ନାମ ମଇନା ଦେବୀ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରେମଚାନ୍ଦ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ବିଶ୍ରା ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ରାଜଗାଙ୍ଗପୁର ସ୍ୱତନ୍ତ୍ର ପାର୍ଟି
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବୀରମିତ୍ରପୁର ଜନତା ପାର୍ଟି

ଆଧାର[ସମ୍ପାଦନା]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ "Shri Premchand Bhagat". odishaassembly.nic.in. Odisha Assembly. Retrieved 19 October 2020.