ଆର୍ଯ୍ୟଭଟ୍ଟ (ଉପଗ୍ରହ)

ଉଇକିପିଡ଼ିଆ‌ରୁ

ଆର୍ଯ୍ୟଭଟ୍ଟ ଭାରତର ପ୍ରଥମ କୃତ୍ରିମ ଉପଗ୍ରହ[୧] ଏହା ମହାନ ଭାରତୀୟ ଗଣିତଜ୍ଞ ଆର୍ଯ୍ୟଭଟ୍ଟଙ୍କ ନାମରେ ନାମିତ କରାଯାଇଥିଲା।[୨] ସୋଭିଏତ ଋଷିଆର ସହାୟତାରେ ସଫଳତାର ସହ ଉତକ୍ଷେପଣ କରାଯାଇଥିବା ଏହି ମିଶନ ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କର ଦକ୍ଷତା ଓ ନିଷ୍ଠାର ପରିଚୟ ଦେବା ସହ, ଭାରତରେ ମହାକାଶ ବିଜ୍ଞାନ ପାଇଁ ଏକ ନୂତନ ଆଗ୍ରହ ସୃଷ୍ଟି କରିଥିଲା। ୧୯୭୫ ଏପ୍ରିଲ ୧୯ରେ ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହ ସଫଳତାର ସହିତ ମହାକାଶକୁ ପ୍ରେରଣ କରାଗଲା।[୩]

ଆର୍ଯ୍ୟଭଟ୍ଟ
ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ଭାରତର ପ୍ରଥମ କୃତ୍ରିମ ଉପଗ୍ରହ
ମିସନ ପ୍ରକାରମହାକାଶୀୟ ପଦାର୍ଥ ବିଜ୍ଞାନ
ପରିଚାଳକଈସ୍ରୋ
COSPAR ID1975-033A
SATCAT №7752
ମହାକାଶ ଯାନର ବିଶେଷତ୍ୱ
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ୩୬୦ କି:ଗ୍ରା:
ଶକ୍ତି୪୬ ୱାଟ
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖ୧୯ ଅପ୍ରେଲ ୧୯୭୫
ରକେଟ୍କସମୋସ-୩ଏମ
ଉତକ୍ଷେପଣ ସ୍ଥଳକାପୁସ୍ତିନ ୟାର
ମିସନ ସମାପ୍ତି
ଅଂତିମ ସମ୍ପର୍କ୨୪ ଅପ୍ରେଲ ୧୯୭୫
Decay date୧୨ ଫେବରୁଆରି ୧୯୯୨
କକ୍ଷପଥ ମାପଦଣ୍ଡ
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀପୃଥିବୀକେନ୍ଦ୍ରୀୟ
RegimeLow Earth
Perigee568 kilometres (353 mi)
Apogee611 kilometres (380 mi)
Inclination50.6 degrees
କକ୍ଷୀୟ ଅବଧି96.46 minutes
Epoch୧୯ ମଇ ୧୯୭୫

କାଳକ୍ରମ[ସମ୍ପାଦନା]

  • ୧୯୭୨ ମସିହାରେ ୟୁ ଆର ରାଓଙ୍କ ତତ୍ତ୍ୱାବଧାନରେ ଆର୍ଯ୍ୟଭଟ୍ଟ ଉପଗ୍ରହ ଉତକ୍ଷେପଣ ପାଇଁ ସୋଭିଏତ ରୁଷ ସହ ଭାରତର ଚୁକ୍ତି ସ୍ୱାକ୍ଷରିତ ହେଇଥିଲା।
  • ୧୯ ଅପ୍ରେଲ ୧୯୭୫ ମସିହାରେ ରୁଷିଆର କାପୁସ୍ତିନ ୟାର ଉତକ୍ଷେପଣ କେନ୍ଦ୍ରରୁ କସମୋସ-୩ଏମ ରକେଟ ଜରିଆରେ ଆର୍ଯ୍ୟଭଟ୍ଟ ଉପଗ୍ରହର ଉତକ୍ଷେପଣ ହେଇଥିଲା।
  • ଉପଗ୍ରହରେ ଏକ ବୈଦୁତିକ ବିଭ୍ରାଟ ଯୋଗୁଁ ଉତକ୍ଷେପଣର ୫ଦିନ ପରେ ଉପଗ୍ରହ ସହ ସମ୍ପର୍କ ଛିନ୍ନ ହେଇଥିଲା।
  • ୧୧ ଫେବୃଆରୀ ୧୯୯୨ ମସିହାରେ ଉପଗ୍ରହଟି ପୃଥିବୀର ବାୟୁମଣ୍ଡଳକୁ ଲେଉଟିଆସିଥିଲା।

ଅଭିଯାନର ଲକ୍ଷ୍ୟ[ସମ୍ପାଦନା]

  • କୃତ୍ରିମ ଉପଗ୍ରହର ବିକାଶ ଏବଂ ମହାକାଶରେ ଏହାର ପରିଚାଳନାରେ ଅଭିଜ୍ଞତା ହାସଲ ।
  • ରଞ୍ଜନ ରଶ୍ମୀଦ୍ୱାରା ସୂର୍ଯ୍ୟର ଭୌତିକ ପରୀକ୍ଷଣ।

ଆଧାର[ସମ୍ପାଦନା]

  1. "Encyclopædia Britannica", Wikipedia (in ଇଂରାଜୀ), 2023-08-25, retrieved 2023-08-26
  2. http://www.isro.org/satellites/aryabhata.aspx
  3. http://www.isro.org/satellites/aryabhata.aspx