Jump to content

ଫାଶୀ

ଉଇକିପିଡ଼ିଆ‌ରୁ
(Hangingରୁ ଲେଉଟି ଆସିଛି)
ସନ ୧୮୬୫ରେ ହେନରୀ ୱିର୍ଜ ଫାଶୀଦ୍ୱାରା ମୃତ୍ୟୁ ଦଣ୍ଡ ପାଇବା ଚିତ୍ର ।

ଫାଶୀ (ଇଂରାଜୀ ଭାଷା)ରେ ହ୍ୟାଙ୍ଗିଙ୍ଗ/hanging), କୌଣସି ପଦାର୍ଥଦ୍ୱାରା ଫାଶ କରି ମଣିଷ ବେକରେ ଗୁଡ଼େଇ ଶରୀରକୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ଝୁଲେଇ ରଖିବାକୁ ବୁଝାଏ ।[୧] ପୂର୍ବରୁ ଶରୀରକୁ କେବଳ ଝୁଲେଇ ରଖି ମୃତ୍ୟୁ ଦଣ୍ଡ ଦେବାକୁ ଫାଶୀ କୁହାଯାଉଥିଲା ଯେପରି କ୍ରୁଶବିଦ୍ଧ । ମଧ୍ୟ ଯୁଗରୁ ଫାଶୀ ଏକ ସାଧାରଣ ଏକ ମୃତ୍ୟୁ ଦଣ୍ଡ ଭାବରେ ପ୍ରଚଳିତ ହୋଇଆସୁଛି । ଇଂରାଜୀ ଭାଷାରେ କେବଳ ଝୁଲେଇବାକୁ ମଧ୍ୟ ହ୍ୟାଙ୍ଗ କୁହାଯାଏ ଯାହାର ଭୂତ କାଳ ଶବ୍ଦ ହଙ୍ଗ, କିନ୍ତୁ ମୃତ୍ୟୁ ଦଣ୍ଡ ହିସାବରେ ଏହାର ଅତୀତ କାଳ ଶବ୍ଦ ହ୍ୟାଙ୍ଗ୍‌ଡ୍ ହୁଏ ।[୨]

ଆତ୍ମହତ୍ୟା ନିମନ୍ତେ ମଧ୍ୟ ନିଜକୁ ଫାଶୀ ଦିଅନ୍ତି ଯାହା ଫଳରେ ଚେତାଶୂନ୍ୟ ହେବା ପରେ ମୃତ୍ୟୁ ହୁଏ । ସମ୍ପୁର୍ଣ୍ଣ ଝୁଲେଇବା ସମ୍ଭବ ନ ହେଲେ ଆଂଶିକ ଝୁଲେଇବାଦ୍ୱାର ମଧ୍ୟ ଫାଶୀ ହୋଇପାରେ ।

କାନୁନୀ ଫାଶୀ ପଦ୍ଧତି

[ସମ୍ପାଦନା]
ପିସାନେଲୋଙ୍କ Pisanelloଙ୍କ ୧୪୩୬–୧୪୩୮ଦ୍ୱାରା ତିଆରି ଚିତ୍ର ।

ଚାରି ପ୍ରକାର ଉପାୟରେ ଏହା କରାଯାଏ । କେବଳ ଝୁଲା, ଛୋଟ ଡ୍ରପ୍, ମାନ‌କ ଡ୍ରପ ଓ ଦୀର୍ଘ ଡ୍ରପ୍ । ଅଷ୍ଟାଦଶ ଶତାବ୍ଦୀରେ ମେକାନିକାଲ ଡ୍ରପ କରାଯାଇଥିଲା ଯାହାର ଏକ ପରିବର୍ତ୍ତିତ ସଂସ୍କରଣଦ୍ୱାରା ଇରାନରେ ଫାଶୀ ଦିଆଯାଉଛି ।

ଝୁଲେଇବା

[ସମ୍ପାଦନା]

ବେକ ଚାରିପଟେ ଫାସ ଦେବାପରେ ଝୁଲେଇବାଦ୍ୱାରା ଶ୍ୱାସନଳୀ ଓ ବେକର ଅନ୍ୟାନ୍ୟ ଅଙ୍ଗ ଚିପି ହୋଇଯାଏ । ବନ୍ଦୀମାନେ କିଛି ସଂଘର୍ଷ କରିବା ଦେଖାଯାଏ ନାହିଁ ଓ ଝୁଲିବା ମାତ୍ରେ ଶିଥିଳ ହୋଇଯାଆନ୍ତି କାରଣ ବେକରେ ଥିବା ଜୁଗୁଲାର ଶୀରା ଓ କ୍ୟାରୋଟିଡ ଧମନୀ ଚିପି ହେବା ଫଳରେ ମସ୍ତିଷ୍କ‌କୁ ରକ୍ତ ସରବରାହ କମିଯାଏ । ଗଳା ଚିପିଲେ ଲୋକ ଧୀରେ ମୃତ୍ୟୁ ବରଣ କରେ ଓ ଏଥିପାଇଁ ୧୦ରୁ ୨୦ ମିନିଟ ଲାଗେ ଓ ଅସ‌ହ୍ୟ ଯନ୍ତ୍ରଣା ହୁଏ । "ଗଳା ଚିପିଲେ ଓ ଦେହ ପୁରା ଝୁଲିରହିଲେ ପ୍ରାରମ୍ଭରେ ଲୋକର ଅତ୍ୟନ୍ତ ଯନ୍ତ୍ରଣା ହୁଏ ଓ ଶ୍ୱାସକ୍ରିୟା ନିମନ୍ତେ ସଂଘର୍ଷ କରେ । [୩]

ଛୋଟ ଝୁଲା/ ଡ୍ରପ

[ସମ୍ପାଦନା]

ବନ୍ଦୀ ବେକରେ ଫାସ ଗୁଡ଼େଇ କୌଣସି ଯାନ ବା ପଶୁ‌ ଉପରେ ରଖି ତାକୁ ଚଲେଇ ଦିଆଯାଏ । ଫଳରେ ଲୋକଟି ଝୁଲି ରହେ । ଶିଡ଼ି ଉପରକୁ ଉଠିବାକୁ ଦିଆଯାଏ, ବେକରେ ଫାସ ଗୁଡ଼େଇ ଶିଡ଼ି କାଢ଼ିଦିଆଯାଏ । [୪][୫] ସ୍ଟୁଲ ଉପରେ ଠିଆ କରେଇ ସାରିବା ପରେ ସ୍ଟୁଲଟି ଠେଲି ବାହାର କରିଦିଆଯାଏ । ଫାସ ଲଗେଇସାରିବା ପରେ ଟ୍ରକ୍‌ରେ ସଂଯୁକ୍ତ କରି ଗାଡ଼ିରୁ ଫୋପାଡ଼ି ମାରିବା ମଧ୍ୟ କରାଯାଉଥିଲା ।

ସ୍ଟୁଥୋପ କନସେଣ୍ଟ୍ରେସନ କ୍ୟାମ୍ପରେ ଫାସୀ ଦଣ୍ଡ ପାଇଥିବା ଗାର୍ଡ଼ ସମୂହ ଜୁଲାଇ ୪, ୧୯୪୬ ; ପୃଷ୍ଠ ଦେଶରେ ମହିଳା ଗାର୍ଡ଼ମାନେ ଦେଖୁଛନ୍ତି ।

ଏହି ଉପାୟରେ ମୃତ୍ୟୁ ଦଣ୍ଡ ଭୋଗୁଥିବା ବ୍ୟକ୍ତିଙ୍କର ସ୍ଟ୍ରାଙ୍ଗୁଲେସନ ବା ଗଳାଚିପା ମୃତ୍ୟୁ ହୁଏ ଓ ମରିବା ନିମନ୍ତେ ୧୦ରୁ ୨୦ମିନିଟ ଲାଗେ । ଏହା ଏକ ଯନ୍ତ୍ରଣା ଦାୟକ ମୃତ୍ୟୁ । ଦୀର୍ଘ ଡ୍ରପ ଫାସୀରେ ମେରୁ ଅସ୍ଥି ଭଗ୍ନ ଯୋଗୁ ହେଉଥିବା ସକ୍‌ଦ୍ୱାରା ମୃତ୍ୟୁ ହେଉଥିଲା । ସନ ୧୮୫୦ ମସିହା ପୂର୍ବରୁ ଏହି ଉପାୟରେ ମୃତ୍ୟୁ ଦଣ୍ଡ ଦିଆଯାଉଥିଲା ।

ମାନ‌କ ଝୁଲା

[ସମ୍ପାଦନା]

ସାମୁଏଲ ହଟନ (Samuel Haughton) ନାମକ ଜଣେ ଆଇରିସ ଡାକ୍ତରଙ୍କ ବୈଜ୍ଞାନିକ ସନ୍ଦର୍ଭ ପ୍ରକାଶ ପାଇବା ପରେ ସନ ୧୮୬୬ରେ କଲିକତାକୁ ଏହି ମାନ‌କ ଝୁଲା ପଦ୍ଧତି ଆସିଥିଲା ଯେଉଁଥିରେ ୪ରୁ ୬ଫୁଟ ତଳକୁ ଝୁଲେଇ ଦିଆଯାଏ । ତୁରନ୍ତ ଏହା ୟୁରୋପକୁ ବ୍ୟାପିଗଲା । ଏହାଦ୍ୱାରା ମଣିଷର ବେକ ଭାଙ୍ଗିଯାଇ ତୁରନ୍ତ ପାରାଲିସିସ ହୁଏ ଓ ଚେତାଶୂନ୍ୟ ହୋଇଯାଏ । ନୁରେମ‌ବର୍ଗ ବିଚାର ପରେ ମୃତ୍ୟୁଦଣ୍ଡ ପାଇଥିବା ନାଜିମାନଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଇଥିଲା । [୬] ଐତିହାସିକ ଗିଲ୍ସ ମ୍ୟାକ୍ ଡୋନୋଙ୍କ ରେକର୍ଡ଼ ଅନୁସାରେ ଝୁଲିବା ପରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ୨୦ ମିନିଟ ଧରି ମୃତ୍ୟୁ ପୂର୍ବରୁ ବେକ ଚିପାହୋଇ ରହିଥିଲେ ।[୭] ଲାଇଫ୍ ମାଗାଜିନ, ୨୮ ଅକ୍ଟୋବର ୧୯୪୬ ଅନୁସାରେ ଗୋଟିଏ ଆର୍ଟିକ୍ଲରେ ରିବେନଟ୍ରାପଙ୍କ ମୃତ୍ୟୁଦଣ୍ଡ ବିଷୟରେ ଲେଖାଥିଲା: [୮] "ଟ୍ରାପ ଖୋଲିଗଲା ଓ ମଝି ସ୍ଥାନରୁ ଗୋଟିଏ ରଚ୍ଚସ୍ୱରର ଶବ୍ଦ ଶୁଣାଗଲା । ଦଉଡ଼ି କିଛି ସମୟ ପର୍ଯ୍ୟନ୍ତ ହଲିଲା ଓ ତାପରେ ନିଶ୍ଚଳ ହୋଇଗଲା ।

  1. ↑ Oxford English Dictionary, 2nd ed. Hanging as method of execution is unknown, as method of suicide from 1325.
  2. ↑ Oxford English Dictionary (2015 update), OUP, Oxford,UK
  3. ↑ "ଆର୍କାଇଭ୍ କପି". Archived from the original on 2016-07-07. Retrieved 2016-07-11. {{cite web}}: Cite has empty unknown parameter: |1= (help)
  4. ↑ Hughes, Robert (2012-01-11). The Fatal Shore: The epic of Australia's founding. Knopf Doubleday Publishing Group. pp. 33–. ISBN 978-0-307-81560-6. Retrieved 2014-09-29. Before the invention of the hinged trapdoor through which the victim was dropped, he or she was "turned off" or "twisted" by the hangman who pulled the ladder away.
  5. ↑ Potter, John Deane (1965). The Art of Hanging. A. S. Barnes. p. 23. Retrieved 2014-09-29. ...condemned persons still mounted a ladder which was turned round, leaving them dangling. This led to the phrase 'turned off'–they were literally turned off the ladder.
  6. ↑ Report by Kingsbury Smith, International News Service, 16th October 1946.
  7. ↑ MacDonogh G., "After the Reich" John Murray, London (2008) p. 450.
  8. ↑ Life Magazine, 28 October 1946: The Gallows Chamber