ରିଙ୍ଗର ଲାକ୍ଟେଟ ସଲ୍ୟୁସନ

ଉଇକିପିଡ଼ିଆ‌ରୁ
ରିଙ୍ଗର ଲାକ୍ଟେଟ ସଲ୍ୟୁସନ
A bottle of Ringer's lactate solution
Clinical data
Synonymscompound sodium lactate, sodium lactate solution, Hartmann's solution, Ringer-Locke's solution, Ringer-lactate, lactated Ringer's solution (LRS)
AHFS/Drugs.comFDA Professional Drug Information
Routes of
administration
intravenous, topical
ATC code

ରିଙ୍ଗର ଲାକ୍ଟେଟ ସଲ୍ୟୁସନ (Ringer's lactate solution ବା ଆରଏଲ/RL, ଅନ୍ୟ ନାମ ସୋଡ଼ିଅମ ଲାକ୍ଟେଟ ସଲ୍ୟୁସନ/ sodium lactate solutionହାର୍ଟମ୍ୟାନ୍ସ ସଲ୍ୟୁସନ/ Hartmann's solution) ଏକ ମିଶ୍ରଣ ଯେଉଁଥିରେ ପାଣି (water) ସ‌ହିତ ସୋଡ଼ିଅମ କ୍ଲୋରାଇଡ (sodium chloride), ସୋଡ଼ିଅମ ଲାକ୍ଟେଟ (sodium lactate), ପୋଟାସିଅମ କ୍ଲୋରାଇଡ (potassium chloride) ଓ କ୍ୟାଲସିଅମ କ୍ଲୋରାଇଡ (calcium chloride) ଥାଏ ।[୧] କମ୍ ରକ୍ତ ପରିମାଣ (low blood volume) ବା ନିମ୍ନ ରକ୍ତଚାପ (low blood pressure) ରୋଗରେ ତରଳ ପଦାର୍ଥ ଓ ଇଲେକ୍ଟ୍ରୋଲାଇଟର (electrolytes) ଅଭାବକୁ ପୂରଣ କରିବାକୁ ଏହା ଦିଆଯାଏ ।[୨] ଆଖିର ରାସାୟନିକ ଦଗ୍ଧ (chemical burn) ଥିଲେ ଓ ଲାକ୍ଟିକ ଏସିଡୋସିସ (lactic acidosis) ବିନା ଅନ୍ୟ ମେଟାବୋଲିକ ଏସିଡୋସିସ (metabolic acidosis) ଥିଲେ ଏହି ଆରଏଲ ଦିଆଯାଇପାରେ । ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ (injection into a vein) ଆକାରରେ ଦିଆଯାଏ ବା ପ୍ରଭାବିତ ସ୍ଥାନମାନଙ୍କରେ ଲଗାଯାଏ ।[୨][୩]

ରିଙ୍ଗର ଲାକ୍ଟେଟ ସଲ୍ୟୁସନ ଯୋଗୁ ଆଲର୍ଜି ପ୍ରତିକ୍ରିୟା, ଅଧିକ ରକ୍ତ ପୋଟାସିଅମ (high blood potassium), ଭଲ୍ୟୁମ ଓଭରଲୋଡ (volume overload) ଓ ଉଚ୍ଚ ରକ୍ତ କ୍ୟାଲସିଅମ (high blood calcium) ଇତ୍ୟାଦି ପ୍ରତିକ୍ରିୟା ଦେଖାଯାଇପାରେ ।[୨] ଅନ୍ୟ ଔଷଧ ସ‌ହିତ ତ‌ଥା ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusion) ସାଥିରେ ଏହା ଦେବାକୁ ମନାକରାଯାଏ । [୪] ତୁଳନାତ୍ମକ ଭାବରେ ନର୍ମାଲ ସାଲାଇନ (normal saline) ଅପେକ୍ଷା ରିଙ୍ଗର ଲାକ୍ଟେଟ ସଲ୍ୟୁସନ ଯୋଗୁ ଅଳ୍ପ ହାରରେ ହାଇପରକ୍ଲୋରେମିକ ଏସିଡୋସିସ (acidosis) ହୁଏ ।[୧][୪] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ନିରାପଦ ଥିବା ଜଣାଯାଏ ।[୨] ରିଙ୍ଗର ଲାକ୍ଟେଟ ସଲ୍ୟୁସନ ଏକ ଭଲ୍ୟୁମ ଏକ୍ସପାଣ୍ଡର କ୍ରିସ୍ଟାଲଏଡ (crystalloid) ପରିବାରର ଔଷଧ । [୫] ଏହା ରକ୍ତ (en:blood) ସ‌ହିତ ଆସୋଟୋନିକ (same tonicity) । [୨]

ସନ ୧୮୮୦ରେ ରିଙ୍ଗର ସଲ୍ୟୁସନ (Ringer's solution) ଉଦ୍‌ଭାବନ କରାଯିବା ପରେ ସନ ୧୯୩୦ରେ ଲାକ୍ଟେଟ ଯୋଗ କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଲିଟରର ହୋଲସେଲ ମୂଲ୍ୟ ୨.୩୦ ଆମେରିକୀୟ ଡଲାର ।[୭] ଯକୃତ ଫେଲିଓର (poor liver function) ରୋଗ ଥିଲେ ରିଙ୍ଗର ଲାକ୍ଟେଟ ଅପେକ୍ଷା ରିଙ୍ଗର ଆସେଟେଟ (acetate) ସଲ୍ୟୁସନ ଅଧିକ ଉପ‌ଯୋଗୀ ହୁଏ ।[୮] ସ୍କାଣ୍ଡିନେଭିଆରେ (Scandinavia) ରିଙ୍ଗର ଆସେଟେଟ (acetate) ସଲ୍ୟୁସନ ସ୍ୱାଭାବିକ ଭାବରେ ବ୍ୟବ‌ହାର କରାଯାଏ ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ British national formulary : BNF 69 (69 ed.). British Medical Association. 2015. p. 683. ISBN 9780857111562.
  2. ୨.୦ ୨.୧ ୨.୨ ୨.୩ ୨.୪ "Compound Sodium Lactate Solution for Infusion - Summary of Product Characteristics (SPC) - (eMC)". www.medicines.org.uk. February 2013. Retrieved 14 January 2017.
  3. Krieglstein, G. K. (2000). Atlas of Ophthalmology (in ଇଂରାଜୀ). Springer Science & Business Media. p. 377. ISBN 9783540780694.
  4. ୪.୦ ୪.୧ ୪.୨ Marino, Paul L.; Sutin, Kenneth M. (2012). The ICU Book (in ଇଂରାଜୀ) (3 ed.). Lippincott Williams & Wilkins. p. 363. ISBN 9781451161557.
  5. Saade, George R.; Foley, Michael R.; Phelan, Jeffrey P.; III, Gary A. Dildy (2010). Critical Care Obstetrics (in ଇଂରାଜୀ). John Wiley & Sons. p. 70. ISBN 9781444396140.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Sodium Lactate Compound". International Drug Price Indicator Guide. Retrieved 8 December 2016.[permanent dead link]
  8. Marino, Paul L. (2013). Marino's The ICU Book (in ଇଂରାଜୀ) (4 ed.). Lippincott Williams & Wilkins. p. 223. ISBN 9781469831640.
  9. Bjarby, Johan. ""Vätsketerapi för AT/ST läkare KSS" — "Rehydration therapy for interns ans specialists, KSS"" (PDF). Västragötalandsregionen. Retrieved 13 January 2017.