Jump to content

ଆଡେନୋମାୟୋସିସ

ଉଇକିପିଡ଼ିଆ‌ରୁ
Adenomyosis
Endometriosis interna,[] adenomyometritis[]
Adenomyosis seen during laparoscopy: soft and enlarged uterus; the blue spots represent subserous endometriosis.
ବିଭାଗGynecology
ଲକ୍ଷଣNone, painful periods, heavy periods[]
ଆକ୍ରାନ୍ତ ସମୟReproductive age[]
କାରଣUnclear[]
ବିପଦ କାରକObesity, birth control pills, C-section, prior pregnancy, dilation and curettage[]
ରୋଗ ନିର୍ଣ୍ଣୟ ପଦ୍ଧତିConfirmed by ultrasound, MRI, biopsy[]
ସଠିକ ରୋଗ ନିର୍ଣ୍ଣୟEndometriosis, fibroids, uterine cancer[]
ଚିକିତ୍ସାNSAIDs, birth control pills, hormonal IUD, uterine artery embolization, endometrial ablation, myomectomy, hysterectomy[]
ପୁନଃପୌନିକ20 to 35%[]

ଆଡେନୋମାୟୋସିସ ହେଉଛି ଗର୍ଭାଶୟର ଭିତର ଆବରଣର ଗର୍ଭାଶୟ କାନ୍ଥ ଭିତରକୁ ବୃଦ୍ଧି ।[] ଲକ୍ଷଣଗୁଡ଼ିକ ପ୍ରାୟତଃ ଯନ୍ତ୍ରଣାଦାୟକ ଏବଂ ଅଧିକ ଋତୁସ୍ରାବ ହୁଏ କିନ୍ତୁ କେତେକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।[] [] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ କ୍ରନିକ ପେଲଭିକ୍ ଯନ୍ତ୍ରଣା ଏବଂ ଯୌନ ସମ୍ପର୍କ ସମୟରେ ଯନ୍ତ୍ରଣା ହୋଇପାରେ ।[] ରୋଗ ଜଟିଳ ହେଲେ ଅନୁର୍ବରତା ଅନ୍ତର୍ଭୁକ୍ତ ହୋଇପାରେ ଏବଂ ଏହା ପ୍ରାୟ ଏଣ୍ଡୋମେଟ୍ରିଓସିସ ସହିତ ଜଡିତ ଥାଏ ।[]

ଏହାର କାରଣ ଅସ୍ପଷ୍ଟ ରହିଛି। [] ବିପଦ କାରକଗୁଡ଼ିକ ମଧ୍ୟରେ ମେଦବହୁଳତା, ଜନ୍ମ ନିୟନ୍ତ୍ରଣ ବଟିକା, ସିଜରିଆନ ସେକସନ, ପୂର୍ବ ଗର୍ଭଧାରଣ, ଏବଂ ବିସ୍ତାର ଏବଂ କ୍ୟୁରେଟେଜ୍ ଅନ୍ତର୍ଭୁକ୍ତ ହୋଇପାରେ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଗର୍ଭାଶୟ କିମ୍ବା ମଲେରିଆନ୍ ତନ୍ତୁ ଭିତରର ଆଘାତ ଏବଂ ମରାମତି ଜଡ଼ିତ ହୋଇପାରେ ।[] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ଅଲଟ୍ରାସାଉଣ୍ଡ, ଏମଆରଆଇ କିମ୍ବା ବାୟୋପ୍ସି ଦ୍ୱାରା ନିଶ୍ଚିତ କରାଯାଏ ।[] [] ଗର୍ଭାଶୟର ଏକ ଛୋଟ କିମ୍ବା ବଡ଼ କ୍ଷେତ୍ର ଜଡିତ ହୋଇପାରେ ।[] ଏଥିରେ ଗର୍ଭାଶୟ ବୃଦ୍ଧି ପାଇଥାଏ; ଯଦିଓ ଏହା କର୍କଟ ରୋଗ ନୁହେଁ ।[] []

ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରି, ଜନ୍ମ ନିୟନ୍ତ୍ରଣ ବଟିକା, ଏକ ଆଇୟୁଡି ଉଇଥ ପ୍ରୋଜେସ୍ଟେରନ, କିମ୍ବା ଡାନାଜୋଲ ଔଷଧ ଦେଇ ଏହାର ଲକ୍ଷଣ ଉପଶମ ହୋଇପାରେ ।[] ବିକଳ୍ପ ପ୍ରଣାଳୀଗୁଡ଼ିକ ମଧ୍ୟରେ ଗର୍ଭାଶୟ ଧମନୀ ଏମ୍ବୋଲାଇଜେସନ୍, ଏଣ୍ଡୋମେଟ୍ରିଆଲ୍ ଆବ୍ଲାସନ୍ ଏବଂ ମାୟୋମେକ୍ଟୋମି କରାଯାଇପାରେ ।[] ଯେଉଁମାନେ ଅଧିକ ସନ୍ତାନ ଚାହୁଁ ନାହାଁନ୍ତି, ସେମାନଙ୍କର ଗର୍ଭାଶୟର ଅସ୍ତ୍ରୋପଚାର ଅପସାରଣ କରାଯାଇପାରେ ।[]

ଆଡେନୋମାୟୋସିସ ୨୦ରୁ ୩୫% ମହିଳାଙ୍କୁ ପ୍ରଭାବିତ କରୁଥିବା ଆକଳନ କରାଯାଇଛି ।[] ଏହା ସାଧାରଣତଃ ପ୍ରଜନନ ବୟସରେ ଦେଖାଯାଏ ଓ ୪୦ ଦଶକରେ ରୋଗ ନିର୍ଣ୍ଣୟ କରାଯାଏ ।[] [] ଜର୍ମାନ ପାଥୋଲୋଜିଷ୍ଟ କାର୍ଲ ଭନ୍ ରୋକିଟାନସ୍କି ପ୍ରଥମେ ୧୯୮୦ ମସିହାରେ ଏହି ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ ।[] ଏହି ଶବ୍ଦଟିର "ଆଡେନୋସ୍" ର ଅର୍ଥ ହେଉଛି "ଗ୍ରନ୍ଥି", "ମାୟୋ" ଅର୍ଥାତ୍ ମାଂସପେଶୀ ଏବଂ "ଓସିସ୍" ଅର୍ଥାତ୍ ଅବସ୍ଥା । []

  1. Oral, Engin (24 May 2022). Endometriosis and Adenomyosis: Global Perspectives Across the Lifespan (in ଇଂରାଜୀ). Springer Nature. ISBN 978-3-030-97236-3. Archived from the original on 12 January 2024. Retrieved 12 January 2024.
  2. Matalliotakis, I.; Kourtis, A.; Panidis, D. (2003). "Adenomyosis". Obstetrics and Gynecology Clinics of North America. 30 (1): 63–82, viii. doi:10.1016/S0889-8545(02)00053-0. PMID 12699258.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ R, Gunther; C, Walker (2020). "Adenomyosis". StatPearls [Internet] (in ଇଂରାଜୀ). PMID 30969690.
  4. ୪.୦ ୪.୧ ୪.୨ ୪.୩ ୪.୪ Bourdon, M; Santulli, P; Marcellin, L; Maignien, C; Maitrot-Mantelet, L; Bordonne, C; Plu Bureau, G; Chapron, C (December 2021). "Adenomyosis: An update regarding its diagnosis and clinical features". Journal of gynecology obstetrics and human reproduction. 50 (10): 102228. doi:10.1016/j.jogoh.2021.102228. PMID 34520877.
  5. ୫.୦ ୫.୧ ୫.୨ ୫.୩ ୫.୪ Schrager, S; Yogendran, L; Marquez, CM; Sadowski, EA (1 January 2022). "Adenomyosis: Diagnosis and Management". American family physician. 105 (1): 33–38. PMID 35029928.
  6. Danner, Horace Gerald (15 August 2013). A Thesaurus of Medical Word Roots (in ଇଂରାଜୀ). Scarecrow Press. p. 302. ISBN 978-0-8108-9155-5. Archived from the original on 12 January 2024. Retrieved 12 January 2024.