Jump to content

ଗର୍ଭାଶୟ କର୍କଟ

ଉଇକିପିଡ଼ିଆ‌ରୁ
(Uterine cancerରୁ ଲେଉଟି ଆସିଛି)
ଗର୍ଭାଶୟ କର୍କଟ
ବିଭାଗକର୍କଟ ରୋଗ ବିଜ୍ଞାନ (Oncology)
ଲକ୍ଷଣଏଣ୍ଡୋମେଟ୍ରିଆଲ କର୍କଟ: ଯୋନୀ ରକ୍ତସ୍ରାବ (vaginal bleeding) ଓ ଶ୍ରୋଣୀ ବା ପେଲଭିସରେ (pelvis) ଯନ୍ତ୍ରଣା। []
ଗର୍ଭାଶୟ ସାର୍କୋମା: ରକ୍ତସ୍ରାବ ଓ ଯୋନୀ ମଧ୍ୟରେ ଗୋଟାଳି[]
ବିପଦ କାରକଏଣ୍ଡୋମେଟ୍ରିଆଲ କର୍କଟ: ମୋଟାପଣ, ମେଟାବୋଲିକ ସିଣ୍ଡ୍ରୋମ (metabolic syndrome), type 2 diabetes, ରୋଗର ପାରିବାରିକ ଇତିହାସ []
ଗର୍ଭାଶୟ ସାର୍କୋମା: ପେଲଭିସରେ ରାଡିଏସନ ଥେରାପି (radiation therapy) []
ଚିକିତ୍ସାଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ହରମୋନ ଥେରାପି (hormone therapy), ଟାରଗେଟେଡ ଥେରାପି (targeted therapy)[][]
Prognosis୮୧% ୫ ବର୍ଷ ବଞ୍ଚିବା ହାର 5 year survival (US)[]
ପୁନଃପୌନିକ୩.୮ ନିୟୁତ (୨୦୧୫)[]
ମୃତ୍ୟୁ ସାନ୍ଦ୍ରତା୯୦,୦୦୦ (୨୦୧୫)[]

ଗର୍ଭାଶୟ କର୍କଟ (ଇଂରାଜୀ ଭାଷାରେ Uterine cancer, also known as womb cancer) ମାନବ ଜରାୟୁରେ (uterus) ଜାତ ହେଉଥିବା ଦୁଇ ପ୍ରକାର କର୍କଟ ରୋଗକୁ ବୁଝାଏ ।[] ଜରାୟୁରେ ଥିବା ଏପିଥେଲିଅମରୁ ଜାତ ହେଉଥିବା କର୍କଟକୁ ଏଣ୍ଡୋମେଟ୍ରିଆଲ କର୍କଟ (Endometrial cancer) ଓ ଅନ୍ୟାନ୍ୟ ସଂଯୋଗକାରୀ ତନ୍ତୁରୁ ଜାତ କର୍କଟ ରୋଗକୁ ଗର୍ଭାଶୟ ସାର୍କୋମା କୁହାଯାଏ ।[][] ଏହି ରୋଗରେ ଯୋନୀ ରକ୍ତସ୍ରାବ (vaginal bleeding) ଓ ଶ୍ରୋଣୀ ବା ପେଲଭିସରେ (pelvis) ଯନ୍ତ୍ରଣା ହୋଇପାରେ ।[] ଗର୍ଭାଶୟ ସାର୍କୋମା (uterine sarcoma) ହେଲେ ଅସାଧାରଣ ରକ୍ତସ୍ରାବ ଓ ଯୋନୀ ମଧ୍ୟରେ ଗୋଟାଳି ହୋଇପାରେ ।[]

ମୋଟାପଣ, ମେଟାବୋଲିକ ସିଣ୍ଡ୍ରୋମ (metabolic syndrome), type 2 diabetes, ରୋଗର ପାରିବାରିକ ଇତିହାସ ଥିଲେ ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ସଙ୍କଟ ରହିପାରେ ।[] ପେଲଭିସରେ ରାଡିଏସନ ଥେରାପି (radiation therapy) ଦିଆଯାଇଥିଲେ ଗର୍ଭାଶୟ ସାର୍କୋମା ସଙ୍କଟ ରହିପାରେ ।[] ଏଣ୍ଡୋମେଟ୍ରିଆଲ ବାୟୋପ୍ସି endometrial biopsy କରି ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ନିର୍ଣ୍ଣୟ କରାଯାଏ ।[] ଲକ୍ଷଣ, ପେଲଭିସ ପରୀକ୍ଷା (pelvic exam) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଗର୍ଭାଶୟ ସାର୍କୋମା ରୋଗ ନିର୍ଣ୍ଣୟ କରାଯାଏ ।[]

ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ଆରୋଗ୍ୟ କରାଯାଇପାରେ କିନ୍ତୁ ଗର୍ଭାଶୟ ସାର୍କୋମା ଚିକିତ୍ସା ଅତୀବ କଷ୍ଟସାଧ୍ୟ ।[] ଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ହରମୋନ ଥେରାପି (hormone therapy), ଟାରଗେଟେଡ ଥେରାପି (targeted therapy) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[][] ରୋଗ ନିର୍ଣ୍ଣୟ ପରେ ୮୦%ରୁ ଅଧିକ ରୋଗୀ ୫ ବର୍ଷରୁ ଅଧିକ ସମୟ ବଞ୍ଚିଯାଆନ୍ତି ।[]

ସନ ୨୦୧୫ରେ ପ୍ରାୟ ୩.୮ ନିୟୁତ ଲୋକଙ୍କର ଏହି ରୋଗ ହୋଇ ୯୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।[][] ଏଣ୍ଡୋମେଟ୍ରିଆଲ କର୍କଟ ଏକ ଅପେକ୍ଷାକୃତ ସାଧାରଣ ରୋଗ କିନ୍ତୁ, ଗର୍ଭାଶୟ କର୍କଟ କ୍ୱଚିତ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ କର୍କଟ ରୋଗର ୩.୫% ନୂଆ ରୋଗୀ ଅଟନ୍ତି ।[] ମହିଳାମାନେ ୫୫ରୁ ୭୪ ବର୍ଷ ବୟସ ମଧ୍ୟରେ ଏହି ରୋଗର ଶିକାର ହୁଅନ୍ତି ।[]

  1. 1 2 3 4 5 6 7 8 "Endometrial Cancer Treatment". National Cancer Institute (in ଇଂରାଜୀ). 26 April 2018. Retrieved 3 February 2019.
  2. 1 2 3 4 5 6 7 8 "Uterine Sarcoma Treatment". National Cancer Institute (in ଇଂରାଜୀ). 3 October 2018. Retrieved 3 February 2019.
  3. 1 2 3 4 "Uterine Cancer - Cancer Stat Facts". SEER (in ଇଂରାଜୀ). Retrieved 3 February 2019.
  4. 1 2 GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  5. 1 2 GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  6. 1 2 3 "Uterine Cancer". National Cancer Institute (in ଇଂରାଜୀ). 1 January 1980. Retrieved 3 February 2019.


ଶ୍ରେଣୀବିଭାଗ