ଆଖଡ଼ାଚଣ୍ଡୀ ମନ୍ଦିର
ଆଖଡ଼ାଚଣ୍ଡୀ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଖୋର୍ଦ୍ଧା |
ଦେବାଦେବୀ | ଚଣ୍ଡୀ |
Location | |
ସ୍ଥାନ | ଭୁବନେଶ୍ୱର |
State | ଓଡ଼ିଶା |
Country | ଭାରତ |
ଭୌଗଳିକ ଅବସ୍ଥିତି | 20°14′27.888″N 85°50′1.2048″E / 20.24108000°N 85.833668000°E |
Architecture | |
Type | କଳିଙ୍ଗ ସ୍ଥାପତ୍ୟ କଳା |
Completed | ୧୦ମ ଶତାବ୍ଦୀ |
Elevation | 61 m (200 ft) |
ଆଖଡ଼ାଚଣ୍ଡୀ ମନ୍ଦିର, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଏକ ୧୦ମ ଶତାବ୍ଦୀରେ ନିର୍ମିତ ମନ୍ଦିର ।[୧] ଏହା ବିନ୍ଦୁସାଗର ପୁଷ୍କରିଣୀର ଦକ୍ଷିଣ-ପଶ୍ଚିମ ତଟ ନିକଟରେ ବଡ଼ ସାହି ଅଞ୍ଚଳରେ ଅବସ୍ଥିତ ।
ବର୍ଣ୍ଣନା
[ସମ୍ପାଦନା]ଏଠାର ଆରାଧ୍ୟା ଦେବୀ ହିସାବରେ ପୂଜା ପାଆନ୍ତି ମହିଷାସୁରାମର୍ଦ୍ଧିନୀ । ଏହି ମନ୍ଦିରରୁ ମାର୍କଣ୍ଡେଶ୍ୱର ମନ୍ଦିରର ପୂର୍ବ ଦିଗରେ ୧୫ ମିଟର ଓ ମୋହିନୀ ମନ୍ଦିର ଉତ୍ତର-ପଶ୍ଚିମ ଦିଗରେ ୩୦ ମିଟର ଦୂରରେ ରହିଛି । ମନ୍ଦିରର ସମ୍ମୁଖ ଦକ୍ଷିଣ ଦିଗକୁ ଥାଇ , ଦେବୀଙ୍କ ମୁଖ ପୂର୍ବକୁ ରହିଛି । ଏହି ମନ୍ଦିରରେ ଦୁର୍ଗାଷ୍ଟମୀ, ବାଳଭୋଗ ପରି ପର୍ବ ପାଳନ ହୁଏ । ଏହି ମନ୍ଦିର ଭୁବନେଶ୍ୱର ମୁନିସିପାଲିଟିଦ୍ୱାରା ପରିଚାଳିତ ହେଇଥାଏ । ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗଦ୍ୱାରା ମରାମତି କାର୍ଯ୍ୟ ପରେ ମନ୍ଦିରଟି ସୁଦୃଢ ଅବସ୍ଥାରେ ଅଛି ।
ସ୍ଥପତ୍ୟ
[ସମ୍ପାଦନା]ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ କଳାରେ ମସୃଣ ବାଲି ପଥରରେ ନିର୍ମିତ । ମୁଖ୍ୟ ମନ୍ଦିରଟି ଚତୁଷ୍କୋଣ ଆକାରର ଏବଂ ଏହାକୁ ଖାଖରା ଦେଉଳ କୁହା ଯାଏ । ଏହାର ଉଚ୍ଛତା ୪୨.୯୪ ମିଟର । ତଳରୁ ଉପର ଯାଏ ମନ୍ଦିରକୁ ବଳା, ଗଣ୍ଡି ଓ ମସ୍ତକ କୁହାଯାଇଥାଏ ।
ସାଜସଜ୍ଜା
[ସମ୍ପାଦନା]ଏହି ମନ୍ଦିରରେ ଲାଗିଥିବା କବାଟରେ ପିତଳରେ କାରୁକାର୍ଯ୍ୟ ହେଇଥିବା ଆଚ୍ଛାଦନ ଲାଗିଥାଏ । ମୁଖ୍ୟ ଦୁଆର ବ୍ୟତୀତ ମନ୍ଦିରର ପୂର୍ବ ଓ ଉତ୍ତର ଦିଗକୁ ଦୁଇଟି ଦୁଆର ସମାନ ଆକାରର ରହିଛି ।
ଆଧାର
[ସମ୍ପାଦନା]- ↑ Suriya (26 August 2015). Jothirlingam: The Indian Temple Guide. Partridge Publishing India. pp. 121–. ISBN 978-1-4828-4786-4.
ବାହାର ଲିଙ୍କ
[ସମ୍ପାଦନା]- Pradhan, Sadasiba (2009). Lesser Known Momunents Of Bhubaneswar. Bhubaneswar: Lark Books. pp. 1–2. ISBN 81-7375-164-1.
- Indira Gandhi National Centre For The Arts: Archaeological sites of Odisha