ଆଇଚି ରାଜ୍ୟ
ଆଇଚି ରାଜ୍ୟ
愛知県 | |
|---|---|
| ଜାପାନୀ transcription(s) | |
| • ଜାପାନୀ | 愛知県 |
| • ରୋମାଜୀ | ଆଇଚିକେନ୍ |
| Coordinates: 35°10′43″N 136°54′50″E / 35.17861°N 136.91389°E | |
| ଦେଶ | |
| ଅଞ୍ଚଳ | ଚୁବୁ (ତୋକାଇ) |
| ଦ୍ୱୀପ | ହୋଁଶୁ |
| ରାଜଧାନୀ | ନାଗୋୟା |
| ବିଭାଜନ | List
|
| Government | |
| • ରାଜ୍ଯପାଳ | ହିଦିଆକି ଓମୁରା (ଫେବୃଆରୀ ୨୦୧୧ରୁ) |
| Area | |
| • ସମୁଦାୟ | 5,172.92 km2 (1,997.28 sq mi) |
| • Rank | ୨୭ତମ |
| Population (୧ ଅକ୍ଟୋବର ୨୦୧୯) | |
| • Total | ୭୫,୫୨,୮୭୩ |
| • Rank | ଚତୁର୍ଥ |
| • Density | 1,500/km2 (3,800/sq mi) |
| ISO 3166 code | JP-23 |
| Website | www |
| Symbols | |
| ପକ୍ଷୀ | ପ୍ରାଚ୍ୟ ସ୍କୋପ୍ସ ପେଚା (ଓଟୁସ ସୁନିଆ ଜାପୋନିକସ) |
| ମତ୍ସ୍ଯ | କୁରୁମା ଚିଙ୍ଗୁଡି (ପେନାଏସ ଜାପୋନିକସ) |
| ପୁଷ୍ପ | କାକିତ୍ସୁବାତା (ଆଇରିସ ଲେଭିଗାତା) |
| ବୃକ୍ଷ | ହାନାନୋକି(ଆସର ପାଇକ୍ନାନ୍ଥମ) |
ଆଇଚି କେନ୍ (愛知県) ବା ଆଇଚି ରାଜ୍ଯ ଜାପାନର ହୋଁଶୁ ଦ୍ୱୀପର ଚୁବୁ ଅଞ୍ଚଳରେ ଥିବା ଏକ ରାଜ୍ଯ ।[୧] ଆଇଚି ରାଜ୍ଯର ଜନସଂଖ୍ୟା ୭୫,୫୨,୮୭୩ (୧ ଅକ୍ଟୋବର ୨୦୧୯ ସୁଦ୍ଧା) ଏବଂ ଏହାର କ୍ଷେତ୍ରଫଳ ୫୧୭୨.୯୨ ବର୍ଗ କି.ମି. ।ଏହାର ଜନସଂଖ୍ୟାର ଘନତ୍ୱ ୧୪୬୦/ବର୍ଗ କି.ମି. । ଏହାର ପଶ୍ଚିମରେ ମିଏ ରାଜ୍ଯ, ଉତ୍ତରରେ ଗିଫୁ ତଥା ନାଗାନୋ ରାଜ୍ଯ ଏବଂ ପୂର୍ବରେ ଶିଜୁଓକା ରାଜ୍ଯ ଅବସ୍ଥିତ ।
ନାଗୋୟା, ଆଇଚି ରାଜ୍ଯର ରାଜଧାନୀ ଓ ବୃହତ୍ତମ ନଗର ଅଟେ । ତା ଛଡା ଏହା ଜାପାନର ଚତୁର୍ଥ ବୃହତ୍ତମ ନଗର ଅଟେ । ଆଇଚି ରାଜ୍ଯରେ ଜାପାନର ଅନେକ ବଡ଼଼ବଡ଼଼ ସହର ରହିଛି: ଯଥା - ଟୋୟୋଟା, ଓକାଜାକି, ଇଚିନୋମିଆ ଆଦି । ଆଇଚି ରାଜ୍ଯର ନାଗୋୟା, ଚୁକ୍ଯୋ ମହାନଗରର ମୁଖ୍ଯାଞ୍ଚଳ ଏବଂ ଜାପାନର ତୃତୀୟ ବୃହତ୍ତମ ମହାନଗର ।[୧] ଜାପାନର ପ୍ରଶାନ୍ତ ଉପକୂଳରେ ଅବସ୍ଥିତ ଏବଂ ଏହା ତୋକାଇ ଉପାଞ୍ଚଳର ଭାଗ ଅଟେ । ଆଇଚିର ଟୋୟୋଟା ସହରରେ ବିଶ୍ୱର ସର୍ବବୃହତ ସ୍ୱୟଂଚାଳିତ ବାହନ ନିର୍ମାତା ଟୋୟୋଟା ମଟର କମ୍ପାନୀର ମୁଖ୍ଯାଳୟ ଅବସ୍ଥିତ । ଆଇଚିରେ ହିଗାଶୀଆମା ପ୍ରାଣୀ ଓ ଉଦ୍ଭିଦ ଉଦ୍ଯାନ, ଚୁବୁ ସେଣ୍ଟ୍ରାଇର ଆନ୍ତର୍ଜାତୀୟ ବିମାନବନ୍ଦର ତଥା କେଗୋଲାଣ୍ଡ ଜାପାନ ରିଜୋର୍ଟ ଆଦି ଅବସ୍ଥିତ ।
ଇତିହାସ
[ସମ୍ପାଦନା]ଐତିହାସିକ ଭାବରେ ଏହି ଅଞ୍ଚଳଟି ଓୱାରୀ ପ୍ରାନ୍ତ ଓ ମିକାୱା ପ୍ରାନ୍ତର ତିନିଶହ ରାଜ୍ଯ ମଧ୍ଯରେ ବିଭକ୍ତ ହୋଇଥିଲା ।[୧](p780) ମେଇଜୀ ପୁନରୁଦ୍ଧାରଣ ପରେ ଓୱାରୀ ଓ ମିକାୱାକୁ ଏକତ୍ର କରି ଦିଆଗଲା । ୧୮୭୧ ମସିହାରେ, ହାନ୍-ତନ୍ତ୍ରର ଉଚ୍ଛେଦ ପରେ, ଚିତା ଉପଦ୍ବୀପକୁ ଅଲଗା କରି ଓୱାରୀ ରାଜ୍ଯକୁ ନାଗୋୟା ରାଜ୍ଯରେ ପରିଣତ କରାଗଲା । ଅପରପକ୍ଷେ ଚିତା ଉପଦ୍ବୀପକୁ ମିକାୱା ରାଜ୍ଯରେ ମିଶାଇ ନୁକାତା ରାଜ୍ଯରେ ପରିଣତ କରାଗଲା । ୧୮୭୨ ମସିହାର ଅପ୍ରେଲ ମାସରେ, ନାଗୋୟା ରାଜ୍ଯକୁ ଆଇଚି ରାଜ୍ଯ ବୋଲି ନାମିତ କରାଗଲା ଏବଂ ସେହି ବର୍ଷ ନଭେମ୍ବର ୨୭ରେ ଏହାକୁ ନୁକାତା ରାଜ୍ଯ ସହ ମିଶାଇ ଦିଆଗଲା ।
ଆଇଚି ରାଜ୍ଯର ପ୍ରଶାସନ, ରାଜ୍ଯ ପ୍ରଶାସନିକ କାର୍ଯ୍ୟାଳୟ, ଆଇଚି, ନାଗୋୟାରେ ଅବସ୍ଥିତ ଯାହା ପୂର୍ବର ଓୱାରୀ ରାଜ୍ଯର ରାଜଧାନୀ ଥିଲା । ୧୮୭୨ ମସିହାରୁ ଆଇଚି ରାଜ୍ଯ ପୋଲିସ, ଏଠାରେ ଆଇନର ତଥା ଶାନ୍ତି ଶୃଙ୍ଖଳାର ରକ୍ଷାର ଦାୟିତ୍ୱ ନିର୍ବାହ କରୁଛନ୍ତି ।
ନୈରୁକ୍ତଶାସ୍ତ୍ର
[ସମ୍ପାଦନା]ମାନ୍ଯୋଶୁର ତୃତୀୟ ପର୍ବରେ ଏକ ଗୀତ ରହିଛି: "ସାରସର (ଏକ ପକ୍ଷୀ) ରୋଦନ ସାକୁରାଦା ଡାକେ, ଯାହା ଢେଉ ପରି ଶୁଭେ, ସରସର କାନ୍ଦ ଶୁଣି ସେ, ଆୟୁଚିର ଭୂମିରେ (ଢେଉ) ପିଟି ହେଉଥାଏ ।" ଆୟୁଚି ହେଉଛି ଆଇଚିର ମୂଳ ନାମ । ଆୟୁଚି-ଗାତାର ଅବଶେଷ ଫୁଜିମାଏ ତରଙ୍ଗ ଭୂମି ରୂପେ ରହିଛି । ଏହା ଏବେ ଏ ସଂରକ୍ଷିତ ଅଞ୍ଚଳ ।[୨][୩]
ଭୂଗୋଳ
[ସମ୍ପାଦନା]
ପ୍ରଶାସନିକ ଆଦେଶ ନିର୍ଦ୍ଦେଶିତ ଅଞ୍ଚଳ ସହର ନଗର ଗ୍ରାମ


ଜାପାନୀ ମୁଖ୍ଯ ଦ୍ୱୀପ ହୋଁଶୁର କେନ୍ଦ୍ରରେ ଅବସ୍ଥିତ ଆଇଚି ରାଜ୍ଯର ଦକ୍ଷିଣ ପାର୍ଶ୍ୱରେ ଇଶେ ଉପସାଗର ଏବଂ ମିକାୱା ଉପସାଗର ଅବସ୍ଥିତ । ଏହାର ପୂର୍ବରେ ଶିଜୁଓକା ରାଜ୍ଯ, ଐଶାନ୍ୟରେ ନାଗାନୋ ରାଜ୍ଯ, ଉତ୍ତରରେ ଗିଫୁ ରାଜ୍ଯ ତଥା ପଶ୍ଚିମରେ ମିଏ ରାଜ୍ଯ ରହିଛନ୍ତି । ଏହା ପୂର୍ବରୁ ପଶ୍ଚିମକୁ ୧୦୬ କି.ମି. ଏବଂ ଉତ୍ତରରୁ ଦକ୍ଷିଣକୁ ୯୪ କି.ମି. ଏବଂ ଏହା ନୋବି ସମତଳର ଏକ ବଡ଼ ଭାଗ ଗଠନ କରେ । ୫୧୭୨.୪୮ ବର୍ଗ କି.ମି. କ୍ଷେତ୍ରଫଳ ସହ ଏହା ଜାପାନର ୧.୩୬% ଭାଗ ଅଧିକାର କରେ । ସମୁଦ୍ରପତ୍ତନରୁ ୧,୪୧୫ ମି. ଉପରେସ୍ଥିତ ଚୌସୁୟାମା ସର୍ବୋଚ୍ଚ ସ୍ଥାନ ଅଟେ ।
ରାଜ୍ଯର ପଶ୍ଚିମ ଭାଗରେ ନାଗୋୟା ଅତ୍ଯଧିକ ସ୍ଥାନ ଅଧିକାର କରିଛି । ପୂର୍ବଭାଗର ଜନସଂଖ୍ୟା ଘନତ୍ୱ କମ କିନ୍ତୁ ସେଠାରେ ଅନେକ ଶିଳ୍ପସଂସ୍ଥାଗୁଡ଼ିକ ରହିଛି । ଏହାର ସୁଦୃଢ଼ ଅର୍ଥନୀତି ଯୋଗୁଁ, ୨୦୦୫ ଅକ୍ଟୋବରରୁ ୨୦୦୬ ଅକ୍ଟୋବର ପର୍ଯ୍ୟନ୍ତ ଜାପାନର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ଯ ହୋଇଥିଲା ।
୨୦୧୨ ମସିହା ଅପ୍ରେଲ ୧ ସୁଦ୍ଧା ଏହି ରାଜ୍ଯର ୨୩ ପ୍ରତିଶତ ଭୂମି ପ୍ରାକୃତିକ ଉଦ୍ଯାନ ଭାବେ ନାମିତ କରାଯାଇଛି: ଯେପରିକି - ଆଇଚି କୋଗେଁ, ହିଦା କିସୋଗାୱା, ମିକାୱା ୱାନ ଏବଂ ତେନ୍ର୍ଯୁ ଓକୁମିକାୱା କୋକୁତେ କୋଏନ ଆଦି ଅର୍ଦ୍ଧଜାତୀୟ ଉଦ୍ଯାନ ତଥା ୭ଟି ରାଜ୍ଯ ଉଦ୍ଯାନ ।[୪]
ସହର
[ସମ୍ପାଦନା]ଅଠତିରିଶଟି ସହର ଆଇଚି ରାଜ୍ଯରେ ଅଛନ୍ତି ।
ନଗର ଏବଂ ଗ୍ରାମ
[ସମ୍ପାଦନା]ନିମ୍ନରେ ପ୍ରତ୍ଯେକ ଜାପାନୀ ଜିଲ୍ଲାର ନଗର ଓ ଗ୍ରାମ ସମୂହର ନାମ ଦିଆଗଲା:
ଅର୍ଥନୀତି
[ସମ୍ପାଦନା]ଆଇଚିରେ ମୁଖ୍ଯାଳୟ ସ୍ଥାପନ କରିଥିବା କମ୍ପାନୀଗଣ ନିମ୍ନରେ ଦିଆଗଲା:
| ଆଇସିଁ ସେଇକି | କାରିୟା ଶୀ |
| ବ୍ରଦର୍ ଇଣ୍ଡଷ୍ଟ୍ରିଜ୍, ଲିଃ. | ନାଗୋୟା |
| କେନ୍ଦ୍ରୀୟ ଜାପାନୀ ରେଳପଥ କମ୍ପାନୀ | ନାଗୋୟା |
| ଦେନ୍ସୋ କର୍ପୋରେସନ | କାରିୟା |
| ଏଅସାକୁ ନୋରୋ କମ୍ପାନୀ | ଇଚିନୋମିଆ ଶୀ |
| ମାକିତା କର୍ପୋରେସନ | ଆଞ୍ଜୋ ଶୀ |
| ମାତ୍ସୁଜାକାୟା | ନାଗୋୟା |
| ନାଗୋୟା ରେଳରାସ୍ତା | ନାଗୋୟା |
| ନିପ୍ପୋଁ ଶାର୍ୟୋ | ନାଗୋୟା |
| ନୋରିତାକେ | ନାଗୋୟା |
| ସୁମିତୋମୋ ରିକୋ | କୋମାକି ଶୀ[୫] |
| ଟୋୟୋଟା ମଟର କର୍ପୋରେସନ | ଟୋୟୋଟା ଶୀ |
ଫୁଜୀ ହେବି ଇଣ୍ଡଷ୍ଟ୍ରିଜ୍, ମିତ୍ସୁବିଶୀ ମୋଟୋର୍ସ, ଫାଇଜର, ସୋନୀ, ସୁଜୁକୀ, ବୋଡିକୋଟ ଓ ଭୋଲ୍କ୍ସୱାଗନ ଗ୍ରୁପ ମଧ୍ଯ ଆଇଚିରେ ପ୍ଲାଣ୍ଟ ବା ଶାଖା କାର୍ଯ୍ୟାଳୟ ସ୍ଥାପନ କରିଛନ୍ତି ।
ଆନ୍ତର୍ଜାତୀୟ ସମ୍ପର୍କ
[ସମ୍ପାଦନା]
ସାଥୀ ସ୍ୱୟଂଶାସିତ ପ୍ରଶାସନିକ ବିଭାଜନ
[ସମ୍ପାଦନା]
ଭିକ୍ଟୋରିଆ (ଅଷ୍ଟ୍ରେଲିଆ), ଅଷ୍ଟ୍ରେଲିଆ – ୨ ମଇ ୧୯୮୦
ଜ୍ଯାଂସୁ, ଚୀନ – ୨୮ ଜୁଲାଇ ୧୯୮୦
ବ୍ଯାଂକୋକ, ଥାଇଲାଣ୍ଡ – ୯ ଜୁଲାଇ ୨୦୧୨
ଗ୍ୱାଂଡୋଂ, ଚୀନ – ୨୫ ନଭେମ୍ବର ୨୦୧୩
ଗ୍ଯୋଂଜୀ ପ୍ରାନ୍ତ, ଦକ୍ଷିଣ କୋରିଆ – ୧୦ ନଭେମ୍ବର ୨୦୧୫
ଟେକ୍ସାସ, ଯୁକ୍ତରାଷ୍ଟ୍ର – ୨୨ ଅପ୍ରେଲ ୨୦୧୬- ଛାଞ୍ଚ:Country data VIE ହୋ ଚି ମିନଃ ସହର, ଭଏତନାମ – ୧୩ ସେପ୍ଟେମ୍ବର ୨୦୧୬
ୱାଶିଂଟନ, ଯୁକ୍ତରାଷ୍ଟ୍ର – ୧୮ ଅକ୍ଟୋବର ୨୦୧୬
ବ୍ରସେଲ୍ସ, ଫ୍ଲେମିସ ଅଞ୍ଚଳ, ୱାଲ୍ଲୋନିଆ, ବେଲ୍ଜିଅମ – ୧୫ ମଇ ୨୦୧୭
ଇଣ୍ଡିଆନା, ଯୁକ୍ତରାଷ୍ଟ୍ର – ୧୫ ସେପ୍ଟେମ୍ବର ୨୦୧୭
କେଞ୍ଚୁକୀ, ଯୁକ୍ତରାଷ୍ଟ୍ର – ୨୩ ଅକ୍ଟୋବର ୨୦୧୭
ଓସ୍ସିଟାନ୍ଯେ, ଫ୍ରାନ୍ସ – ୫ ଜୁନ ୨୦୧୮
ସାଓ ପୌଲ, ବ୍ରାଜିଲ – ୧୦ ସେପ୍ଟେମ୍ବର ୨୦୧୮
ଜନସଂଖ୍ୟାଲେଖ
[ସମ୍ପାଦନା]| Year | Pop. | ±% p.a. |
|---|---|---|
| 1890 | ୧୪,୭୩,୦୯୯ | — |
| 1903 | ୧୭,୫୨,୦୪୨ | +1.34% |
| 1913 | ୨୦,୭୩,୨୨୪ | +1.70% |
| 1920 | ୨୦,୮୯,୭୬୨ | +0.11% |
| 1925 | ୨୩,୧୯,୪୯୪ | +2.11% |
| 1930 | ୨୫,୬୭,୪୧୩ | +2.05% |
| 1935 | ୨୮,୬୨,୭୦୧ | +2.20% |
| 1940 | ୩୧,୬୬,୫୯୨ | +2.04% |
| 1945 | ୨୮,୫୭,୮୫୧ | −2.03% |
| 1950 | ୩୩,୯୦,୫୮୫ | +3.48% |
| 1955 | ୩୭,୬୯,୨୦୯ | +2.14% |
| 1960 | ୪୨,୦୬,୩୧୩ | +2.22% |
| 1965 | ୪୭,୯୮,୬୫୩ | +2.67% |
| 1970 | ୫୩,୮୬,୧୬୩ | +2.34% |
| 1975 | ୫୯,୨୩,୫୬୯ | +1.92% |
| 1980 | ୬୨,୨୧,୬୩୮ | +0.99% |
| 1985 | ୬୪,୫୫,୧୭୨ | +0.74% |
| 1990 | ୬୬,୯୦,୬୦୩ | +0.72% |
| 1995 | ୬୮,୬୮,୩୩୬ | +0.53% |
| 2000 | ୭୦,୪୩,୩୦୦ | +0.50% |
| 2005 | ୭୨,୫୪,୭୦୪ | +0.59% |
| 2010 | ୭୪,୧୦,୭୧୯ | +0.43% |
| 2015 | ୭୪,୮୪,୦୯୪ | +0.20% |
| Source: Statistics Bureau, Ministry of Internal Affairs and Communications[୬] | ||
୨୦୦୧ ମସିହା ସୁଦ୍ଧା, ଆଇଚି ରାଜ୍ଯର ଜନସଂଖ୍ୟାର ୫୦.୦୩% ପୁରୁଷ ଓ ୪୯.୯୭% ସ୍ତ୍ରୀ । ୧,୩୯,୫୪୦ ଲୋକ (ପାଖାପାଖି ମୋଟ ଜନସଂଖ୍ୟାର ୨%) ବିଦେଶାଗତ ।
ବୟସ ଦୃଷ୍ଟିରୁ ଜନସଂଖ୍ୟା (୨୦୦୧)
[ସମ୍ପାଦନା]| ବୟସ | ଶତକଡା ଜନସଂଖ୍ୟା | ଶତକଡା ପୁରୁଷ | ଶତକଡା ସ୍ତ୍ରୀ |
|---|---|---|---|
| ୦-୯ | ୧୦.୨୧ | ୧୦.୪୫ | ୯.୯୬ |
| ୧୦-୧୯ | ୧୦.୭୫ | ୧୧.୦୨ | ୧୦.୪୮ |
| ୨୦-୨୯ | ୧୫.୨୩ | ୧୫.୭୧ | ୧୪.୭୫ |
| ୩୦-୩୯ | ୧୪.୮୧ | ୧୫.୩୧ | ୧୪.୩୦ |
| ୪୯-୪୯ | ୧୨.୨୧ | ୧୨.୪୧ | ୧୨.୦୧ |
| ୫୯-୫୯ | ୧୫.୨୨ | ୧୫.୩୧ | ୧୫.୧୨ |
| ୬୦-୬୯ | ୧୧.୩୧ | ୧୧.୨୨ | ୧୧.୪୧ |
| ୭୦-୭୯ | ୬.୭୬ | ୬.୦୧ | ୭.୫୨ |
| ୮୦ ଉପରେ | ୩.୧୨ | ୨.୦୧ | ୪.୨୩ |
| ଅଜଣା | ୦.୩୮ | ୦.୫୪ | ୦.୨୩ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ଆଧାର ଭୁଲ: ଅଚଳ
<ref>ଚିହ୍ନ;Frédéric_2002ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;pref.aichi.jpନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;Kato_2000ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;NationalParkନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;SumitomoRikoନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;StatsBureauନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।