ନାଗୋୟା

ଉଇକିପିଡ଼ିଆ ରୁ
Jump to navigation Jump to search

Coordinates: 35°11′N 136°54′E / 35.183°N 136.900°E / 35.183; 136.900

ନାଗୋୟା
名古屋
ମନୋନିତ ସହର
ନାଗୋୟା ସହର[୧]
Skyline of ନାଗୋୟା
Flag of ନାଗୋୟା
Flag
Official logo of ନାଗୋୟା
Logo
Location of Nagoya in Aichi Prefecture
Location of Nagoya in Aichi Prefecture
ଦେଶ  ଜାପାନ
ଜାପାନର କ୍ଷେତ୍ର ତୋକାଈ କ୍ଷେତ୍ର
ଜାପାନର ପ୍ରାନ୍ତ ଆଇଚୀ ପ୍ରାନ୍ତ
Government
 • ମହାପୌର ତାକାଶୀ କୌବାମୁରା
Population (2015)
 • ମନୋନିତ ସହର ୨୨,୮୩,୨୮୯
 • ମହାନଗର ୯୧,୦୭,୪୧୪
ଜାପାନ ମାନକ ସମୟ (UTC+9)
ଦୂରଭାଷା 052-972-2017
ୱେବସାଇଟ city.nagoya.jp
[୨]

ନାଗୋୟା (名古屋) ଜାପାନର ଚୂବୁ କ୍ଷେତ୍ରର ସବୁଠାରୁ ବଡ ସହର ଅଟେ । ଏହା ଜାପାନର ତୃତୀୟ ନିଗମ ସହର ଓ ଚତୁର୍ଥ ସବୁଠାରୁ ଅଧିକ ଜନସଂଖ୍ୟା ଯୁକ୍ତ କ୍ଷେତ୍ର ଅଟେ । ଏହା ପ୍ରଶାନ୍ତ ମହାସାଗରର କେନ୍ଦ୍ରୀୟ ହୋନଂଶୁରେ ସ୍ଥିତ । ଏହା ଆଇଚି ପ୍ରାନ୍ତର ରାଜଧାନୀ ଏବଂ ଟୋକିଓ, ଓସାକା, କୋବୋ, ୟୋକୋହାମା, ଚୀବା ଓ କିତାକ୍ୟୁଶୁ ସହିତ ଜାପାନର ପ୍ରମୂଖ ବନ୍ଦର ମଧ୍ୟରୁ ଏକ ଅଟେ । ଏହା ଜାପାନର ତୃତୀୟ ସବୁଠାରୁ ମହାନଗରୀୟ କ୍ଷେତ୍ରର କେନ୍ଦ୍ର ମଧ୍ୟ ଅଟେ, ଯେପରି ଚୁକ୍ୟୋ ମହାନଗରୀୟ କ୍ଷେତ୍ର ଋପେ ଜଣାଯାଇଥାଏ । ୨୦୧୫ ପର୍ଯ୍ୟନ୍ତ, ଚୁକ୍ୟୋ ମହାନଗରୀୟ କ୍ଷେତ୍ରର 9.10 ମିଲିୟନ ଲୋକ ମାନଙ୍କ ମଧ୍ୟରୁ 2.28 ମିଲିୟନ ଲୋକ ଏହି ସହରରେ ରହିଥାନ୍ତି ।[୩]

ଭୂଗୋଳ[ସମ୍ପାଦନା]

ମାଉଣ୍ଟ ସମ୍ପୋ ଓ ମାଉଣ୍ଟ ୟୋରୋରୁ ନୋବୀ ମଇଦାନ, କୀସୋ ନଦୀ ଓ ନାଗୋୟାର ଦୃଶ୍ୟ

ନାଗୋୟା, ବରଫ ଯୁକ୍ତ ଖାଡୀର ଉତ୍ତରରେ ନୋବୀ ମଇଦାନରେ ସ୍ଥିତ । ବନ୍ୟାରୁ ବଞ୍ଚିବା ପାଇଁ ସହରକୁ ପଠାରୀ କ୍ଷେତ୍ରରେ ସ୍ଥିତ କରାଯାଇଥିଲା । ଏହି କ୍ଷେତ୍ରର ମଇଦାନ ଦେଶର ସବୁଠାରୁ ଉପ୍ୟୁକ୍ତ କ୍ଷେତ୍ର ମାନଙ୍କ ମଧ୍ୟରୁ ଏକ ଅଟେ । ସହର ସୀମା ସହିତ କେସୀ ନଦୀ ପଶ୍ଚୀମ ଆଡକୁ ବୋହିଥାଏ, ଏବଂ ଶୋନୀ ନଦୀ ଉତ୍ତର-ପୂର୍ବରୁ ଆସି ନିଶୀ ବାର୍ଡରୁ ଖାଡି ଆଡକୁ ଦକ୍ଷୀଣ ଆଡକୁ ବୁଲିଯାଇଥାଏ । ମାନବ ନିର୍ମିତ ହୋରୀ ନଦୀର ନିର୍ମାଣ ୧୬୧୦ ମସିହାରେ ଏକ ନହର ରୂପେ କରାଯାଇଥିଲା । ଏହା ଶୋନୀ ନଦୀ ପ୍ରଣାଳୀ ଋପେ, ଉତ୍ତରରୁ ଦକ୍ଷୀଣ ଆଡକୁ ବୋହିଥାଏ । ନଦୀଦ୍ୱାରା ଦୂର ଅଞ୍ଚଳ ପର୍ଯ୍ୟନ୍ତ ଆବାଗମନ ଏବଂ ବ୍ୟାପାର ହୋଇଥାଏ । ସହରକୁ ଜାପାନ କେନ୍ଦ୍ରରେ ସ୍ଥିତ ହେବାଦ୍ୱାରା ଏହାକୁ ଆର୍ଥିକ ଓ ରାଜନୈତୀକ ରୂପେ ବିକଶିତ ହେବାରେ ସହାୟତା ମିଳିଥାଏ ।

ନାଗୋୟାରେ ଗରମ ଏବଂ ଥଣ୍ଡା ସହିତ ଏକ ଆନ୍ଦ୍ର (ଉପ-ଉଷ୍ମକଟୀବନ୍ଧ ଜଳବାୟୁ) ରହିଛି । ସେଠାରେ ଗରମ ଦିନରେ ଥଣ୍ଡା ଅପେକ୍ଷା ଅଧିକ ବର୍ଷା ହୋଇଥାଏ, ଯଦିଓ ବର୍ଷା ସବୁ ବର୍ଷ ଲାଗି ରହିଥାଉ ।

ଜନସଂଖ୍ୟା[ସମ୍ପାଦନା]

1889 ମସିହାରେ କରାଯାଇଥିବା ପ୍ରାରମ୍ଭିକ ଜନଗଣନା ଅନୁଷାରେ ସହରର ଜନସଂଖ୍ୟା 1,57,496 ଥିଲା । 1934 ମସିହାରେ ଜନସଂଖ୍ୟା ୧୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ଏବଂ ଡିସେମ୍ବର ୨୦୧୦ ପର୍ଯ୍ୟନ୍ତ 2,259,993 ଅନୁମାନିତ ଜନସଂଖ୍ୟା ଥିଲା, ଯେଉଁଥିରେ ଜନସଂଖ୍ୟାର ଧନତ୍ୱ 6,923 ପ୍ରତି କିମି 2 ଥିଲା । ଏହା ସହିତ ଡିସେମ୍ବର ୨୦୧୦ ପର୍ଯ୍ୟନ୍ତ ଅନୁମାନିତ 1,019,859 ଘର ଗୁଡିକର ସଂଖ୍ୟା ଥିଲା । 1945 ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅନ୍ତଃରେ 153,370 ଘର ଗୁଡିକର ସଂଖ୍ୟାରେ ବୃଦ୍ଧି ହୋଇଥିଲା ।[୪]

ସହରର କ୍ଷେତ୍ରଫଳ 326.45 ବର୍ଗ କିଲୋମିଟର (126.04 ବର୍ଗ ମିଲି) ଅଟେ । ଏହାର ମହାଙ୍ଗରୀୟ କ୍ଷେତ୍ର "ମୀ ପ୍ରାନ୍ତ" ଏବଂ "ଜୀଫୁ ପ୍ରାନ୍ତ"ରେ ଘେରି ହୋଇଛି, ଯେଉଁଥିରେ ପାଖାପାଖି ୯୦ ଲକ୍ଷ ଲୋକ ମାନଙ୍କ କୂଳ ଜନସଂଖ୍ୟା ରହିଛି, ଯାହା ଓସାକା ଏବଂ ଟୋକିଓ ପରେ ସବୁଠାରୁ ଅଧିକ ଜନସଂଖ୍ୟା ରହିଛି ।

ଅର୍ଥ ବ୍ୟବସ୍ଥା[ସମ୍ପାଦନା]

ନାଗୋୟାର ମୁଖ୍ୟ ମୋଟର ବାହନ ଉଦ୍ୟୋଗ ରହିଛି । ଟୋୟଟାର ଲକ୍ଜରୀ ବ୍ରାଣ୍ଡ ଲେକ୍ସସ, ଡେନ୍ସୋ, ଏସିନ ସିକୀ କଂ, ଟୋୟଟା ଇଣ୍ଡଷ୍ଟ୍ରିଜ, ଜେଟୀକରଟୀଟୀ ଏବଂ ଟୋୟଟା ବୋଶୋକୁର ମୂଖ୍ୟାଳୟ ନାଗୋୟା କିମ୍ବା ତା'ର ପାଖରେ ସ୍ଥିତ । ନାଗୋୟା, ଗ୍ରେଟର ନାଗୋୟାର କେନ୍ଦ୍ର ଅଟେ ଯାହା ଜାପାନର ୨୦୦୩ ମସିହାର ବ୍ୟାପାର ଅଧିଶେଷର ପାଖାପାଖି ୭୦ ପ୍ରତିଶତ ଅର୍ଜିତ କରିଥାଏ ।

ଉଦ୍ୟୋଗୀକରଣ ପରେ ବିମାନର ଇତିହାସ ଐତିହାସୀକ ରୂପେ ମହତ୍ୱପୂର୍ଣ୍ଣ ରହିଛି । ଯୁଦ୍ଧ ଅନୁଶାରେ ମିସ୍ତୁବିଶି ଏ୬ଏମ ଜିରୋ ଲଢେଇ କରୁଥିବା ବିମାନର ନିର୍ମାଣ ନାଗୋୟାରେ ହିଁ ହୋଇଥିଲା । ଏବେ ମଧ୍ୟ ଏଠାରେ ମିସ୍ତୁବିଶିର ବହୁ ଲଢେଇ କରୁଥିବା ବିମାନର ନିର୍ମାଣ ହେଉଛି । ମିସ୍ତୁବିଶି କ୍ଷେତ୍ରୀୟ ଜେଟ (ଏମ ଆର ଜେ) ବିମାନର ନିର୍ମାଣ କାରଖାନାରେ କରାଯାଇଥାଏ ।[୫] ଏମ ଆର ଜେ ମିସ୍ତୁବିଶି ହେବୀ ଇଣ୍ଡଷ୍ଟ୍ରୀଜ ଏବଂ ଟୋୟଟା ମଧ୍ୟରେ ଏକ ସଙ୍ଗତୀ ଅନୁଶାରେ ତିଆରି ହୋଇଛି ।[୬] ଏହାର ପ୍ରଥମ ଉଡାଣ ୧୧ ନଭେମ୍ବର ୨୦୧୫ ମସିହାରେ ଥିଲା ।[୭][୮]

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Nagoya's official English Name
  2. 平成23年6月1日現在の世帯数と人口(全市・区別) (in Japanese). Retrieved 19 June 2011. 
  3. "Population of Japan". Japanese Statistics Bureau. 2010. 
  4. "ja:平成22年12月1日現在の世帯数と人口(全市・区別)" [Population and Number of Households as of 1 December, Heisei 22] (in Japanese). Nagoya City. 20 December 2010. Retrieved 7 January 2011. 
  5. Kohase, Yusuke (5 January 2015). "三菱航空機、名古屋空港に本社移転 小牧南工場に隣接". Aviation Wire. http://www.aviationwire.jp/archives/52967. Retrieved 16 January 2015. 
  6. Toyota to sink $67.2 mln in Mitsubishi passenger jet, China Economic Net, May 23, 2008 Archived July 10, 2009, at the Wayback Machine.
  7. "Dawn of a new era for Japan's aviation industry with MRJ debut flight". 11 November 2015. Retrieved 12 April 2017 – via Japan Times Online. 
  8. Pfanner, Eric (11 November 2015). "Mitsubishi Aims for the Sky After Jet Takes Off". Retrieved 12 April 2017 – via www.wsj.com.